ବ୍ରାଉନ ସୁଗାରର କାୟା ସାରା ଦେଶରେ ବ୍ୟାପିଥିବା ବେଳେ ଏ ସର୍ମ୍ପକରେ କେରଳର ଜଣେ ଖ୍ରୀଷ୍ଟିଆନ ବିଶପ ଜୋଶେଫ କଳାରଙ୍ଗାଟଙ୍କର ଏକ ଅଭିଯୋଗ ଏବେ ସମସ୍ତଙ୍କର ଚିନ୍ତା ବଢାଇ ଦେଇଛି । ସେ ଏକ ନୁଆ ଶବ୍ଦ କହିଛନ୍ତି ତାହା ହେଉଛି “ନାକ୍ରୋଟିକସ ଜିହାଦ” (Narcotics Jihad) । ସେ କହିଛନ୍ତି ମୁସଲମାନମାନେ କେରଳରେ ଯୋଜନାବଦ୍ଧ ଭାବରେ ବ୍ରାଉନ ସୁଗାର ବିକ୍ରି କରୁଛନ୍ତି । ତାଙ୍କର କହିବାନୁସାରେ ନିଶା ମାଧ୍ୟମରେ ଅଣ ମୁସଲମାନମାନଙ୍କ ଜୀବନ ନଷ୍ଟ କରିବା ହେଉଛି ନାକ୍ରୋଟିକସ ଜିହାଦ । କେରଳରେ ବାମପନ୍ଥିଙ୍କର ସରକାର ଅନେକ ବର୍ଷ ହେଲାଣି ଅଛି ।
ସେହି ବିଶପଙ୍କର ବୟାନ ପରେ ଏବେ ଦେଶରେ ଅନେକ ରାଜ୍ୟରୁ ବି ସମାନ ଅଭିଯୋଗ ଆସୁଛି । ଏବେ ଆସାମରେ (Assam) ଦଳେ ମୁସଲମାନ ମହିଳାଙ୍କୁ ଗିରଫ କରାଯାଇଛି ଯେଉଁମାନେ ଏହି ଧଳା ଜହର (Brown Sugar) ବେପାର କରୁଥିଲେ । ଆସାମରେ ସରକାରୀ ତଥ୍ୟନୁସାରେ ଗତ ୬ ମାସ ଭିତରେ ୩୫୦ କୋଟି ଟଙ୍କାର ହିରୋଇନ, ବ୍ରାଉନ ସୁଗାର ଜବତ ହୋଇସାରିଲାଣି । ପ୍ରାୟ ସମସ୍ତ ଘଟଣାରେ ଧରାପଡିଥିବା ଅପରାଧୀମାନେ ହେଉଛନ୍ତି ମୁସଲମାନ । ମଣିପୁରରେ (Manipur) ଗୋଟିଏ ଗ୍ୟାଙ୍ଗପାଖରୁ ରେକର୍ଡ ପରିମାଣର ୧୬୪ କୋଟିର ବ୍ରାଉନ ସୁଗାର ଜବତ ହୋଇଥିଲା, ସମସ୍ତେ ହେଉଛନ୍ତି ସେହି ସମାନ ସମ୍ପ୍ରଦାୟର । ଡ୍ରଗ୍ସ ବେପାର ଏବେ ଏକ ରୋଜଗାରର ମାଧ୍ୟମ ପାଲଟିଛି କିଛି ବିଶେଷ ସମୁଦାୟଙ୍କର ।
ଏହା ପୁର୍ବରୁ ସେହି କେରଳରେ ଲଭ ଜିହାଦର (Love Jihad) କଥା ଉଠିଥିଲା । ସେତେବେଳେ ତମାମ ଲିବେରାଲ, ସେକୁଲାରମାନେ ଏହାର ବିରୋଧ କରିଥିଲେ ଓ ଏହାକୁ ଏକ ଷଡଯନ୍ତ୍ର କହି ସମାଲୋଚନା କରିଲେ । କିନ୍ତୁ ପରେ କେରଳ ହାଇକୋର୍ଟଙ୍କର ଲଭ ଜିହାଦ ଉପରେ ମୋହର ଲଗାଇବା ଓ ଏହାକୁ ରୋକିବା ପାଇଁ କେରଳ ସରକାରଙ୍କୁ ଆଇନ ଆଣିବା ପାଇଁ କହିବା ପରେ ସମସ୍ତେ ଚେଇଁଲେ । ଗଜୁରାଟ, ୟୁପି, ମହାରାଷ୍ଟ୍ରରେ ସମାନ ଅଭିଯାଗମାନ ଆସୁଛି, ଲଭ ଜିହାଦ ଉପରେ ଆଇନ ଆସିବା ପାଇଁ ସରକାରମାନେ ପ୍ରକିୟା ଆରମ୍ଭ କରିଲେଣି ।
୨୦୦୯ରେ କେରଳ କାଥୋଲିକ ବିଶପ କାଉନସିଲର ଅଭିଯୋଗ ଅନୁସାରେ କେରଳରେ ୪୫୦୦ ଅଣ ମୁସଲମାନ ଝିଅଙ୍କୁ ମୁସଲମାନ ପୁଅମାନେ ମିଛ ପରିଚୟ କହି ପ୍ରେମ ବିବାହ କରି ଇସଲାମରେ ପରିବର୍ତନ କରିଦେଉଛନ୍ତି ଓ ପରେ ତଲାକ ଦେଇ ଦେଉଛନ୍ତି । ସେମାନେ ଏହାକୁ ଲଭ ଜିହାଦର ଆଖ୍ୟା ଦେଇଥିଲେ । ପରେ ଅନ୍ୟ ସାମାଜିକ ସଙ୍ଗଠନମାନେ ମଧ୍ୟ ସମାନ ଅଭିଯୋଗ ଆଣିଥିଲେ । ସମସ୍ତ ଅଭିଯୋଗକୁ ତର୍ଜମା କରିଲା ପରେ ଜଣାପଡିଲା ଯେ ଯୋଜନାବଦ୍ଧ ଭାବରେ ଲଭ ଜିହାଦ ଚାଲିଛି ।
ପାକିସ୍ତାନର ସାମ୍ବାଦିକ ଏବେ କହିଛନ୍ତି ଯେ କେରଳ ଓ କାଶ୍ମୀରରେ ତାଲିବାନମାନେ ସକ୍ରିୟ ହେବେ । ଏଥିରୁ ବୁଝାପଡୁଛି ଯେ କେରଳ ଏବେ ଜିହାଦସ୍ତାନର ନୁଆ ରାଜଧାନୀ । ଆଫଗାନିସ୍ତାନରେ ତାଲିବାନର ବର୍ବରତାକୁ ଦେଖିଲା ପରେ କେରଳରେ ସେମାନେ କଣ କରିବେ ସେକଥା ଭାବିଲା ବଳକୁ ମନରେ ଭୟ ଆସିବା ସ୍ୱାଭାବିକ ।
ଏବେ ସାରା ବିଶ୍ୱରେ ଜିହାଦ ଏକ ବୈଶ୍ୱିକ ସମସ୍ୟା ଭାବରେ ଉଭା ହେଲାଣି । ଜିହାଦର ଭିନ୍ନ ଭିନ୍ନ ସ୍ୱରୁପବି ସାମାନାକୁ ଆସୁଛି । ଦେଶରେ ପ୍ରାୟ ସମସ୍ତ ରାଜ୍ୟରେ ଏବେ ଯେଉଁ ଭଳି ଭାବରେ ଡ୍ରଗସ, ଅଫିମ, ଚରସ, ବ୍ରାଉନ ସୁଗାରର କାରବାର ବଢୁଛି ଓ ଯୁବପିଢି ଏହାଦ୍ୱାରା ବରବାଦ ହେଉଛନ୍ତି ଏହା ଦେଶ ପାଇଁ ଚିନ୍ତାର ବିଷୟ । ଏସବୁର ଏକ ସୁନିୟନ୍ତ୍ରିତ ନେଟଓାର୍କ ରହିଛି । ଏଗୁଡିକ ଭାରତରେ ପଶୁଛି ପାକିସ୍ତାନ ଓ ବଙ୍ଗଳାଦେଶରୁ । ପରେ ବିଭିନ୍ନ ରାଜ୍ୟକୁ ଯାଉଛି । ଉଡତା ପଂଜାବ ଚଳଚ୍ଚିତ୍ରରେ ଏହାର କାହାଣୀ ଅଛି ଯେ କିପରି ପଂଜାବର ଯୁବଗୋଷ୍ଠୀଙ୍କୁ ନଷ୍ଟ କରିବା ଷଡଯନ୍ତ୍ର ହେଉଛି ।
ଓଡିଶାରେ ପ୍ରାୟ ପ୍ରତିଦିନ କେଉଁଠି ନା କେଉଁଠି ବ୍ରାଉନ ସୁଗାର ଧରା ହେବାର ଖବର ଗଣମାଧ୍ୟମରେ ପ୍ରକାଶ ପାଉଛି । ପ୍ରାୟତଃ ଅନେକ ଘଟଣାରେ ଗିରଫ ହେଉଥିବା ଅପରାଧୀମାନେ ହେଉଛନ୍ତି ମୁସଲମାନ ସମ୍ପ୍ରଦାୟର । ହିନ୍ଦୁମାନେ ଯେ ଗିରଫ ହେଉନାହାନ୍ତି ତାହା ନୁହେଁ, କିନ୍ତୁ ଅଧିକାଶଂ ହେଉଛନ୍ତି ମୁସଲମାନ । ସମସ୍ତ ମୁସଲମାନମାନେଯେ ବ୍ରାଉନ ସୁଗାର ବିକ୍ରି କରୁଛନ୍ତି ତାହା ମଧ୍ୟ କୁହାଯିବା ଅତ୍ୟନ୍ତ ଗୁରୁତର ଭୁଲ ହେବ । ରାଜ୍ୟରେ ଅନେକ ମୁସଲମାନମାନେ ରାଜନୀତିରେ, ଖେଳରେ, ସମାଜସେବାରେ ବହୁତ ଭଲ କାମ କରୁଛନ୍ତି, ସମାଜର ମଙ୍ଗଳ କରୁଛନ୍ତି । କିନ୍ତୁ ଓଡିଶାରେ ବ୍ରାଉନ ସୁଗାର ବିକ୍ରିର ସ୍ୱରୁପ ଦେଖିଲେ ଲାଗୁଛି କି ଏହି ବିକ୍ରିରେ ସଂଖ୍ୟାଲଘୁମାନେ ବେଶି ସକ୍ରିୟ ଅଛନ୍ତି ।
ଓଡିଶାରେ ଜନସଂଖ୍ୟାର ମାତ୍ର ୨% ମୁସଲମାନ । ହେଲେ ବ୍ରାଉନସୁଗାର ମାମଲାରେ ଯେତିକି ଅପରାଧୀ ଗିରଫ ହେଉଛନ୍ତି ସେଥିରୁ ପାଖାପାଖି ଅଧାରୁ ଅଧିକ ମାମଲାରେ ମୁସଲମାନ ଅପରାଧୀ ବାହାରିବା ମନରେ ସନ୍ଦେହ ସୃଷ୍ଟି କରୁଛି । ଏଥିରୁ ଅନୁମାନ କରାଯାଇପାରେ ଯେ ଘଟଣାର ଗମ୍ଭିରତା ଅଛି କି ନାହିଁ । ଅପରାଧ ସମାଜରେ ସବୁବେଳେ ରହିଛି । କିନ୍ତୁ ଯଦି ଏକ ଅପରାଧରେ ଏକ ନିର୍ଦ୍ଧିଷ୍ଟ ରିଲିଜିଅନ ବା ଜାତିର ସଂଖ୍ୟା ବିଶେଷ ଅଧିକ ରହିବ ତାହେଲେ ଭୃକୁଂଚନ ହେବା ସ୍ୱାଭାବିକ, ସନ୍ଦେହ ହେବା ସ୍ୱାଭାବିକ । ଆମେ କହିପାରିବା ଯେ ଦେଶରେ ଯେଉଁ ମାଷ୍ଟର ମାଇଣ୍ଡମାନେ ଏପରି କରୁଛନ୍ତି ବୋଲି କେରଳ ଓ ଅନ୍ୟ ରାଜ୍ୟରେ ଅଭିଯୋଗ ଉଠିଛି ସେମାନଙ୍କର ଚେର ଓଡିଶାରେ ବି ରହିଛି । କାରଣ ଯଦି କେରଳରେ ହୋଇପାରୁଛି ତାହେଲେ ଓଡିଶାରେ କାହିଁକି ନୁହେଁ ?
ଓଡିଶାରେ ଚାଲିଥିବା ବ୍ରାଉନସୁଗାର ବେପାରର ରୁଟ ହେଉଛି ବଙ୍ଗଳାଦେଶରୁ ପଶ୍ଚିମବଙ୍ଗ ହୋଇ ଜଳେଶ୍ୱର । ଜଳେଶ୍ୱର ହେଉଛି ଓଡିଶାର ବ୍ରାଉନ ସୁଗାରର ହବ । ବାଲେଶ୍ୱର - ଜଳେଶ୍ୱର ଲିଙ୍କରେ ଯେଉଁମାନେ ସବୁ ଗିରଫ ହେଉଛନ୍ତି ସେମାନେ ପ୍ରାୟତଃ ସେହି ସମୁଦାୟର । ସେମାନେ ଓଡିଶାରେ ବ୍ରାଉନ ସୁଗାରର ହୋଲସେଲର, ଷ୍ଟକିଷ୍ଟ ସବୁ କିଛି । ବାକି ତାପରେ ତଳକୁ ତଳ ସେମାନଙ୍କର ରିଟେଲର, ଖୁଚୁରା ଠେଲା ଦୋକାନି ମାନେ ଅଛନ୍ତି । ପରିସ୍ଥିତି ଏତେ ସଙ୍ଗିନ ଯେ ଗ୍ରାମାଂଚଳରେ ବି ପହଚିଂ ଗଲାଣି ଏହି ବ୍ରାଉନ ସୁଗାର । ଯଦି ଆସାମରେ ୬ ମାସରେ ୩୫୦ କୋଟି ଟଙ୍କାର ଜବତ ହୋଇପାରିଛି ସେଥିରୁ ଅନୁମାନ କରାଯାଇପାରେ ଯେ ଓଡିଶାରେ ଏହି ପରିମାଣ କେତେ ହେବ ।
ଏହା ଦ୍ୱାରା ଯେ କେବଳ ଯୁବପିଢିମାନେ ନଷ୍ଟ ହେଉନାହାନ୍ତି, ବଂର ଜିହାଦି ନେଟଓାର୍କଙ୍କ ପାଖକୁ ପଇସାବି ଯାଉଛି, ସେମାନେ ଆର୍ଥୀକ ଦୃଷ୍ଟିରୁ ଶକ୍ତିଶାଳି ହେଉଛନ୍ତି । ଅନେକ ଘଟଣାରେ ଦେଖାଯାଉଛି ଯେ ପୋଲିସ ଗିରଫ କରୁଥିବା ବେପାରୀମାନଙ୍କ ପାଇଁ ବଡ ବଡ ହାଇପ୍ରୋଫାଇଲ ଓକିଲ ମାମଲା ଲଡୁଛନ୍ତି । ପଇସା ଆସୁଛି କେଉଁଠୁ ଏବବ ସେମାନଙ୍କ ପାଖରେ ଏମିତି କେତେ ଅର୍ଥ ଅଛି ସେକଥା ଭାବିଲା ବେଳକୁ ଆଶ୍ଚର୍ଯ୍ୟ ଲାଗୁଛି । ଏକ ପ୍ରକାରର ଜିହାଦ ସିଣ୍ଡିକେଟ ଭଳିଆ କାମ କରୁଛି ।
ବ୍ରାଉନ ସୁଗାର ଗିରଫର ଖବର ଗଣମାଧ୍ୟମରେ ପ୍ରତିଦିନ ଖବର ବାହାରୁଛି । ଏବେ ମାତ୍ର ୭ ଦିନ ତଳେ ରସୁଲଗଡରୁ ୧କିଲୋ ବ୍ରାଉନ ସୁଗାର ଜବତ ହୋଇଥିଲା, ଗିରଫ ହୋଇଥିଲା ରକିବୁଲ ଲକ୍ସର । ଅଗଷ୍ଟ ୧୬ରେ ଜଳେଶ୍ୱରରୁ ୨.୪ କିଲୋ ଜବତ ହୋଇଥିଲା ଗିରଫ ହୋଇଥିଲେ ମମତାଜ ଖାନ ଓ ଉଦୟନାଥ ରଥ । ଅଗଷ୍ଟ ୧୩ରେ ଖୋର୍ଦ୍ଧାରୁ ୧.୨୬ କିଲୋ ବ୍ରାଉନ ସୁଗାର ଧରାପଡିଲା । ଗିରଫ ହୋଇଥିଲେ ଅଫତାବ, ଏସକେ କମରାଉଦ୍ଦିନ ଓ ସୌରଭ ।
ଏକ କୋଟିରୁ ଅଧିକ ମୁଲ୍ୟର ବ୍ରାଉନ ସୁଗାର ଜବତ ହୋଇଥିବା ମାମଲା ଭିତରେ, ନଭେମ୍ବର ୨, ୨୦୨୦ରେ ବାଲେଶ୍ୱରରୁ ମୁନା ଓ ସାଜନନାମରେ ଦୁଇଜଣ ବ୍ରାଉନ ସୁଗାର ସପ୍ଲାୟର ଗିରଫ ହୋଇଥିଲେ । ଜାନୁଆରୀ ୨୬, ୨୦୨୧ରେ ଟାସ୍କଫୋର୍ସ ଭଦ୍ରକରୁ ମିନା କାଦ୍ରୀ ବୋଲି ଜଣେ ବେପାରୀଠାରୁ ୧ କୋଟିର ବ୍ରାଉନସୁଗାର ଜବତ କରିଥିଲା । ପୋଲିସର କହିବା ଅନୁସାରେ ଜଳେଶ୍ୱରର ସବୁଠାରୁ ବଡ ଡ୍ରଗ୍ସ ବେପାରୀ ହେଉଛି ଶେଖ ସଇଦ । ଡିସେମ୍ବର ୨୦୨୦ରେ ସହଦେବଖୁଂଟା ପୋଲିସ ଧରିଥିବା ବାଲେଶ୍ୱର ଜେଲକୁ ବ୍ରାଉନ ସୁଗାର ଯୋଗାଇବା ର୍ୟାକେଟ ପଛରେ ଥିଲା ଶେଖ ବାବୁ ଖାନ । ଜୁଲାଇରେ ଭଦ୍ରକରୁ ଯେଉଁ ୧ କୋଟିରୁ ଅଧିକ ମୁଲ୍ୟର ବ୍ରାଉନ ସୁଗାର ଜବତ ହେଲା ସେଥିରେ ଅଭିଯୁକ୍ତ ଥିଲା ସେଖ ଅବଦୁଲ, ଯିଏ ବାଲେଶ୍ୱରର ଡ୍ରଗ୍ସ ମାଫିଆ ଏସକେ ଅଗସରର ଶ୍ୱଶୁର । ତାଙ୍କ ପରିବାରର ମହିଳାମାନେ ମଧ୍ୟ ପୋଲିସ ହାତରେ ଧରାପଡିଥିଲେ । ଏମିତି ଅନେକ ମାମଲା ପ୍ରତିଦିନ ଗଣମାଧ୍ୟମରେ ଆସୁଛି ।
ଓଡିଶା ପୋଲିସର ବ୍ରାଉନ ସୁଗାର ବିକ୍ରି ଅପରାଧୀଙ୍କ ଲିଷ୍ଟରେ ସଂଖ୍ୟାଲଘୁମାନେ ଆଗରେ । ଥରେ ଓଡିଶା ପୋଲିସ ସେହି ତାଲିକା ସର୍ବସାଧାରଣରେ ପ୍ରକାଶ କରିବା କଥା । ପୋଲିସ ମଧ୍ୟ ଅନେକ ଘଟଣାରେଧରାପଡିଥିବା ଅଭିଯୁକ୍ତଙ୍କର ନାଁ ଗଣମାଧ୍ୟମରେ ନଦେଉଥିବାର ନଜିର ରହିଛି । ଦେଲେ ଆହୁରି ବେଶି କିଛି କଥା ପଦାକୁ ଆସନ୍ତା । ବ୍ରାଉନ ସୁଗାର ନିଶା କାରବାରକୁ ଯଦି ପୋଲିସ ସତରେ ରୋକ ଲଗାଇବା ପାଇଁ ଚାହୁଁଥାଏ ତାହେଲେ ଦୃଷ୍ଟିଭଙ୍ଗିରେ ଟିକିଏ ପରିବର୍ତନ କରିବା ଦରକାର, ତାହେଲେ ପୋଲିସ ଏହାକୁ ରୋକ ଲଗାଇବାରେ ଆହୁରି ସକ୍ଷମ ହେବ ।
ମୁଳ ଲେଖାଟି ଦୈନିକ ଖବର କାଗଜର ନିର୍ଭୟରେ ୨୧/୦୯/୨୦୨୧ରେ ପ୍ରକାଶିତ ହୋଇଛି ।
