The Independence:Odisha-Government-Controversial-Decision-to-auction-cow

 ରାଜ୍ୟ ସରକାର ଏହି ଗାନ୍ଧୀ ଜୟନ୍ତୀରେ ଏକ ବିଜ୍ଞପ୍ତି ବାହାର କରିଛନ୍ତି, ଯାହା ଅନେକଙ୍କୁ କେବଳ ଆଶ୍ଚର୍ଯ୍ୟ କରିନି ବଂର ନିରାଶ ମଧ୍ୟ କରିଛି । ଗାନ୍ଧୀ ଜୟନ୍ତ୍ରୀରେ ଗାନ୍ଧୀଙ୍କର ବିଚାରକୁ ହତ୍ୟା କରି, ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଏକ ଗୋଶାଳାରେ ଥିବା ସମସ୍ତ ୩୩ଟି ଗାଈକୁ ନିଲାମ କରିବା ପାଇଁ ସରକାର ନିଷ୍ପତି ନେଇଛନ୍ତି । ପ୍ରଶ୍ନ ଉଠୁଛି ଯେ କଣ ସରକାର ଗାଈକୁ ଭଙ୍ଗା ବସ କି ପୁରୁଣା ଲୁହା ଭାବୁଛନ୍ତି କି?

ଗାଈ କେବଳ ଏକ ପଶୁ ନୁହେଁ ବଂର ଏହା ହେଉଛି କୋଟି କୋଟି ହିନ୍ଦୁମାନଙ୍କର ପୁଜ୍ୟ । ଭାରତୀୟ ସମାଜରେ ଗାଈକୁ ଗୋମାତା ବୋଲି ଆଖ୍ୟା ଦିଆଯାଇଛି । ହେଲେ ରାଜ୍ୟ ସରକାର କାହିଁକି ଏପରି ନିଷ୍ପତି ନେଇଛନ୍ତି ? ଏହା ଦେଶର ଥିବା ପଶୁ ଅଧୀକାର ଆଇନ ଓ ରାଜ୍ୟରେ ଥିବା ଗୋହତ୍ୟା ନିରୋଧ ଆଇନର ବିରୋଧାଭାସ କରୁନାହିଁ କି, ଏହା ଉପରେ ଏବେ ଆଲୋଚନା ହେବା ଦରକାର ।

ଓଡିଶା ସରକାରଙ୍କର ଏହି ବିଜ୍ଞପ୍ତିରେ ଲେଖାଯାଇଛି ଯେକୌଣସି ବ୍ୟକ୍ତି ଅଧିକ ମୂଲ୍ୟ ଡାକିବ ସେ ସେହି ଗାଈକୁ ନେଇଯିବ । ଏହା ପରେ ସେ ଯଦି କଂସେଇ ଖାନାରେ ବିକିଲା ବା ହତ୍ୟା କରିଲା ତାହା ଆଇନ ସମ୍ମତ ହେବ କି? ଓଡିଶା ଦେଶର ପ୍ରଥମ ରାଜ୍ୟ ଯେଉଁ ଠାରେ ଗୋହତ୍ୟା ନିରୋଧ ଆଇନ ଆସିଥିଲା । ଆଜିବି ସେହି ଆଇନ ଅନୁସାରେ ଓଡିଶାରେ ଗୋହତ୍ୟା ବେଆଇନ ଓ ଗୋଚାଲାଣ ବେଆଇନ । ହେଲେ ଯେତେବେଳେ ସରକାର ଗାଈକୁ ନିଲାମରେ ଡାକୁଛନ୍ତି ସେତେବେଳେ ନିଲାମ ନେଇଥିବା ଲୋକ ଯଦି ଗାଈକୁ କଂସେଇ ଖାନାକୁ ଚାଲାଣ କରେ ବା ହତ୍ୟା କରେ ତାହେଲେ ଓଡିଶାରେ ଲାଗୁ ହୋଇଥିବା ଓଡିଶା ଗୋହତ୍ୟା ନିରୋଧ ଆଇନ ୧୯୬୦କୁ ଏହା ବିରୋଧ କରିବ ନାହିଁ ତ?

ଖେର୍ଦ୍ଧା ଜିଲ୍ଲାର ଜାମୁଝରିରେ ଅଛି ଏକ ମୁକ୍ତାକାଶ ଜେଲ । ସେହି ଆଶ୍ରମ ଜେଲରେ ରୁହନ୍ତି କିଛି ସଜ୍ଜା କାଟୁଥିବା କଏଦି । ଯେଉଁମାନେ କୌଣସି ବିଶେଷ ପରିସ୍ଥିତିରେ ପଡି କିଛି ଅପରାଧ ଘଟାଇ ଦେଲା ପରେ ପଶ୍ଚାତାପ କରନ୍ତି ଓ ମୁଖ୍ୟ ଜେଲରେ ସେମାନଙ୍କର ଆଚ୍ଚରଣ ଭଲ ଥାଏ ସେଭଳି କିଛି କଏଦିଙ୍କୁ ଏଠାରେ ରଖାଯାଏ । ଏଠାରେ ଅଛି ଏକ ଗୋଶାଳା । କଏଦିମାନେ ଏହି ଗୋଶାଳାରେ ଗୋସେବା କରନ୍ତି ଓ ଗାଈମାନଙ୍କର ଯତ୍ନ ନିଅନ୍ତି । ହେଲେ ରାଜ୍ୟ ସରକାର ଏବେ ସେହି ଗୋଶାଳାରୁ ଗାଈମାନଙ୍କୁ ନିଲାମ କରିଦେବେ । ସେହି ଆଶ୍ରମ ଜେଲରେ ଥିବା ଅନ୍ତେବାସିମାନଙ୍କର ବିରୋଧ ସତ୍ୱେ ସରକାର ଏପରି ନିଲାମ କରୁଛନ୍ତି । 

 “ଗୋ” ରକ୍ଷାକୁ ହିନ୍ଦୁ ଧର୍ମର କେନ୍ଦ୍ରୀୟ ତତ୍ୱ ବୋଲି ମହାତ୍ମା ଗାନ୍ଧୀ ଉଲ୍ଲେଖ କରିଛନ୍ତି । ଗୋ-ରକ୍ଷାର ମହତ୍ୱ ସମ୍ପର୍କରେ ସେ ଅନେକ ପତ୍ର - ପତ୍ରିକାରେ ଉଲ୍ଲେଖ କରିଛନ୍ତି ।

ତାଙ୍କ ଦ୍ୱାରା ଏ ସମ୍ପର୍କରେ କଥିତ ଓ ଲିଖିତ ବକ୍ତବ୍ୟ ଉପରେ ଦୃଷ୍ଟି ପକାଇଲେ ଗୋ ରକ୍ଷା ତାଙ୍କ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ଥିଲା ତାହା ସ୍ପଷ୍ଟ ହୋଇଯିବ । ୟଙ୍ଗ୍ ଇଣ୍ଡିଆ ପତ୍ରିକାରେ ତା ୦୬.୦୧.୧୯୨୧ରେ ପ୍ରକାଶିତ ଏକ ଲେଖାରେ ଲେଖିଛନ୍ତି- “ଗାଈ କରୁଣାର କାବ୍ୟ ଅଟେ । ଏହି ସୌମ୍ୟ ପଶୁ କରୁଣାର ମୂର୍ତିମନ୍ତ ପ୍ରତୀକ ଅଟେ । ସେ କୋଟି କୋଟି ଭାରତୀୟ ମାନଙ୍କର ମା’ । ଗୋ ରକ୍ଷାର ଅର୍ଥ ହେଲା ଈଶ୍ୱରଙ୍କର ମୂକ ସୃଷ୍ଟିର ରକ୍ଷା । ପ୍ରାଚୀନ ଋଷି ମାନେ ସେମାନଙ୍କ ପୂଜାର ଆରମ୍ଭ ଗାଈ ଠାରୁ ହିଁ କରିଛନ୍ତି ।”

୦୧.୦୧.୧୯୨୫ରେ ସେ ତାଙ୍କର ୟଙ୍ଗ ଇଣ୍ଡିଆ ପତ୍ରିକାରେ ଲେଖିଥିଲେ – ମୁଁ ଗାଈକୁ ପୂଜା କରେ ଓ ତାର ପୂଜାର ସମର୍ଥନ କରିବା ପାଇଁ ମୁଁ ସମଗ୍ର ବିଶ୍ୱର ମୁକାବିଲା କରିବାକୁ ପ୍ରସ୍ତୁତ ଅଛି ।

ଏକଥା ମଧ୍ୟ ଗାନ୍ଧୀ ସେହି ସମାନ ପତ୍ରିକା ୟଙ୍ଗ ଇଣ୍ଡିଆରେ ତା ୨୬.୦୬.୧୯୨୪ ରେ ଲେଖିଛନ୍ତି- “ଗାଈ ହେଉଛି ଅବମାନବୀୟ ସୃଷ୍ଟିର ପବିତ୍ରତମ ରୂପ । ସେ ପ୍ରାଣୀ ମାନଙ୍କର ମଧ୍ୟରେ ସବୁଠାରୁ ସକ୍ଷମ ଅର୍ଥାତ୍ ମନୁଷ୍ୟ ହାତରେ ନ୍ୟାୟ ପାଇବା ପାଇଁ ସମସ୍ତ ଜୀବ ମାନଙ୍କର ପକ୍ଷରୁ ଆମକୁ ଗୁହାରୀ କରିଥାଏ । ଗାଈ ନିଜ ଚକ୍ଷୁର ଭାଷାରେ ଆମକୁ ଏହା କହୁଥିବା ଭଳି ଲାଗେ । ତୁମେ ଆମକୁ ମାରି ଦିଅ, ଆମର ମାଂସ ଖାଅ, ଆମ ସହ ଅନ୍ୟ କୌଣସି ପ୍ରକାର ଦୁର୍ବ୍ୟବହାର କର, ଏଇଥି ପାଇଁ ଈଶ୍ୱର ତୁମ ମଣିଷମାନଙ୍କୁ ଆମର ସ୍ୱାମୀ ବୋଲି ସୃଷ୍ଟି କରିନାହିଁ । ତୁମେ ଆମର ମିତ୍ର ତଥା ପୃଷ୍ଠପୋଷକ ହୋଇ ରୁହ । ଏଥିପାଇଁ ଈଶ୍ୱର ତୁମକୁ ଆମର ସ୍ୱାମୀ ଭାବେ ତିଆରି କରିଛି ।”

ଗୋରକ୍ଷା କରିବାର ଯୋଗ୍ୟତା ହିଁ ହିନ୍ଦୁ ହେବାର ଆଧାର ବୋଲି ମହାତ୍ମା ଗାନ୍ଧୀ ମନେ କରି ୟଙ୍ଗ ଇଣ୍ଡିଆରେ ୦୬.୦୧.୧୯୧୯ରେ ସେ ଲେଖିଥିଲେ “ମଥାରେ ତିଳକ, ମନ୍ତ୍ରର ଶୁଦ୍ଧ ଉଚ୍ଚାରଣ, ତୀର୍ଥ ଯାତ୍ରା ତଥା ଜାତି ନିୟମ ଗୁଡିକର ଔପଚାରିକ ପାଳନ ମାଧ୍ୟମରେ ଆମେ ହିନ୍ଦୁ ମାନଙ୍କୁ ପରଖି ପାରିବା ନାହିଁ । ତେବେ ଗାଈକୁ ରକ୍ଷା କରିବାରେ ତାଙ୍କର ଯୋଗ୍ୟତା ଆଧାରରେ ହିଁ ହିନ୍ଦୁ ମାନଙ୍କୁ ପରଖା ଯାଇପାରେ ।” ମହାତ୍ମାଗାନ୍ଧୀ ଗୋ ରକ୍ଷାକୁ କେତେ ଗୁରୁତ୍ୱ ପ୍ରଦାନ କରୁଥିଲେ ତାହା ଉପରୋକ୍ତ ଉଦାହରଣରୁ ସୁସ୍ପଷ୍ଟ । କିନ୍ତୁ ଆଜି ଦୁର୍ଭାଗ୍ୟର ବିଷୟ ଯେ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀରେ ସରକାର ଗାଈ ନିଲାମ କରିବା ପାଇଁ ନିଷ୍ପତି ନେଇଛନ୍ତି ।

କେବଳ ଗାନ୍ଧୀ ନୁହନ୍ତି, ଗୋପବନ୍ଧୁ ଦାସ ମଧ୍ୟ ଲେଖିଛନ୍ତି ଗୋମାହାତ୍ମା, ଯେଉଁଥିରେ ସେ ଗୋମାତା ବିଷୟରେ ବର୍ଣ୍ଣନା କରିଛନ୍ତି । କେଉଁଭଳି ଗୋମାତା ଆମର ସବୁବେଳେ ପୁଜ୍ୟ ଏହି ବିଷୟରେ ଉଲ୍ଲେଖ୍ୟ କରିଛନ୍ତି । 

TAGS

Author Image

Independence News

Recent Posts

The Independence:If-the-BJP-government-is-formed-in-Odisha-drinking-water-problem-will-be-solved-as-a-priority-Bhatrahari-Mahatab

ଓଡ଼ିଶାରେ ବିଜେପି ସରକାର ଗଠନ କଲେ ଅଗ୍ରାଧିକାର ଭିତିରେ ପାନୀୟ ଜଳ ସମସ୍ୟାର ସମାଧାନ କରାଯିବ: ଭତୃହରି ମହତାବ

The Independence:Odisha-Cow-Slaughtering

Odisha : ଗୋ ମାଂସ ବୋଝେଇ ଟ୍ରକ ଜବତ

The Independence:Jagannath-Temple-Odisha-Mumbai

ଓଡିଶା ବାହାରେ ମହାପ୍ରଭୁ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର

The Independence:Modi-Government-9-Years-Seva-Susasan-Garib-Kalyana

ନ’ ବର୍ଷର ସୁଶାସନ

The Independence:Rath-Yatra-2023-Lakhs-of-devotees-witness-Suna-Besha-of-Holy-Trinity-in-Puri

ଶ୍ରୀକ୍ଷେତ୍ରରେ ରଥାରୁଢ଼ ଶ୍ରୀଜୀଉଙ୍କ ସୁନାବେଶ, ମହଣ ମହଣ ସୁନା ଅଳଙ୍କାରରେ ସଜ୍ଜିତ ତିନି ଠାକୁର

The Independence:Puri-Ratha-Jatra-2023-Jay-Jagannath

ଶରଧାବାଲିରେ ଲାଗିଲା ତିନି ଠାକୁରଙ୍କ ତିନି ରଥ

The Independence:Ratha-Jatra-2023-ନୀଳାଦ୍ରିବିଜେରେ-ନୀଳକନ୍ଦରକୁ-ଫେରନ୍ତି-ନୀଳାଦ୍ରିନାଥ-ସରେ-ଜନ୍ମବେଦି-ଲୀଳା

Ratha Jatra 2023: ନୀଳାଦ୍ରିବିଜେରେ ନୀଳକନ୍ଦରକୁ ଫେରନ୍ତି ନୀଳାଦ୍ରିନାଥ; ସରେ ଜନ୍ମବେଦି ଲୀଳା

The Independence:Jagannath-Temple-Rath-Jatra

ଏକାବନ ଦିନରେ ଚଳଚଞ୍ଚଳ ରଥଖଳା

The Independence:ପ୍ରେମିକାକୁ-ଛୁରୀ-ଭୁଷିଲା-ପଥରରେ-ଛେଚି-ମୁହଁ-ନଷ୍ଟ-କଲା-ଜହ୍ଲାଦ-ପ୍ରେମିକ-ସାହିଲ-ଖାଁ

ପ୍ରେମିକାକୁ ଛୁରୀ ଭୁଷିଲା, ପଥରରେ ଛେଚି ମୁହଁ ନଷ୍ଟ କଲା ଜହ୍ଲାଦ ପ୍ରେମିକ ସାହିଲ ଖାଁ

The Independence:Land-Jihad-Dwarka

ଜମି ଜିହାଦର ଅନ୍ୟନାମ ଦ୍ୱାରକା

The Independence:Odisha-cant-make-progress-with-Shashikala-syndrome-Dharmendra

‘ଶଶୀକଳା ସିଣ୍ଡ୍ରୋମ’ କହିବାରୁ ସରକାରଙ୍କୁ ବାଧିଲା: ଧର୍ମେନ୍ଦ୍ର

The Independence:Land-Jihad-Love-Jihad-Jameen-Jihad-in-Odisha

ରାଜ୍ୟରେ ବଢ଼ୁଛି ଜିହାଦୀଙ୍କ ସଂଖ୍ୟା !

The Independence:The-Kerala-Story-Official-Trailer--Vipul-Amrutlal-Shah--Sudipto-Sen--Adah-Sharma--Aashin-A-Shah

The Kerala Story Official Trailer | Vipul Amrutlal Shah | Sudipto Sen | Adah Sharma | Aashin A Shah

The Independence:Guddu-Muslim-Odisha-Link-BJD

ଗୁଡ୍ଡୁ ମୁସଲମାନର ଖାସ୍, ବିଜେଡି ବିଧାୟକଙ୍କ ରାଇଟହାଣ୍ଡ

The Independence:important-files-of-the-jagannath-temple-administration-have-gone-missing

ଗାଏବ ହେଲା ଜଗନ୍ନାଥ ମନ୍ଦିର ପ୍ରଶାସନର ଗୁରୁତ୍ଵପୂର୍ଣ୍ଣ ଫାଇଲ

The Independence:Debacle-in-American-Banking-System

ଆମେରିକାର ବ୍ୟାଙ୍କିଂ ବ୍ୟବସ୍ଥାରେ ବିପର୍ଯ୍ୟୟ

The Independence:palghar-sadhu-lynching-case-to-be-investigated-by-cbi

ପାଲଘର ସାଧୁହତ୍ୟା ମାମଲାର ହେବ ସିବିଆଇ ତଦନ୍ତ

The Independence:Mix-Mandate-in-USA-Joe-Biden

ଆମେରିକାରେ ମିଶ୍ରିତ ଜନମତ

The Independence:Jayshankar-in-Fiji

ଫିଜିରେ ବିଜି ଜୟଶଙ୍କର

The Independence:Women-Freedom-Fighters-of-India-Name-List-and-Their-Roles

ଭାରତର ମହାନ ମହିଳା ସ୍ୱାଧୀନତା ସଂଗ୍ରାମୀମାନେ ଯାହାଙ୍କୁ ଇତିହାସକାରମାନେ ଭୁଲି ଯାଇଥିଲେ

The Independence:Dharmendra-Seeks-Centres-Intervention-For-Protection-Of-Archaeological-Assets-In-Odisha

ଓଡ଼ିଶାରେ ଅସୁରକ୍ଷିତ ଶିଶୁପାଳ ଗଡ଼ ଓ ଲଳିତଗିରି ପରି ଐତିହ୍ୟ କୀର୍ତ୍ତିରାଜି

The Independence:ଶ୍ରୀମନ୍ଦିରର-ପ୍ରସିଦ୍ଧ-ଦୋଳଯାତ୍ରା

ଶ୍ରୀମନ୍ଦିରର ପ୍ରସିଦ୍ଧ ଦୋଳଯାତ୍ରା

The Independence:Young-writer-Om-Priyadarshis-book-on-Paika-movement-released

ଉନ୍ମୋଚିତ ହେଲା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଚୟନିତ ଓମ୍ ପ୍ରିୟଦର୍ଶୀଙ୍କ ପୁସ୍ତକ "ପାଇକ: ଜନ, ଆଖ୍ୟାନ ଓ ଆନ୍ଦୋଳନ"

The Independence:Baijayanta-Panda-listens-Man-Ki-Baat-Programme-at-Bhawanipatna

ଭବାନୀପାଟଣା “ମନ୍‌ କି ବାତ୍‌” କାର୍ଯ୍ୟକ୍ରମରେ ବୈଜୟନ୍ତ ପଣ୍ଡା

The Independence:ଜର୍ଜ-ସୋରୋସଙ୍କ--ନେଟୱର୍କ-ଓ-କଣ୍ଢେଇ-ମାନଙ୍କୁ-ଚିହ୍ନଟ--ଜରୁରୀ

ଜର୍ଜ ସୋରୋସଙ୍କ ନେଟୱର୍କ ଓ କଣ୍ଢେଇ ମାନଙ୍କୁ ଚିହ୍ନଟ ଜରୁରୀ