ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଲାଗି ସୀତାକୁଣ୍ଡରୁ ଜଳ ସଂଗ୍ରହ କଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ମାଲକାନଗିରି ଜିଲ୍ଲା ବଣ୍ଡାଘାଟିରେ ଥିବା ସୀତାକୁଣ୍ଡର ପାଣି ଯିବ ଅଯୋଧ୍ୟା ଆଉ ଏହି ପାଣି ନେବେ ଅଯୋଧ୍ୟାରୁ ଆସିଥିବା ସାଧୁସନ୍ଥ । ସାଧୁସନ୍ଥମାନେ ଶ୍ରୀଲଙ୍କାରୁ ଯାତ୍ରା ଆରମ୍ଭ କରିଥିବା ବେଳେ ଆଜି ବଣ୍ଡାଘାଟିରେ ପହଞ୍ଚିଛନ୍ତି । ଏହି ସମାରୋହରେ ଯୋଗ ଦେବା ପାଇଁ ବଣ୍ଡାଘାଟିରେ ପହଞ୍ଚିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ।
ଆଜି ବଣ୍ଡାଘାଟିର ସୀତାକୁଣ୍ଡରେ ପହଞ୍ଚି ସାଧୁସନ୍ଥଙ୍କ ସହ ରାଜ୍ୟପାଳ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ରାଜ୍ୟପାଳ ଏଠାରୁ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଲାଗି ସୀତାକୁଣ୍ଡରୁ ଜଳ ସଂଗ୍ରହ କରିଛନ୍ତି । ଏହାଛଡ଼ା ସେ ଶ୍ରୀରାମ ବନ ଗମନ କାବ୍ୟଯାତ୍ରାର ଶୁଭାରମ୍ଭ କରିଛନ୍ତି। ସୀତାକୁଣ୍ଡର ପାଣି ରାମନବମୀ ଦିନ ଅଯୋଧ୍ୟାରେ ପହଞ୍ଚିବ ।
ସୂଚନାଯୋଗ୍ୟ ଶ୍ରୀରାମଚନ୍ଦ୍ର ବନବାସ ସମୟରେ ଯେଉଁ ଯେଉଁ ସ୍ଥାନରେ ସମୟ ବିତାଇଥିଲେ, ସେହିସବୁ ସ୍ଥାନରୁ ଅଯୋଧ୍ୟାକୁ ପାଣି ଅଣାଯାଉଛି । ଶ୍ରୀଲଙ୍କାଠାରୁ ଅଯୋଧ୍ୟା ପର୍ଯ୍ୟନ୍ତ କିଛି ସ୍ଥାନକୁ ସାଧୁସନ୍ଥମାନେ ରଥରେ ଶିବରାତ୍ରୀ ଦିନଠାରୁ ଶ୍ରୀଲଙ୍କାରୁ ଯାତ୍ରା ଆରମ୍ଭ କରିଥିବା ବେଳେ ରାମନବମୀ ଦିନ ଅଯୋଧ୍ୟାରେ ପହଞ୍ଚିବ ଏହି ରଥ ।