The Independence:Odisha-Leader-of-Opposition-Pradipta-Naik-Fights-for-Mamita-Mehera

 କରୋନାରେ ଗୁରୁତର ଅସୁସ୍ଥ ହୋଇଥିବା ବିରୋଧୀ ଦଳ ନେତା ପ୍ରଦିପ୍ତ ନାୟକ ଏବେ ସୁଦ୍ଧା ସମ୍ପୃର୍ଣ୍ଣ ସୁସ୍ଥ ହୋଇନାହାନ୍ତି । ଏମସ ଡାକ୍ତରଖାନାରେ ଏବେ ବି ଅଛନ୍ତି ବିରୋଧୀ ଦଳ ନେତା ପ୍ରଦିପ୍ତ ନାୟକ । ଅମ୍ଳଜାନ ଉପରେ ନିର୍ଭରଶିଳତା ସମ୍ପୃର୍ଣ୍ଣ ଭାବରେ ସମାପ୍ତ ହୋଇନାହିଁ । ନାକରୁ ଖାଦ୍ୟ ନଳୀ ବି ବାହାରିନାହିଁ । ହେଲେ ସେ ଚୁପ୍ ହୋଇଯାଇନାହାନ୍ତି । ତାଙ୍କ ଜିଲ୍ଲାରେ ଘଟିଥିବା ବହୁ ଚର୍ଚ୍ଚିତ ଲୋକହର୍ଷଣକାରି ମମିତା ମେହେର ହତ୍ୟାକାଣ୍ଡରେ କିପରି ମମିତାଙ୍କୁ ନ୍ୟାୟ ମିଳିପାରିବ ସେଥିପାଇଁ ଜାରି ରହିଛି ତାଙ୍କର ପ୍ରୟାସ ।

ବଲାଙ୍ଗୀରର ଝିଅ ମମିତା ମେହେର କଳାହାଣ୍ଡିର ମହାଲିଙ୍ଗଠାରେ ଥିବା ଅଭିଯୁକ୍ତି ଗୋବିନ୍ଦ ସାହୁର ସ୍କୁଲରେ ଅଧ୍ୟକ୍ଷା ଭାବରେ କାମ କରୁଥିଲେ । ଗୋବିନ୍ଦ ସାହୁଙ୍କର ଅନେକ ଅନୈତିକ ସର୍ମ୍ପକର ପ୍ରମାଣ ରଖିଥିଲେ ମୃତା ମମିତା ମେହେର, ଯେଉଁଥିପାଇଁ ମମିତାଙ୍କୁ ଯୋଜନାବଦ୍ଧ ଭାବରେ ହତ୍ୟା କରିଥିଲେ ଗୋବିନ୍ଦ । ହେଲେ ଗୋବିନ୍ଦଙ୍କୁ ସୁରକ୍ଷା ଦେଇଥିଲେ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ଏହି ବିଷୟରେ ବିରୋଧୀ ଦଳ ନେତା ପ୍ରଦିପ୍ତ ନାୟକ ହିଁ ପ୍ରଥମେ ଅଭିଯୋଗ କରିଥିଲେ ଓ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର କରିବା ପାଇଁ ଦାବି କରିଥିଲେ ।

ସେହିପରି ଅନ୍ୟମାନେ ନିରବ ଥିଲାବେଳେ ପ୍ରଦିପ୍ତ ନାୟକ ହିଁ ଏହି ଘଟଣାରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଥମେ ଚିଠି ଲେଖି ଏହି ଘଟଣାର ସିବିଆଇ ତଦନ୍ତ ଦାବି କରିଥିଲେ । ଏପରିକି ଗୋବିନ୍ଦ ସାହୁଙ୍କ ସହିତ କ୍ୟାପଟେନ ଦିବ୍ୟଶଙ୍କରଙ୍କ ଘନିଷ୍ଠ ସର୍ମ୍ପକ କଥା ମଧ୍ୟ ସେ ଟ୍ୱିଟ କରିଥିଲେ ଯାହା ପରେ ଗଣମାଧ୍ୟମ ପାଇଁ ଏହି ଖବର ଉପରେ ଆଉ କିଛି ନୁଆ ତଥ୍ୟ ଯୋଗାଇଥିଲା । ଗୋବିନ୍ଦ ସାହୁର ଅନେକ ଗୁମର ଖୋଲିବାରେ ସେ ବଡ ଭୂମିକା ନେଇଛନ୍ତି । କେବଳ ଦିବ୍ୟଶଙ୍କର ନୁହେଁ ମନ୍ତ୍ରୀ ପ୍ରତାପ ଜେନାଙ୍କ ସହିତ ଗୋବିନ୍ଦର ସର୍ମ୍ପକ ଅଛି ବୋଲି ମଧ୍ୟ ପ୍ରଥମେ କହିଥିଲେ ପ୍ରଦିପ୍ତ ।

ଦେଖିବାକୁ ଗଲେ ଏହି ଘଟଣାକୁ ନେଇ ଏମିତି ଅନେକ କିଛି ବିଷୟ ଉଠାଇଛନ୍ତି ପ୍ରଦିପ୍ତ ନାୟକ । ଶାରିରିକ ଅସୁସ୍ଥତା ତାଙ୍କୁ ରୋକି ପାରିନି । କହିବାକୁ ଗଲେ ଲୋକେ ତାଙ୍କୁ ଯେଉଁ ଦାୟୀତ୍ୱ ଦେଇଛନ୍ତି ତାହା ସେ ଚିକିସ୍ତ୍ରାଧୀନ ଥାଇବି କରିବା ପାଇଁ ଚେଷ୍ଟା ଚଲାଇଛନ୍ତି । ଆଗରୁ ବିଧାନସଭା ଅଧୀବେସନ ବେଳେ ସେ ହସ୍ପିଟାଲ ବେଡରେ ଥାଇ ଯୋଗ ଦେଇଥିଲେ ଯାହାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା ।

ସେ ନିଜେ ଏବେ ବାହାରକୁ ଯାଇ ପାରୁନାହାନ୍ତି କାରଣ ଅମ୍ଳଜାନର ଆବଶ୍ୟକତା ପଡୁଛି । ସେଥିପାଇଁ କଳାହାଣ୍ଡିରେ ହେଉଥିବା ବିଭିନ୍ନ ପ୍ରତିବାଦ, ଆନ୍ଦୋଳନରେ ସାମିଲ ହୋଇପାରୁନାହାନ୍ତି । କିନ୍ତୁ କଳାହାଣ୍ଡିରେ ବିଜେପି କରୁଥିବା ରାଜନୈତିକ କାର୍ଯ୍ୟକ୍ରମକୁ ସେ ଭୁବନେଶ୍ୱରରେ ରହି ତଦାରଖ କରୁଛନ୍ତି । କାର୍ଯ୍ୟକର୍ତାମାନଙ୍କ ସହିତ ଫୋନରେ ଯୋଗାଯୋଗ ରଖି ଏହି ଆନ୍ଦୋଳନକୁ ଚଲାଇ ରଖିଛନ୍ତି ପ୍ରଦିପ୍ତ ନାୟକ । ମମିତା ମେହେରଙ୍କୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ସେ ଚୁପ ବସିବେ ନାହିଁ ବୋଲି କହିଛନ୍ତି ବିରୋଧୀ ଦଳର ନେତା ପ୍ରଦିପ୍ତ ନାୟକ ।

Author Image

Independence News

Recent Posts

The Independence:If-the-BJP-government-is-formed-in-Odisha-drinking-water-problem-will-be-solved-as-a-priority-Bhatrahari-Mahatab

ଓଡ଼ିଶାରେ ବିଜେପି ସରକାର ଗଠନ କଲେ ଅଗ୍ରାଧିକାର ଭିତିରେ ପାନୀୟ ଜଳ ସମସ୍ୟାର ସମାଧାନ କରାଯିବ: ଭତୃହରି ମହତାବ

The Independence:Odisha-Cow-Slaughtering

Odisha : ଗୋ ମାଂସ ବୋଝେଇ ଟ୍ରକ ଜବତ

The Independence:Jagannath-Temple-Odisha-Mumbai

ଓଡିଶା ବାହାରେ ମହାପ୍ରଭୁ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର

The Independence:Modi-Government-9-Years-Seva-Susasan-Garib-Kalyana

ନ’ ବର୍ଷର ସୁଶାସନ

The Independence:Rath-Yatra-2023-Lakhs-of-devotees-witness-Suna-Besha-of-Holy-Trinity-in-Puri

ଶ୍ରୀକ୍ଷେତ୍ରରେ ରଥାରୁଢ଼ ଶ୍ରୀଜୀଉଙ୍କ ସୁନାବେଶ, ମହଣ ମହଣ ସୁନା ଅଳଙ୍କାରରେ ସଜ୍ଜିତ ତିନି ଠାକୁର

The Independence:Puri-Ratha-Jatra-2023-Jay-Jagannath

ଶରଧାବାଲିରେ ଲାଗିଲା ତିନି ଠାକୁରଙ୍କ ତିନି ରଥ

The Independence:Ratha-Jatra-2023-ନୀଳାଦ୍ରିବିଜେରେ-ନୀଳକନ୍ଦରକୁ-ଫେରନ୍ତି-ନୀଳାଦ୍ରିନାଥ-ସରେ-ଜନ୍ମବେଦି-ଲୀଳା

Ratha Jatra 2023: ନୀଳାଦ୍ରିବିଜେରେ ନୀଳକନ୍ଦରକୁ ଫେରନ୍ତି ନୀଳାଦ୍ରିନାଥ; ସରେ ଜନ୍ମବେଦି ଲୀଳା

The Independence:Jagannath-Temple-Rath-Jatra

ଏକାବନ ଦିନରେ ଚଳଚଞ୍ଚଳ ରଥଖଳା

The Independence:ପ୍ରେମିକାକୁ-ଛୁରୀ-ଭୁଷିଲା-ପଥରରେ-ଛେଚି-ମୁହଁ-ନଷ୍ଟ-କଲା-ଜହ୍ଲାଦ-ପ୍ରେମିକ-ସାହିଲ-ଖାଁ

ପ୍ରେମିକାକୁ ଛୁରୀ ଭୁଷିଲା, ପଥରରେ ଛେଚି ମୁହଁ ନଷ୍ଟ କଲା ଜହ୍ଲାଦ ପ୍ରେମିକ ସାହିଲ ଖାଁ

The Independence:Land-Jihad-Dwarka

ଜମି ଜିହାଦର ଅନ୍ୟନାମ ଦ୍ୱାରକା

The Independence:Odisha-cant-make-progress-with-Shashikala-syndrome-Dharmendra

‘ଶଶୀକଳା ସିଣ୍ଡ୍ରୋମ’ କହିବାରୁ ସରକାରଙ୍କୁ ବାଧିଲା: ଧର୍ମେନ୍ଦ୍ର

The Independence:Land-Jihad-Love-Jihad-Jameen-Jihad-in-Odisha

ରାଜ୍ୟରେ ବଢ଼ୁଛି ଜିହାଦୀଙ୍କ ସଂଖ୍ୟା !

The Independence:The-Kerala-Story-Official-Trailer--Vipul-Amrutlal-Shah--Sudipto-Sen--Adah-Sharma--Aashin-A-Shah

The Kerala Story Official Trailer | Vipul Amrutlal Shah | Sudipto Sen | Adah Sharma | Aashin A Shah

The Independence:Guddu-Muslim-Odisha-Link-BJD

ଗୁଡ୍ଡୁ ମୁସଲମାନର ଖାସ୍, ବିଜେଡି ବିଧାୟକଙ୍କ ରାଇଟହାଣ୍ଡ

The Independence:important-files-of-the-jagannath-temple-administration-have-gone-missing

ଗାଏବ ହେଲା ଜଗନ୍ନାଥ ମନ୍ଦିର ପ୍ରଶାସନର ଗୁରୁତ୍ଵପୂର୍ଣ୍ଣ ଫାଇଲ

The Independence:Debacle-in-American-Banking-System

ଆମେରିକାର ବ୍ୟାଙ୍କିଂ ବ୍ୟବସ୍ଥାରେ ବିପର୍ଯ୍ୟୟ

The Independence:palghar-sadhu-lynching-case-to-be-investigated-by-cbi

ପାଲଘର ସାଧୁହତ୍ୟା ମାମଲାର ହେବ ସିବିଆଇ ତଦନ୍ତ

The Independence:Mix-Mandate-in-USA-Joe-Biden

ଆମେରିକାରେ ମିଶ୍ରିତ ଜନମତ

The Independence:Jayshankar-in-Fiji

ଫିଜିରେ ବିଜି ଜୟଶଙ୍କର

The Independence:Women-Freedom-Fighters-of-India-Name-List-and-Their-Roles

ଭାରତର ମହାନ ମହିଳା ସ୍ୱାଧୀନତା ସଂଗ୍ରାମୀମାନେ ଯାହାଙ୍କୁ ଇତିହାସକାରମାନେ ଭୁଲି ଯାଇଥିଲେ

The Independence:Dharmendra-Seeks-Centres-Intervention-For-Protection-Of-Archaeological-Assets-In-Odisha

ଓଡ଼ିଶାରେ ଅସୁରକ୍ଷିତ ଶିଶୁପାଳ ଗଡ଼ ଓ ଲଳିତଗିରି ପରି ଐତିହ୍ୟ କୀର୍ତ୍ତିରାଜି

The Independence:ଶ୍ରୀମନ୍ଦିରର-ପ୍ରସିଦ୍ଧ-ଦୋଳଯାତ୍ରା

ଶ୍ରୀମନ୍ଦିରର ପ୍ରସିଦ୍ଧ ଦୋଳଯାତ୍ରା

The Independence:Young-writer-Om-Priyadarshis-book-on-Paika-movement-released

ଉନ୍ମୋଚିତ ହେଲା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଚୟନିତ ଓମ୍ ପ୍ରିୟଦର୍ଶୀଙ୍କ ପୁସ୍ତକ "ପାଇକ: ଜନ, ଆଖ୍ୟାନ ଓ ଆନ୍ଦୋଳନ"

The Independence:Baijayanta-Panda-listens-Man-Ki-Baat-Programme-at-Bhawanipatna

ଭବାନୀପାଟଣା “ମନ୍‌ କି ବାତ୍‌” କାର୍ଯ୍ୟକ୍ରମରେ ବୈଜୟନ୍ତ ପଣ୍ଡା

The Independence:ଜର୍ଜ-ସୋରୋସଙ୍କ--ନେଟୱର୍କ-ଓ-କଣ୍ଢେଇ-ମାନଙ୍କୁ-ଚିହ୍ନଟ--ଜରୁରୀ

ଜର୍ଜ ସୋରୋସଙ୍କ ନେଟୱର୍କ ଓ କଣ୍ଢେଇ ମାନଙ୍କୁ ଚିହ୍ନଟ ଜରୁରୀ