ଏବେ ସାରା ଦେଶରେ ଓାକଫ ବୋର୍ଡର ଦୁର୍ନୀତି ଓ ହିନ୍ଦୁମାନଙ୍କ ଜମିକୁ ନିଜର ବୋଲି ଦର୍ଶାଇ ଓାକଫ ବୋର୍ଡ ନାଁରେ ପଂଜିକରଣ କରାଇବାର ଅଭିଯୋଗକୁ ନେଇ ଚର୍ଚ୍ଚା ଲାଗି ରହିଛି । ତାମିଲନାଡୁରେ ଏକ ଗାଁରେ ୧୫୦୦ ବର୍ଷର ହିନ୍ଦୁ ମନ୍ଦିରକୁ ଓାକଫ ବୋର୍ଡ ନିଜର ବୋଲି ଦେଖାଇ ଏହା ଉପରେ କବଜା କରିବାକୁ ନେଇ ଏବେ ବିବାଦ ଆରମ୍ଭ ହୋଇଛି । ଭାରତରେ ଇସଲାମ ଆସିବା ଆଗରୁ ଯେଉଁ ମନ୍ଦିର ଥିଲା ତାକୁ ବି ମୁସଲିମ ଓାକଫ ବୋର୍ଡ ନିଜର ବୋଲି ଦାବି କରିବା କି ପ୍ରକାର ଧାର୍ମୀକ ଗୁଣ୍ଡାଗର୍ଦ୍ଦି ତାହା ବୁଝିବା ପାଇଁ ପଡିବ ।
୨୦୧୩ ମସିହାରେ କେନ୍ଦ୍ରରେ ୟୁପିଏ ସରକାର ସମୟରେ ଦିଲ୍ଲୀର ୧୨୩ଟି ସରକାରୀ ସମ୍ପତିକୁ ଓାକଫ ବୋର୍ଡକୁ କଂଗ୍ରେସ ସରକାର ଅବୈଧ ଭାବରେ ଦାନ କରିଥିବାର ଖୁଲାସା ଏବେ ହୋଇଛି । କେବଳ କ୍ୟାବିନେଟରେ ଦୁଇ ଧାଡିଆ ନୋଟ ମାଧ୍ୟମରେ ଏହି ନିଷ୍ପତିକୁ ପାସ କରାଯାଇ ଏହି କୋଟି କୋଟି ଟଙ୍କାର ସମ୍ପତିକୁ ସେହି ମୁସଲିମ ସଂସ୍ଥାକୁ ଦାନ କରି ଦିଆଗଲା । ଓାକଫ ବୋର୍ଡର ନିୟମ ଅନୁସାରେ ମୁସଲିମ ରିଲିଜିଅନ ସହ ଜଡିତ ଥିବା ସମ୍ପତିକୁ ଓାକଫ ବୋର୍ଡ ନିଜର ବୋଲି ଦାବି କରିବା ସହିତ ଏହାର ମାଲିକ ନିଜେ ହୋଇପାରିବ ।
କଂଗ୍ରେସ ସରକାର ସମୟରେ ଦେଶରେ ଓାକଫ ବୋର୍ଡ ନିୟମ ଲାଗୁ କରାଯାଇଥିଲା । ୨୦୦୯ରେ ଗଠିତ ହୋଇଥିବା ଏକ ଜଏଂଟ ପାର୍ଲିଆମେଂଟାରି କମିଟିର ରିପୋର୍ଟ ଅନୁସାରେ ଓାକଫ ବୋର୍ଡ ପାଖରେ ୮ ଲକ୍ଷ ଏକର ଜମି ଅଛି ।
ଏଠାରେ ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ ଏକ ସଂଖ୍ୟାଲଘୁ ସଂସ୍ଥା ପାଖରେ ଏତେ ବିପୁଳ ପରିମାଣର ଜମି କୁଆଡୁ ଆସିଲା?
ମୁସଲିମମାନଙ୍କ ପ୍ରତି ଖାସ ଶ୍ରଦ୍ଧା ରଖୁଥିବା ଜବାହର ଲାଲ ନେହେରୁ ପ୍ରଥମେ ୧୯୫୪
ମସିହାରେ ଓାକଫ ବୋର୍ଡ ସ୍ଥାପନା କରାଇଲେ । ସେହି ସମୟରେ ସେତେବେଳେ ମୁସଲିମ
ରିଲିଜିଅସ ଅନୁଷ୍ଠାନମାନଙ୍କ ପାଖରେ ଯାହା ସମ୍ପତି ଥିଲା ତାହା ଯେମିତି ସବୁଦିନ ପର୍ଯ୍ୟନ୍ତ ସୁବିଧାରେ ମୁସଲିମମାନଙ୍କ ପାଖରେ ସୁରକ୍ଷିତ ରହିପାରିବ ସେଥିପାଇଁ ଆଇନଗତ ସୁବିଧା ମିଳିଗଲା ।
ଏହାପରେ ଯେତେବେଳେ ବାବରି ମସଜିଦ ଭଙ୍ଗାଗଲା, ସେତେବେଳେ ପିଭି ନରସିଂହ ରାଓ ଓାକଫ ବୋର୍ଡର ନିୟମରେ ପରିବର୍ତନ କରି ଓାକଫ ବୋର୍ଡକୁ ଏକ ପ୍ରକାରର ଅଖଣ୍ଡ କ୍ଷମତା ଦେଲେ ଯାହା ଫଳରେ ଓାକଫ ବୋର୍ଡ କୌଣସି ବି ସମ୍ପତିକୁ ସେମାନେ ନିଜର ବୋଲି ଦାବି କରିପାରିବେ ।
ଓାକଫ ଆକ୍ଟ ୧୯୯୫ର ଧାରା ୪୦ ଅନୁସାରେ ଯେଉଁ ସମ୍ପତିକୁ ଓାକଫ ବୋର୍ଡ ନିଜର ବୋଲି ଦାବି କରିବ, ସେହି ଦାବି ଉପରେ ଶେଷ ନିଷ୍ପତି ମଧ୍ୟ ସେହି ଓାକଫ ବୋର୍ଡ ହିଁ ନେଇପାରିବ । ଏହାର ଅର୍ଥ ହେଉଛି ନିଜେ ଜବର ଦଖଲ କରିବେ ଓ ନିଜେ ବିଚାରପତି ମଧ୍ୟ ହେବେ ।
ଓାକଫ ଆକ୍ଟର ନିୟମ ଅନୁସାରେ ଯଦି କୌଣସି ହିନ୍ଦୁ ସମ୍ପତିକୁ ଓାକଫ ବୋର୍ଡ ନିଜର ବୋଲି ଦାବି କରେ ଓ ସେନେଇ ଆଇନଗତ ବିବାଦ ହୁଏ ତାହେଲେ ଏସର୍ମ୍ପକରେ ଜମି ମାଲିକ କେବେ ସୁପ୍ରିମ କୋର୍ଟ ବା ହାଇକୋର୍ଟରେ ଆବେଦନ କରିପାରିବେ ନାହିଁ । ସେ କେବଳ ସେହି ଓାକଫ ବୋର୍ଡ, ଯିଏ ତାର ସମ୍ପତିକୁ ମାଡି ବସିବା ପାଇଁ ଚାହୁଁଛି, ତାରି ପାଖରେ ହିଁ ଆବେଦନ କରିପାରିବ ।
ତେଣୁ କେଉଁଭଳି ଭାବରେ କଂଗ୍ରେସ ଦଳ ଓାକଫ ବୋର୍ଡକୁ ଏତେ କ୍ଷମତାଶାଳୀ କରିଛି ତାହା ବୁଝିବା ପାଇଁ ପଡିବ । କଂଗ୍ରେସ ଦଳ ସବୁବେଳେ ମୁସଲିମ ତୁଷ୍ଟିକରଣ କରି ସେମାନଙ୍କର ଭୋଟ ହାତେଇବା ପାଇଁ ହିନ୍ଦୁମାନଙ୍କୁ ଧୋକା ଦେଇଛି ଯାହାର ନଗ୍ନ ଉଦାହରଣ ହେଉଛି ଓାକଫ ବୋର୍ଡ ।