ପ୍ରାରମ୍ଭିକ ଟ୍ରେଣ୍ଡରେ ବଦଳୁଛି ରାଜନୀତି, ବଢୁଛି ନେତାଙ୍କ ହୃଦସ୍ପନ୍ଦନ । ଆସିଥିବା ଟ୍ରେଣ୍ଡ କହୁଛି ପଶ୍ମିମ ଓଡ଼ିଶାରେ ପଛରେ ପଡ଼ିଛି ‘ପଦ୍ମ’ । ଚାରିଆଡ଼େ ଶୁଭୁଛି ‘ଶଙ୍ଖ’ । ‘ହାତ’କୁ ଉଠାଇ ଖାତା ଖୋଲିପାରିନି କଂଗ୍ରେସ ।
ତେବେ ସଦ୍ୟ ଟ୍ରେଣ୍ଡ ମୁତାବକ, ସୁନ୍ଦରଗଡରେ ବିଜେଡି ୯ଟି ଜୋନ୍, ବିଜେପି ୧ ଏବଂ କଂଗ୍ରେସ ଖାତା ଖୋଲିପାରିନି । ସେହିଭଳି ଝାରସୁଗୁଡାରେ ବିଜେଡି ୫ଟି ଜୋନରେ ଆଗେଇ ଚାଲିଥିବାବେଳେ ବିଜେପି ଓ କଂଗ୍ରେସ ଏବେ ବି ଖାତା ଖୋଲିବା ଆପେକ୍ଷାରେ ।
ସେପଟେ ସମ୍ବଲପୁରରେ ବିଜେଡି ୬, ବିଜେପି ୨ ଏବଂ କଂଗ୍ରେସ ଖାତା ଖୋଲିପାରି ନଥିବା ଦେଖିବାକୁ ମିଳିଛି । କଳାହାଣ୍ଡିରେ ବିଜେଡି ୯ଟି ଜୋନରେ ଆଗୁଆ ଥିବାବେଳେ ବିଜେପି ୪ଟି ଏବଂ କଂଗ୍ରେସ ଖାତା ଖୋଲିବା ଅପେକ୍ଷାରେ ରହିଛି ।