କର୍ଣାଟକ ଉଚ୍ଚ ନ୍ୟାୟାଳୟ ଦ୍ୱାରା ବୁର୍ଖା ଓ ହିଜାବ ମାମଲାରେ ରାୟ ଶୁଣାଇବା ପରେ ଇସଲାମୀ କଟ୍ଟରପନ୍ଥୀ ମାନଙ୍କୁ ବଡ ଧକ୍କା ଲାଗିଛି ।
କର୍ଣାଟକ ଉଚ୍ଚ ନ୍ୟାୟାଳୟ ଏହି ମାମଲାର ଶୁଣାଣୀ କରି କହିଥିଲେ ଯେ ହିଜାବ ଇସଲାମର ଅନିବାର୍ଯ୍ୟ ପ୍ରଥା ନୁହେଁ ଓ ଶୈକ୍ଷଣିକ ଅନୁଷ୍ଠାନ ମାନଙ୍କରେ ଏହାକୁ ଅନୁମତି ଦିଆ ଯାଇ ପାରିବ ନାହିଁ।
ଏହା ବ୍ୟତୀତ କର୍ଣାଟକ ହାଇକୋର୍ଟ କହିଥିଲେ ଯେ କ୍ଲାସ ରୁମ ବାହାରେ ମହିଳା ମାନେ କଣ ପିନ୍ଧିବେ ତାହା ସେମାନଙ୍କର ଅଧିକାର ଓ ଏଥିରେ କେହି ହସ୍ତକ୍ଷେପ କରି ପାରିବେ ନାହିଁ । ତେବେ ସ୍କୁଲ କଲେଜରେ ଡ୍ରେସ କୋଡ ସମସ୍ତଙ୍କୁ ସମାନ ଦେଖାଯିବା ପାଇଁ ହୋଇଥାଏ ତେଣୁ ଏହା ପାଳନ କରାଯିବା ଉଚିତ ।
କର୍ଣାଟକ ହାଇକୋର୍ଟ ପ୍ରଥମ ଥର ପାଇଁ ଏପରି ରାୟ ଦେଇଛନ୍ତି ତାହା ନୁହଁ ଏହା ପୂର୍ବରୁ ମଧ୍ୟ ଦେଶର ଅନେକ ହାଇକୋର୍ଟ ଶିକ୍ଷାନୁଷ୍ଠାନ ମାନଙ୍କରେ ହିଜାବ ପିନ୍ଧା ଯାଇ ପାରିବ ନାହିଁ ବୋଲି ରାୟ ଦେଇ ସାରିଛନ୍ତି ।
ସର୍ବ ପ୍ରଥମେ 2003 ମସିହାରେ ବମ୍ବେ ହାଇକୋର୍ଟ ଏ ସମ୍ପର୍କିକ ରାୟ ଦେଇଥିଲେ । 2007 ମସିହାରେ ହିଜାବ ପିନ୍ଧା ସମ୍ପର୍କିତ ମାମଲାର ଶୁଣାଣୀ କରି ମାଡ୍ରାସ ହାଇକୋର୍ଟ ମଧ୍ୟ ସମାନ ରାୟ ଦେଇଥିଲେ। ଏହା ପରେ କେରଳ ହାଇକୋର୍ଟ 2018 ମସିହାରେ ଶିକ୍ଷାନୁଷ୍ଠାନ ମାନଙ୍କରେ ହିଜାବ ପିନ୍ଧା ଯାଇ ପାରିବ ନାହିଁ ବୋଲି ରାୟ ଦେଇ ଦେଇଥିଲେ । ଏବେ କର୍ଣାଟକ ହାଇକୋର୍ଟ ସେହି ସମାନ ରାୟକୁ ଦୋହରାଇଛନ୍ତି ।