ସୌମେନ୍ଦ୍ର ଜେନା
ଗଣତାନ୍ତ୍ରିକ ରାଷ୍ଟ୍ରରେ ସମ୍ବିଧାନ ଓ ନାଗରିକର ଅଧିକାର କଥା କହୁଥିବା ଲୋକେ ସମାଜସେବାର ଆଳରେ ସଇତାନର ବିଷମଞ୍ଜି ବୁଣି କେମିତି ସମାଜକୁ ରକ୍ତପାତ ଆଡକୁ ନେବାପାଇଁ ଷଡଯନ୍ତ୍ର କରିଥାନ୍ତି ତାର ପ୍ରମାଣ ହେଉଛି ସଂପ୍ରତି ସରକାରଙ୍କ ଦ୍ୱାରା ନିଷିଦ୍ଧ ହୋଇଥିବା ସିମିର ନୂଆ ସନ୍ତ୍ରାସୀ ସଂଗଠନ ପପୁଲାର ଫ୍ର ଅଫ୍ ଇଣ୍ଡିଆ । ଏହି ସଂଗଠନ ଯେମିତି ଛଦ୍ମବେଶୀ, ପ୍ରକୃତିରେ ମଧ୍ୟ ସେମିତି ରାକ୍ଷସୀ । ପଶ୍ଚିମ-ଉ ର ଭାରତରେ ପାକିସ୍ଥାନ, ପୂର୍ବ ଭାରତରେ ବଙ୍ଗଳାଦେଶ ନାମକ ଦୁଇଟି ମୁସଲିମ ରାଷ୍ଟ୍ର ୧୯୪୭ ପରେ ଗଠନ ହୋଇଥିବା ହେତୁ ୨୦୪୭ ସୁଦ୍ଧା ଦକ୍ଷିଣ ଭାରତର କେରଳ, ତାମିଲନାଡୁ ଓ କର୍ଣ୍ଣାଟକକୁ କେନ୍ଦ୍ର କରି ଏକ ସ୍ୱତନ୍ତ୍ର ଇସଲାମିକ ରାଷ୍ଟ୍ର ଗଠନ ନିମନ୍ତେ ବିଭାଜନର ସ୍ୱପ୍ନ ଦେଖୁଥିବା ଏହି ସନ୍ତ୍ରାସ ସହଯୋଗୀ ସଂଗଠନ ଭାରତରେ ଇସଲାମର ଶାସନ ଚଳାଇବା ପାଇଁ ଯେଉଁ ଏକାଧିକ ସଂଗଠନ ମାଧ୍ୟମରେ ଭାରତ ବ୍ୟାପି ଷଡଯନ୍ତ୍ର ଚଳାଇଥିଲା ତା ବିରୁଦ୍ଧରେ କେନ୍ଦ୍ର ସରକାରଙ୍କ ଅପରେସନ ଅକ୍ଟୋପସ୍ ୨୨ ଓ ୨୭ ସେପ୍ଟେମ୍ବରରେ ହୋଇଥିଲା ।
ଦେଶର ସୁରକ୍ଷା ପ୍ରତି କ୍ଷତିକାରକ ଏହି ଗତିବିଧି ବିରୁଦ୍ଧରେ ସୁରକ୍ଷା ଏଜେନ୍ସୀଗୁଡିକ କେନ୍ଦ୍ରଠାରୁ ରାଜ୍ୟ ପର୍ଯ୍ୟନ୍ତ ଗୋଟିଏ ସମୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ୨୯ ଅଗଷ୍ଟ ଦିନ ଆୟୋଜିତ ବୈଠକରେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ଆଇବି ମୁଖ୍ୟ ତପନ ଡେକା ‘ର’, ମୁଖ୍ୟ ସାମନ୍ତ ଗୋଏଲ, ଗୃହମନ୍ତ୍ରୀ ଅମିତ ଶାହ ପ୍ରମୁଖ ଉପସ୍ଥିତ ଥିଲେ । ଗୃହମନ୍ତ୍ରୀ ସବୁ ସୁରକ୍ଷା ସଂସ୍ଥାଗୁଡିକୁ ପିଏଫ୍ ଆଇର ଗତିବିଧି ସଂ୍କ୍ରାନ୍ତରେ ତୀକ୍ଷ୍ଣ ନଜର ରଖିବାକୁ ଏବଂ ସେମାନଙ୍କ କାର୍ଯ୍ୟ ସଂପର୍କରେ ତଥ୍ୟ ସଂଗ୍ରହ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ବୈଠକ ପରେ ଇେ ଲିଜେନ୍ସ ବ୍ୟୁରୋ (ଆଇବି) ଏବଂ ର (ରିସର୍ଚ୍ଚ ଆଣ୍ଡ ଆନାଲିସିସ ୱିଙ୍ଗ) ଆଦି ଅଧିକ ସକ୍ରୀୟ ହୋଇ କାର୍ଯ୍ୟାନୁଷ୍ଠାନ ଲାଗି ଆବଶ୍ୟକ ପ୍ରସ୍ତୁତି ଚଳାଇଥିଲେ । ଏହିସବୁ ସଂସ୍ଥା ତଥ୍ୟ ପ୍ରମାଣକୁ ଏନ୍ଆଇଏ ଏବଂ ଇଡିକୁ ହସ୍ତାନ୍ତରିତ କଲାପରେ ଅପରେସନ ଅକ୍ଟୋପସ୍ର ଯୋଜନା ହୋଇଥିଲା । ସନ୍ତ୍ରାସବାଦୀ କାର୍ଯ୍ୟର ଯା ପାଇଁ ଏନ୍ଆଇଏ, ଇଡି,ସିଆର୍ପିଏଫ୍ ସମେତ ୧୫ଟି ରାଜ୍ୟର ସୁରକ୍ଷା ଏଜେନ୍ସୀ ସହ ଏକ ସମୟରେ ଚଢାଉର ଯୋଜନା କରାଯାଇଥିଲା । ଏଥିପାଇଁ ନୂଆଦିଲ୍ଲୀଠାରେ ନିୟନ୍ତ୍ରଣ କକ୍ଷ ଖୋଲା ଯାଇଥିଲା । ଭୋର ୪ଟା ବେଳେ ୯୩ଟି ସ୍ଥାନରେ ଚଢାଉ କରାଯିବାକୁ ଥିଲା ବେଳେ ସାଢେ ତିନିଟାରେ ସମସ୍ତଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଯାହା ଫଳରେ ୧୦୬ରୁ ଅଧିକ ଜଣଙ୍କୁ ଭିନ୍ନ ଭିନ୍ନ ୧୫ ରାଜ୍ୟରୁ ଗିରଫ କରାଯାଇଥିଲା । ୨୭ତାରିଖ ଦିନ ୮ ରାଜ୍ୟରେ ଦ୍ୱିତୀୟଥର ଚଢାଉ ଏବଂ ଗିରଫଦାରୀ ହୋଇଥିଲା ।
ଏନ୍ଆଇଏ ମୁଖ୍ୟ ଦିନକର ଗୁପ୍ତାଙ୍କ ସହ ଅଜିତ ଡୋଭାଲ ଏବଂ ଗୃହମନ୍ତ୍ରୀ ଶାହଙ୍କ ବୈଠକ ହୋଇଥିଲା । ସଂଗୃହୀତ ତଥ୍ୟ ଓ କାର୍ଯ୍ୟାନୁଷ୍ଠାନ, ଆଗାମୀ ଦିନରେ କାର୍ଯ୍ୟ ନେଇ ଆଲୋଚନା ହୋଇଥିଲା । ଏହି ସଂଗଠନକୁ ନିଷିଦ୍ଧ କରିବା ଲାଗି ଅନେକ ରାଜ୍ୟର ସରକାର ଏବଂ ସୁରକ୍ଷା ଏଜେନ୍ସ୍ୀ ପକ୍ଷରୁ ଦାବି ହେଉଥିଲା । ଗତବର୍ଷ ଏପ୍ରିଲ ୨୦୨୧ରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ପିଏଫ୍ଆଇକୁ ନିଷିଦ୍ଧ କରିବାକୁ ସରକାର ଚିନ୍ତା କରୁଥିବା ବିଷୟ ସୁପ୍ରିମକୋର୍ଟରେ କହିଥିଲେ । ତିନିଦଶନ୍ଧି ତଳର ସିମି ପୁଣି ଫେରିଥିବା କଥା ଗୃହ ମନ୍ତ୍ରଣାଳୟକୁ ସୁରକ୍ଷା ଏଜେନ୍ସ୍ୀମାନେ ଜଣାଇଥିଲେ । ଭାରତକୁ ମୁସଲିମ ରାଷ୍ଟ୍ରରେ ପରିବ ର୍ିତ କରିବା ପାଇଁ ଗଜ୍ୱା -ଏ -ହିନ୍ଦ ଅଭିଯାନ ଜାରିଥିବା ଜଣାଇଥିଲେ ।
ଏଥିରେ ସେମାନେ ଆର୍ଏସ୍ଏସ୍ ଏବଂ ବିଜେପିର ନେତୃବୃନ୍ଦଙ୍କୁ ମୁଖ୍ୟତଃ ନିଜର ଟାର୍ଗେଟରେ ରଖିଥିଲେ । ଏପରିକି ଅନୁସୂଚିତ ଜାତି, ଉପଜାତି ଏବଂ ପଛୁଆବର୍ଗର ଲୋକଙ୍କ ମଧ୍ୟରେ ହିନ୍ଦୁଧର୍ମ ବିରୋଧୀ ବିଚାରକୁ ପ୍ରସାରିତ କରିବା ସହ ଶିଖମାନଙ୍କୁ ବିଭ୍ରାନ୍ତ କରି ସନ୍ତ୍ରାସ ସହ ଯୋଡିବାକୁ ପ୍ରୟାସ ଚଳାଇଥିଲେ । ପିଏଫ୍ଆଇ ମୁସଲିମଙ୍କ ମଧ୍ୟରେ ସୁନ୍ନି ଅସ୍ରଫିମାନଙ୍କୁ ପ୍ରତିନିଧିତ୍ୱ କରୁଥିଲା ବେଳେ ସେମାନଙ୍କ ବିରୋଧୀ ସିହା ପସମାନ୍ଦାଙ୍କୁ ସରକାର ସଂପର୍କ କରି ଅଲଗା ରଖିବାକୁ ଯୋଜନା ହୋଇଥିଲା । ଏପରିକି ୬ମାସ ପୂର୍ବରୁ ସେଥିପାଇଁ ପସମାନ୍ଦା ନେତୃବୃନ୍ଦଙ୍କ ସହ ଆଲୋଚନା ମଧ୍ୟ ହୋଇଥିଲା କେନ୍ଦ୍ର ଗୃହମନ୍ତ୍ରୀ ବୈଠକରେ ପିଏଫ୍ଆଇ ଉପରେ ନିଷେଧାଦେଶ ଲାଗୁ କରିବା ପାଇଁ ସୁରକ୍ଷା ଏଜେନ୍ସୀମାନଙ୍କ ମତ ଚାହିଁବାରେ କେତେକ ତାଙ୍କ ମତକୁ ସମର୍ଥନ କଲାବେଳେ କେତେକ ତତ୍କାଳ ଏପରି ନକରିବା ସପକ୍ଷରେ ରହିଲେ । ସୁରକ୍ଷା ପରାମର୍ଶଦାତା କିଛି ଅଧିକ ସମୟ ଦରକାର କଲେ ।
ଇେ ଲିଜେନ୍ସ ବ୍ୟୁରୋ ଏବଂ ପ୍ରବ ର୍ନ ନିର୍ଦ୍ଦେଶାଳୟ (ଇଡି) ଲୋକେ ମିଳିତ ଭାବେ ପିଏଫ୍ଆଇର କାର୍ଯ୍ୟ ଏବଂ ଆର୍ôଥକ ଉତ୍ସଗୁଡିକୁ ଖୋଜିବାକୁ ଲାଗିଲେ । ଗତ ଦୁଇମାସ ପୂର୍ବେ ଏନ୍ଆଇଏ ଅଧିକାରୀମାନେ ପାଟନାର ବିହାର ସରିଫରୁ ସ୍ଥାନୀୟ ପୁଲିସର ସହାୟତାରେ ରାଷ୍ଟ୍ର ବିରୋଧୀ କାର୍ଯ୍ୟ ଚାଲିଥିବାର ପ୍ରମାଣ ସବୁ ସଂଗ୍ରହ କଲେ ।
ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମୁସଲିମ ଧର୍ମଗୁରୁମାନଙ୍କ ସହ ବୈଠକରେ ସନ୍ତ୍ରାସବାଦୀ ଗୋଷ୍ଠୀ ଓ ସଂଗଠନକୁ ନିଷେଧ କରିବା ପାଇଁ ପ୍ରସ୍ତାବ ଗୃହୀତ କରାଇଲେ । ପିଏଫ୍ଆଇ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲିି ମୂଳରୁ ସଂଗଠନ ଅନେକ ସହଯୋଗୀ ସଂଗଠନ ଛିଡା କରିଥିଲା । ଯେମିତି ରାଜନୀତି ପାଇଁ ସୋସିଆଲିଷ୍ଟ ଡେମୋକ୍ରାଟିକ ପାର୍ଟି ଇଣ୍ଡିଆ, ଛାତ୍ରଛାତ୍ରୀମାନଙ୍କ ପାଇଁ କ୍ୟାମ୍ପସ ଫ୍ର ଅଫ୍ ଇଣ୍ଡିଆ, ଓକିଲମାନଙ୍କ ପାଇଁ ଅଲ୍ ଇଣ୍ଡିଆ ଲିଗାଲ କାଉନସିଲ,ସମାଜସେବା ପାଇଁ ରିହାବ ଇଣ୍ଡିଆ ଫାଉଣ୍ଡେସନ, ଇଣ୍ଡିଆନ ଫ୍ରାଟରନିଟୀ ଫୋରମ୍, କନ୍ଫେଡେରେସନ ଅଫ୍ ମୁସଲିମ ଇନ୍ଷ୍ଟିଚ୍ୟୁସନ୍ସ ଇନ ଇଣ୍ଡିଆ, ମୁସଲିମ ରିଲିଫ ନେଟୱାର୍କ, ଧର୍ମାନ୍ତରଣ ପାଇଁ ସତ୍ୟ ସାରଣି, ଦୈନିକ ସମ୍ବାଦପତ୍ର “ଦି ତେଜସ” ପରି ସଂଗଠନ ଗଠନ କରିଥିଲେ । ୨୦୦୬ରେ ଏହା ପ୍ରଥମେ କେରଳରୁ ନେସନାଲ ଡେଭଲପମେ ଫ୍ର ର ଉ ରାଧିକାରୀ ଭାବେ କାର୍ଯ୍ୟାରମ୍ଭ କରିଥିଲା । ପରେ କର୍ଣ୍ଣାଟକ ଫୋରମ୍ ଫର ଡିଗନିଟୀ (କର୍ଣ୍ଣାଟକ), ମନିଥା ନିଥି ପସାରାଇ (ଏମ୍ଏନ୍ପି ତାମିଲନାଡୁ), ଗୋଆ ସିଟିଜେନ ଫୋରମ୍, ମହାରାଷ୍ଟ୍ରରେ କମ୍ୟୁନିଟୀ ସୋସିଆଲ ଏଣ୍ଡ ଏଜୁକେଶନାଲ ସୋସାଇଟୀ, ପଶ୍ଚିମବଙ୍ଗର ନାଗରିକ ଅଧିକାର ସୁରକ୍ଷା ସମିତି, ମଣିପୁରର ଲିଲଙ୍ଗ ସୋସିଆଲ ଫୋରମ୍, ଆନ୍ଧ୍ରପ୍ରଦେଶ ଆସୋସିଏସନ୍ ଅଫ ସୋସିଆଲ ଜଷ୍ଟିସ ପରି ମୁସଲିମ ସଂଗଠନଗୁଡିକୁ ନିଜ ସହ ମିଶାଇ ଦେଲା । ନେସନାଲ କନ୍ଫେଡେରେସନ ଅଫ ହ୍ୟୁମାନ ରାଇଟ୍ସ ଅର୍ଗାନାଇଜେସନ ସହ ମିଶି କାର୍ଯ୍ୟ କଲା ।
ଏତେ ସବୁ ସଂଗଠନର ମୂଳ ଉଦ୍ଦେଶ୍ୟ ହେଲା ଭାରତକୁ ଅସ୍ଥିର କରିବା । କାରଣ ମଇ ୨୦୦୩ରେ ପିଏଫ୍ଆଇର ପୂର୍ବ ସଂଗଠନ ଏନ୍ଡିଏଫ୍ କେରଳର ମାରାଡ୍ ବେଳାଭୂମିରେ ୮ଜଣ ହିନ୍ଦୁ ଧୀବରଙ୍କୁ ହତ୍ୟା କରିଥିଲା । ପରେ ଏହାକୁ ନେଇ ଯେଉଁ ଦଙ୍ଗା ଗୋଳ ହୋଇଥିଲା ତାର ଫଳସ୍ୱରୂପ ୨୦୦୯ରେ ଏନ୍ଡିଏଫ୍ର ୬୫ଜଣଙ୍କୁ ଆଜୀବନ କାରାବାସ ହୋଇଥିଲା । ୧୯୯୪ରେ ଏନ୍ଡିଏଫ୍ ଗଢାଯାଇଥିଲା । ୮ଜୁନ୍ ୨୦୧୧ରେ ମହୀଶୂରର ମହାଜନ କଲେଜରେ ବିଗ୍ନେଶ ଏବଂ ସୁଧୀନ୍ଦ୍ର ନାମକ ଦୁଇଜଣ ପିଲାଙ୍କୁ କେଡିଏଫ୍ ଲୋକେ ଅପହରଣ କରି ହତ୍ୟା କରିଥିଲେ । ଏହି ଘଟଣାରେ ଅନେକ କେଡିଏଫ୍ ଲୋକଙ୍କୁ ଗିରଫ କରାଯିବା ସହ ନିଷିଦ୍ଧ କରାଯିବା ଲାଗି ଦାବି ଉଠିଥିଲା । ନଭେମ୍ବର ୧୯୯୩ରେ ଚେନ୍ନାଇର ଆର୍ଏସ୍ଏସ୍ କାର୍ଯ୍ୟାଳୟ ଉପରେ ଏମ୍ଏନ୍ପି (ପିଏଫ୍ଆଇର ସହଯୋଗୀ)ର ଲୋକେ ଆକ୍ରମଣ କରିବାରୁ ୧୧ଜଣ ଆର୍ଏସ୍ଏସ୍ ସ୍ୱୟଂସେବକଙ୍କ ମୃତ୍ୟୁ ହୋଇଥିଲା ।
କର୍ଣ୍ଣାଟକରେ ବିଜେପି ଯୁବମୋର୍ଚ୍ଚାର କାର୍ଯ୍ୟକ ର୍ା ପ୍ରବୀଣ ନେଟାରୁଙ୍କୁ ହତ୍ୟା, କାନପୁରରେ ହିଂସା, ମଧ୍ୟ ପ୍ରଦେଶର ଖରଗୋନରେ ଦଙ୍ଗା, ରାଜସ୍ଥାନର କରୌଲିରେ ହିଂସା, ଉଦୟପୁରର ଦର୍ଜୀ କହ୍ନେୟାଲାଲ ହତ୍ୟା, କର୍ଣ୍ଣାଟକର ଶିବମୋଗାର ବଜରଙ୍ଗ ଦଳ କର୍ମୀଙ୍କ ହତ୍ୟା ପଛରେ ପିଏଫ୍ଆଇର ନାମ ପୂର୍ବରୁ ଆସିଥିଲା । କେରଳ ହାଇକୋର୍ଟ ଅତୀତରେ ଏହି ସଂଗଠନକୁ ଚରମପନ୍ଥୀ ଆଖ୍ୟା ଦେଇଥିଲେ । ୨୦୧୦ରେ ଟିଜେ ଜୋସେଫ ନାମକ ପ୍ରାଧ୍ୟାପକଙ୍କ ହାତ ପିଏଫ୍ଆଇ ଲୋକେ କାଟି ଦେଇଥିଲେ । ୨୦୧୮ରେ କେରଳର ଏର୍ଣ୍ଣାକୁଲମ୍ର ଏସ୍ଏଫ୍ଆଇ ନେତା ଅଭିମନ୍ୟୁଙ୍କୁ ପିଏଫ୍ଆଇ ଛାତ୍ରସଂଗଠନ ସିଏଫ୍ଆଇର ଛାତ୍ର ହତ୍ୟା କରିଥିଲେ । କାନପୁରର ସିଏଏ -ଏନ୍ଆର୍ସି ଆନ୍ଦୋଳନ ବେଳେ ପିଏଫ୍ଆଇ ସକ୍ରୀୟ ଥିଲା । ବାବୁପୁରଠାରେ ୫ଜଣଙ୍କୁ ଗିରଫ କରାଯାଇଥିଲା । ଚଳିତବର୍ଷ ୩ ଜୁନ୍ରେ କାନପୁରର ବେକନଗଞ୍ଜ ଅ ଳରେ ଶୁକ୍ରବାରିଆ ନମାଜୀମାନେ ମସ୍ଜିଦରୁ ପଥର ଧରି ବାହାରକୁ ଆସି ମାଡ କରିବା ସହ ଦଙ୍ଗାଗୋଳ କରିଥିଲେ, ସେଥିରେ ପିଏଫ୍ଆଇର ହାତ ରହିଥିଲା ।
ସେ ଦୃଷ୍ଟିରୁ ଅପରେସନ ଅକ୍ଟୋପସରେ ୩୦୦ ଏନ୍ଆଇଏ ଅଧିକାରୀ,୨୦୦ ଇଡି ଅଧକାରୀ, ୪ଜଣ ଆଇଜି, ଜଣେ ଏଡିଜି, ୧୬ ଏସ୍ପି , ୧୦୦୦ଜଣ ରାଜ୍ୟ ପୁଲିସଙ୍କୁ ନେଇ ଏକ ଚଢାଉ ଦଳ ଗଠନ କରାଯାଇଥିଲା । ସେଥିପାଇଁ ୬ଟି କମାଣ୍ଡ ସେ ର ଦେଶର ଭିନ୍ନ ଭିନ୍ନ ସ୍ଥାନରେ ଖୋଲାଯାଇଥିଲା । ରାତି ସାଢେ ତିନିଟାରୁ ଚଢାଉ ଆରମ୍ଭ ହୋଇ ସକାଳ ୫ଟା ସୁଦ୍ଧା ଶେଷ ହୋଇଥିଲା । ଏଥିରେ ୧୫୦ ମୋବାଇଲ, ୫୦ ଲାପ୍ଟପ୍ , ବ୍ୟାଙ୍କ ଜମାଖାତା, ଭିଜନ କାଗଜପତ୍ର, ସଦସ୍ୟତା ଫର୍ମ, ଅସ୍ତ୍ରଶସ୍ତ୍ର ଆଦି ଜବତ ହୋଇଥିଲା । ଭିନ୍ନ ଭିନ୍ନ ସ୍ଥାନରେ ମୁସଲିମ ଭିକ୍ଟିମ କାର୍ଡ ଖେଳିବାକୁ ପିଏଫଆଇ ପରେ ଉଦ୍ୟମକରି ସଫଳ ହୋଇନାହିଁ । ପରେ ପିଏଫ୍ଆଇ ସମର୍ଥକମାନେ କିଛି କିଛି ସ୍ଥାନରେ ଚଢାଉ କାର୍ଯ୍ୟରେ ପ୍ରତିବନ୍ଧକ ସୃଷ୍ଟି କରିବାକୁ ପ୍ରୟାସ କରିଥିଲେ । କିନ୍ତୁ ପୁଲିସ ବାହିନୀର ପୂର୍ବ ପ୍ରସ୍ତୁତି ଯୋଗୁ ସେମାନଙ୍କ ଉଦ୍ୟମ ବିଫଳ ହେଲା ।
ବିଗତ ଦିନରେ ପିଏଫ୍ଆଇ ବିରୋଧରେ ଥିବା ଅନେକ ଅଭିଯୋଗ ମଧ୍ୟରୁ ୧୪ଟିର ବିଚାର ହୋଇ ୩୫୫ଜଣଙ୍କ ବିରୋଧରେ ଚାର୍ଜସିଟ୍ ହେବା ସହ ୪୬ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଭାରତରେ ଗୋଳମାଳ ସୃଷ୍ଟି ପାଇଁ କୁଏତ, ୟୁଏଇ, କାତାର, ଓମାନ, ବାହାରିନ ଏବଂ ସାଉଦି ଆରବରୁ ପିଏଫ୍ଆଇ ଅର୍ଥ ସଂଗ୍ରହ କରିଥାଏ । ପ୍ରାୟ ୧୦୦ କୋଟି ଟଙ୍କା ପିଏଫ୍ଆଇର ବ୍ୟାଙ୍କ ଖାତାରେ ରହିଥିବା ଜଣାଯାଇଛି । ସେପ୍ଟେମ୍ବର ପ୍ରାତଃକାଳର ଏହି ଚଢାଉରେ ଅନେକ ଷଡଯନ୍ତ୍ରର ସୂତ୍ର ଆଗାମୀ ଦିନରେ ଖୋଲିବ ବୋଲି ଜଣାପଡୁଛି ।
ଭାରତୀୟ ସମ୍ବାଦ ସେବା (ଭାସ୍)
ଭୁବନେଶ୍ୱର-୭୫୧୦୦୩