ଆମେରିକାରେ ଏକ କଥା ଅଛି "no sweat no bread"। ଯହାର ଅର୍ଥ ହେଲା ବିନା ପରିଶ୍ରମରେ କାହାକୁ ଖାଇବାକୁ ଦିଆଯିବ ନାହିଁ । ଏପରି ମାନସିକତାରେ ବିଶ୍ୱାସ କରୁଥିବା ଆମେରିକାର କିଛି ଅନୁଷ୍ଠାନ ଆସି ଆମ ଦେଶରେ ସେବା ନାଁରେ କାହିଁକି ଅର୍ଥ ଖର୍ଚ୍ଚ କରୁଛନ୍ତି ? ସେମାନେ କଣ ବିନା ଲାଭରେ ଏପରି କରୁଛନ୍ତି କି ? ଆମେରିକାର ଚାମ୍ପେଲିନ ଠାରେ ମୁଖ୍ୟାଳୟ ଥିବା ମିଶନାରି ସଂସ୍ଥା “ଓଆସିସ ଓାର୍ଲଡ ମିନଷ୍ଟ୍ରିଜ” ଭାରତରେ କେବଳ ପିଇବା ପାଣି ଯୋଗାଇବା ଭଳି କିଛି ଅଳ୍ପ ଅର୍ଥରେ ସମାଜସେବାର ବାନା ଉଡାଇ ଏକ କୋଟି ଲୋକଙ୍କର ଧର୍ମାନ୍ତିକରଣ କରିସାରିଲାଣି । ସେହି ସଂସ୍ଥାର େଓବସାଇଟରେ ଥିବା ତଥ୍ୟାନୁସାରେ ସେମାନେ ୪୦ ମିଲିୟନ ଲୋକଙ୍କର ଧର୍ମାନ୍ତିକରଣ କରିବାର ସଙ୍କଳ୍ପ ନେଇଛନ୍ତି ।
ସେମାନେ ଆମ ଦେଶରେ ରହୁଛନ୍ତି ଭିସା ନେଇକି । ଆମ ଦେଶର ନିୟମ ଅନୁସାରେ ଭିସା ଆବେଦନ କଲାବେଳେ ଦେଖାଇବାକୁ ପଡିବ ଭାରତରେ ରହିବାର କାରଣ । ପ୍ରାୟତଃ ସମସ୍ତ ମିଶନାରିମାନେ ପର୍ଯ୍ୟଟନ ଭିସାରେ ଆସୁଛନ୍ତି । ୨ ମାସରୁ ୩ ମାସ ବିଭିନ୍ନ ଜନଜାତି ବହୁଳ ଜିଲ୍ଲାରେ ରହି ସେମାନଙ୍କର ଧର୍ମାନ୍ତିକରଣ କାମକୁ ଆଗେଇ ନେଉଛନ୍ତି । ବାକି ଯେଉଁମାନେ ଏଠାରେ ସେବା କାମ କରିବା ବାହାନାରେ ବିଭିନ୍ନ ସ୍କୁଲ ବା ଡାକ୍ତରଖାନା ଚଲାଉଛନ୍ତି ସେମାନେ ମଧ୍ୟ ଭିସାରେ ଆସୁଛନ୍ତି । ସେତେବେଳେ ସେମାନେ ସ୍ପଷ୍ଟ ଭାବରେ ଲିଖିତ ଲେଖିକି ଦେଉଛନ୍ତି ଯେ ସେମାନେ ଏଠାରେ କୌଣସି ପ୍ରକାର ପ୍ରଲୋଭନ ଦେଖାଇ ଧାର୍ମୀକ କାର୍ଯ୍ୟକଳାପ କରିବେ ନାହିଁ । ହେଲେ ଦୁଇଟି ଯାକ କ୍ଷେତ୍ରରେ ସେମାନେ ଭିସା ନିୟମକୁ ଉଲଙ୍ଘନ କରୁଛନ୍ତି । କିନ୍ତୁ ସ୍ଥାନୀୟ ଜିଲ୍ଲା ପ୍ରଶାସନ ଓ ରାଜନୈତିକ ସହଯୋଗ କାରଣରୁ ସେମାନଙ୍କର ଏହି ବେଆଇନ କାମ ଉପରେ ରୋକ ଲାଗିପାରୁନି ।