The Independence:Our-aim-is-to-convert-the-whole-world-in-to-Islam-says-Lal-Masjids-maulana

ଇସଲାମାବାଦର ମଧ୍ୟ ଭାଗରେ ରହିଛି ଲାଲ ମସଜିଦ। ଇସଲାମୀ ଆତଙ୍କବାଦକୁ ନେଇ ଏହି ଲାଲ ମସଜିଦ ସବୁବେଳେ ଚର୍ଚାରେ ରହି ଆସିଥାଏ । 2007 ମସିହାରେ ଜେନେରାଲ ପରବେଜ ମୁଶାରଫ ପାକିସ୍ତାନର ରାଷ୍ଟ୍ରପତି ଥିବା ବେଳେ ଏହି ମସଜିଦ ଉପରେ ରେଡ ହୋଇଥିଲା ଓ ଏଠାରେ ଲୁଚି  ରହିଥିବା ଶହ ଶହ ଜେହାଦୀ ମୃତ୍ୟୁ ବରଣ କରିଥିଲେ ।  ବର୍ତମାନ ମଧ୍ୟ ଏହି ମସଜିଦ ଚର୍ଚାରେ ଅଛି ।

 ଏହି ମସଜିଦ ପାକିସ୍ତାନର ରାଜଧାନୀରେ ସବୁଠାରୁ ପୁରୁଣା ମସଜିଦ । ଏହି ମସଜିଦର ମୁଖ୍ୟ ମୌଲାନା ଅବଦୁଲ ଅଜିଜର ଏକ ସାକ୍ଷାତକାର ପାକିସ୍ତାନୀ ଟିଭି ଚାନେଲ ୟୁନ୍ୟୁଜ ଟିଭି ଜାରୀ କରିଛି । ଏହି ସାକ୍ଷାତକାରରେ ତାକୁ ଦାବା ବା ଦାବତ ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ପଚରା ଯାଇଥିଲା ।  

ଏଠାରେ ଉଲ୍ଲେଖ କରା ଯାଇ ପାରେ ଯେ ଅଣ ମୁସଲମାନ ମାନଙ୍କୁ ଇସଲାମକୁ ନିମନ୍ତ୍ରଣ ଦେବା ପାଇଁ ଆୟୋଜିତ କାର୍ଯ୍ୟକ୍ରମକୁ ଦାବା ବା ଦାବତ କୁହା ଯାଇଥାଏ । 

ଗଣମାଧ୍ୟମ ରିପୋର୍ଟ ଅନୁସାରେ ପ୍ରଶ୍ନକର୍ତାଙ୍କ ପ୍ରଶ୍ନର ଉତ୍ତରରେ ପାକିସ୍ତାନର ଲାଲ ମସଜିଦର ଏହି ପ୍ରସିଦ୍ଧ ମୌଲାନା ଅବଦୁଲ ଅଜିଜ କହିଛି – 

ଆମର ଲକ୍ଷ୍ୟ ସମ୍ପୂର୍ଣ ବିଶ୍ୱ ପାଇଁ ରହିଛି ... । ଆମେ ଚାହୁଁ ପାକିସ୍ତାନରେ ସମ୍ପୂର୍ଣ ଇସଲାମୀ ଶାସନ ଲାଗୁ ହେଉ । ସେହିପରି ବଙ୍ଗଳାଦେଶରେ ମଧ୍ୟ ଇସଲାମୀ ଶାସନ ଲାଗୁ  ହେଉ । ହିନ୍ଦୁସ୍ତାନ ଅର୍ଥାତ ଭାରତରେ ମଧ୍ୟ  ଇସଲାମୀ ଶାସନ ଲାଗୁ କରିବା ଆମର ଲକ୍ଷ୍ୟ ।  ବିଶ୍ୱରୁ ଖ୍ରିଷ୍ଟିଆନିଟି, ଜୁଡାଇଜିମର ମୂଳତ୍ପାଟନ, ହିନ୍ଦୁ- ଶିଖ ମାନଙ୍କର ସମାପ୍ତି, ଶିଆ, ଅହମଦିଆ ମାନଙ୍କର ସମାପ୍ତି ଆମର ଲକ୍ଷ୍ୟ । ବିଶ୍ବର ପ୍ରତ୍ୟେକ କଚ୍ଚା ଘର ହେଉ ବା କଂକ୍ରିଟ ଘର ହେଉ ସବୁ ଘରୁ ଆମେ କଲମା ଶୁଣିବାକୁ ଚାହୁଁଛୁ । ସମସ୍ତ ବିଶ୍ବ ଇସଲାମରେ ମତାନ୍ତରିତ ହେଉ, ଏହା ହିଁ ଆମର ଲକ୍ଷ୍ୟ । କାରଣ ଇସଲାମ ହି ହେଉଛି ଏକମାତ୍ର ସଚ୍ଚା ରିଲିଜିୟନ ।

ସେ ଆହୁରି କହିଛି ଯେ – ଆମେରିକା ହେଉ ବା ଭାରତ ହେଉ, ସେମାନେ ଖ୍ରିଷ୍ଟିଆନ ହୁଅନ୍ତୁ ବା ହିନ୍ଦୁ ହୁଅନ୍ତୁ,  ସମସ୍ତ ବିଶ୍ବକୁ ବାଧ୍ୟ କରି ଇସଲାମ ଗ୍ରହଣ କରାଇବା ଆମର ଲକ୍ଷ୍ୟ । ଇନସାଲ୍ଲାହ, ସେହି ସମୟ ଆସି ପହଂଚୁଛି । ଏପରି ସମୟ ଖୁବ ଶୀଘ୍ର ଆସିବ ଯେତେବେଳେ ସମ୍ପୂର୍ଣ ବିଶ୍ବରେ କେଉଁ ରିଲିଜିୟନ ନ ଥିବା, କେବଳ ଇସଲାମ ଥିବ । ଅନ୍ୟ ସମସ୍ତେ ସମାପ୍ତ ହୋଇଯାଇଥିବେ । ଏହା ହିଁ ଆମର ମିଶନ । 

ଏହି ଏକ ମିନିଟ  40 ସେକେଣ୍ଡ ବିଶିଷ୍ଟ ଭି଼ଡିଓ ଜରିଆରେ ଏହି ମୌଲାନା ତାର ମନର ଅଭିଳାଷ ସମ୍ପର୍କରେ ଖୁଲାସା କରିଛି । 

ଏହି ମୌଲାନା କୌଣସି ସାଧାରଣ ବ୍ୟକ୍ତି ନୁହେଁ । ପାକିସ୍ତାନୀ ସରକାରରେ ତାର ଅଖଣ୍ଡ ପ୍ରଭାବ ରହିଛି  । ତାର ପିତାଙ୍କ ନାମ ହେଉଛି ମୋହମ୍ମଦ ଅବଦୁଲ୍ଲା ଗାଜୀ ଓ ସେ ପାକିସ୍ତାନର ପୂର୍ବତନ ଏକଛତ୍ରବାଦୀ ଶାସକ ଜିଆ ଉଲ ହକର ଘନିଷ୍ଠ ଥିଲା । 70 ଓ 80 ଦଶକରେ ଗାଜୀ ତାର ମଦ୍ରାସାରୁ ହଜାର ହଜାର ସଂଖ୍ୟାରେ ମୁସଲମାନ ଯୁବକ ମାନଙ୍କୁ ଆଫଗାନିସ୍ତାନରେ  ଇସଲାମ ପାଇଁ ଯୁଦ୍ଧ କରିବାକୁ ମୁଜାହିଦ୍ଦିନ ଭାବେ ପଠାଇଥିଲା । 1998 ମସିହାରେ ତାର ହତ୍ୟା ହୋଇଯାଇଥିଲା । ବର୍ତମାନ ଅଜିଜ ମସଜିଦର ମୁଖ୍ୟ ଭାବେ କାମ କରିବା ସହ ତାର ମଦ୍ରାସାରେ ପଢୁଥିବା ପିଲା ମାନଙ୍କ  ମନରେ ସମସ୍ତଙ୍କ ପ୍ରତି ଘୃଣା ଭାବ ଭର୍ତି କରିବା ସହ ସମଗ୍ର ବିଶ୍ୱରୁ ଅନ୍ୟ ସମସ୍ତଙ୍କୁ ନିପାତ କରି ଇସଲାମ ସ୍ଥାପିତ କରିବାର ଲକ୍ଷ୍ୟ ରଖି କାମ କରୁଛି ।

Author Image

Independence News

Recent Posts

The Independence:If-the-BJP-government-is-formed-in-Odisha-drinking-water-problem-will-be-solved-as-a-priority-Bhatrahari-Mahatab

ଓଡ଼ିଶାରେ ବିଜେପି ସରକାର ଗଠନ କଲେ ଅଗ୍ରାଧିକାର ଭିତିରେ ପାନୀୟ ଜଳ ସମସ୍ୟାର ସମାଧାନ କରାଯିବ: ଭତୃହରି ମହତାବ

The Independence:Odisha-Cow-Slaughtering

Odisha : ଗୋ ମାଂସ ବୋଝେଇ ଟ୍ରକ ଜବତ

The Independence:Jagannath-Temple-Odisha-Mumbai

ଓଡିଶା ବାହାରେ ମହାପ୍ରଭୁ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର

The Independence:Modi-Government-9-Years-Seva-Susasan-Garib-Kalyana

ନ’ ବର୍ଷର ସୁଶାସନ

The Independence:Rath-Yatra-2023-Lakhs-of-devotees-witness-Suna-Besha-of-Holy-Trinity-in-Puri

ଶ୍ରୀକ୍ଷେତ୍ରରେ ରଥାରୁଢ଼ ଶ୍ରୀଜୀଉଙ୍କ ସୁନାବେଶ, ମହଣ ମହଣ ସୁନା ଅଳଙ୍କାରରେ ସଜ୍ଜିତ ତିନି ଠାକୁର

The Independence:Puri-Ratha-Jatra-2023-Jay-Jagannath

ଶରଧାବାଲିରେ ଲାଗିଲା ତିନି ଠାକୁରଙ୍କ ତିନି ରଥ

The Independence:Ratha-Jatra-2023-ନୀଳାଦ୍ରିବିଜେରେ-ନୀଳକନ୍ଦରକୁ-ଫେରନ୍ତି-ନୀଳାଦ୍ରିନାଥ-ସରେ-ଜନ୍ମବେଦି-ଲୀଳା

Ratha Jatra 2023: ନୀଳାଦ୍ରିବିଜେରେ ନୀଳକନ୍ଦରକୁ ଫେରନ୍ତି ନୀଳାଦ୍ରିନାଥ; ସରେ ଜନ୍ମବେଦି ଲୀଳା

The Independence:Jagannath-Temple-Rath-Jatra

ଏକାବନ ଦିନରେ ଚଳଚଞ୍ଚଳ ରଥଖଳା

The Independence:ପ୍ରେମିକାକୁ-ଛୁରୀ-ଭୁଷିଲା-ପଥରରେ-ଛେଚି-ମୁହଁ-ନଷ୍ଟ-କଲା-ଜହ୍ଲାଦ-ପ୍ରେମିକ-ସାହିଲ-ଖାଁ

ପ୍ରେମିକାକୁ ଛୁରୀ ଭୁଷିଲା, ପଥରରେ ଛେଚି ମୁହଁ ନଷ୍ଟ କଲା ଜହ୍ଲାଦ ପ୍ରେମିକ ସାହିଲ ଖାଁ

The Independence:Land-Jihad-Dwarka

ଜମି ଜିହାଦର ଅନ୍ୟନାମ ଦ୍ୱାରକା

The Independence:Odisha-cant-make-progress-with-Shashikala-syndrome-Dharmendra

‘ଶଶୀକଳା ସିଣ୍ଡ୍ରୋମ’ କହିବାରୁ ସରକାରଙ୍କୁ ବାଧିଲା: ଧର୍ମେନ୍ଦ୍ର

The Independence:Land-Jihad-Love-Jihad-Jameen-Jihad-in-Odisha

ରାଜ୍ୟରେ ବଢ଼ୁଛି ଜିହାଦୀଙ୍କ ସଂଖ୍ୟା !

The Independence:The-Kerala-Story-Official-Trailer--Vipul-Amrutlal-Shah--Sudipto-Sen--Adah-Sharma--Aashin-A-Shah

The Kerala Story Official Trailer | Vipul Amrutlal Shah | Sudipto Sen | Adah Sharma | Aashin A Shah

The Independence:Guddu-Muslim-Odisha-Link-BJD

ଗୁଡ୍ଡୁ ମୁସଲମାନର ଖାସ୍, ବିଜେଡି ବିଧାୟକଙ୍କ ରାଇଟହାଣ୍ଡ

The Independence:important-files-of-the-jagannath-temple-administration-have-gone-missing

ଗାଏବ ହେଲା ଜଗନ୍ନାଥ ମନ୍ଦିର ପ୍ରଶାସନର ଗୁରୁତ୍ଵପୂର୍ଣ୍ଣ ଫାଇଲ

The Independence:Debacle-in-American-Banking-System

ଆମେରିକାର ବ୍ୟାଙ୍କିଂ ବ୍ୟବସ୍ଥାରେ ବିପର୍ଯ୍ୟୟ

The Independence:palghar-sadhu-lynching-case-to-be-investigated-by-cbi

ପାଲଘର ସାଧୁହତ୍ୟା ମାମଲାର ହେବ ସିବିଆଇ ତଦନ୍ତ

The Independence:Mix-Mandate-in-USA-Joe-Biden

ଆମେରିକାରେ ମିଶ୍ରିତ ଜନମତ

The Independence:Jayshankar-in-Fiji

ଫିଜିରେ ବିଜି ଜୟଶଙ୍କର

The Independence:Women-Freedom-Fighters-of-India-Name-List-and-Their-Roles

ଭାରତର ମହାନ ମହିଳା ସ୍ୱାଧୀନତା ସଂଗ୍ରାମୀମାନେ ଯାହାଙ୍କୁ ଇତିହାସକାରମାନେ ଭୁଲି ଯାଇଥିଲେ

The Independence:Dharmendra-Seeks-Centres-Intervention-For-Protection-Of-Archaeological-Assets-In-Odisha

ଓଡ଼ିଶାରେ ଅସୁରକ୍ଷିତ ଶିଶୁପାଳ ଗଡ଼ ଓ ଲଳିତଗିରି ପରି ଐତିହ୍ୟ କୀର୍ତ୍ତିରାଜି

The Independence:ଶ୍ରୀମନ୍ଦିରର-ପ୍ରସିଦ୍ଧ-ଦୋଳଯାତ୍ରା

ଶ୍ରୀମନ୍ଦିରର ପ୍ରସିଦ୍ଧ ଦୋଳଯାତ୍ରା

The Independence:Young-writer-Om-Priyadarshis-book-on-Paika-movement-released

ଉନ୍ମୋଚିତ ହେଲା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଚୟନିତ ଓମ୍ ପ୍ରିୟଦର୍ଶୀଙ୍କ ପୁସ୍ତକ "ପାଇକ: ଜନ, ଆଖ୍ୟାନ ଓ ଆନ୍ଦୋଳନ"

The Independence:Baijayanta-Panda-listens-Man-Ki-Baat-Programme-at-Bhawanipatna

ଭବାନୀପାଟଣା “ମନ୍‌ କି ବାତ୍‌” କାର୍ଯ୍ୟକ୍ରମରେ ବୈଜୟନ୍ତ ପଣ୍ଡା

The Independence:ଜର୍ଜ-ସୋରୋସଙ୍କ--ନେଟୱର୍କ-ଓ-କଣ୍ଢେଇ-ମାନଙ୍କୁ-ଚିହ୍ନଟ--ଜରୁରୀ

ଜର୍ଜ ସୋରୋସଙ୍କ ନେଟୱର୍କ ଓ କଣ୍ଢେଇ ମାନଙ୍କୁ ଚିହ୍ନଟ ଜରୁରୀ