The Independence:Missionaries-Who-Destroyed-Indian-Culture-Converted-Hindus

 ଭାରତ ପାଖରେ ବିଶ୍ୱର ସବୁଠାରୁ ବିକଶିତ ଓ ଜ୍ଞାନ ଆଧ୍ୟାତ୍ମିକତାରେ ପରିପୁର୍ଣ୍ଣ ସଭ୍ୟତା ଥିବା ସତ୍ୱେ ଆମ ହିନ୍ଦୁ ମାନଙ୍କ ମନରେ ଏତେ ହୀନ ମନ୍ୟତା କାହିଁକି ଆସିଲା ? କାହିଁକି ହିନ୍ଦୁ ମାନଙ୍କୁ ସେମାନଙ୍କ ଧର୍ମ, ପରମ୍ପରା ଉପରେ ଘୃଣା ଆସିବା ପାଇଁ ମାହୋଲ ତିଆରି କରାଗଲା, କିଏ କଲା ଓ ଏହା ଦ୍ୱାରା କଣ କ୍ଷତି ହେଲା, ଏହା ଉପରେ ଯେତେବେଳେ ଆଲୋଚନା ହୁଏ ସେତେବେଳେ ମୁଳତଃ ଖ୍ରୀଷ୍ଟିୟାନ ମିଶନାରିମାନଙ୍କ ଷଡଯନ୍ତ୍ର କଥା ମନକୁ ଆସେ । ସେମାନେ କିପରି ଭାବରେ ଭାରତକୁ ଆସି ସେବା କରିବାର ମୁଖା ପିନ୍ଧି ଲୋକମାନଙ୍କୁ ନିଜ ହିନ୍ଦୁ ଧର୍ମ ବିରୋଧରେ ଠିଆ କରାଇଲେ ଓ ଧର୍ମାନ୍ତରିକରଣ କାମ କରାଇଲେ ତାହା ଜାଣିବା ସମସ୍ତେ ଦରକାର ।

ଆମି କାର୍ମିଏଲ – ବହୁ ବିବାଦୀୟ ମଦର ଟେରେସା ଭାରତକୁ ଆସିବାର ଦଶ ବର୍ଷ ପୁର୍ବରୁ ଆର‌୍ୟାଲ୍ୟାଣ୍ଡର ଆମି କାର୍ମିଏଲ ଭାରତ ଆସିଥିଲେ । ସେ ବିଶ୍ୱକୁ କହିଥିଲେ ଯେ ଭାରତରେ ହିନ୍ଦୁମାନେ ସେମାନଙ୍କ ଝିଅକୁ ଉଚ୍ଚ ଜାତିର ବିକ୍ରି କରିଦିଅନ୍ତି ବେଶ୍ୟାଳୟରେ କାମ କରିବା ପାଇଁ । ପୁରା ବ୍ରିଟିସର ମାନଙ୍କ ଏଜେଣ୍ଡାରେ ଆସିଥିବା ଆମି ପ୍ରଥମେ ଭାରତରେ ପହଂଚିଥିଲେ ୧୮୯୪ରେ ଆଜିର ବାଙ୍ଗାଲୋର ସହରରେ । ତାପରେ ସେଠାରୁ ସେ ଚାଲିଗଲେ ତାମିଲନାଡୁ । ସେଠାରେ ନିଜକୁ ଭାରତୀୟ ହିନ୍ଦୁ ନାରୀମାନଙ୍କୁ ବହୁତ ଶ୍ରଦ୍ଧା କରନ୍ତି ବୋଲି କହି ସେମାନଙ୍କର ସହିତ ମିଶି ରହିଲେ । ପରେ ସେମାନଙ୍କୁ ଖ୍ରୀଷ୍ଟିଆନ ହୋଇଯିବା ପାଇଁ ବୁଝାଇଲେ ଓ ଧର୍ମାନ୍ତିକରଣ କରାଇଲେ ।

ଡୋନାଲ୍ଡ ମ୍ୟାକଗ୍ରୋ – ଭାରତରେ ଗାଁ ଗାଁରେ ଚର୍ଚ୍ଚ କରିବାର କାମ ପ୍ରଥମେ ଡୋନାଲ୍ଡ ମ୍ୟାକଗ୍ରୋ କରିଥିଲେ । ଦି ବ୍ରିଜେସ ଅଫ ଗଡ ନାମକ ଏକ ପୁସ୍ତକ ସେ ଲେଖିଥିଲେ ୧୯୫୫ରେ ଯେଉଁଥିରେ ସେ କିଭଳି ନୁଆ ନୁଆ ଗାଁକୁ ଖ୍ରୀଷ୍ଟିଆନ କରାଯିବ, କିଭଳି ନୁଆ ନୁଆ ଚର୍ଚ୍ଚ ସ୍ଥାପନା କରାଯିବ ତାହା ଉପରେ ଲେଖାଯାଇଛି । ବିଦେଶ ଭଳି ଜଣ ଜଣଙ୍କୁ ଖ୍ରୀଷ୍ଟିଆନ କରାଇବା ଅପେକ୍ଷା ଭାରତରେ ଗୋଟିଏ ଜାତି, ଗୋଟିଏ ଗୋଟିଏ ସମୁଦାୟଙ୍କୁ ଧର୍ମାନ୍ତିକରଣ କରାଇବା ଖ୍ରୀଷ୍ଟିନାଇଜେସନ ପାଇଁ ସହଜ ବୋଲି ସେ କହୁଥିଲେ ।

ହେନେରି ଗାଇକଓାଡ ( ପ୍ରେମ ଭାଇ ) - ପୁନେରେ ଜନ୍ମିତ ହୋଇଥିବା ହେନେରି ଗାଇକଓାଡ ୧୯୮୧ରେ ଅରୁଣାଚଳ ପ୍ରଦେଶ ଚାଲିଯାଇଥିଲେ ଯେଉଁଠି ସେ ନିଜକୁ ପ୍ରେମ ଭାଇ ବୋଲି କହିଲେ । ଅରୁଣାଚଳ ପ୍ରଦେଶରେ ମିଶନାରିମାନଙ୍କ ଉପରେ ବ୍ୟାନ ଲାଗିଥିବାରୁ ସେ ନାଁ ବଦଳାଇ ସେଠାରେ ଧର୍ମାନ୍ତିକରଣ କରାଉଥିଲେ । ଅରୁଣାଚଳ ପ୍ରଦେଶରେ ଅନେକ ସ୍ଥାନରେ ସେ ଲୋକମାନଙ୍କୁ ଭାରତୀୟ ସେନା ବିରୋଧରେ ମଧ୍ୟ ଉସୁକାଉ ଥିବାର ଅଭିଯୋଗ ଥିଲା । 

ହେନରି ହେରାସ – ହେନେରି ହେରାସ ସ୍ୱାଧୀନ ଭାରତୀୟ କଳା ସଂସ୍କୃତିରେ ଖ୍ରୀଷ୍ଟିଆନ ଛାପ ପକାଇବାର କାମ ଆରମ୍ଭ କରିଥିଲେ । ଗୋଆରେ ଖ୍ରୀଷ୍ଟିଆନମାନଙ୍କର ହିନ୍ଦୁମାନଙ୍କ ଉପରେ ହିଂସା, ଦମନକୁ ସେ ଠିକ ବୋଲି ନିଜ ପୁସ୍ତକ, “ଦି କନର୍ଭସନ ପଲିସି ଅଫ ଜେସୁଇଟ ଇନ ଇଣ୍ଡିଆ”ରେ ଲେଖିଛନ୍ତି ।

ଜେମସ ମିଲ – ସ୍କଟଲ୍ୟାଣ୍ଡରେ ଜନ୍ମିତ ଜେମସ ମିଲ ପରିସ୍ଥିତିରେ ପଡି ଇଂଲଣ୍ଡ ଆସିଥିଲେ । ସେଠାରେ ସେ ବ୍ରିଟିସ ସରକାରଙ୍କ ପ୍ରୋସ୍ତ୍ରାହନରେ ଏକ ପୁସ୍ତକ ଲେଖିଲେ ଯାହାର ନାଁ ହେଉଛି, “ଦି ହିଷ୍ଟୋରି ଅଫ ବ୍ରିଟିସ ଇଣ୍ଡିଆ” । ସେହି ପୁସ୍ତକରେ ଭାରତରେ କେମିତି ଅସଭ୍ୟ ଲୋକମାନେ ବ୍ରିଟିସରମାନେ ଆସିବା ଫଳରେ ସଭ୍ୟ ହେଲେ ସେ ବିଷୟ ଲେଖିଛନ୍ତି । ବଡ ଆଶ୍ଚର୍ଯ୍ୟର କଥା ହେଉଛି ଯେ ସେ ତାଙ୍କ ଜୀବନରେ କେବେ ଭାରତ ଆସିନଥିଲେ । କିନ୍ତୁ ଏମିତି ଇତିହାସ ଲେଖି ଭାରତକୁ ବିଭାଜନ କରିବାର ପ୍ରଥମ ସୋପାନର କାମକୁ କରିଦେଇଥିଲେ ।

ମଦର ଟେରେସା – ଛୁଆ ଚୋରି କରି ବିଦେଶରେ ବିକିବା ଠାରୁ ନେଇ ନାନା ପ୍ରକାର କେଳେଙ୍କାରିରେ ସମ୍ପୃକ୍ତ ଥିବା ମଦର ଟେରେସା ଶେଷରେ ନୋବେଲ ପୁରଷ୍କାର ପାଇଗଲେ ସେବା କରୁଛନ୍ତି ବୋଲି ପ୍ରଚାର କରାଇ । ଭାରତକୁ ସବୁବେଳେ ଭୋକିଲାଙ୍କର ଦେଶ ବୋଲି ବିଦେଶରେ ଦେଖାଇ କୋଟି କୋଟି ଟଙ୍କା ରୋଜଗାର କରୁଥିଲେ ସେହି ମହାନ କରିତକର୍ମା । କିନ୍ତୁ ସେହି ଅର୍ଥରେ ନିହେ ଅୟସ ଆରାମରେ ରହିବା ସହିତ ଅର୍ଥକୁ ଧର୍ମାନ୍ତିକରଣ କାମରେ ଲଗାଉଥିଲେ ।

ବିଶପ ଭେଦକମ ସାମୁଏଲ ଆଜିରାହ – ସେହି ବିଶପ ଯିଏ ନିଜର ୪୦ ବର୍ଷର ମିଶନାରି କାମରେ ୫ ଲକ୍ଷ ହିନ୍ଦୁମାନଙ୍କୁ ଧର୍ମାନ୍ତିକରଣ କରିଥିଲେ । ମହାତ୍ମା ଗାନ୍ଧୀଙ୍କ ଭାଷାରେ ବିଶପ ଭେଦକମ ହେଉଛନ୍ତି ଦେଶର ଶତ୍ରୁ ନମ୍ବର ଓାନ । ଚାଉଳ ବସ୍ତା ରିଲିଫ ଦେଇ ଧର୍ମାନ୍ତିରକଣ କରିବାର ଯେଉଁ ମଡେଲ ଭାରତରେ ବହୁ ପ୍ରଚଳିତ ତାହା ବିଶପ ଭେଦକମ ଆରମ୍ଭ କରିଥିଲେ । ସେ କେବଳ ଭାରତ ନୁହେଁ ଶ୍ରୀଲଙ୍କାରେ ତାମିଲମାନଙ୍କୁ ମଧ୍ୟ ଧର୍ମାନ୍ତରିକରଣ କରାଇଥିଲେ ।

Author Image

Independence News

Recent Posts

The Independence:If-the-BJP-government-is-formed-in-Odisha-drinking-water-problem-will-be-solved-as-a-priority-Bhatrahari-Mahatab

ଓଡ଼ିଶାରେ ବିଜେପି ସରକାର ଗଠନ କଲେ ଅଗ୍ରାଧିକାର ଭିତିରେ ପାନୀୟ ଜଳ ସମସ୍ୟାର ସମାଧାନ କରାଯିବ: ଭତୃହରି ମହତାବ

The Independence:Odisha-Cow-Slaughtering

Odisha : ଗୋ ମାଂସ ବୋଝେଇ ଟ୍ରକ ଜବତ

The Independence:Jagannath-Temple-Odisha-Mumbai

ଓଡିଶା ବାହାରେ ମହାପ୍ରଭୁ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର

The Independence:Modi-Government-9-Years-Seva-Susasan-Garib-Kalyana

ନ’ ବର୍ଷର ସୁଶାସନ

The Independence:Rath-Yatra-2023-Lakhs-of-devotees-witness-Suna-Besha-of-Holy-Trinity-in-Puri

ଶ୍ରୀକ୍ଷେତ୍ରରେ ରଥାରୁଢ଼ ଶ୍ରୀଜୀଉଙ୍କ ସୁନାବେଶ, ମହଣ ମହଣ ସୁନା ଅଳଙ୍କାରରେ ସଜ୍ଜିତ ତିନି ଠାକୁର

The Independence:Puri-Ratha-Jatra-2023-Jay-Jagannath

ଶରଧାବାଲିରେ ଲାଗିଲା ତିନି ଠାକୁରଙ୍କ ତିନି ରଥ

The Independence:Ratha-Jatra-2023-ନୀଳାଦ୍ରିବିଜେରେ-ନୀଳକନ୍ଦରକୁ-ଫେରନ୍ତି-ନୀଳାଦ୍ରିନାଥ-ସରେ-ଜନ୍ମବେଦି-ଲୀଳା

Ratha Jatra 2023: ନୀଳାଦ୍ରିବିଜେରେ ନୀଳକନ୍ଦରକୁ ଫେରନ୍ତି ନୀଳାଦ୍ରିନାଥ; ସରେ ଜନ୍ମବେଦି ଲୀଳା

The Independence:Jagannath-Temple-Rath-Jatra

ଏକାବନ ଦିନରେ ଚଳଚଞ୍ଚଳ ରଥଖଳା

The Independence:ପ୍ରେମିକାକୁ-ଛୁରୀ-ଭୁଷିଲା-ପଥରରେ-ଛେଚି-ମୁହଁ-ନଷ୍ଟ-କଲା-ଜହ୍ଲାଦ-ପ୍ରେମିକ-ସାହିଲ-ଖାଁ

ପ୍ରେମିକାକୁ ଛୁରୀ ଭୁଷିଲା, ପଥରରେ ଛେଚି ମୁହଁ ନଷ୍ଟ କଲା ଜହ୍ଲାଦ ପ୍ରେମିକ ସାହିଲ ଖାଁ

The Independence:Land-Jihad-Dwarka

ଜମି ଜିହାଦର ଅନ୍ୟନାମ ଦ୍ୱାରକା

The Independence:Odisha-cant-make-progress-with-Shashikala-syndrome-Dharmendra

‘ଶଶୀକଳା ସିଣ୍ଡ୍ରୋମ’ କହିବାରୁ ସରକାରଙ୍କୁ ବାଧିଲା: ଧର୍ମେନ୍ଦ୍ର

The Independence:Land-Jihad-Love-Jihad-Jameen-Jihad-in-Odisha

ରାଜ୍ୟରେ ବଢ଼ୁଛି ଜିହାଦୀଙ୍କ ସଂଖ୍ୟା !

The Independence:The-Kerala-Story-Official-Trailer--Vipul-Amrutlal-Shah--Sudipto-Sen--Adah-Sharma--Aashin-A-Shah

The Kerala Story Official Trailer | Vipul Amrutlal Shah | Sudipto Sen | Adah Sharma | Aashin A Shah

The Independence:Guddu-Muslim-Odisha-Link-BJD

ଗୁଡ୍ଡୁ ମୁସଲମାନର ଖାସ୍, ବିଜେଡି ବିଧାୟକଙ୍କ ରାଇଟହାଣ୍ଡ

The Independence:important-files-of-the-jagannath-temple-administration-have-gone-missing

ଗାଏବ ହେଲା ଜଗନ୍ନାଥ ମନ୍ଦିର ପ୍ରଶାସନର ଗୁରୁତ୍ଵପୂର୍ଣ୍ଣ ଫାଇଲ

The Independence:Debacle-in-American-Banking-System

ଆମେରିକାର ବ୍ୟାଙ୍କିଂ ବ୍ୟବସ୍ଥାରେ ବିପର୍ଯ୍ୟୟ

The Independence:palghar-sadhu-lynching-case-to-be-investigated-by-cbi

ପାଲଘର ସାଧୁହତ୍ୟା ମାମଲାର ହେବ ସିବିଆଇ ତଦନ୍ତ

The Independence:Mix-Mandate-in-USA-Joe-Biden

ଆମେରିକାରେ ମିଶ୍ରିତ ଜନମତ

The Independence:Jayshankar-in-Fiji

ଫିଜିରେ ବିଜି ଜୟଶଙ୍କର

The Independence:Women-Freedom-Fighters-of-India-Name-List-and-Their-Roles

ଭାରତର ମହାନ ମହିଳା ସ୍ୱାଧୀନତା ସଂଗ୍ରାମୀମାନେ ଯାହାଙ୍କୁ ଇତିହାସକାରମାନେ ଭୁଲି ଯାଇଥିଲେ

The Independence:Dharmendra-Seeks-Centres-Intervention-For-Protection-Of-Archaeological-Assets-In-Odisha

ଓଡ଼ିଶାରେ ଅସୁରକ୍ଷିତ ଶିଶୁପାଳ ଗଡ଼ ଓ ଲଳିତଗିରି ପରି ଐତିହ୍ୟ କୀର୍ତ୍ତିରାଜି

The Independence:ଶ୍ରୀମନ୍ଦିରର-ପ୍ରସିଦ୍ଧ-ଦୋଳଯାତ୍ରା

ଶ୍ରୀମନ୍ଦିରର ପ୍ରସିଦ୍ଧ ଦୋଳଯାତ୍ରା

The Independence:Young-writer-Om-Priyadarshis-book-on-Paika-movement-released

ଉନ୍ମୋଚିତ ହେଲା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଚୟନିତ ଓମ୍ ପ୍ରିୟଦର୍ଶୀଙ୍କ ପୁସ୍ତକ "ପାଇକ: ଜନ, ଆଖ୍ୟାନ ଓ ଆନ୍ଦୋଳନ"

The Independence:Baijayanta-Panda-listens-Man-Ki-Baat-Programme-at-Bhawanipatna

ଭବାନୀପାଟଣା “ମନ୍‌ କି ବାତ୍‌” କାର୍ଯ୍ୟକ୍ରମରେ ବୈଜୟନ୍ତ ପଣ୍ଡା

The Independence:ଜର୍ଜ-ସୋରୋସଙ୍କ--ନେଟୱର୍କ-ଓ-କଣ୍ଢେଇ-ମାନଙ୍କୁ-ଚିହ୍ନଟ--ଜରୁରୀ

ଜର୍ଜ ସୋରୋସଙ୍କ ନେଟୱର୍କ ଓ କଣ୍ଢେଇ ମାନଙ୍କୁ ଚିହ୍ନଟ ଜରୁରୀ