The Independence:Manababad-Manas-Das-Missionary-Agent-Targeting-Dalit-Tribal-Conversion

 ମାନବବାଦ ସଙ୍ଗଠନର ମୁଖ୍ୟ ମାନସ ଦାସଙ୍କୁ ପୋଲିସ ଏବେ ହତ୍ୟା ଅଭିଯୋଗରେ ଗିରଫ କରିଛି । ଅଭିଯୁକ୍ତ ମାନସ ଦାସ ଓ ତାଙ୍କର ମାନବବାଦ ସଙ୍ଗଠନକୁ ( Manababad Sanghatan ) ନେଇ ଯାହା ବି ଚର୍ଚ୍ଚା ଆଲୋଚନା ହେଉଛି ତାହା ହେଉଛି ସେ ସଙ୍ଗଠନ କରିବା ନାଁରେ ଦଳିତ ଓ ଆଦିବାସୀ ଲୋକମାନଙ୍କୁ ଅକଥନୀୟ ଅତ୍ୟାଚାର କରୁଥିଲେ, ସଙ୍ଗଠନକୁ ବିରୋଧ କରୁଥିବା ଲୋକଙ୍କୁ ନିର୍ଯ୍ୟାତନା ଦେଉଥିଲେ, ଏପରିକି ହତ୍ୟା କରିବାକୁ ବି ପଛାଉ ନଥିଲେ । ସଙ୍ଗଠନ ପାଇଁ ଲୋକମାନଙ୍କ ପାଖରୁ ମାସିକିଆ ଚାନ୍ଦା ଆଦାୟ କରୁଥିଲେ, ଯିଏ ତାଙ୍କର ସଙ୍ଗଠନକୁ ବିରୋଧ କରୁଥିଲେ ତାଙ୍କର ପରିବାରକୁ ଲୋକ ଲଗାଇ ମାଡ ମାରିବା, ମିଥ୍ୟା ମୋକଦ୍ଦମାରେ ଫସାଇବା ଭଳି ସଙ୍ଗିନ ଅଭିଯୋଗ ତାଙ୍କ ନାଁରେ ଅଛି । ସେହିପରି ତାଙ୍କର ରାଜନୈତିକ ସମ୍ପୃକ୍ତିକୁ ନେଇ ବିଭିନ୍ନ ଗଣମାଧ୍ୟମ ପ୍ରଶ୍ନ ଉଠାଇଛନ୍ତି । ମୋଟାମୋଟି ଭାବରେ ସମଗ୍ର ଚର୍ଚ୍ଚା ତାଙ୍କୁ ନେଇ ଏହି ଦୁଇଟି ବିଷୟ ଉପରେ ହିଁ ଚାଲିଛି । ହେଲେ ସେହି ମହାଶୟଙ୍କର ଅନ୍ୟ ଯେଉଁ କାମଟି ଉପରେ ସବୁଠାରୁ ବେଶି ଆଲୋଚନା ହେବା କଥା କିନ୍ତୁ ହେଉନାହିଁ କିନ୍ତୁ ତାହା ହେଉଛି ତାଙ୍କର ମାନବବାଦ ସଙ୍ଗଠନର ସିଦ୍ଧାନ୍ତ, ସଙ୍ଗଠନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ । ମାନବବାଦ ନାଁରେ କିପରି ସେ ସରଳ ହରିଜନ ଓ ଆଦିବାସୀମାନଙ୍କ ମନରେ ହିନ୍ଦୁ ଧର୍ମ ବିରୋଧୀ ( Hindu Phobia ) କଥା ପୁରାଉଥିଲେ, ସେମାନଙ୍କୁ ହିନ୍ଦୁ ଧର୍ମରୁ ଅଲଗା କରିବା ପାଇଁ ପ୍ରୟାସ କରୁଥିଲେ ତାହା ସାମ୍ନାକୁ ଆସିଛି । ପୋଲିସ ଜବତ କରିଥିବା ମାନବବାଦ ସଙ୍ଗଠନର ପ୍ରଚାରପତ୍ରରେ ଅନେକ ମିଥ୍ୟା ଏବଂ ଆପତି ଜନକ କଥା ଲେଖାଯାଇଛି ଯାହାକୁ ପଢିଲେ ଜଣେ ସାଧାରଣ ଲୋକର ମନରେ ହିନ୍ଦୁ ଧର୍ମ ଓ ହିନ୍ଦୁ ଉପାସନା ପ୍ରତି ଘୃଣା ଆସିବ । ତାଙ୍କର ପ୍ରଚାର ପତ୍ରରେ “ଆମେ ମାନେ ଦ୍ରାବିଡ, ଆମର ଶତ୍ରୂ ହେଉଛନ୍ତି ଆର୍ଯ୍ୟ” ବୋଲି ଲେଖାଯାଇଛି ।

ତାଙ୍କର ସଙ୍ଗଠନରେ ମୁଖ୍ୟତଃ ଶବର ଜାତିର ଲୋକମାନେ ଅଛନ୍ତି । ହେଲେ ସେ ସେମାନଙ୍କ ମନରେ ଗୋଟିଏ କଥା ପୁରାଉ ଥିଲେ କି ତୁମେ ମାନେ ହିନ୍ଦୁ ନୁହଁ । ତାଙ୍କ ସଙ୍ଗଠନରୁ ଅଲଗା ହୋଇ ମାନସ ଦାସଙ୍କ ଆକ୍ରୋଶର ଶୀକାର ହୋଇ ବାସହରା ହୋଇଥିବା ଜଣେ ଶବର ସମ୍ପ୍ରଦାୟର ଲୋକ ନିଜେ ଗଣମାଧ୍ୟମରେ କହିଛନ୍ତି ଯେ ମାନବବାଦ ସଙ୍ଗଠନର ହିନ୍ଦୁ ଧର୍ମକୁ ଗାଳି ଦେବା, ହିନ୍ଦୁ ରୀତିନିତିରୁ ଅଲଗା ହେବା ପାଇଁ ବାଧ୍ୟ କରିବାରୁ ସେ ସଙ୍ଗଠନ ଛାଡିଲେ । ହେଲେ ମାନସ ଦାସ ଏପରି କାହିଁକି ଲୋକମାନଙ୍କୁ କହୁଥିଲେ ? ଆମର ଜଗନ୍ନାଥ ସଂସ୍କୃତିର ( Jagannath Culture ) ଆଦି କାହିଁ କେଉଁ ଅନାଦି କାଳରୁ । ଜଗନ୍ନାଥ ପ୍ରଥମେ କେଉଁଠି ପୁଜା ପାଉଥିଲେ ? ଜଣେ ଶବର ରାଜାଙ୍କ ପାଖରେ । ଶବର ରାଜାଙ୍କ ବଂଶଧର ହେଉଛନ୍ତି ଦଇତାପତିମାନେ ଯାହାଙ୍କର ଶ୍ରୀମନ୍ଦିରର ପୁଜା ( Shree Jagannath Temple ) ପରମ୍ପରାରେ ସବୁଠାରୁ ବେଶି ଗୁରୁତ୍ୱପୁର୍ଣ୍ଣ ଭୁମିକା ରହିଛି । ରାମାୟଣରେ ରାମଚନ୍ଦ୍ର ଶବରି ଘରେ ବସି ଅଇଂଠା କୋଳି ଖାଇଛନ୍ତି । ଯଦି ଶବରମାନେ ହିନ୍ଦୁ ନୁହନ୍ତି ତାହେଲେ ହିନ୍ଦୁ କିଏ ? 

ତେବେ ସେମାନଙ୍କୁ ଅଣ ହିନ୍ଦୁ ବୋଲି କାହିଁକି ଚିତ୍ରଣ କରାଯାଉଛି । କିଏ ସେମାନଙ୍କର ସରଳ ମନରେ ବିଷ ଭରୁଛି । କାହିଁକି ସେମାନଙ୍କର ସରଳତାର ସୁଯୋଗ ନେଇ ସେମାନଙ୍କୁ ଭ୍ରମିତ କରାଯାଉଛି । ଏହି ସବୁ ଷଡଯନ୍ତ୍ରର ରିମୋଟ ରହିଛି ବିଦେଶରେ । ବିଶିଷ୍ଟ ଗବେଷକ ରାଜିବ ମାଲହୋତ୍ରା ତାଙ୍କ ପୁସ୍ତକ “ବ୍ରେକିଙ୍ଗ ଇଣ୍ଡିଆ” ( Breaking India ) ରେ ଏଭଳି ଷଡଯନ୍ତ୍ର ବିଷୟରେ ଉଲ୍ଲେଖ କରିଛନ୍ତି । ସେ ଯାହା ଯାହା ସବୁ ତାଙ୍କର ପୁସ୍ତକରେ ଲେଖିଥିଲେ ତାହା ସବୁ ଏବେ ଧୀରେ ଧୀରେ ଘଟୁଛି । ଧୀରେ ଧୀରେ ସେମାନଙ୍କୁ ହିନ୍ଦୁ ବିରୋଧୀ କରି ସେମାନଙ୍କୁ ହିନ୍ଦୁ ଧର୍ମରୁ ଦୁରେଇ ଦେବାକୁ ପଡିବ ଯାହା ଫଳରେ ପରବର୍ତୀ ପିଢିକୁ ଧର୍ମାନ୍ତିକରଣ କରିବାରେ ସହଜ ହେବ ଏହା ହେଉଛି ମୁଳ ଏଜେଣ୍ଡା । ସେହି ମାନବବାଦ ସଙ୍ଗଠନର ଆଉ ଗୋଟିଏ ଦାବି ଥିଲା କି ଶବର ମାନଙ୍କୁ ଆଦିବାସୀ ଘୋଷଣା କରାଯାଉ । ଶବରମାନେ ଏବେ ହରିଜନରେ ( SC & OBC ) ଅର୍ନ୍ତଭୁକ୍ତ ଅଛନ୍ତି ଓ ସଂରକ୍ଷଣ ସୁବିଧା ପାଉଛନ୍ତି । କିନ୍ତୁ ସେମାନଙ୍କୁ ଆଦିବାସୀ କରିବା ପାଇଁ ଉଦ୍ୟମ କରିବା ପଛରେ ଅସଲ ଉଦ୍ଦେଶ୍ୟ ହେଉଛି ଧର୍ମାନ୍ତିକରଣ  ( Conversion ) । କାରଣ ଜଣେ ହରିଜନ ଧର୍ମାନ୍ତିକରଣ ହୋଇଗଲେ ଆଉ ସଂରକ୍ଷଣ ( Reservation ) ସୁବିଧା ପାଇବ ନାହିଁ କିନ୍ତୁ ଜଣେ ଆଦିବାସୀ ଯଦି ଧର୍ମାନ୍ତିକରଣ ହୁଏ ସେ ସଂରକ୍ଷଣ ସୁବିଧା ପାଇବ । ମାନବବାଦ ସଙ୍ଗଠନର ଉଦ୍ଦେଶ୍ୟ ହେଉଛି ଶବରମାନଙ୍କୁ ଆଦିବାସୀ ବର୍ଗରେ ଅର୍ନ୍ତଭୁକ୍ତ କରାଗଲେ ଧର୍ମାନ୍ତିକରଣ ହେବା ପାଇଁ ଆଉ ଲୋକମାନେ ପଛାଇବେ ନାହିଁ ।

ଏହି ବିବାଦର ମୁଳକୁ ଯିବାକୁ ହେଲେ ଆମକୁ ଫେରିବାକୁ ପଡିବ ୧୮୦୦ ମସିହାକୁ । ବ୍ରିଟିସ ଐତିହାସିକ ମାକ୍ସ ମୁଲାର ଆର୍ଯ୍ୟ ଆକ୍ରମଣ ସିଦ୍ଧାନ୍ତକୁ ( Aryan Invasion Theory ) ପ୍ରଥମେ ଲେଖିଲେ, ଯାହାକୁ ପରବର୍ତୀ ସମୟରେ ବ୍ରିଟିସରମାନେ ଭାରତୀୟମାନଙ୍କ ଭିତରେ ବିଭେଦ ତିଆରି କରିବା ପାଇଁ ଆହୁରି ବଳିଷ୍ଠ କରିଲେ, କୌଣସି ଐତିହାସିକ ପ୍ରମାଣ ନଥାଇ ମଧ୍ୟ ସ୍କୁଲ କଲେଜର ଇତିହାସର ବହିରେ ଚଂଚକତା ପୁର୍ବକ ପୁରାଇ ଦେଲେ । ଆର୍ଯ୍ୟମାନେ କାସ୍ପିଆନ ସାଗର କୁଳରୁ ଭାରତକୁ ଆସିଲେ, ଏଠାକାର ମୁଳ ବାସିନ୍ଦାମାନଙ୍କୁ ବିତାଡିତ କରିଦେଲେ, ଦ୍ରାବିଡମାନଙ୍କୁ ଆକ୍ରମଣ କରିକି ଦାକ୍ଷିଣାତ୍ୟକୁ ପଠାଇଦେଲେ ଆଦି ମନଗଢା କାହାଣୀ କହି ଭାରତର ସମାଜରେ ଭିନ୍ନତା ତିଆରି କରାଗଲା । ଯାହାର ପରିଣାମ ଆଜି ଦେଖିବାକୁ ମିଳୁଛି । ଦଶହରା ଦିନ ମହିଂଶାସୁର ପୁଜା, ଦିପାବଳି ଦିନ ରାବଣର ପୁଜା, ମାନବବାଦ ସଙ୍ଗଠନର କର୍ମୀମାନେ ମନ୍ଦିରରେ ମାଂସ ଫିଙ୍ଗିବା, ଜୟ ଭୀମ, ମୁଳନିବାସୀ ନାଁରେ ସଙ୍ଗଠନ କରି ହିନ୍ଦୁ ଦେବାଦେବୀଙ୍କ ଫଟୋକୁ ଗୋଇଠା ମାରିବା ଭଳି ବିଲକ୍ଷଣ ଏବେ ଦେଖିବାକୁ ମିଳୁଛି । ଏହା ହେଉଛି ସେହି ଆର୍ଯ୍ୟ ଆକ୍ରମଣ ସିଦ୍ଧାନ୍ତର କୁପ୍ରଭାବ । ମୁଳ ନିବାସୀ, ଜୟ ଭୀମ, ମାନବବାଦ ଭଳି ସଙ୍ଗଠନମାନଙ୍କର ପ୍ରଚାର ପତ୍ର, ପ୍ରସ୍ତାବ, ସିଦ୍ଧାନ୍ତ ସବୁ ସେହି ସମାନ ଆର୍ଯ୍ୟ ଦ୍ରାବିଡ ବିବାଦ ଉପରେ ହିଁ ପର୍ଯ୍ୟବେଷିତ ।

ଯେଉଁମାନେ ଏହି ବିଚାରକୁ ଆଗକୁ ନେଉଛନ୍ତି ସେମାନେ ପ୍ରାୟତଃ ନିଜକୁ ଆମ୍ବେଦକରବାଦି ବୋଲି କହୁଛନ୍ତି । ହେଲେ ବାସ୍ତବରେ ସେମାନେ ଆମ୍ବେଦକରଙ୍କ ବିଚାରକୁ ( BR Ambedkar ) ଆଦୌ ସାଥିରେ ନେଉନାହାନ୍ତି । ଆମ୍ବେଦକରଙ୍କ ବହି “ହୁ ଓଆର ଶୁଦ୍ର”କୁ ( Who Are Sudras ) ସେମାନେ ପଢିବା ଦରକାର ।  ସେ ଆର୍ଯ୍ୟ-ଅନାର୍ଯ୍ୟ ମତବାଦକୁ ଭ୍ରମାତ୍ମକ ବୋଲି କହିଛନ୍ତି । ଭାରତକୁ କାସ୍ପିଆନ ସାଗର କୁଳରୁ କେହି ଆସିନାହାନ୍ତି । ଭାରତରେ ରହୁଥିବା ସମସ୍ତେ ଏଇଠିକାର ମୁଳ ବାସିନ୍ଦା । ଜାତିବାଦ ସମାଜରେ ଧୀରେ ଧୀରେ ତିଆରି ହୋଇଛି ଓ ଏହାକୁ ସୁଧାରିବାକୁ ପଡିବ । ଯେଉଁମାନେ ଭାବନ୍ତି ଯେ ଆମ୍ବେଦକର ହିନ୍ଦୁ ବିରୋଧୀ ବୋଲି ସେମାନେ ଜାଣିବା ଉଚିତ୍ ଯେ ଆମ୍ବେଦକର ଯିଏ ଭାରତର ସମ୍ବିଧାନର ଲେଖକ ଥିଲେ ସେ ରାମଙ୍କର ଅଯୋଧ୍ୟା ଫେରିବାର ଚିତ୍ରକୁ ମୁଳ ସମ୍ବିଧାନରେ ରଖିଥିଲେ । ସମ୍ବିଧାନ ସଭାରେ ୧୯୪୮ରେ ସେ ଦାବି ରଖିଥିଲେ କି ସଂସ୍କୃତକୁ ଭାରତର ରାଷ୍ଟ୍ରଭାଷା କରାଯାଉ । ସମ୍ବିଧାନରେ ଆମ୍ବେଦକର ପୁରା ସ୍ପଷ୍ଟ କରିଛନ୍ତି ହିନ୍ଦୁ କିଏ ? ଭାରତରେ ରହୁଥିବା ଖ୍ରୀଷ୍ଟିୟାନ, ମୁସଲିମ, ପାର୍ସୀ, ଜିଉଙ୍କୁ ଛାଡିଦେଲେ ବାକି ଯେଉଁମାନେ ରହିଲେ ସମସ୍ତେ ହେଉଛନ୍ତି ହିନ୍ଦୁ । ହଁ ସେ ଜାତିପ୍ରଥାର ବିରୋଧ କରି ବୌଦ୍ଧମତକୁ ଗ୍ରହଣ କରିଥିଲେ । କୁସଂସ୍କାର ବିରୋଧରେ ଏହା ତାଙ୍କର ପ୍ରତିବାଦ ଥିଲା । ହେଲେ ଯେଉଁଭଳି ଭାବରେ ଆମ୍ବେଦକରଙ୍କ ଫଟୋ ରଖି ବିଭିନ୍ନ ସଙ୍ଗଠନମାନ ହିନ୍ଦୁ ବିରୋଧରେ ବିତଣ୍ଡା ଯୁକ୍ତି ଦେଉଛନ୍ତି ସେମାନେ ଆମ୍ବେଦକରଙ୍କୁ ଭଲ ଭାବରେ ବୁଝି ନାହାନ୍ତି, ସେମାନେ କେବଳ ନିଜର ଉଦ୍ଦେଶ୍ୟ ଚରିତାର୍ଥ କରିବା ପାଇଁ ଆମ୍ବେଦକରଙ୍କ ଭଳି ମହାନ ରାଷ୍ଟ୍ରନାୟକଙ୍କୁ ବ୍ୟବହାର କରୁଛନ୍ତି । ପ୍ରଖ୍ୟାତ ଲେଖକ ମନୋଜ ଦାସ ତାଙ୍କ ପୁସ୍ତକ “ଭାରତର ଐତିହ୍ୟ – ଶତକ ପ୍ରଶ୍ନର ଉତର” ବହିରେ ଆର୍ଯ୍ୟ ଆକ୍ରମଣ ଉପବାଦକୁ ପ୍ରତ୍ୟାଖାନ କରିଛନ୍ତି । ସେହିପରି ଡ୍ରେଭିଡ ଫ୍ରଲେ ମଧ୍ୟ ତାଙ୍କ ଗବେଷଣାରେ ଆର୍ଯ୍ୟ ଆକ୍ରମଣ କଥାକୁ ମିଥ୍ୟା ବୋଲି ସିଦ୍ଧ କରିଛନ୍ତି । ହରିୟାନାର ରାଖିଗଡିରେ ମାଟିତଳୁ ମିଳିଥିବା କଙ୍କାଳର ଡିଏନଏରୁ ପ୍ରମାଣ ମିଳିସାରିଛି ଯେ କୌଣସି ମାଇଗ୍ରେସନ ମଧ୍ୟ ଏସିଆରୁ ଭାରତକୁ ହୋଇନଥିଲା । 

ଏହି ଭଳି ଖବର ପଢିବା ପାଇଁ ଆମକୁ ଫଲୋ କରନ୍ତୁ 

ଟ୍ୱିଟର – https://twitter.com/TheIndependenc4

ଫେସବୁକ - https://facebook.com/theindependence.in

Author Image

Anil Biswal

RELATED NEWS

0 Comments

leave a comment




Recent Posts

The Independence:Chhattisgarh-Raipur-municipality-Ganesh-Idols-in-garbage-truck-for-visarjan

ରାୟପୁରରେ ବର୍ଜ୍ୟବସ୍ତୁ ବାହନରେ ବୁହା ହେଲେ ଗଣେଶ, ଲୋକଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ

The Independence:Situation-of-Afghanistan-After-Taliban-capture-Drinking-Water-one-litre-three-thousands

ତାଲିବାନ ଅଧିକାରର ମାସକ ପରେ କଣ ରହିଛି ଆଫଗାନିସ୍ତାନର ସ୍ଥିତି ? ପାଣି ବୋତଲର ଦାମ ହେଲାଣି ତିନି ହଜାର ଟଙ୍କା, ଶାଗ ମାଛ ଦରରେ ଘର ଜିନିଷ ବିକୁଛନ୍ତି ଆଫଗାନୀ

The Independence:

ଯେଉଁ ଜାତି ନିଜ ଇତିହାସ ଓ ପରମ୍ପରାକୁ ଭୁଲି ଯାଏ, ସେହି ଜାତି ନିଜର ଭୂଗୋଳକୁ ରକ୍ଷା କରି ପାରି ନ ଥାଏ – ଯୋଗୀ ଆଦିତ୍ୟନାଥ

The Independence:Mob-Lynching-Deadly-attack-on-Dalit-Hindu-Youth-by-Minority-Violent-Mobs-in-Rajsthan

ରାଜସ୍ଥାନରେ ଦଳିତ ଯୁବକଙ୍କୁ ବିଶେଷ ସଂପ୍ରଦାୟ ଲୋକଙ୍କ ଦ୍ୱାରା ମବ ଲିଂଚି, ତିନି ଦିନ ପରେ ଶେଷରେ ଆଖି ବୁଜିଲା ଯୋଗେଶ

The Independence:Bangladesh-Islamists-destroy-Durga-Maa-Idols-Islamists-Fundamentalist-Attack-Hindu

ବଙ୍ଗଳାଦେଶରେ ପୁଣି ଥରେ ଇସଲାମୀ ଶକ୍ତିଙ୍କ ଆକ୍ରମଣ, ଦୂର୍ଗାପୁଜା ପାଇଁ ନିର୍ମାଣାଧୀନ ମା ଦୁର୍ଗାଙ୍କ ମୂର୍ତିକୁ ଭାଙ୍ଗିଲେ, ଭୟର ବାତାବରଣରେ ବଙ୍ଗଳାଦେଶୀ ହିନ୍ଦୁ

The Independence:Idols-constructed-for-Durga-Puja-vandalized-in-Bangladesh-Every-year-happening

Idols of Maa Durga constructed for Durga Puja vandalized in Bangladesh, every year repeats

The Independence:

ଘର ଭିତରେ ଚୀନ ରାଷ୍ଟ୍ରପତି ଜିନ ପିଙ୍ଗ, ୬୦୦ ଦିନ ମଧ୍ୟରେ କରି ନାହାନ୍ତି କୌଣସି ଯାତ୍ରା, କାରଣ କଣ ?

The Independence:Yogi-Adityanath-Cow-Slaughter-Cow-Protections

ଯୋଗୀ ସରକାରରେ ଗୋହତ୍ୟାକାରୀଙ୍କୁ କ୍ଷମା ନାହିଁ, ୧୭ ହଜାରରୁ ଉର୍ଧ ଗୋହତ୍ୟାକାରୀଙ୍କୁ ପଠାଗଲାଣି ଜେଲ, ଗୋଚାଳାଣକାରୀ ଥରହର

The Independence:Time-will-come-when-Article-370-35A-will-be-reinstated-Jammu-Kashmir-Mehbooba-Mufti

ପୁଣି ମେହବୁବା ମୁଫତି ଦେଖିଲେ ଦିବାସ୍ୱପ୍ନ, ଭବିଷ୍ୟତରେ ନିଶ୍ଚିତ ଭାବେ କାଶ୍ମୀରରେ ଲାଗୁହେବ ଅନୁଚ୍ଛେଦ ୩୭୦

The Independence:Rohingya-Jihadi-network-in-Assam-arrest-of-Indian-handlers-of-Rohingya-Case-transferred-to-NIA

ଦେଶରେ ରୋହିଙ୍ଗିଆ ନେଟବର୍କ ତିଆରି ପାଇଁ ବଡ ଷଡଯନ୍ତ୍ର, ରୋହିଙ୍ଗିଆଙ୍କ ପାଇଁ କାମ କରୁଥିବା ଲୋକ ଆସାମରେ ଗିରଫ ପରେ ବଡ ଖୁଲାସା, ମାମଲାର ତଦନ୍ତ ଭାର ଏନଆଇଏକୁ ଦିଆଗଲା

The Independence:Wasif-Jaffer-Stands-for-Pakistan-Cricket-Team-criticizes-England-Cricket-Board

ପୁଣି ବିବାଦ ଘେରରେ ଓଡିଶା କ୍ରିକେଟ ଟିମର କୋଚ ବାସିମ ଜାଫର, ପାକିସ୍ତାନ କ୍ରିକେଟ ବୋର୍ଡର ସମର୍ଥନରେ ଦେଲେ ବକ୍ତବ୍ୟ, ଇଂଲଣ୍ଡ କ୍ରିକେଟ ବୋର୍ଡକୁ ସମାଲୋଚନା

The Independence:Narcotics-Jihad-Odisha-Brown-Sugar

ଓଡିଶାରେ ହେଉଛି କି ନାକ୍ରୋଟିକସ ଜିହାଦ?

The Independence:Rashtra-Sevika-Samiti-Durga-Bahini

ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘର ହିନ୍ଦୁତ୍ୱ ବିଚାରରେ ଅନୁପ୍ରାଣୀତ ମହିଳା ସଙ୍ଗଠନଙ୍କର ସେବା କାମ

The Independence:Why-How-Rahul-Gandhi-Choose-Navjot-Singh-Siddhu-Over-Captain-Amarinder-Singh

ପୁରୁଣା କ୍ୟାପଟେନଙ୍କ ଅପେକ୍ଷା ନୁଆ ଓପନର ସିଦ୍ଧୁ କାହିଁକି ରାହୁଲଙ୍କ ଗୁଡବୁକରେ? ଭାରତୀୟ ସେନା ପ୍ରତି ସମର୍ଥନ, ପାକିସ୍ତାନ ପ୍ରତି କଡା ବିରୋଧ ଅମରିନ୍ଦରଙ୍କୁ ପଡିଲାକି ମହଙ୍ଗା ?

The Independence:Kerala-Muslims-Protests-Narcotics-Jihad-Bishop

ବିଶପଙ୍କ ନାର୍କୋଟିକ୍ସ ଜିହାଦ ବକ୍ତବ୍ୟକୁ ଇସଲାମୀ ସଂସ୍ଥାର ବିରୋଧ, ଘର ସାମନାରେ ବିରୋଧ ପ୍ରଦର୍ଶନ, ବିଶପଙ୍କ ସମର୍ଥନରେ ଖ୍ରିଷ୍ଟିଆନ ଓହ୍ଲାଇଲେ ରାସ୍ତାକୁ

The Independence:Why-Dismantling-Hindutva-Organised-during-Taliban-Terrorism

ସାରା ବିଶ୍ୱ ତାଲିବାନର ଇସଲାମ ଆତଙ୍କବାଦକୁ ସମାଲୋଚନା କରୁଥିଲା ବେଳେ କାହିଁକି କରାଗଲା “ ଡିସମେଂଟଲାଙ୍ଗି ଗ୍ଲୋବାଲ ହିନ୍ଦୁତ୍ୱ”?

The Independence:Durga-Puja-Idol-Height-Restrictions-Odisha-Government

ଦୁର୍ଗା ମାଙ୍କର ଉଚ୍ଚତା ମାପିବେ ସରକାର?

The Independence:Rahul-Gandhi-Yogi-Adityanath-UP-Election-Fight-BJP-Congress

ରାହୁଲ ଗାନ୍ଧୀଙ୍କ ଫୁଲ ଟସରେ ଯୋଗୀ ଆଦିତ୍ୟ ନାଥ ମାରିଲେ ଛକା, କହିଲେ, “ଅପରାଧୀଙ୍କ ସାମ୍ରାଜ୍ୟ ଉପରେ ବୁଲଡୋଜର ଚଳାଇବା ଅନବରତ ଜାରୀ ରହିବ”

The Independence:Periyar--Dravida-Nadu-Separate-Country-Tamilnadu-Freedom-Fighter-Controversial

ସ୍ୱାଧୀନତା ଦିବସକୁ କଳା ଦିବସ କହୁଥିବା, ଅଲଗା ଦ୍ରାବିଡ ଦେଶ ଦାବି କରୁଥିବା ପେରିୟାରଙ୍କ ନାଁ ସ୍ୱାଧୀନତା ସଂଗ୍ରାମୀ ତାଲିକାରେ

The Independence:Yogi-Adityanath-Ram-Mandir-Taliban-Fired-on-Kara-sevak-UP-Election

ରାମ ଭକ୍ତଙ୍କ ଉପରେ ଗୁଳି ଚଳାଇବା ତାଲିବାନୀ ମାନସିକତା : ତୁଷ୍ଚିକରଣ ରାଜନୀତି ଉପରେ ଯୋଗୀ ଆଦିତ୍ୟନାଥଙ୍କ କଡା ପ୍ରହାର

The Independence:Yogi-Aditya-Nath-Azam-Khan

ବିବାଦୀୟ ନେତା ଆଜମ ଖାନକୁ ଯୋଗୀ ସରକାରଙ୍କ ବଡ ଝଟକା

The Independence:Seva-Bharati-hands-over-newly-constructed-houses-to-Bhiansa-victims

ତେଲେଙ୍ଗାନା ଭାଇସ୍ନା ଦଙ୍ଗାରେ ବାସହରା ହୋଇଥିବା ପରିବାରଙ୍କର ଘର ନିର୍ମାଣ କରିଲା ସେବା ଭାରତୀ

The Independence:Uttar-Pradesh-Government-declares-10-sq-km-area-Mathura-Vrindavan-teerth-sthal

ଯୋଗୀ ସରକାରଙ୍କ ବଡ ନିଷ୍ପତି, ମଥୁରା- ବୃନ୍ଦାବନର ଶ୍ରୀକୃଷ୍ଣ ଜନ୍ମସ୍ଥଳୀର ୧୦ ବର୍ଗ କିମିକୁ ତୀର୍ଥ କ୍ଷେତ୍ର ଘୋଷଣା

The Independence:Kerala-bishop-claims-Muslims-have-launched-narcotics-jihad

ଲଭ ଜେହାଦ ସହ ଏବେ ନାର୍କୋଟିକ୍ସ ଜେହାଦ, କେରଳରେ ଅଣ ମୁସଲମାନ ଯୁବକ-ଯୁବତୀଙ୍କୁ କରାଯାଉଛି ଟାର୍ଗେଟ

The Independence:Know-About-Some-Unique-Idols-of-Lord-Ganseh

Know About Some Unique Idols of Lord Ganseh