ଇଟାଲିର ନାପୋଲିଠାରେ ·ଲିଥିବା ୩୦ତମ ବିଶ୍ୱ ବିଶ୍ୱବିଦ୍ୟାଳୟ ସ୍ତରୀୟ କ୍ରୀଡ଼ାରେ ଓଡ଼ିଆ ସ୍ପ୍ରିଂଟର ଦୂତି ·ନ୍ଦ ମହିଳା ୧୦୦ ମିଟର ଦୌଡ଼ରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଦୂତି ୧୧.୩୨ ସେକେଣ୍ଡରେ ୧୦୦ ମିଟର ଅତିକ୍ରମ କରି ସ୍ୱର୍ଣ୍ଣ ପଦକ ଜିତି ଓଡ଼ିଶା ସହ ସମଗ୍ର ଭାରତ ବର୍ଷକୁ ଗୌରବାନ୍ୱିତ କରିଛନ୍ତି ।
ଦୂତିଙ୍କ ଏହି ସଫଳତା ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟ୍ୱିଟ୍ କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ରାଷ୍ଟ୍ରପତି ଉଲ୍ଲେଖ କରିଛନ୍ତି ଯେ ଦୂତିଙ୍କ ସଫଳତା ଦେଶକୁ ଗୌରବାନ୍ୱିତ କରିଛି । ଏହି ପ୍ରକାର ପ୍ରତିଯୋଗିତାରେ ଏହା ଭାରତର ପ୍ରଥମ ସ୍ୱର୍ଣ୍ଣ ପଦକ ଏବଂ ଏହା ଦେଶ ପାଇଁ ଅତି ଗୌରବର ମୂହୁର୍ତ ଅଟେ । ଏହି ପ୍ରକାର ଚେଷ୍ଟା ଜାରି ରଖି ଅଲମ୍ପିକରେ ସଫଳତା ପ୍ରାପ୍ତ କରନ୍ତୁ ବୋଲି ରାଷ୍ଟ୍ରପତି ଟ୍ୱିଟ୍ କରିଛନ୍ତି ।
ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟ୍ୱିଟ୍ କରି ଦୂତିଙ୍କ ଶୁଭେଚ୍ଛା ଜଣାଇଛନ୍ତି । ଦେଶକୁ ଗୌରାବାନ୍ୱିତ କରିଛ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଟ୍ୱିଟ୍ କରି ଦୂତିଙ୍କୁ ତାଙ୍କ ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି ।
ସେହିପରି କେନ୍ଦ୍ର କ୍ରୀଡା ରାଷ୍ଟ୍ରମନ୍ତ୍ରୀ କିରନ ରିଜ୍ଜୁ ଦୂତିଙ୍କୁ ଅଭିନନ୍ଦନ ଜଣାଇବା ସହ ନିଜ ଟ୍ୱିଟର ଆକାଉଂଟରେ ଦୂତିଙ୍କ ଭିଡିଓ ସେୟାର କରିଛନ୍ତି ।
ଦୂତି ସୋମବାରର ପ୍ରଥମ ପର୍ଯ୍ୟାୟରେ ନିଜ ହିଟରେ ପ୍ରଥମ ସ୍ଥାନରେ ରହି ସେମିଫାଇନାଲ୍ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିଲେ । ଗତକାଲି ସେମିଫାଇନାଲରେ ୧୧.୪୧ ସେକେଣ୍ଡ ସମୟ ସହ ହିଟ୍ ନମ୍ବର-୨ର ପ୍ରଥମ ସ୍ଥାନରେ ରହି ଫାଇନାଲ୍ ଟିକେଟ ହାସଲ କରିଥିଲେ ।
କିଟ୍ ବିଶ୍ୱ ବିଦ୍ୟାଳୟର ପ୍ରତିନିଧିତ୍ୱ କରୁଥିବା ଦୂତି ଏହି ପ୍ରତିଯୋଗିତାର ଉଦଘାଟନୀ ଉତ୍ସବରେ ଭାରତୀୟ ପତାକା ଧରିଥିଲେ । ୧୦୦ ସହ ଦୂତି ମଧ୍ୟ ଏହି ପ୍ରତିଯୋଗିତାର ୨୦୦ ମିଟରରେ ପ୍ରତିଦ୍ୱନ୍ଦ୍ୱିତା କରିବେ ।