କେତେବେଳେ ଚିଟଫଣ୍ଡ ପଇସାରେ ସିନେମା ତ କେତେବେଳେ ଖଣି ପଇସାରେ ସିନେମା ତିଆରି କରି ର୍ଦୁନାମ ମୁଣ୍ଡାଇଥିବା ଓଡିଆ ସିନେମା ଜଗତରୁ ଧୀରେ ଧୀରେ ଓଡିଆ ଦର୍ଶକ ମୁହଁ ଫେରାଇଲେଣି । ସେଥିରେ ପୁଣି ଏହି ଓଡିଆ ସିନେମାର ପ୍ରଯୋଜକ ଓ ନିର୍ଦ୍ଦେଶକମାନେ ଦକ୍ଷିଣ ସିନେମାର କାହଣୀକୁ ପଢାପଢିରେ ଦୁର୍ବଳ ପିଲା ପରୀକ୍ଷାରେ ଯେମିତି କପି କରିକି ପରୀକ୍ଷା ଦିଅନ୍ତି ସେମିତି ନକଲ କରି ସିନେମା କରି କରି ଓଡିଆ ଦର୍ଶକଙ୍କୁ ଏକ ପ୍ରକାର ବିରକ୍ତି କରିସାରିଲେଣି । ସେଥିରେ ପୁଣି ସିନେମା ହିରୋ ହିରୋଇନଙ୍କର ତ୍ରିକୋଣିଅ ପ୍ରେମ, ଫୁଟାଣି କଥା ନକହିଲେ ଭଲ ।
ଏବେ ଦେଶରେ ଅମିର ଖାନଙ୍କ ଲାଲ ସିଂ ଚଢା ସିନେମା ମୁକ୍ତି ଲାଭ କରିଛି । ହେଲେ ଅମିର ଖାନଙ୍କର ପୁରୁଣା ଭାରତ ବିରୋଧୀ ବକ୍ତବ୍ୟ ଓ ହିନ୍ଦୁମାନଙ୍କୁ ଅପମାନ ପାଇଁ ଲୋକେ କେହି ସେହି ହିନ୍ଦି ସିନେମା ଦେଖୁନାହାନ୍ତି । ଫିଲ୍ମର ନାୟକ ଅମିର ଓ ନାୟିକା କରିନା ଏବେ ହାତ ଯୋଡି ଯୋଡି ବୁଲୁଛନ୍ତି ତାଙ୍କ ସିନେମାକୁ ଲୋକେ ଦେଖନ୍ତୁ ବୋଲି । ହେଲେ ଦୁଇ ଦିନ ହେଲାଣି ପ୍ରାୟ ସମସ୍ତ ସିନେମା ହଲରେ ଆସନ ଫାଙ୍କା ପଡୁଛି ।
କିନ୍ତୁ ଓଡିଶାରେ କିଛି ପରମ୍ପରାଗତ ନକଲ କରୁଥିବା ପ୍ରଯୋଜକମାନେ କିନ୍ତୁ ଅମିର ଖାନଙ୍କ ଲାଲ ସିଂ ଚଢା ସିନେମାକୁ ବାରମ୍ବାର ହଲରେ ଦେଖୁଛନ୍ତି । ଏମିତି ଜଣେ ସିନେମା ପ୍ରଯୋଜକ ଏବେ ସାମାଜିକ ଗଣମାଧ୍ୟମରେ ଜବରଦସ୍ତ ଟ୍ରୋଲ ହେଉଛନ୍ତି । କିଏ କହୁଛି ସିଏ ସିନେମା ଦେଖୁଛନ୍ତି ତାକୁ କପି କରି ଏକ ସିନେମା କରିବେ ବୋଲି ତ ଆଉ କିଏ କହୁଛି ପରିଜା ମଉସାଙ୍କ ସିନେମାକୁ ବି ବୟକଟ କରାଯିବ ବୋଲି ।