The Independence:Mix-Mandate-in-USA-Joe-Biden

 ଆମେରିକାରେ ରାଷ୍ଟ୍ରପତି ଜୋ ବାଇଡେନ ଚାରିବର୍ଷ ପାଇଁ କ୍ଷମତାକୁ ଆସିଥିଲେ ହେଁ ମାତ୍ର ଦୁଇବର୍ଷ ମଧ୍ୟରେ  ଅପ୍ରିୟ ହୋଇଥିବା ଲକ୍ଷ୍ୟ କରାଯାଉଛି । କଂଗ୍ରେସ ପାଇଁ ଚାଲିଥିବା ମଧ୍ୟାବଧି ନିର୍ବାଚନ ବେଳେ ବୟସ୍କ ବାଇଡେନ ଉଭୟ ଦକ୍ଷତା ଏବଂ ବିଚାର ଦୃଷ୍ଟିରୁ ଦୁର୍ବଳ ଥିବା ସ୍ପଷ୍ଟ ହୋଇଥିଲା । ଏତେ କମ୍ ସମୟରେ ଲୋକଙ୍କ ନିକଟରେ ଅଲୋଡା ହେବା ଡେମୋକ୍ରାଟିକ ଦଳ ପାଇଁ ସମସ୍ୟା  ସୃଷ୍ଟି କରିଥିଲା । ବିରୋଧୀ ଦଳ ରିପବ୍ଲିକାନର ସମ୍ଭାବ୍ୟ ପ୍ରାର୍ଥୀ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଡେମୋକ୍ରାଟ ଦଳର ଏହି ଦୁର୍ବଳ ସ୍ଥିତିରୁ ଫାଇଦା ନେବାଲାଗି ପୂରାଦମରେ ଲାଗିପଡିଥିଲେ । ବଡ କଥା ହେଲା ବାଇଡେନ ନିଜ ଦଳ ଭିତରେ ସମାଲୋଚନାର ଶିକାର ହୋଇଥିଲେ । ଦଳର ବରିଷ୍ଠ ନେତ୍ରୀ ତୁଳସୀ ଗାବାର୍ଡ ବାଇଡେନଙ୍କୁ ଯୁଦ୍ଧଖୋର ରାକ୍ଷସ ଭାବେ ବର୍ଣ୍ଣନା କରି ତାଙ୍କର ଅନେକ ନୀତିକୁ ସମାଲୋଚନା କରି ଦଳରୁ ଇସ୍ତଫା ଦେଇଥିଲେ । କୋରୋନା ପରବ ର୍ୀ କାଳରେ ଆର୍ôଥକ ପରିଚାଳନାରେ ଅବ୍ୟବସ୍ଥା ଏବଂ ୟୁକ୍ରେନ -ରୁଷିଆ ଯୁଦ୍ଧରେ ଆମେରିକାର ଭୂମିକାକୁ କେନ୍ଦ୍ର କରି ସାରା ପୃଥିବୀରେ ଏକ ନକାରାତ୍ମକ ଛବି ସୃଷ୍ଟି ହୋଇଛି, ଯାହା ଆଗାମୀ ଦିନରେ ଆମେରିକାର ଅନେକ ସହଯୋଗୀ ରାଷ୍ଟ୍ରମାନଙ୍କୁ ଦୂରେଇ ନେବ ।

ସଂପ୍ରତି ଜାପାନ ଏହା ଅନୁଭବ କରି ନିଜର ପୂର୍ବନୀତି ବଦଳାଇ ଦ୍ୱିତୀୟ ବିଶ୍ୱଯୁଦ୍ଧ ପୂର୍ବସ୍ଥିତିକୁ ଫେରିବାକୁ ଇଛାକରି ସବ୍‌ମେରିନ୍ ନିର୍ମାଣ ପାଇଁ ଯେଜନା କରୁଛି । ଆମେରିକା ଉପରୁ ଜାପାନର ଭରସା ହ୍ରାସ ପାଉଛି । ରୁଷିଆକୁ ନିୟନ୍ତ୍ରଣରେ ରଖିବା ପାଇଁ ଆମେରିକା ଯେପରି ୟୁକ୍ରେନର ଗୋଟି ଚାଳନା କରିଥିଲା ତାହା ବୁମେରାଂ ସାବ୍ୟସ୍ତ ହୋଇଛି । ଆଗାମୀ ଆର୍ôଥକ ବର୍ଷରେ ଦେଶର ଅର୍ଥନୀତି ଆହୁରି ଅଧିକ ତଳକୁ ଖସିବାର ସଂକେତ ଏବେଠୁ ମିଳିସାରିଲାଣି । ବାଇଡେନ କ୍ଷମତାକୁ ଆସିବା ପରଠାରୁ ଅସ୍ଥିର ମନରେ ନୀତି ନିର୍ଦ୍ଧାରଣ କରିବା ଦେଖାଯାଉଛି । ସେ ଶାରୀରିକ ଦୃଷ୍ଟିରୁ ଯେପରି ଦୁର୍ବଳ ରହିଆସିଛନ୍ତି, ମାନସିକ ଦୃଷ୍ଟିରୁ ମଧ୍ୟ ସେହିପରି ଅସନ୍ତୁଳିତ ରହିଛନ୍ତି । ଏସବୁ ତାଙ୍କର କାର୍ଯ୍ୟକଳାପରୁ ସ୍ପଷ୍ଟ ବାରି ହୋଇପଡୁଛି । ନିର୍ବାଚନ ପ୍ରଚାର ବେଳେ ମ ରେ ତାଙ୍କ ଗୋଡ ଠିକଣା ଢଙ୍ଗରେ ନପଡିବା ଯୋଗୁ ଅନେକ ସ୍ଥାନରେ ଉପରାଷ୍ଟ୍ରପତି କମଳା ହାରିସ୍ ତାଙ୍କ ପାଖେ ପାଖେ ରହି ସାହାଯ୍ୟ କରିବା ଦେଖାଯାଇଥିଲା । ପୂର୍ବରୁ ବିମାନର ପାହାଚ ଉପରୁ ଓହ୍ଲାଇବା ବେଳେ ସେ ଖସିପଡିବା ସମସ୍ତେ ଦେଖିଛନ୍ତି । ଏବେ ଶାରୀରିକ ଦୃଷ୍ଟିରୁ ସେ ପୂର୍ଣ୍ଣ ସୁସ୍ଥ ନାହାନ୍ତି । ତେଣୁ ଭାଷଣ ଦେବା ସମୟରେ କଥାରେ ତାଳମେଳ ରହୁନଥିବା ପରିଲକ୍ଷିତ ହେଉଛି । ଯେମିତି ଆମେରିକାରେ ୫୪ଟି ରାଜ୍ୟଥିବା , କ୍ଷମତାକୁ ଆସିଲା ବେଳେ ଗ୍ୟାସ ଦର ପା ଡଲାର ଅଧିକ ଥିବା ବିଷୟ ସେ ଉଲ୍ଲେଖ କରିଥିଲେ । ୭ ନଭେମ୍ବର ଦିନ ନିର୍ବାଚନ ପ୍ରଚାର ବେଳେ ଫ୍ଲୋରିଡାର ନବନିର୍ବାଚିତ ଗଭର୍ଣ୍ଣର ଏବଂ ରିପବ୍ଲିକାନ ନେତା ରନ୍ ଡେସା ିସ୍ ବାଇଡେନଙ୍କୁ ସମାଲୋଚନା କରିଥିଲେ । ବାରମ୍ବାର ସେ ମିଛ କହୁଥିବା ଅଭିଯୋଗ ଆଣିଥିଲେ ।

ହାଉସ ଅଫ୍ ରିପ୍ରେଜେ ଟିଭର ୪୩୫ ଆସନ ସହ ସିନେଟର ୧୦୦ରୁ ୩୫ ଆସନ ପାଇଁ ମଧ୍ୟାବଧି ନିର୍ବାଚନ ହୋଇଥିଲା । ଗତ ଦୁଇବର୍ଷ ଧରି ଉଭୟ ସଂସଦରେ ଡେମୋକ୍ରାଟ ଦଳ ସଂଖ୍ୟାଗରିଷ୍ଠ ସ୍ଥିତିରେ ରହିଆସିଥିଲା । ତେଣୁ ଆଇନପାସ୍ କରିବା ପାଇଁ ବାଇଡେନ କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ହୋଇନାହାନ୍ତି ।  ଏବେ କିନ୍ତୁ ନିର୍ବାଚନ ପରେ ସ୍ଥିତି ବଦଳିବା ସ୍ପଷ୍ଟ ହୋଇଗଲାଣି । ଆମେରିକାର ମିଡିଆ ଲୋକେ ଡୋନାଲ୍‌ଡ ଟ୍ରମ୍ପ ପୁନର୍ବାର ସମସ୍ତଙ୍କୁ ଚକିତ କରିଦେବେ ବୋଲି ଆକଳନ କରିବସିଥିଲେ,  ଯାହା ନିର୍ବାଚନ ପରେ ବଦଳିଯାଇଛି ।  ସର୍ଭେରୁ ଜଣାପଡିଛି ଯେ ଭୋଟରମାନେ ରିପବ୍ଲିକାନ ଦଳକୁ ସମର୍ଥନ ଦେବାକୁ ରାଜିଥିଲେ ମଧ୍ୟ ଯୁବ ଭୋଟରମାନେ ଡୋନାଲଡ୍‌ଙ୍କ ଟ୍ରମ୍ପଙ୍କ  ହାମ୍‌ବଡା ନୀତିକୁ ଆଦୌ ପସନ୍ଦ ନକରି ଡେମୋକ୍ରାଟ ଦଳକୁ ଭୋଟ ଦେବା ଯୋଗୁଁ ହିସାବ ବଦଳିଯାଇଛି । ଏପରିକି ରିପବ୍ଲିକାନ ଦଳର ରାଜ୍ୟ ଗଭର୍ଣ୍ଣର ନିର୍ବାଚିତ ହେଲାବେଳେ ସିନେଟ ପାଇଁ ସେଠାରେ ଡେମୋକ୍ରାଟ ଦଳକୁ ଲୋକେ ଭୋଟ ଦେବା ଏହାର ପ୍ରମାଣ । ଏଥିରୁ ଯେଉଁ ସୂଚନା ମିଳୁଛି ଯେ ଆଗାମୀ ଦିନରେ ଦଳ  ପ୍ରାର୍ଥୀ ବଦଳାଇବା ନିଶ୍ଚିତ । କାରଣ ଟ୍ରମ୍ପଙ୍କ ନେତୃତ୍ୱକୁ ସବୁ ଲୋକେ ପସନ୍ଦ କରିବା ସହଜ ହେଉନାହିଁ ।

ତେଣୁ ଡେସା ିସଙ୍କ ସପକ୍ଷରେ ମତ ଉଠିଲାଣି । ଏବେ ଡେସା ିସ ଗଭର୍ଣ୍ଣର ଭାବେ ବିଜୟୀ ହୋଇଛନ୍ତି । ଟ୍ରମ୍ପଙ୍କ ତୁଳନାରେ ସେ ଅଧିକ ସକ୍ରୀୟ , ସ୍ୱଚ୍ଛ ଏବଂ ଯୁବନେତା ହୋଇଥିବାରୁ ତାଙ୍କ ସମର୍ଥନ ଦଳ ଭିତରେ ବଢିବାରେ ଲାଗିଛି । ରିପବ୍ଲିକାନଙ୍କ ଭୋଟ ନିୟନ୍ତ୍ରଣ କରିବାକୁ ଉଦ୍ୟମକରି ବାଇଡେନ ସଫଳ ହୋଇଛନ୍ତି । ୯ ନଭେମ୍ବର ୨୦୨୨ରେ ହୋଇଥିବା ମଧ୍ୟାବଧି ନିର୍ବାଚନର ସମସ୍ତ ଫଳାଫଳ ଏପର୍ଯ୍ୟନ୍ତ ପ୍ରକାଶ ପାଇନାହିଁ । କାଗଜ ଭୋଟ ଦେବାର ବ୍ୟବସ୍ଥା ଏ ପର୍ଯ୍ୟନ୍ତ  ଆମେରିକାରେ ଜାରିଥିବା ଯୋଗୁ ଭୋଟଗଣନା ବିଳମ୍ବିତ ହୋଇଛି ।  ମାତ୍ର ୪୦ କୋଟି ଜନସଂଖ୍ୟା ବିଶିଷ୍ଟ ଆମେରିକାର ନିର୍ବାଚନ ଫଳାଫଳ ଗୋଟିଏ ସପ୍ତାହ ପରେ ମଧ୍ୟ ପ୍ରକାଶ ପାଇବା ସମ୍ଭବପର ହୋଇନାହିଁ । ଏହାକୁ କିଛି ବ୍ୟକ୍ତି ସମର୍ଥନ କରୁଥିଲେ ମଧ୍ୟ ଏହା ଆମେରିକାର ବ୍ୟବସ୍ଥାଗତ ଦୁର୍ବଳତାକୁ ସୂଚାଇ ଦେଉଛି । ନିର୍ବାଚନରେ ଆଶାତୀତ ସଫଳତା ପାଇନଥିଲେ ମଧ୍ୟ ଟ୍ରମ୍ପ ଡେମୋକ୍ରାଟକୁ ଆକ୍ରମଣ କରିବା ଜାରି ରଖିଛନ୍ତି । ଆମେରିକାକୁ ଏକ ବିଫଳ ରାଷ୍ଟ୍ରସ୍ତରକୁ ଆଣିବା ପାଇଁ ବାଇଡେନଙ୍କ ଦୁର୍ବଳ ନେତୃତ୍ୱ ହିଁ ଦାୟୀ ବୋଲି କହି ସେ ପ୍ରଚାର ଚଳାଇଛନ୍ତି । ୟୁକ୍ରେନ ଦ୍ୱନ୍ଦ୍ୱରେ ଅସ୍ତ୍ର ଯୋଗାଣ କରି ଆମେରିକା ଦେବାଳିଆ ହୋଇଯିବ ବୋଲି ସେ କହି ବୁଲୁଛନ୍ତି ।

ଏପରିକି ନିକଟରେ ହୋଇଥିବା ନିର୍ବାଚନରେ ଜାଲିଆତି ହୋଇଥିବାର ସେ ଅଭିଯୋଗ କରିଛନ୍ତି । କାରଣ ସାଧାରଣରେ ରିପବ୍ଲିକାନର ଲୋକପ୍ରିୟତା ସେ ୍ୱ ମତଦାନରେ ଦଳ ପଛରେ ରହିବାକୁ ସହଜରେ ସେ ବିଶ୍ୱାସ କରିପାରୁନାହାନ୍ତି । ନେଭାଡା ପରି ରାଜ୍ୟରେ ଦଳର ପରାଜୟ ତାଙ୍କୁ ବିସ୍ମିତ କରିଛି । ସିନେଟର ୩୫ଟି ଆସନ ପାଇଁ ହୋଇଥିବା ନିର୍ବାଚନରେ ଶାସକ ଦଳ ଗୋଟିଏ ଆସନ ରିପବ୍ଲିକାନ ହାତରୁ ଛଡାଇ ନେଇଛି । ନିର୍ବାଚନ ହୋଇଥିବା ସିନେଟର ୩୫ଟି ଆସନ ମଧ୍ୟରୁ ୧୪ଟି ଡେମୋକ୍ରାଟ ଏବଂ ୨୧ଟି ରିପବ୍ଲିକାନ ଦଳର ହାତରେ ରହିଥିଲା । ଏବେ ୫୦ଟି ଆସନ ଲାଭ କରି ଡେମୋକ୍ରାଟ ନିଜ ସ୍ଥିତି ସୁଧାରିଛି । ଫଳରେ ଡେମୋକ୍ରାଟଙ୍କ ନିୟନ୍ତ୍ରଣକୁ ସିନେଟ ଆସିଛି ।  ରିପବ୍ଲିକାନ ୪୯ ଆସନରେ ସୀମିତ ଥିଲାବେଳେ ଗୋଟିଏ ଆସନ କମଳା ହାରିସଙ୍କ ରହିଛି । ସେ ଉପରାଷ୍ଟ୍ରପତି ରହିବା ସହ ଆବଶ୍ୟକ ସ୍ଥଳେ ଭୋଟ ଦେବେ । ତେଣୁ ସଦନରେ ମୋଟ ୧୦୦ ସିନେଟ ଆସନରୁ ଡେମୋକ୍ରାଟ ହାତରେ ୫୧ ଏବଂ ରିପବ୍ଲିକାନ ହାତରେ ୪୯ ଆସନ ରହିଛି । କିନ୍ତୁ ହାଉସ୍ ଅଫ୍ ରିପ୍ରେଜେେ ଟିଭ୍‌ରେ ରିପବ୍ଲିକାନ ଦଳ ଆଗରେ  ରହିଛି । ଟ୍ରମ୍ପଙ୍କ ନିକଟତମ ନେତ୍ରୀ ଏବଂ ମିଡିଆ କର୍ମୀ କାରୀ ଲେକ୍ ଆରିଜୋନା ଗଭର୍ଣ୍ଣର  ପଦବୀ ନିର୍ବାଚନରେ ଡେମୋକ୍ରାଟ ଦଳର କାଟୀ ହବ୍ସଙ୍କ ଠାରୁ ପରାଜିତ ହୋଇଛନ୍ତି । ଆମେରିକାର ନିର୍ବାଚନର ପରମ୍ପରାରେ ଦେଖାଯାଇଛି ଯେ ଶାସକଦଳ ସବୁବେଳେ ମଧ୍ୟାବଧି ନିର୍ବାଚନରେ ଆସନ ହରାଇଥାଏ । କିନ୍ତୁ ଚଳିତବର୍ଷର ନିର୍ବାଚନ ସେହି ପରମ୍ପରାକୁ ଭାଙ୍ଗିବାକୁ ସକ୍ଷମ ହୋଇଛି ।

ଗତ ୫୦ ବର୍ଷ ଧରି ଏହି ଧାରା ଚାଲି ଆସିଥିଲା । ଏ ପ୍ରକାର ଫଳାଫଳକୁ ଲକ୍ଷ୍ୟ କରି ଆରିଜୋନାର ରିପବ୍ଲିିକାନ ପ୍ରତିନିଧି ଏବଂ ଟ୍ରମ୍ପଙ୍କ ସମର୍ଥକ ମୋ ବ୍ରୁକ୍ସ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ଯଦି ଦଳ ପୂର୍ବତନ ରାଷ୍ଟ୍ରପତିଙ୍କୁ ୨୦୨୪ ପାଇଁ ପୁନର୍ବାର ପ୍ରାର୍ଥୀ କରେ ତେବେ ତାହା ଭୁଲ ହେବ । ହେଲେ ନିର୍ବାଚନ ଫଳାଫଳକୁ ଗୁରୁତ୍ୱ ନଦେଇ ଟ୍ରମ୍ପ ୨୦୨୪ରେ ରାଷ୍ଟ୍ରପତି ପ୍ରାର୍ଥୀ ହେବେ ବୋଲି ଘୋଷଣା କରିସାରିଲେଣି । ଟ୍ରମ୍ପ ତାଙ୍କର ବାସସ୍ଥାନ ମାର-ଇ-ଲାଗୋ ଇଷ୍ଟେଟରୁ ଗଣମାଧ୍ୟମକୁ କହିବାକୁ ଯାଇ ଏହା ପ୍ରକାଶ କରିଛନ୍ତି । ପ୍ରତିନିଧି ସଭା ପାଇଁ ରିପବ୍ଲିକାନ ପକ୍ଷରୁ ବାଚସ୍ପତି ପଦପାଇଁ କେଭିନ ମାକ୍‌କାର୍ଥୀଙ୍କୁ ପ୍ରାର୍ଥୀ କରାଯିବ ବୋଲି ଜଣାପଡିଛି । ସେପଟେ ସିନେଟରେ ରିପବ୍ଲିକାନ ନେତା ପାଇଁ ରିକ୍ ସ୍କଟ ପ୍ରାର୍ଥୀ ହେବେ ବୋଲି ନିଜ ଆଡୁ କହିସାରିଲେଣି । ତା’ହେଲେ ତାଙ୍କୁ ରିଚ୍ ମାକ୍‌କନେଲଙ୍କ ସହ ଲଢିବାକୁ ହେବ ।

ଆମେରିକାର ସିନେଟରେ ଶାସକଦଳ ଡେମୋକ୍ରାଟର ବହୁମତ ବଳବ ର ରହୁଥିଲା ବେଳେ ନିର୍ବାଚନ ପରେ ପ୍ରତିନିଧି ସଭାରେ ରିପବ୍ଲିକାନ ଦଳ ସପକ୍ଷରେ ବହୁମତ ରହିବ ବୋଲି ଜଣାପଡିଛି । ଫଳାଫଳର ଧାରାରୁ  ଯାହା ଜଣାପଡିଛି  ମୋଟ ୪୩୫ ଆସନରୁ ୨୧୭ ଆସନ ଟ୍ରମ୍ପଙ୍କ ଦଳ ପାଇଥିଲା ବେଳେ ଡେମୋକ୍ରାଟ ଦଳ ୨୦୯ ଆସନ ପାଇଛି । ସଂସଦରେ ବହୁମତ ପାଇଁ ୨୧୮ ଆସନ ଆବଶ୍ୟକ ଯାହା ରିପବ୍ଲିକାନ ଦଳ ହାସଲ କରିପାରେ । ଏଭଳି ଭିନ୍ନ ଜନମତ ଅଗାମୀ ଦିନରେ ରାଷ୍ଟ୍ରପତିଙ୍କ ପ୍ରାର୍ଥୀତ୍ୱକୁ ପ୍ରଭାବିତ କରିପାରେ । ଆମେରିକାର ଏହି ଦୁଇ ପ୍ରତିଦ୍ୱନ୍ଦ୍ୱୀ ଦଳ ଫଳାଫଳ ପ୍ରକାଶ ପରେ ଆତ୍ମସମୀକ୍ଷା କରିବେ ନିଶ୍ଚୟ । କିନ୍ତୁ ବ ର୍ମାନର ପରିସ୍ଥିତିରେ ଆମେରିକାର ଭୋଟରମାନେ ଦ୍ୱନ୍ଦ୍ୱରେ ରହିଥିବା ସ୍ପଷ୍ଟ ଜଣାପଡୁଛି ।

Author Image

Soumendra Jena

Recent Posts

The Independence:Odisha-Cow-Slaughtering

Odisha : ଗୋ ମାଂସ ବୋଝେଇ ଟ୍ରକ ଜବତ

The Independence:Jagannath-Temple-Odisha-Mumbai

ଓଡିଶା ବାହାରେ ମହାପ୍ରଭୁ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର

The Independence:Modi-Government-9-Years-Seva-Susasan-Garib-Kalyana

ନ’ ବର୍ଷର ସୁଶାସନ

The Independence:Rath-Yatra-2023-Lakhs-of-devotees-witness-Suna-Besha-of-Holy-Trinity-in-Puri

ଶ୍ରୀକ୍ଷେତ୍ରରେ ରଥାରୁଢ଼ ଶ୍ରୀଜୀଉଙ୍କ ସୁନାବେଶ, ମହଣ ମହଣ ସୁନା ଅଳଙ୍କାରରେ ସଜ୍ଜିତ ତିନି ଠାକୁର

The Independence:Puri-Ratha-Jatra-2023-Jay-Jagannath

ଶରଧାବାଲିରେ ଲାଗିଲା ତିନି ଠାକୁରଙ୍କ ତିନି ରଥ

The Independence:Ratha-Jatra-2023-ନୀଳାଦ୍ରିବିଜେରେ-ନୀଳକନ୍ଦରକୁ-ଫେରନ୍ତି-ନୀଳାଦ୍ରିନାଥ-ସରେ-ଜନ୍ମବେଦି-ଲୀଳା

Ratha Jatra 2023: ନୀଳାଦ୍ରିବିଜେରେ ନୀଳକନ୍ଦରକୁ ଫେରନ୍ତି ନୀଳାଦ୍ରିନାଥ; ସରେ ଜନ୍ମବେଦି ଲୀଳା

The Independence:Jagannath-Temple-Rath-Jatra

ଏକାବନ ଦିନରେ ଚଳଚଞ୍ଚଳ ରଥଖଳା

The Independence:ପ୍ରେମିକାକୁ-ଛୁରୀ-ଭୁଷିଲା-ପଥରରେ-ଛେଚି-ମୁହଁ-ନଷ୍ଟ-କଲା-ଜହ୍ଲାଦ-ପ୍ରେମିକ-ସାହିଲ-ଖାଁ

ପ୍ରେମିକାକୁ ଛୁରୀ ଭୁଷିଲା, ପଥରରେ ଛେଚି ମୁହଁ ନଷ୍ଟ କଲା ଜହ୍ଲାଦ ପ୍ରେମିକ ସାହିଲ ଖାଁ

The Independence:Land-Jihad-Dwarka

ଜମି ଜିହାଦର ଅନ୍ୟନାମ ଦ୍ୱାରକା

The Independence:Odisha-cant-make-progress-with-Shashikala-syndrome-Dharmendra

‘ଶଶୀକଳା ସିଣ୍ଡ୍ରୋମ’ କହିବାରୁ ସରକାରଙ୍କୁ ବାଧିଲା: ଧର୍ମେନ୍ଦ୍ର

The Independence:Land-Jihad-Love-Jihad-Jameen-Jihad-in-Odisha

ରାଜ୍ୟରେ ବଢ଼ୁଛି ଜିହାଦୀଙ୍କ ସଂଖ୍ୟା !

The Independence:The-Kerala-Story-Official-Trailer--Vipul-Amrutlal-Shah--Sudipto-Sen--Adah-Sharma--Aashin-A-Shah

The Kerala Story Official Trailer | Vipul Amrutlal Shah | Sudipto Sen | Adah Sharma | Aashin A Shah

The Independence:Guddu-Muslim-Odisha-Link-BJD

ଗୁଡ୍ଡୁ ମୁସଲମାନର ଖାସ୍, ବିଜେଡି ବିଧାୟକଙ୍କ ରାଇଟହାଣ୍ଡ

The Independence:important-files-of-the-jagannath-temple-administration-have-gone-missing

ଗାଏବ ହେଲା ଜଗନ୍ନାଥ ମନ୍ଦିର ପ୍ରଶାସନର ଗୁରୁତ୍ଵପୂର୍ଣ୍ଣ ଫାଇଲ

The Independence:Debacle-in-American-Banking-System

ଆମେରିକାର ବ୍ୟାଙ୍କିଂ ବ୍ୟବସ୍ଥାରେ ବିପର୍ଯ୍ୟୟ

The Independence:palghar-sadhu-lynching-case-to-be-investigated-by-cbi

ପାଲଘର ସାଧୁହତ୍ୟା ମାମଲାର ହେବ ସିବିଆଇ ତଦନ୍ତ

The Independence:Mix-Mandate-in-USA-Joe-Biden

ଆମେରିକାରେ ମିଶ୍ରିତ ଜନମତ

The Independence:Jayshankar-in-Fiji

ଫିଜିରେ ବିଜି ଜୟଶଙ୍କର

The Independence:Women-Freedom-Fighters-of-India-Name-List-and-Their-Roles

ଭାରତର ମହାନ ମହିଳା ସ୍ୱାଧୀନତା ସଂଗ୍ରାମୀମାନେ ଯାହାଙ୍କୁ ଇତିହାସକାରମାନେ ଭୁଲି ଯାଇଥିଲେ

The Independence:Dharmendra-Seeks-Centres-Intervention-For-Protection-Of-Archaeological-Assets-In-Odisha

ଓଡ଼ିଶାରେ ଅସୁରକ୍ଷିତ ଶିଶୁପାଳ ଗଡ଼ ଓ ଲଳିତଗିରି ପରି ଐତିହ୍ୟ କୀର୍ତ୍ତିରାଜି

The Independence:ଶ୍ରୀମନ୍ଦିରର-ପ୍ରସିଦ୍ଧ-ଦୋଳଯାତ୍ରା

ଶ୍ରୀମନ୍ଦିରର ପ୍ରସିଦ୍ଧ ଦୋଳଯାତ୍ରା

The Independence:Young-writer-Om-Priyadarshis-book-on-Paika-movement-released

ଉନ୍ମୋଚିତ ହେଲା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଚୟନିତ ଓମ୍ ପ୍ରିୟଦର୍ଶୀଙ୍କ ପୁସ୍ତକ "ପାଇକ: ଜନ, ଆଖ୍ୟାନ ଓ ଆନ୍ଦୋଳନ"

The Independence:Baijayanta-Panda-listens-Man-Ki-Baat-Programme-at-Bhawanipatna

ଭବାନୀପାଟଣା “ମନ୍‌ କି ବାତ୍‌” କାର୍ଯ୍ୟକ୍ରମରେ ବୈଜୟନ୍ତ ପଣ୍ଡା

The Independence:ଜର୍ଜ-ସୋରୋସଙ୍କ--ନେଟୱର୍କ-ଓ-କଣ୍ଢେଇ-ମାନଙ୍କୁ-ଚିହ୍ନଟ--ଜରୁରୀ

ଜର୍ଜ ସୋରୋସଙ୍କ ନେଟୱର୍କ ଓ କଣ୍ଢେଇ ମାନଙ୍କୁ ଚିହ୍ନଟ ଜରୁରୀ

The Independence:China-Baloon-Spy-in-India

କ୍ଷେପଣାସ୍ତ୍ରଧାରୀ ବେଲୁନ ପାଇଁ ଚିନ୍ତା