The Independence:Modi-Tops-Global-Leader-World-Ranking

 ସୌମେନ୍ଦ୍ର ଜେନା

ପ୍ରତିବର୍ଷ ବିଶ୍ୱର ଲୋକପ୍ରିୟ ନେତୃତ୍ୱ ତାଲିକା ପ୍ରସ୍ତୁତ କରୁଥିବା ଏକ ସଂସ୍ଥା ଦି ମର୍ଣ୍ଣିଂ କନ୍‌ସଲ୍‌ଟ ପକ୍ଷରୁ ଅଗଷ୍ଟ ୧୭-୨୩, ୨୦୨୨ ମଧ୍ୟରେ ଯେଉଁ ବିଶ୍ୱବ୍ୟାପି ଜନସର୍ବେକ୍ଷଣ କରାଯାଇଥିଲା ସେଥିରେ କ୍ରମାଗତ ଭାବେ ନରେନ୍ଦ୍ର ମୋଦି ତୃତୀୟ ବର୍ଷ ପାଇଁ ଶୀର୍ଷସ୍ଥାନ ଦଖଲ କରିଛନ୍ତି । ପ୍ରତ୍ୟେକ ନେତାଙ୍କୁ ବିଶ୍ୱ ଲୋକେ କରିଥିବା ପସନ୍ଦ ଅନୁଯାୟୀ ଏହି ତାଲିକା ପ୍ରସ୍ତୁତ କରାଯାଇଥାଏ । ଏହି ସଂସ୍ଥା ପ୍ରତିଦିନ ୨୦୦୦୦ ସାକ୍ଷାତକାର ଆୟୋଜିତ କରିଥାଏ । ଆମେରିକାର ପ୍ରାୟ ୪୫୦୦୦ ଲୋକଙ୍କୁ ସେମାନଙ୍କ ପସନ୍ଦର ନେତାଙ୍କ ନାମ ପଚରାଯାଇଥିଲା । ଅନ୍ୟ ଦେଶରେ ଏହି ସଂଖ୍ୟା ୫୦୦ରୁ ୫୦୦୦ ରହିଥିଲା । ଏହିସବୁ ସର୍ବେକ୍ଷଣର ସାକ୍ଷାତକାର ଅନ୍‌ଲାଇନ ମାଧ୍ୟମରେ ହୋଇଥିଲା । ପୂର୍ବରୁ କୋରୋନାର ଦ୍ୱିତୀୟ ଲହର ଚାଲିଥିବା ସମୟରେ ମଧ୍ୟ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ଶୀର୍ଷରେ ରହିଥିଲା । ମହାମାରୀକୁ ସାମ୍‌ନା କରିବା ପାଇଁ ହୋଇଥିବା ବ୍ୟବସ୍ଥାକୁ ଲୋକେ ସମାଲୋଚନା କଲେ ମଧ୍ୟ ମୋଦିଙ୍କ ଦୃଢ ନେତୃତ୍ୱକୁ ସମର୍ଥନ କରିଥିଲେ । ଏପ୍ରିଲ ୨୦୨୦ରେ ମୋଦିଙ୍କ ଲୋକପ୍ରିୟତା  ହାର  ୮୩ ପ୍ରତିଶତ ରହିଥିଲା ।  ପରେ ଦ୍ୱିତୀୟ ଲହର କୋରୋନା କାଳରେ ତାହା ୬୩ ପ୍ରତିଶତ ଥିଲେ ମଧ୍ୟ ସେ ତାଲିକାର ଶୀର୍ଷନେତା ଥିଲେ । ଏବେ ପୂର୍ବାପେକ୍ଷା ମୋଦିଙ୍କ ଲୋକପ୍ରିୟତା ପୁଣି ବଢିବାରେ ଲାଗିଛି । ଚଳିତବର୍ଷ ଅଗଷ୍ଟ ମାସରେ ତାଙ୍କର ସ୍ଥାନ ୭୫ ପ୍ରତିଶତ ସହ ଶୀର୍ଷରେ ରହିଛି । ଭାରତର ୭୨ ପ୍ରତିଶତ ଲୋକେ ଦେଶକୁ ଠିକଣା ବାଟରେ ମୋଦି ନେଉଥିବା ସ୍ୱୀକାର କରିଛନ୍ତି । ନଭେମ୍ବର ୨୦୨୧ରେ ହୋଇଥିବା ସର୍ଭେରେ ମଧ୍ୟ ମୋଦି ୭୦ ପ୍ରତିଶତ  ରେଟିଂ ସହ ଆଗରେ ରହିଥିଲେ । ସେମିତି ଜାନୁଆରୀ ୨୦୨୨ରେ ମୋଦିଙ୍କ ରେଟିଂ ୭୧ ପ୍ରତିଶତ ହୋଇଥିଲା ।

ସଂପ୍ରତି ପ୍ରକାଶିତ ନୂଆ ତାଲିକାରେ ଲୋକପ୍ରିୟତା ଶୀର୍ଷରେ ରହିଥିବା ବିଶ୍ୱର ୧୧ ନେତୃବୃନ୍ଦ ହେଲେ (ପ୍ରତିଶତ ହିସାବରେ) ନରେନ୍ଦ୍ର ମୋଦି ୭୫%, ଲୋପେଜ ଓବ୍ରାଡୋର (ମେକ୍‌ସିକୋ) ୬୩%,ଏନ୍ଥୋନୀ ଅଲବେନେସ (ଅଷ୍ଟେଲିଆ) ୫୮%, ମାରିୟୋ ଦ୍ରାଗି (ଇଟାଲି) ୫୪%, ଇଗ୍ନାଜିଓ କୈସିସ (ସ୍ୱିଜରଲାଣ୍ଡ) ୫୨%, ମାଗ୍‌ଡେଲିନା ଏଣ୍ଡରସନ (ସ୍ୱିଡେନ) ୫୦%,ଆଲେକଜାଣ୍ଡାର ଡି.କ୍ରୁ (ବେଲଜିୟମ୍‌) ୪୩%, ଜାୟେର ବୋଲସେନାରୋ (ବ୍ରାଜିଲ) ୪୨%, ଫୁମିଓ କିସିଡା (ଜାପାନ) ୩୮%, ମାଇକେଲ ମାର୍ଟିନ (ଆୟର୍ଲାଣ୍ଡ) ୩୯%, ଜୋ ବାଇଡେନ (ଆମେରିକା) ୪୧% । ସେମିତି ପରବର୍ତ୍ତୀ ୧୧ଜଣ ନେତା ଯେଉଁମାନେ ପ୍ରସିଦ୍ଧ ହେଲେ ମଧ୍ୟ ଲୋକପ୍ରିୟତାରେ ତଳେ ରହିଛନ୍ତି ସେମାନେ ହେଲେ ଜଷ୍ଟିନ ଟ୍ରୁଡୋ (କାନାଡା) ୩୯%, ଇମାନୁଏଲ ମାକ୍ରୋନ (ଫ୍ରାନ୍ସ) ୩୪%, ପେଡ୍ରୋ ସାଞ୍ଜେଜ୍ (ସ୍ପେନ) ୩୪%, ଜୋନାସ ଗହରଷ୍ଟୋର (ନରୱେ) ୩୦%, ଓଲାଫ ସ୍କଲଜ୍ (ଜର୍ମାନୀ) ୩୦%, କାର୍ଲ ନେହମର (ଅଷ୍ଟ୍ରିଆ) ୨୮%, ମାଟୁସଜ ମୋରାବିଏକୀ (ପୋଲାଣ୍ଡ) ୨୬%, ମାର୍କରୁଟ (ନେଦରଲାଣ୍ଡ) ୨୭%, ବୋରିସ ଜନ୍‌ସନ୍ (ବ୍ରିଟେନ) ୨୫%, ପେଟ୍ରେ ଫିୟାଲା (ଚେକ୍ ଗଣରାଜ୍ୟ) ୨୨%, ୟୁସୋକ- ୟୁନ (ଦକ୍ଷିଣ କୋରିଆ) ୨୧% । ନରେନ୍ଦ୍ର ମୋଦିଙ୍କ ଏହି ଅନନ୍ୟ ସଫଳତା ସହଜରେ ମିଳିନାହିଁ । ପ୍ରଧାନମନ୍ତ୍ରୀ ଭାବେ ୮ବର୍ଷ କାଳ ଛୁଟି ନନେଇ କାର‌୍ୟ୍ୟକରିବା, ସବୁଦିନେ ନୂଆ ନୂଆ କଥା କହିବା, ସାଧାରଣ ଜନତାଙ୍କ ସହ ମନ୍‌କୀ ବାତ୍ କାର‌୍ୟ୍ୟକ୍ରମରେ ଯୋଡିହେବା, କୌଣସି ପ୍ରକାର ଦୁର୍ନୀତିକୁ ପ୍ରଶ୍ରୟ ନଦେବା, ଗରିବଙ୍କ ପାଇଁ ଅଧିକ ଯୋଜନା କରିବା, ଗ୍ରାମାଞ୍ଚଳକୁ ଦେଶର ବିକାଶଧାରାରେ ଯୋଡିବା, ଶହଶହ ପୁରୁଣା ଆଇନକୁ ହଟାଇବା, ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆୟୁଷ୍ମାନ ପରି ଯୋଜନା ମାଧ୍ୟମରେ ଦେଶବାସୀଙ୍କ ଚିକିତ୍ସାରେ ସାହାଯ୍ୟ କରିବା, ବୈଦେଶିକ ବ୍ୟାପାର ଏବଂ ପ୍ରତିରକ୍ଷା କ୍ଷେତ୍ରରେ ରାଷ୍ଟ୍ରହିତକୁ ଗୁରୁତ୍ୱ ଦେବା  ବଡ ବିଷୟ ହୋଇଛି ।

ଦେଶରୁ ଦାରିଦ୍ର‌୍ୟ ଦୂରୀକରଣ ଏବଂ ଅଭାବୀ ମଣିଷଙ୍କ ଆରô୍ଥକ ବିକାଶ ନିମନ୍ତେ ମୋଦିଙ୍କ ଯୋଜନା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନଯୋଜନା ମାଧ୍ୟମରେ ୮୦ କୋଟି ଲୋକ ଉପକୃତ ହୋଇଛନ୍ତି । ସ୍ୱ୍‌ଚ୍ଛ ପାନୀୟଜଳ ସଂଯୋଗ ୬.୨୯ କୋଟି ପରିବାରକୁ ଜଳଜୀବନ ମିଶନ ଦ୍ୱାରା ମିଳିଛି । ଦେଶରେ ୩ କୋଟିରୁ ଅଧିକ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଘର ମିଳିଛି । ସ୍ୱଚ୍ଛ ଭାରତ ଯୋଜନାରେ ୧୧.୫ କୋଟି ପାଇଖାନା ଗତ ୮ବର୍ଷ ମଧ୍ୟରେ ନିର୍ମିତ ହୋଇଛି । ସଡକ କଡ ବିକ୍ରେତାମାନଙ୍କ ମଧ୍ୟରୁ ୩୧.୯ ଲକ୍ଷ ସ୍ୱନିଧି ଯୋଜନାରେ ଉପକୃତ ହୋଇଛନ୍ତି । ମୁଦ୍ରା ଯୋଜନାରେ ୩୫କୋଟି ଛୋଟ ଉଦ୍ୟମୀଙ୍କୁ ଆରô୍ଥକ ସହାୟତା ମିଳିଛି ।  କୋରୋନା କାଳରେ ୨୦କୋଟି ଲୋକଙ୍କ ଜମାଖାତାକୁ ଆରô୍ଥକ ସହାୟତା ପ୍ରଦାନ କରାଯାଇଛି । ଷ୍ଟାଣ୍ଡ ଅଫ୍ ଇଣ୍ଡିଆ ଯୋଜନାରେ ଅନୁସୂଚିତ ଜାତି ଓ ଜନଜାତି ଶ୍ରେଣୀର ଲୋକଙ୍କୁ ୫୩୦୦ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଛି । ଦେଶର ମନ୍ତ୍ରିମଣ୍ଡଳ ଗଠନରେ ଉଚିତ୍ ପ୍ରତିନିଧିତ୍ୱ ପାଇଁ କେନ୍ଦ୍ର ସରକାରରେ ୬୦ ପ୍ରତିଶତ ମନ୍ତ୍ରୀ ଓବିସି, ଏସ୍‌ଟି ଏବଂ ଏସ୍‌ସି ବର୍ଗରୁ ରହିଛନ୍ତି । ଶିକ୍ଷାର ବ୍ୟାପକ ଉନ୍ନତି ନିମନ୍ତେ ୨୦୧୪ ତୁଳନାରେ ପାଞ୍ଚଗୁଣ ଏକଲବ୍ୟ ଆବାସିକ ବିଦ୍ୟାଳୟ ଖୋଲା ଯାଇଛି ।

ପଛୁଆ ଶ୍ରେଣୀ ଲୋକଙ୍କ ବିକାଶ ପାଇଁ ଜାତୀୟ ପଛୁଆବର୍ଗ କମିଶନଙ୍କୁ ସାମ୍ବିଧାନିକ ସ୍ୱୀକୃତି ମିଳିଛି । ସେମିତି ୪୫.୨୧ କୋଟି ଜନଧନ ଯୋଜନା ଜମାଖାତା ଖୋଲାଯାଇଛି । ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାରେ ୨୮.୩୭ କୋଟି ଲୋକେ ଉପକୃତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମାରେ ୧୨.୭୬ କୋଟି ଲୋକ ଯୋଡି ହୋଇଛନ୍ତି ।  ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟସେବାରେ ୧୭.୯ କୋଟି ଲୋକ ସାମିଲ ହୋଇ ସୁବିଧା ଲାଭ କରିଛନ୍ତି । ୯.୧ କୋଟି ଗରିବ ଲୋକଙ୍କୁ ଉଜ୍ଜ୍ୱଳା ଯୋଜନାରେ ଏଲ୍‌ପିଜି ସଂଯୋଗ ମିଳିପାରିଛି ।  ସୌଭାଗ୍ୟ ଯୋଜନାରେ ୨.୬ କୋଟି ଘରକୁ ବିଜୁଳି ସଂଯୋଗ ହୋଇଛି । ସୁବିଧା ପାଉଥିବା ଲୋକଙ୍କ ଜମାଖାତାକୁ ୨୨.୬ କୋଟି ଟଙ୍କା ପ୍ରଦାନ କରାଯାଇଛି । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଲାଭାନ୍ୱୀତ ୭୦ ପ୍ରତିଶତ ଲୋକ ହେଉଛନ୍ତି ଅନୁସୂଚିତ ଜାତି / ଜନଜାତି ଏବଂ ଓବିସି ବର୍ଗର ଅନ୍ତର୍ଗତ ଜନସାଧାରଣ । ସେହପିରି ପ୍ରଧାନମନ୍ତ୍ରୀ କିସାନ ବୀମାରେ ଉପକୃତ ୬୩ ପ୍ରତିଶତ ଲୋକେ ହେଉଛନ୍ତି ଏସ୍‌ସି / ଏସ୍‌ଟି ଏବଂ ଓବିସି ବର୍ଗର । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୬୦ପ୍ରତିଶତ ଏସ୍‌ଟି / ଏସ୍‌ସି ଲୋକେ ରହିଛନ୍ତି । ଛାତ୍ରଛାତ୍ରୀଙ୍କ ବୃତ୍ତିରେ ୬୦ ପ୍ରତିଶତ ଏସ୍‌ସି / ଏସ୍‌ଟି,ଓବିସି ରହିଛନ୍ତି । ମୋଟ ମୁଦ୍ରା ଯୋଜନାର ଉପକୃତ ଲୋକଙ୍କ ମଧ୍ୟରୁ ୫୦ପ୍ରତିଶତ ହେଉଛନ୍ତି ଏସ୍‌ସି, ଏସ୍‌ଟି ଏବଂ ଓବିସି ବର୍ଗର । ସବ୍‌କା ସାଥ-ସବ୍‌କା ବିକାଶର କଥା କହୁଥିବା ମୋଦିଙ୍କ ଶାସନ କାଳରେ ଶିକ୍ଷାରେ ୧୦ପ୍ରତିଶତ ସଂରକ୍ଷଣ ଦୁର୍ବଳ ଆରô୍ଥକ ଶ୍ରେଣୀ ପାଇଁ ରହିଛି । ମେଡିକାଲ ଶିକ୍ଷାରେ ଓବିସି ଏବଂ ଆରô୍ଥକ ଦୁର୍ବଳ ବର୍ଗଙ୍କ ପାଇଁ ସଂରକ୍ଷଣ ସୁବିଧା ପ୍ରଦାନ କରାଯାଇଛି । ତୃତୀୟ ଲିଙ୍ଗୀଙ୍କ ଅଧିକାରର ସୁରକ୍ଷା ପାଇଁ ସ୍ୱତନ୍ତ୍ର ଆଇନର ବ୍ୟବସ୍ଥା (ଟ୍ରାନ୍ସଜେଣ୍ଡର ପର୍ସନ୍ସ ଆକ୍ଟ) କରାଯାଇଛି । ଦିବ୍ୟାଙ୍ଗ ଶ୍ରେଣୀରେ ଭିନ୍ନ ଭିନ୍ନ ପ୍ରକାରକୁ ୭ରୁ ୨୧କୁ ବୃଦ୍ଧି କରାଯାଇଛି । ଦିବ୍ୟାଙ୍ଗ ଲୋକଙ୍କୁ ଉପକରଣ ପ୍ରଦାନ ଲାଗି ୨୦୧୪ ପର‌୍ୟ୍ୟନ୍ତ ୫୬ଟି କ୍ୟାମ୍ପ କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ବିଭାଗ ପକ୍ଷରୁ ଅନୁଷ୍ଠିତ ହୋଇଥିଲା । କିନ୍ତୁ ବିଗତ ୮ବର୍ଷ ମଧ୍ୟରେ ଦେଶରେ ୮୦୦୦ କ୍ୟାମ୍ପର ଆୟୋଜନ କରାଯାଇ ପ୍ରାୟ ୧୨ଲକ୍ଷ ଦିବ୍ୟାଙ୍ଗଙ୍କୁ ଉପକରଣ ବଣ୍ଟନ କରାଯାଇଛି ।

ବର୍ତ୍ତମାନର ସରକାର ଶ୍ରମଜୀବୀଙ୍କ ପାଇଁ ବହୁ ସୁବିଧା ପ୍ରଦାନ କରିଛନ୍ତି ।  ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ ପେନ୍‌ସନ୍ ପାଇବା ପାଇଁ ୪୬.୬୫ଲକ୍ଷ ଅସଂଗଠିତ ଶ୍ରମିକ ପଞ୍ଜିକୃତ ହୋଇଛନ୍ତି ।  ୬୦ବର୍ଷ ବୟସ ହେବାପରେ ମାସିକ ତିନିହଜାର ଟଙ୍କା ସେମାନେ ପେନ୍‌ସନ୍ ବାବଦକୁ ପାଇବେ । ସେହିପରି ଇ-ଶ୍ରମ ପୋର୍ଟାଲ ଶ୍ରମିକଙ୍କ ସଶକ୍ତିକରଣର ସୁବିଧା ପାଇଁ ଖୋଲାଯାଇଛି ଯେଉଁଥିରେ ୨୭.୬୩ କୋଟି ଅସଂଗଠିତ ଶ୍ରମିକ ପଞ୍ଜିକୃତ ହୋଇଛନ୍ତି । ଏଥିରେ ପଞ୍ଜିକୃତ ସମସ୍ତ ଶ୍ରମିକ ଦୁର୍ଘଟଣା ହେବା କ୍ଷେତ୍ରରେ ୨ଲକ୍ଷ ଟଙ୍କା ବୀମା ସ୍ୱରୂପ ପାଇବେ । ଏଥିପାଇଁ ୪୦୦ପ୍ରକାର ପେସାକୁ ଶ୍ରେଣୀଭୁକ୍ତ କରାଯାଇଛି । ଶ୍ରମିକଙ୍କ ରାଜ୍ୟ ବୀମା ନିଗମର ଅଂଶଦେୟ ହ୍ରାସ କରାଯାଇଛି । ଯାହାଫଳରେ ଚାକିରିଦାତାଙ୍କ ଅଂଶ ୪.୭୫ ପ୍ରତିଶତରୁ ୩.୨୫ ପ୍ରତିଶତ ଏବଂ ଚାକିରୀ କରିଥିବା ବ୍ୟକ୍ତିଙ୍କ ଅଂଶଧନ ୧.୭୫ ପ୍ରତିଶତରୁ ୦.୭୫ ପ୍ରତିଶତକୁ ହ୍ରାସ କରାଯାଇଛି । କୋରୋନା କାଳରେ ମାସିକ ୧୫୦୦୦ ଟଙ୍କାରୁ କମ୍ ପାଉଥିବା ଶ୍ରମିକଙ୍କ ବେତନର ୨୪ପ୍ରତିଶତ ସେମାନଙ୍କ ଜମାଖାତାକୁ ସହାୟତା ରୂପେ ଦିଆଯାଇଛି । ଇପିଏଫ୍‌ଓ କାର‌୍ୟ୍ୟାଳୟ ୯୧.୬୯ ଲକ୍ଷ ଶ୍ରମିକଙ୍କ ୧୯୧୨୯ କୋଟି ଟଙ୍କା ସହାୟତା ଦେଇଛି । କୃଷିର ବିକାଶ ପାଇଁ ୨୦୧୪ରୁ ୨୦୨୨ମଧ୍ୟରେ କୃଷି ବଜେଟ ସ୍ୱରୂପ ୨୦୦୭-୧୪ ସମୟ ତୁଳନାରେ ୪ଗୁଣ ବୃଦ୍ଧି ହୋଇଛି ।  ୧ଲକ୍ଷ କୋଟି ଟଙ୍କା କୃଷି ଢାଞ୍ଚା ବିକାଶ ପାଇଁ ପ୍ରଦାନ କରାଯାଇଛି ।

୧୧.୭୮ କୋଟି ଚାଷୀ ପ୍ରଧାନମନ୍ତ୍ରୀ କିସାନ  ନିଧିରେ ଯୋଡି ହୋଇଛନ୍ତି ।୨୩କୋଟି ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ବିତରଣ କରାଯାଇଛି । ଅଣ ବାସୁମତୀ ଚାଉଳ ରପ୍ତାନୀ ୨୦୧୩-୧୪ ତୁଳନାରେ ୨୦୨୦-୨୧ରେ ୧୦୯ ପ୍ରତିଶତ ବୃଦ୍ଧିପାଇଛି । ଏମ୍‌ଏସ୍‌ପିରେ ତୈଳବୀଜ ସଂଗ୍ରହ ୧୫୦୦ପ୍ରତିଶକ ବୃଦ୍ଧିପାଇଛି । ଡାଲି ସଂଗ୍ରହ ୭୩୫୦ ପ୍ରତିଶତ ବଢିଛି । ସାର ସବ୍‌ସିଡି ୧୪୦ ପ୍ରତିଶତ ବଢିଛି ।  ୨୦୨୨-୨୩ ବର୍ଷରେ ୧୮ଲକ୍ଷ କୋଟି ଟଙ୍କା କୃଷି ଋଣ ଦେଶରେ ପ୍ରଦାନ କରାଯିବ । ଫସଲ ବୀମା ଯୋଜନାରେ ୧.୨ଲକ୍ଷ କୋଟି ଶ୍ରମିକଙ୍କ ମାମଲା ସମାଧାନ ହୋଇଛି ।  ୨୦୨୧-୨୨ ମଧ୍ୟରେ ଦେଶରେ ପ୍ରଧାନମନ୍ତ୍ରୀ କୃଷି ଜଳସେଚନ ଯୋଜନା ମାଧ୍ୟମରେ ୯୩୦୬୮କୋଟି ଟଙ୍କା ଖର୍ଚ୍ଚ କରାଯିବ । କୃଷି ଉତ୍ପାଦ ବିକ୍ରି ପାଇଁ ଇ-ନାମ୍ ସହ ଦେଶର ୧୦୦୦ଟି କୃଷି ବଜାର (ମଣ୍ଡି)କୁ ଯୋଡାଯାଇଛି ।  ବାର୍ଷିକ ୧୧କୋଟି ଚାଷୀଙ୍କୁ ୬୦୦୦ଟଙ୍କା ଅର୍ଥ ପ୍ରଧାନମନ୍ତ୍ରୀ କିସାନ ଯୋଜନା ପ୍ରଦାନ କରୁଛି । ଦେଶର ୯୯ଟି କୃଷି ଜଳସେଚନ ପ୍ରକଳ୍ପରେ ୭୭୫୯୫କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । କୃଷି ବଜେଟ ୨୦୦୭-୧୪ ମଧ୍ୟରେ ୧.୪୬ ଲକ୍ଷ କୋଟି ଥିଲାବେଳେ ୨୦୧୪-୨୨ ମଧ୍ୟରେ ୬.୧ ଲକ୍ଷ କୋଟିକୁ ବଢିଛି । ଗହମରେ ଏମ୍‌ଏସ୍‌ପି ଦେୟ ୨୦୦୭-୧୪ରେ ୧.୯୯ଲକ୍ଷ କୋଟିରୁ ୨୦୧୪-୨୧ରେ ୩.୬୫ ଲକ୍ଷ କୋଟିକୁ ବୃଦ୍ଧିପାଇଛି । ଧାନ ସଂଗ୍ରହ ଦେୟ ୨୦୦୭-୧୪ରେ ୨.୫୮ଲକ୍ଷ କୋଟି ଥିଲା ସମୟରେ ୨୦୧୪-୨୧ରେ ୭.୪୩ ଲକ୍ଷ କୋଟିରେ ପହଞô୍ଚଛି । ଡାଲିଜାତ ଦ୍ରବ୍ୟ ସଂଗ୍ରହ ୨୦୦୭-୧୪ରେ ୧.୫୧ ଲକ୍ଷ ମେଟ୍ରିକ ଟନ୍‌ରୁ ୨୦୧୬-୨୧ରେ ୧୧୨.୬୩ ଲକ୍ଷ ମେଟ୍ରିକ ଟନ୍‌କୁ ବୃଦ୍ଧିପାଇଛି ।  ୨୦୧୩-୧୪ରୁ ୨୦୧୯-୨୦ ମଧ୍ୟରେ ଉତ୍ପାଦନ ୪୪ ପ୍ରତିଶତ ବଢିଛି । ଗତ ୮ ବର୍ଷରେ ମହୁ ରପ୍ତାନୀ ଦୁଇଗୁଣ  ହୋଇଛି । ୨୦୧୩ -୧୪ରେ ଦେଶରେ ଇଥାନଲ ଉତ୍ପାଦନ ୩୮କୋଟି ରହିଥିଲା । ୨୦୨୦-୨୧ରେ ତାହା ୩୫୦ କୋଟିକୁ ବୃଦ୍ଧିପାଇଛି ।

ସେମିତି ମହିଳା ବିକାଶ କ୍ଷେତ୍ରରେ ଦେଖିଲେ ୧୦୦୦ ପୁରୁଷରେ ଏବେ ୧୦୨୦ ମହିଳାଙ୍କ ସଂଖ୍ୟା ପହଞô୍ଚଛି । ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନାରେ ୨.୭୮କୋଟି ମହିଳା ଉପକୃତ ହୋଇଛନ୍ତି । ଜନ ଔଷଧି କେନ୍ଦ୍ର ମାଧ୍ୟମରେ ୨୧କୋଟି ସାନିଟାରୀ ପ୍ୟାଡ ଦିଆଯାଇଛି । ସୁକନ୍ୟା ସମୃଦ୍ଧି ଯୋଜନାରେ ୨.୭୩ କୋଟି ଜମାଖାତା ଖୋଲାଯାଇଛି । ୯କୋଟି ରୋଷେଇଘର ଧୂଆଁ ମୁକ୍ତ ହୋଇଛି । ମୋଟ ଗ୍ରାମୀଣ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଉପକୃତ ଲୋକଙ୍କ ମଧ୍ୟରୁ ୬୮ ପ୍ରତିଶତ ହେଉଛନ୍ତି ମହିଳା । ୨୩କୋଟି ମହିଳାଙ୍କୁ ଦେଶରେ ମୁଦ୍ରା ଯୋଜନା ଋଣ ପ୍ରଦାନ କରାଯାଇଛି ।  ସେନାରେ ମହିଳାମାନଙ୍କ ପାଇଁ ସ୍ୱତନ୍ତ୍ର ନିଯୁକ୍ତି ବ୍ୟବସ୍ଥା କରାଯାଇଛି । ମହିଳାଙ୍କ ପାଇଁ ବିବାହ ବୟସ ୧୮ରୁ ୨୧କୁ କରାଯିବା ପାଇଁ ଉଦ୍ୟମ ଜାରି ରହିଛି । ତିନି ତଲାକରୁ ମହିଳାଙ୍କ ସୁରକ୍ଷା ପାଇଁ ଆଇନ ହୋଇଛି । ମାତୃମୃତ୍ୟୁ ହାର ୨୦୧୧-୧୩ରେ ୧୬୭ ଥିଲାବେଳେ ୨୦୧୭-୧୯ ବେଳକୁ ୧୦୩କୁ ଖସିଛି ।

କିଛି ହେଉ ନାହିଁ, ହେବ ନାହିଁ ଆଦି ନକାରାତ୍ମକ ଚିନ୍ତା କରୁଥିବା ଲୋକଙ୍କ ସଂଖ୍ୟା ଦେଶରେ କିଛି କମ୍ ନାହିଁ । ଯେଉଁମାନେ ସବୁଦିନ ଇଣ୍ଟରନେଟ୍‌, ୟୁଟ୍ୟୁବ କିମ୍ବା ଟ୍ୱିଟରରେ ନିଜର ଗାଲୁଆ -ଗଲୁ ପ୍ରବୃତ୍ତିକୁ ଚରିତାର୍ଥ କରିବାପାଇଁ ଆପଣାର ହାତାଶାବୋଧକୁ ପ୍ରକାଶ କରୁଛନ୍ତି । କିନ୍ତୁ ମୋଦି ପ୍ରଧାନମନ୍ତ୍ରୀ ଭାବେ ସବୁଦିନ, ସବୁ ସମୟରେ, ସତର୍କତାର ସହ ସଶକ୍ତ ପଦକ୍ଷେପ ନେଇ ଦେଶକୁ ଶକ୍ତିଶାଳୀ କରି ଗଢିତୋଳିବାରେ  ଲାଗିପଡିଛନ୍ତି । ତାଙ୍କର ସେହି ଅବିରାମ ପ୍ରୟାସ ତାଙ୍କୁ ବିଶ୍ୱରେ ସର୍ବାଧିକ ଲୋକପ୍ରିୟ ନେତାର ସମ୍ମାନ ଆଣିଦେଇଛି ଯାହା ଭାରତର ଲୋକଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ।

ଭାରତୀୟ ସମ୍ବାଦ ସେବା (ଭାସ୍‌)

ଭୁବନେଶ୍ୱର-୭୫୧୦୦୩

Author Image

Soumendra Jena

Recent Posts

The Independence:If-the-BJP-government-is-formed-in-Odisha-drinking-water-problem-will-be-solved-as-a-priority-Bhatrahari-Mahatab

ଓଡ଼ିଶାରେ ବିଜେପି ସରକାର ଗଠନ କଲେ ଅଗ୍ରାଧିକାର ଭିତିରେ ପାନୀୟ ଜଳ ସମସ୍ୟାର ସମାଧାନ କରାଯିବ: ଭତୃହରି ମହତାବ

The Independence:Odisha-Cow-Slaughtering

Odisha : ଗୋ ମାଂସ ବୋଝେଇ ଟ୍ରକ ଜବତ

The Independence:Jagannath-Temple-Odisha-Mumbai

ଓଡିଶା ବାହାରେ ମହାପ୍ରଭୁ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର

The Independence:Modi-Government-9-Years-Seva-Susasan-Garib-Kalyana

ନ’ ବର୍ଷର ସୁଶାସନ

The Independence:Rath-Yatra-2023-Lakhs-of-devotees-witness-Suna-Besha-of-Holy-Trinity-in-Puri

ଶ୍ରୀକ୍ଷେତ୍ରରେ ରଥାରୁଢ଼ ଶ୍ରୀଜୀଉଙ୍କ ସୁନାବେଶ, ମହଣ ମହଣ ସୁନା ଅଳଙ୍କାରରେ ସଜ୍ଜିତ ତିନି ଠାକୁର

The Independence:Puri-Ratha-Jatra-2023-Jay-Jagannath

ଶରଧାବାଲିରେ ଲାଗିଲା ତିନି ଠାକୁରଙ୍କ ତିନି ରଥ

The Independence:Ratha-Jatra-2023-ନୀଳାଦ୍ରିବିଜେରେ-ନୀଳକନ୍ଦରକୁ-ଫେରନ୍ତି-ନୀଳାଦ୍ରିନାଥ-ସରେ-ଜନ୍ମବେଦି-ଲୀଳା

Ratha Jatra 2023: ନୀଳାଦ୍ରିବିଜେରେ ନୀଳକନ୍ଦରକୁ ଫେରନ୍ତି ନୀଳାଦ୍ରିନାଥ; ସରେ ଜନ୍ମବେଦି ଲୀଳା

The Independence:Jagannath-Temple-Rath-Jatra

ଏକାବନ ଦିନରେ ଚଳଚଞ୍ଚଳ ରଥଖଳା

The Independence:ପ୍ରେମିକାକୁ-ଛୁରୀ-ଭୁଷିଲା-ପଥରରେ-ଛେଚି-ମୁହଁ-ନଷ୍ଟ-କଲା-ଜହ୍ଲାଦ-ପ୍ରେମିକ-ସାହିଲ-ଖାଁ

ପ୍ରେମିକାକୁ ଛୁରୀ ଭୁଷିଲା, ପଥରରେ ଛେଚି ମୁହଁ ନଷ୍ଟ କଲା ଜହ୍ଲାଦ ପ୍ରେମିକ ସାହିଲ ଖାଁ

The Independence:Land-Jihad-Dwarka

ଜମି ଜିହାଦର ଅନ୍ୟନାମ ଦ୍ୱାରକା

The Independence:Odisha-cant-make-progress-with-Shashikala-syndrome-Dharmendra

‘ଶଶୀକଳା ସିଣ୍ଡ୍ରୋମ’ କହିବାରୁ ସରକାରଙ୍କୁ ବାଧିଲା: ଧର୍ମେନ୍ଦ୍ର

The Independence:Land-Jihad-Love-Jihad-Jameen-Jihad-in-Odisha

ରାଜ୍ୟରେ ବଢ଼ୁଛି ଜିହାଦୀଙ୍କ ସଂଖ୍ୟା !

The Independence:The-Kerala-Story-Official-Trailer--Vipul-Amrutlal-Shah--Sudipto-Sen--Adah-Sharma--Aashin-A-Shah

The Kerala Story Official Trailer | Vipul Amrutlal Shah | Sudipto Sen | Adah Sharma | Aashin A Shah

The Independence:Guddu-Muslim-Odisha-Link-BJD

ଗୁଡ୍ଡୁ ମୁସଲମାନର ଖାସ୍, ବିଜେଡି ବିଧାୟକଙ୍କ ରାଇଟହାଣ୍ଡ

The Independence:important-files-of-the-jagannath-temple-administration-have-gone-missing

ଗାଏବ ହେଲା ଜଗନ୍ନାଥ ମନ୍ଦିର ପ୍ରଶାସନର ଗୁରୁତ୍ଵପୂର୍ଣ୍ଣ ଫାଇଲ

The Independence:Debacle-in-American-Banking-System

ଆମେରିକାର ବ୍ୟାଙ୍କିଂ ବ୍ୟବସ୍ଥାରେ ବିପର୍ଯ୍ୟୟ

The Independence:palghar-sadhu-lynching-case-to-be-investigated-by-cbi

ପାଲଘର ସାଧୁହତ୍ୟା ମାମଲାର ହେବ ସିବିଆଇ ତଦନ୍ତ

The Independence:Mix-Mandate-in-USA-Joe-Biden

ଆମେରିକାରେ ମିଶ୍ରିତ ଜନମତ

The Independence:Jayshankar-in-Fiji

ଫିଜିରେ ବିଜି ଜୟଶଙ୍କର

The Independence:Women-Freedom-Fighters-of-India-Name-List-and-Their-Roles

ଭାରତର ମହାନ ମହିଳା ସ୍ୱାଧୀନତା ସଂଗ୍ରାମୀମାନେ ଯାହାଙ୍କୁ ଇତିହାସକାରମାନେ ଭୁଲି ଯାଇଥିଲେ

The Independence:Dharmendra-Seeks-Centres-Intervention-For-Protection-Of-Archaeological-Assets-In-Odisha

ଓଡ଼ିଶାରେ ଅସୁରକ୍ଷିତ ଶିଶୁପାଳ ଗଡ଼ ଓ ଲଳିତଗିରି ପରି ଐତିହ୍ୟ କୀର୍ତ୍ତିରାଜି

The Independence:ଶ୍ରୀମନ୍ଦିରର-ପ୍ରସିଦ୍ଧ-ଦୋଳଯାତ୍ରା

ଶ୍ରୀମନ୍ଦିରର ପ୍ରସିଦ୍ଧ ଦୋଳଯାତ୍ରା

The Independence:Young-writer-Om-Priyadarshis-book-on-Paika-movement-released

ଉନ୍ମୋଚିତ ହେଲା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଚୟନିତ ଓମ୍ ପ୍ରିୟଦର୍ଶୀଙ୍କ ପୁସ୍ତକ "ପାଇକ: ଜନ, ଆଖ୍ୟାନ ଓ ଆନ୍ଦୋଳନ"

The Independence:Baijayanta-Panda-listens-Man-Ki-Baat-Programme-at-Bhawanipatna

ଭବାନୀପାଟଣା “ମନ୍‌ କି ବାତ୍‌” କାର୍ଯ୍ୟକ୍ରମରେ ବୈଜୟନ୍ତ ପଣ୍ଡା

The Independence:ଜର୍ଜ-ସୋରୋସଙ୍କ--ନେଟୱର୍କ-ଓ-କଣ୍ଢେଇ-ମାନଙ୍କୁ-ଚିହ୍ନଟ--ଜରୁରୀ

ଜର୍ଜ ସୋରୋସଙ୍କ ନେଟୱର୍କ ଓ କଣ୍ଢେଇ ମାନଙ୍କୁ ଚିହ୍ନଟ ଜରୁରୀ