ପୂର୍ବରୁ ବଲିଉଡ ଫିଲ୍ମ ଷ୍ଟାର ମାନଙ୍କ ମଧ୍ୟରୁ ଅନେକ ଲୋକ ପଦ୍ମ ସମ୍ମାନ ପାଉଥିବା ବେଳେ ଚଳିତ ବର୍ଷ ଘୋଷଣା କରାଯାଇଥିବା ପଦ୍ମ ସମ୍ମାନରେ ଜଣେ ହେଲେ ବଲିଉଡ ଲୋକଙ୍କର ସ୍ଥାନ ନାହିଁ । ଏହାକୁ ନେଇ ସୋସିଆଲ ମିଡିଆରେ ଲୋକ ମାନେ ସ୍ୱାଗତ କରିଛନ୍ତି ।
ବିଶିଷ୍ଟ ଫିଲ୍ମ ନିର୍ମାତା ବିବେକ ଅଗ୍ନିହୋତ୍ରୀ ଟ୍ୱିଟ କରି କହିଛନ୍ତି ଯେ ଜଣେ ହେଲେ ବଲିଉଡର ଲୋକ ଏଥର ପଦ୍ମ ସମ୍ମାନ ପାଇ ନାହିଁ । ଏହା କଣ ନୂଆ ନୂଆ ବୋଲି ସେ ପ୍ରଶ୍ନ କରିଛନ୍ତି ।
ଅନ୍ୟ ଜଣେ ଲେଖିଛନ୍ତି ଯେ ଏଥିରୁ ସ୍ପଷ୍ଟ ହେଉଛି ଯେ ମୋର ଦେଶ ବଦଳୁଛି ।