ଆଦିବାସୀଙ୍କ କଲ୍ୟାଣ କେବଳ କେବଳ ବିଜେପି ସରକାର କରିପାରିବ- ସାଏ
ଲକ୍ଷ୍ମୀପୁର, 9 ମଇ - ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ଗୁରୁବାର ଓଡ଼ିଶାର ଲକ୍ଷ୍ମୀପୁରରେ ବିଶାଳ ଜନସଭାକୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ, ଏହି ଲୋକସଭା ନିର୍ବାଚନରେ ନରେନ୍ଦ୍ର ମୋଦିଙ୍କ ତୃତୀୟ ଥର ପାଇଁ ଦେଶର ଡୋର ହସ୍ତାନ୍ତର କରିବାର ନିର୍ବାଚନ ଅଟେ । ମୋଦି ଗରିବ ପରିବାରରୁ ଆସିଛନ୍ତି, ଏଥିପାଇଁ ତାଙ୍କୁ ଗରିବର ଯନ୍ତ୍ରଣା ଜଣାଅଛି । ପିଏମ ମୋଦି ଗରିବଙ୍କୁ ଗ୍ୟାସ ସିଲିଣ୍ଡର ଦେଇଛନ୍ତି, ଘର ନିର୍ମାଣ କରାଇଛନ୍ତି, ପାଣି, ସ୍ୱାସ୍ଥ୍ୟ ସୁବିଧା, ଆକାଉଂଟ ଖୋଲିବାରୁ ଆରମ୍ଭ କରି ଶୌଚାଳନ ନିର୍ମାଣ ମୋଦିଙ୍କ କାରଣରୁ ସମ୍ଭବ ହୋଇଛି । ଜମ୍ମ କଶ୍ମୀରରୁ ଅନୁଚ୍ଛେଦ 370 ହଟାଇ ଦେଶକୁ ଆତଙ୍କବାଦରୁ ମୁକ୍ତ କରିବାର କାମ କରିଛନ୍ତି ପିଏମ ମୋଦି । ସାଏ କହିଛନ୍ତି ଯେ, ଓଡ଼ିଶାରେ ଖଣିଜ ଓ ବନ୍ୟ ସଂପଦରେ କୌଣସି ଅଭାବ ନାହିଁ, କିନ୍ତୁ ତଥାପି ଏଠାରେ ଗରିବଙ୍କର ଯେପରି ଉନ୍ନତି ହେବା କଥା ହୋଇନାହିଁ । ଓଡ଼ିଶାରେ ଡବଲ ଇଂଜିନ ସରକାର ଗଠନ କରିବାକୁ ହେବ । ଏଠଶରେ ରାଜ୍ୟରେ ବିଜେପି ସରକାର ଗଠନ ହେଲେ କେନ୍ଦ୍ର ସରକାରର ସମସ୍ତ ଯୋଜନା ଠିକ୍ ଭାବେ କ୍ରିୟାନ୍ୱୟନ ହେବ ।
ଏହି ଜନସଭାରେ ଲୋକସଭା ବିଜେପି ପ୍ରାର୍ଥୀ କାଲେରାମ ମାଝୀ, ଲକ୍ଷ୍ମୀପୁର ବିଧାନସଭା ପ୍ରାର୍ଥା କୈଳାସ କୁଲେସିକା, ଛତିଶଗଡର କ୍ୟାବିନେଟ ମନ୍ତ୍ରୀ କେଦାର କଶ୍ୟପ, ବିଧାୟକ ପୁରନ୍ଦର ମିଶ୍ରା, ଜିଲ୍ଲାଧ୍ୟକ୍ଷ ସୁମନ୍ତ ପ୍ରଧାନଙ୍କ ସମେତ ବହୁ ବଡ ନେତା, ପଦାଧିକାରୀ ଓ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ