ପଞ୍ଚାୟତ ନିର୍ବାଚନର ଭୋଟ ଗଣତିର ୩ୟ ଦିନରେ ମଧ୍ୟ ବିଜେଡିର ସେହି ବିଜୟ ଧାରା ଜାରି ରହିଛି। ମୋଟ୍ ୮୪୯ଟି ଜିଲା ପରିଷଦ ଜୋନରେ ଗଣତି ହେଉଥିବା ବେଳେ ୭୬୦ଟି ଭୋଟରେ ଆଗୁଆ ରହିଛି।
ପ୍ରଥମ ଦିନ ୩୧୫ଟି ଜିଲା ପରିଷଦ ଜୋନରେ ଗଣତି ହୋଇଥିବା ବେଳେ ବିଜେପି ଓ କଂଗ୍ରେସକୁ ପଛରେ ପକାଇ ୨୭୨ଟି ସିଟରେ ଆଗୁଆ ରହିଥିଲା। ସେହିପର ୨ୟ ଦିନରେ ୬୧୮ଟି ସିଟରେ ଗଣତି ହୋଇଥିବା ବେଳେ ବିଜେଡି ୫୪୨ଟି ସିଟରେ ଆଗୁଆ ରହିଛି। ଗଣତି ହୋଇଥିବା ୮୪୯ ଜିଲା ପରିଷଦ ଜୋନରୁ ବିଜେପି ୪୫ଟି ଓ କଂଗ୍ରେସ ୩୭ଟି ସିଟରେ ଆଗୁଆ ରହିଛି।
ସେହିପରି ଘୋଷିତ ହୋଇଥିବା ୬୦୯ଟି ଆସନରୁ ବିଜେଡି ୫୪୧ଟିରେ ବିଜୟୀ ହୋଇଛି। ବିଜେପି ୩୧ଟି ଓ କଂଗ୍ରେସ ୩୦ଟି ସିଟ୍ ହାତେଇଛି। ସ୍ବାଧୀନ ଓ ଅନ୍ୟାନ୍ୟ ଦଳ ୭ଟିରେ ବିଜୟୀ ହୋଇଛନ୍ତି।