ସେ ଦିନ ଥିଲା 3 ନଭେମ୍ବର, 1947 । ପାକିସ୍ତାନୀ ସେନାର ଜବାନ କବାଇଲୀ ମାନଙ୍କ ବେଶରେ ଜାମ୍ମୁ କାଶ୍ମୀର ଉପରେ ଆକ୍ରମଣ କରି ଦେଇଥିଲେ ।
ମେଜର ସୋମନାଥ ଶର୍ମା କୁମାଉଁ ରେଜିମେଂଟର ଚତୁର୍ଥ ବାଟାଲିୟନର ଡେଲଟା କମ୍ପାନୀର କମାଣ୍ଡର ଥିଲେ । ସେ ତାଙ୍କ ସହଯୋଗୀ ମାନଙ୍କ ସହ କାଶ୍ମୀର ଉପତ୍ୟକାର ବଡଗାମରେ ମୁତୟନ ଥିଲେ । ପାକିସ୍ତାନୀ ଆକ୍ରମଣକାରୀ ମାନେ କାଶ୍ମୀରର ବାରାମୁଲା ହୋଇ ବଡଗାମ ଯାଏ ପହଂଚି ସାରିଥିଲେ । ମେଜର ସୋମନାଥଙ୍କ ସାମନାରେ ଥିବା 7 ଶହ ସୈନିକ ବିଶିଷ୍ଟ ପାକିସ୍ତାନୀ ସେନା ଥିଲା। ତାଙ୍କ ନିକଟରେ ମୋର୍ଟାର, ରାଇଫଲ ଓ ଲାଇଟ ମେସିନଗନ ଜରିଆରେ ଆକ୍ରମଣ ଆରମ୍ଭ କରି ଦେଇଥିଲେ ।
ନିଜର ସାଥୀ ସୈନିକ ମାନେ କାଳେ ଆତ୍ମବିଶ୍ବାସ ହରାଇବେ ଏଥି ପାଇଁ ସେ ନିଜେ ମୈଦାନକୁ ଓହ୍ଲାଇ ଆସିଲେ । ତାଙ୍କର ଜବାନ ମାନେ ମୃତ୍ୟୁବରଣ କରୁଥିଲେ । ମେଜର ସୋମନାଥଙ୍କ ବାମ ହାତରେ ଆଘାତ ଲାଗିଥିଲା । ସେ ଗୋଟିଏ ହାତରେ ଲାଇଟ ମେସିନଗନ ଧରି ମୋର୍ଚା ସମ୍ଭାଳିଥିଲେ । ସେ ନିଜେ ମେସିନ ଗନ ଚଳାଇବା ସହ ଅନ୍ୟ ସାଥୀ ମାନଙ୍କୁ ମଧ୍ୟ ମେସିନଗନ ଲୋଡ କରି ଦେଉଥିଲେ । ସେ ଏପଟେ ଗୁଳି ଚଳାଅ, ସେ ପଟେ ଗୁଳି ଚଳାଅ, ଏପରି କରି ନିଜ ଜବାନ ମାନଙ୍କର ଉତ୍ସାହବର୍ଧନ କରିବାରେ ଲାଗିଥିଲେ ।
ଦୁଇ ପହର ବେଳକୁ ତାଙ୍କର ଗୋଳାବାରୁଦ ଶେଷ ହେବାକୁ ଯାଉଥିଲା । ସେ ବ୍ରିଗେଡ ମୁଖ୍ୟାଳୟରେ ଏ ସମ୍ପର୍କରେ ସୂଚନା ଦେଲେ। ସିନିୟର ଅଧିକାରୀ ମାନେ ତାଙ୍କୁ ପରାମର୍ଶ ଦେଲେ ଯେ ସେମାନେ ପଛକୁ ହଟି ଯାଆନ୍ତୁ । କିନ୍ତୁ ମେଜର ସୋମନାଥ ଶର୍ମା ଏହି ପରାମର୍ଶକୁ ଅସ୍ୱୀକାର କରି ଦେଇଥିଲେ ।
ସୋମନାଥ କହିଥିଲେ ଯେ – “ଶତ୍ରୁ ଆମ ନିକଟରୁ ମାତ୍ର ଶହେ ଗଜ ଦୂରରେ ରହିଛି । ଆମେ ଘେରି ହୋଇ ରହିଛୁ, ଆମର ସଂଖ୍ୟା କମ ରହିଛି । କିନ୍ତୁ ମୁଁ ଗୋଟିଏ ହେଲେ ପାଦ ପଛକୁ ହଟିବି ନାହିଁ । ଯେ ପର୍ଯ୍ୟନ୍ତ ଆମ ନିକଟରେ ଗୋଟିଏ ହେଲେ ଗୁଳି ଅଛି ଗୋଟିଏ ହେଲେ ଜୀବନ ଅଛି, ମୁଁ ମୋ ଜବାନଙ୍କ ସହ ମୋର୍ଚାରୁ ପଛକୁ ହଟିବି ନାହିଁ, ମୃତ୍ୟୁ ଯାଏ ଲଢିବି । ”
ଏହା ମେଜର ସୋମନାଥ ଶର୍ମାଙ୍କ ହେଡକ୍ୱାଟରକୁ ଶେଷ ବାର୍ତା ଥିଲା ।
ଜଣେ ସୈନ୍ୟ ଅଧିକାରୀ ଭାବେ ସେ ଜାଣିଥିଲେ ଯେ ଶତ୍ରୁ୍ ଜବାନଙ୍କ ସଂଖ୍ୟା ତାଙ୍କ ସୈନିକଙ୍କ ସଂଖ୍ୟା ଠାରୁ ଢେର ଅଧିକ ଅଛି, ତେଣୁ ଶତ୍ରୁଙ୍କୁ ଅଧିକ ସମୟ ଯାଏ ରୋକା ଯାଇ ପାରିବ ନାହିଁ । ହେଲେ ସେ ଏହା ମଧ୍ୟ ଜାଣିଛନ୍ତି ଯେ ପର୍ଯ୍ୟନ୍ତ ତାଙ୍କ ପାଇଁ ସାହାଯ୍ଯ ଆସି ନାହିଁ, ସେ ପର୍ଯ୍ୟନ୍ତ ପଛକୁ ମଧ୍ୟ ହଟିବା ଉଚିତ ହେବ ନାହିଁ । କାରଣ ଏପରି କଲେ ଶତ୍ରୁ ସୈନିକ ମାନେ ବିନା କୌଣସି ବାଧାରେ ଏୟାରଫିଲ୍ଡ ପହଂଚିଯିବେ ଓ ଶ୍ରୀନଗର ଉପରେ ସେମାନଙ୍କର କବଜା ହୋଇଯିବ ।
ସେ ସେଠାରେ ରହିବାକୁ ନିଷ୍ପତି ନେଲେ । ଜବାନ ମାନଙ୍କର ଉତ୍ସାହକୁ ବଜାୟ ରଖିବା ପାଇଁ ସେ ଶେଷ ସମୟ ଯାଏ ଲଢିବାକୁ ନିର୍ଦେଶ ଦେଲେ । ତାଙ୍କ ବାମ ହାତରେ ପ୍ଲାଷ୍ଟର ଲାଗିଥିଲା, ହେଲେ ସେ ଲଗାତାର ଲଢେଇ ଜାରୀ ରଖିଥିଲେ । ହଠାତ ଶତ୍ରୁ ପକ୍ଷର ଏକ ମୋର୍ଟାର ତାଙ୍କ ନିକଟରେ ଫାଟିଲା ଓ ମେଜର ସୋମନାଥ ଶର୍ମା ବଳିଦାନ ହୋଇଗଲେ ।
ମେଜର ସୋମନାଥ ଶର୍ମାଙ୍କୁ ତାଙ୍କର ଆଦମ୍ୟ ସାହସ ପାଇଁ ଦେଶର ପ୍ରଥମ ପରମବୀ ଚକ୍ର ସମ୍ମାନରେ ସମ୍ମାନିତ କରାଯାଇଥିଲା ।
ଏହାର ଦୁଇ ଦିନ ପରେ ନଭେମ୍ବର 5 ତାରିଖ ଦିନ ସକଳେ ବଡଗାମ ଉପରେ ଆକ୍ରମଣ କରି ଭାରତୀୟ ସେନା ଏହି ଅଂଚଳକୁ କବଜା କରି ନେଲା । ସମସ୍ତ ଆକ୍ରମଣକାରୀ ମୃତ୍ୟୁବରଣ କଲେ । ମେଜର ସୋମନାଥ ଶର୍ମା ସମେତ 20 ଜଣ ଭାରତୀୟ ଜବାନଙ୍କ ବଳିଦାନ ପ୍ରତିଶୋଧ ଭାରତୀୟ ସେନା ନେଇଥିଲା ।ସେଦିନ 1947 ନଭେମ୍ବର 3ର ସେହି ଦିନ ଆଜି ବି ଭାରତୀୟ ସେନାର ହୃଦୟରେ ଉତ୍ସାହ ଭରି ଦିଏ, ଯାହାର ନାୟକ ଥିଲେ ମେଜର ସୋମନାଥ ଶର୍ମା ।