ଅଣ ହିନ୍ଦୁଙ୍କ ପାଇଁ ପ୍ରବେଶ ମନା ଥିବା ମନ୍ଦିରରେ ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମୁସଲମାନ ମନ୍ତ୍ରୀଙ୍କୁ ପ୍ରବେଶ କରାଇଥିବା ମାମଲା ଏବେ ଜୋର ଧରିବାରେ ଲାଗିଛି । ଏହାକୁ ନେଇ ଜେଡିୟୁର ପୂର୍ବତନ ପ୍ରବକ୍ତା ଅଜୟ ଆଲୋକ ନୀତିଶଙ୍କ ଉପରେ ଟାର୍ଗେଟ କରିଛନ୍ତି । ଏବେ ମୁସଲମାନ ମାନେ ମୁଖ୍ୟମନ୍ତ୍ରୀ ନୀତିଶଙ୍କୁ ହଜ ଯାତ୍ରା କରାଇବାକୁ ନେବା ଆବଶ୍ୟକ ବୋେଲି ସେ କହିଛନ୍ତି । ଏହା ଦ୍ୱାରା ଭାଇଚାରା ବଢିବ ବୋଲି ସେ କହିଛନ୍ତି ।
ସେ ଟ୍ୱିଟ କରି କହିଛନ୍ତି ଯେ ଅଣ ହିନ୍ଦୁଙ୍କ ପାଇଁ ପ୍ରବେଶ ମନା ଥିବା ମନ୍ଦିର ବିଷ୍ଣୁପଦ ମନ୍ଦିରରେ ମୁଖ୍ୟମନ୍ତ୍ରୀ ନିଜର ଏକ ମୁସଲମାନ ମନ୍ତ୍ରୀଙ୍କୁ ନେଇ ପ୍ରବେଶ କରାଇଲେ । ଏବେ ଆଶା କରିବା ଉଚିତ ଯେ ମୁସଲମାନ ମାନେ ମଧ୍ୟ ନୀତିଶଙ୍କୁ ହଜ ଯାତ୍ରା କରାଇବେ ଯାହା ଅଣ ମୁସଲମାନଙ୍କ ପ୍ରବେଶ ମନା । ଏହା ଦ୍ୱାରା ଭାଇଚାରା ବଢିବ ।
ଉଲ୍ଲେଖନୀୟ ଯେ ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ହିନ୍ଦୁ ଆସ୍ଥା ଉପରେ କୁଠାରାଘାତ କରିଛନ୍ତି । ସେ ଗୟା ଜିଲ୍ଲା ଗସ୍ତ କରିବା ସମୟରେ ସେଠାରେ ବିଷ୍ଣୁପଦ ଦେବୀ ମନ୍ଦିରକୁ ପୂଜା ପାଠ କରିବାକୁ ଯାଇଥିଲେ ।
ଏହି ମନ୍ଦିରର ପ୍ରବେଶ ଦ୍ୱାରା ସ୍ପଷ୍ଟ ଓ ବଡ଼ ବଡ ଅକ୍ଷରରେ ଲେଖା ଯାଇଛି ଯେ ମନ୍ଦିର ମଧ୍ୟକୁ ଅଣ ହିନ୍ଦୁ ମାନଙ୍କ ପ୍ରବେଶ ମନା । ଏହି ନୋଟିସ ସତ୍ୱେ ନୀତିଶ କୁମାର ତାଙ୍କ ମନ୍ତ୍ରିମଣ୍ଡଳର ସୂଚନା ପ୍ରଯୁକ୍ତି ମନ୍ତ୍ରୀ ମୋହମ୍ମଦ ଇସରାଏଲ ମଂସୁରୀଙ୍କୁ ମନ୍ଦିର ଭିତରକୁ ନେଇ ଯାଇଥିଲେ ।