The Independence:PFI-Banned-for-Five-Years-2047-India-Islamic-Country

 ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ(ପିଏଫଆଇ) ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର। ଆତଙ୍କବାଦୀ କାର୍ଯ୍ୟକଳାପ ସନ୍ଦେହରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ପିଏଫଆଇର ସଦସ୍ୟଙ୍କ ଏକାଧିକ ସ୍ଥାନରେ ରେଡ କରିଥିଲା। ଏହି ସମୟରେ ଶତାଧିକ ସଦସ୍ୟ ଗିରଫ ହୋଇଥିଲେ। ଏବେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସଂସ୍ଥାକୁ ବେଆଇନ ସଂଗଠନ ଭାବେ ନାମିତ କରିଛି। ଏଥିସହ ଫିଏଫଆଇକୁ ଦେଶରେ ୫ ବର୍ଷ ପାଇଁ ବ୍ୟାନ କରାଯାଇଛି। ଏହାର ସମସ୍ତ ସହଯୋଗୀ ଓ ଅନୁବନ୍ଧିତ ସଂସ୍ଥା ଉପରେ ମଧ୍ୟ ବ୍ୟାନ ଲାଗୁ କରାଯାଇଛି। ସଂଗଠନର ଆତଙ୍କବାଦୀ ଲିଙ୍କ ସାମ୍ନାକୁ ଆସିବା ପରେ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି। ଦେଶରେ ହିଂସା ସୃଷ୍ଟି କରିବା ଓ ବିଶିଷ୍ଟ ବ୍ୟକ୍ତିଙ୍କୁ ଟାର୍ଗେଟ କରିବା ପାଇଁ ପିଏଫଆଇ ବିଦେଶର ପାଣ୍ଠି ପାଇଥିବା ମଧ୍ୟ ଏନଆଇଏ ରେଡ ବେଳେ ଜଣାପଡ଼ିଥିଲା

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଜାରି କରିଥିବା ନିର୍ଦ୍ଦେଶନାମାରେ ପିଏଫଆଇ ଓ ଏହା ସହ ଜଡ଼ିତ ଥିବା ରେହାବ ଇଣ୍ଡିଆ ଫାଉଣ୍ଡେସନ (ଆରଆଇଏଫ), କ୍ୟାମ୍ପସ ଫ୍ରଣ୍ଟ ଅଫ ଇଣ୍ଡିଆ (ସିଏଫଆଇ), ଅଲଇଣ୍ଡିଆ ଇମାମ୍ସ କାଉସିଲ(ଏଆଇଆଇସି), ନ୍ୟାଶନାଲ କନଫେଡେରେସନ ଅଫ୍ ହ୍ୟୁମାନ ରାଇଟ୍ସ ଅର୍ଗାନାଇଜେସନ (ଏନସିଏଚ୍‌ଆରଓ), ନ୍ୟାଶନାଲ ୱମେନ୍ସ ଫ୍ରଣ୍ଟ, ଜୁନିୟର ଫ୍ରଣ୍ଟ, ଏନପାୱାର ଇଣ୍ଡିଆ ‍ଫାଉଡେସନ ଓ କେରଳ ରେହାବ ଫାଉଣ୍ଡସେନକୁ ବେଆଇନ ସଂଗଠନ ଭାବେ ଅବିହିତ କରାଯାଉଛି। ଏହାର ଅର୍ଥ ଏବେ ଏହି ସଂସ୍ଥାଗୁଡ଼ିକ ଦେଶରେ କୌଣସି ପ୍ରକାରର କାର୍ଯ୍ୟକଳାପ କରିପାରିବେ ନାହିଁ।

ମନ୍ତ୍ରଣାଳୟ କହିଛି ଯେ ପିଏଫଆଇ ଏକାଧିକ ଅପରାଧିକ ଓ ଆତଙ୍କବାଦ ମାମଲାରେ ଜଡ଼ିତ। ଭାରତର ସାମ୍ବିଧାନିକ ବିଧିବ୍ୟବସ୍ଥା ଓ ପଦ ପ୍ରତି ଏହାର କୌଣସି ପ୍ରକାରର ସମ୍ମାନ ନାହିଁ। ସଂଗଠନ ବିଦେଶରୁ ପାଣ୍ଠି ସଂଗ୍ରହ କରିଛି। ବିଦେଶରୁ ସଂଗଠନର ସଦସ୍ୟଙ୍କୁ ନୀତିଗତ ସମର୍ଥନ ମିଳୁଛି। ଏହା ଭାରତର ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ବିପଦ ସୃଷ୍ଟି କରିଛି।

ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ(ପିଏଫଆଇ)ର ଶତାଧିକ ସ୍ଥାନରେ ରେଡ ଓ ଗିରଫଦାରୀ ପରେ ଆଜି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସଂଗଠନକୁ ୫ବର୍ଷ ପାଇଁ ବ୍ୟାନ କରିଛି। ଏହାସହ ଜଡ଼ିତ ସଂଗଠନ ଉପରେ ମଧ୍ୟ ସମାନ କଟକଣା ଲାଗିଛି। ତେବେ ୧୫ ରାଜ୍ୟର ଶତାଧିକ ସ୍ଥାନରେ ଏନଆଇଏ କରିଥିବା ରେଡ ବେଳେ ଅନେକ ଆପତ୍ତିଜନକ ସାମଗ୍ରୀ ଜବତ ହୋଇଥିବା ଦାବି କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ କହିଛି ଯେ, ପିଏଫଆଇ ଅନେକ ଆପରାଧିକ ତଥା ଆତଙ୍କବାଦୀ ମାମଲାରେ ସମ୍ପୃକ୍ତ ଥିବା ଜଣାପଡ଼ିଛି ଏବଂ ଦେଶର ସାମ୍ବିଧାନିକ ପ୍ରାଧିକରଣ ପ୍ରତି ଅସମ୍ମାନ ପ୍ରଦର୍ଶନ କରୁଛି। 

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପିଏଫଆଇ ବ୍ୟାନକୁ ସ୍ବାଗତ କରିଛନ୍ତି। ସେ କହିଛନ୍ତି କେନ୍ଦ୍ର ମନ୍ତ୍ରଣାଳୟ ପିଏଫଆଇକୁ ଦେଶରୁ ୫ବର୍ଷ ପାଇଁ ବ୍ୟାନ କରିବା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ଦେଶର ସୁରକ୍ଷାକୁ ପ୍ରଥମେ ଧ୍ୟାନ ଦେବା ଦରକାର। ଏହାକୁ ନେଇ ଉତ୍ତରପ୍ରଦେଶ ସରକାର ଆଗରୁ କେନ୍ଦ୍ରକୁ ଜଣାଇଥିଲା। ଦେଶ ବିରୋଧରେ ଯେଉଁ କର୍ମଚାରୀମାନେ କାର୍ଯ୍ୟ କରୁଛନ୍ତି ସେମାନଙ୍କୁ କଡ଼ା ଦଣ୍ଡ ଦେବାକୁ ଆଦିତ୍ୟନାଥ ପୂର୍ବରୁ କେନ୍ଦ୍ରକୁ ସୁପାରିଶ କରିଥିଲେ। ବୁଧବାର ପିଏଫଆଇ (ପପୁଲାର ଫ୍ରଣ୍ଟ ଇଣ୍ଡିଆ) ପ୍ରତିବନ୍ଧକ ଲଗାଇବା ନିଷ୍ପତ୍ତିକୁ ପ୍ରଶଂସା କରିଛନ୍ତି ଏବଂ କହିଛନ୍ତି ଯେ, କେନ୍ଦ୍ର ଠିକ୍‌ ନିଷ୍ପତ୍ତି ନେଇଛି। ସେ କହିଛନ୍ତି, `ପାକିସ୍ତାନ ଜିନ୍ଦାବାଦ’ ସ୍ଲୋଗାନ ଦେଉଥିବା ପିଏଫଆଇର ଦେଶରେ ଏଭଳି ସ୍ଳୋଗାନ ଉଠାଇବାର କୌଣସି ଅଧିକାର ନାହିଁ। ଏହା ଦେଶପ୍ରେମୀଙ୍କ ଦେଶ। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ପଦକ୍ଷେପ।

ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ବୁଧବାର ପିଏଫଆଇ (ପପୁଲାର ଫ୍ରଣ୍ଟ ଇଣ୍ଡିଆ) ପ୍ରତିବନ୍ଧକ ଲଗାଇବା ନିଷ୍ପତ୍ତିକୁ ପ୍ରଶଂସା କରିଛନ୍ତି ଏବଂ କହିଛନ୍ତି ଯେ, କେନ୍ଦ୍ର ଠିକ୍‌ ନିଷ୍ପତ୍ତି ନେଇଛି। ସେ କହିଛନ୍ତି, `ପାକିସ୍ତାନ ଜିନ୍ଦାବାଦ’ ସ୍ଲୋଗାନ ଦେଉଥିବା ପିଏଫଆଇର ଦେଶରେ ଏଭଳି ସ୍ଳୋଗାନ ଉଠାଇବାର କୌଣସି ଅଧିକାର ନାହିଁ। ଏହା ଦେଶପ୍ରେମୀଙ୍କ ଦେଶ। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ପଦକ୍ଷେପ।

ଏନଆଇଏ ଦାବି କରିଛି ଯେ ପିଏଫଆଇ ସଦସ୍ୟଙ୍କ ଠାରୁ ବୋମା ତିଆରି ବହି ସହ ଅନେକ ପ୍ରକାରର ଦେଶ ବିରୋଧୀ ଦସ୍ତାବିଜ ଜବତ କରାଯାଇଛି। ଫିଏଫଆଇ ସଦସ୍ୟଙ୍କ ଲିଙ୍କ ଆତଙ୍କୀ ସଂଗଠନ ସହ ରହିଥିବା ଏନଆଇଏ କହିବା ପରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସଂଗଠନକୁ ଦେଶରେ ବ୍ୟାନ କରିଛି। ବ୍ୟାନ ନିର୍ଦ୍ଦେଶ ପରେ ପରେ ଏନଆଇଏ ରେଡ୍‌ ବେଳେ ଜବତ ହୋଇଥିବା ସାମଗ୍ରୀର ତାଲିକା ସାର୍ବଜନୀନ କରିଛି।

ତଦନ୍ତକାରୀ ସଂସ୍ଥା କହିଛି ଯେ ପିଏଫଆଇ ଓ ଏହାର ସଦସ୍ୟମାନେ ଆତଙ୍କବାଦୀ କାର୍ଯ୍ୟକଳାପରେ ସାମିଲ ଥିବା ଏକାଧିକ ପ୍ରମାଣ ମିଳିଛି। ସେମାନଙ୍କ ଠାରୁ ଆଇଇଡି କେମିତି ତିଆରି କରାଯାଏ, ସେ ସଂକ୍ରାନ୍ତ ବୁକଲେଟ ମିଳିଛି। ଉପଲବ୍ଧ ଥିବା ସାମଗ୍ରୀକୁ ବ୍ୟବହାର କରି କେମିତି ଅତି ସହଜରେ ଆଇଇଡି ତିଆରି କରାଯାଇ ପାରିବ, ସେ ବିଷୟରେ ଏହି ବୁକଲେଟରେ ଉଲ୍ଲେଖ ରହିଛି।

ଉତ୍ତର ପ୍ରଦେଶର ବାରବାଙ୍କୀରୁ ଗିରଫ ହୋଇଥିବା ପିଏଫଆଇ ସଦସ୍ୟ ମହମ୍ମଦ ନଦୀମଙ୍କ ଘରୁ ଏହାକୁ ଜବତ କରାଯାଇଛି। ଖାଦ୍ରାରେ ରହୁଥିବା ଅହମଦ ବେଗ ନଦୱିଙ୍କ ଘରୁ ମଧ୍ୟ ସମାନ ଦସ୍ତାବିଜ ମିଳିଛି।

Author Image

Independence News

Recent Posts

The Independence:If-the-BJP-government-is-formed-in-Odisha-drinking-water-problem-will-be-solved-as-a-priority-Bhatrahari-Mahatab

ଓଡ଼ିଶାରେ ବିଜେପି ସରକାର ଗଠନ କଲେ ଅଗ୍ରାଧିକାର ଭିତିରେ ପାନୀୟ ଜଳ ସମସ୍ୟାର ସମାଧାନ କରାଯିବ: ଭତୃହରି ମହତାବ

The Independence:Odisha-Cow-Slaughtering

Odisha : ଗୋ ମାଂସ ବୋଝେଇ ଟ୍ରକ ଜବତ

The Independence:Jagannath-Temple-Odisha-Mumbai

ଓଡିଶା ବାହାରେ ମହାପ୍ରଭୁ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର

The Independence:Modi-Government-9-Years-Seva-Susasan-Garib-Kalyana

ନ’ ବର୍ଷର ସୁଶାସନ

The Independence:Rath-Yatra-2023-Lakhs-of-devotees-witness-Suna-Besha-of-Holy-Trinity-in-Puri

ଶ୍ରୀକ୍ଷେତ୍ରରେ ରଥାରୁଢ଼ ଶ୍ରୀଜୀଉଙ୍କ ସୁନାବେଶ, ମହଣ ମହଣ ସୁନା ଅଳଙ୍କାରରେ ସଜ୍ଜିତ ତିନି ଠାକୁର

The Independence:Puri-Ratha-Jatra-2023-Jay-Jagannath

ଶରଧାବାଲିରେ ଲାଗିଲା ତିନି ଠାକୁରଙ୍କ ତିନି ରଥ

The Independence:Ratha-Jatra-2023-ନୀଳାଦ୍ରିବିଜେରେ-ନୀଳକନ୍ଦରକୁ-ଫେରନ୍ତି-ନୀଳାଦ୍ରିନାଥ-ସରେ-ଜନ୍ମବେଦି-ଲୀଳା

Ratha Jatra 2023: ନୀଳାଦ୍ରିବିଜେରେ ନୀଳକନ୍ଦରକୁ ଫେରନ୍ତି ନୀଳାଦ୍ରିନାଥ; ସରେ ଜନ୍ମବେଦି ଲୀଳା

The Independence:Jagannath-Temple-Rath-Jatra

ଏକାବନ ଦିନରେ ଚଳଚଞ୍ଚଳ ରଥଖଳା

The Independence:ପ୍ରେମିକାକୁ-ଛୁରୀ-ଭୁଷିଲା-ପଥରରେ-ଛେଚି-ମୁହଁ-ନଷ୍ଟ-କଲା-ଜହ୍ଲାଦ-ପ୍ରେମିକ-ସାହିଲ-ଖାଁ

ପ୍ରେମିକାକୁ ଛୁରୀ ଭୁଷିଲା, ପଥରରେ ଛେଚି ମୁହଁ ନଷ୍ଟ କଲା ଜହ୍ଲାଦ ପ୍ରେମିକ ସାହିଲ ଖାଁ

The Independence:Land-Jihad-Dwarka

ଜମି ଜିହାଦର ଅନ୍ୟନାମ ଦ୍ୱାରକା

The Independence:Odisha-cant-make-progress-with-Shashikala-syndrome-Dharmendra

‘ଶଶୀକଳା ସିଣ୍ଡ୍ରୋମ’ କହିବାରୁ ସରକାରଙ୍କୁ ବାଧିଲା: ଧର୍ମେନ୍ଦ୍ର

The Independence:Land-Jihad-Love-Jihad-Jameen-Jihad-in-Odisha

ରାଜ୍ୟରେ ବଢ଼ୁଛି ଜିହାଦୀଙ୍କ ସଂଖ୍ୟା !

The Independence:The-Kerala-Story-Official-Trailer--Vipul-Amrutlal-Shah--Sudipto-Sen--Adah-Sharma--Aashin-A-Shah

The Kerala Story Official Trailer | Vipul Amrutlal Shah | Sudipto Sen | Adah Sharma | Aashin A Shah

The Independence:Guddu-Muslim-Odisha-Link-BJD

ଗୁଡ୍ଡୁ ମୁସଲମାନର ଖାସ୍, ବିଜେଡି ବିଧାୟକଙ୍କ ରାଇଟହାଣ୍ଡ

The Independence:important-files-of-the-jagannath-temple-administration-have-gone-missing

ଗାଏବ ହେଲା ଜଗନ୍ନାଥ ମନ୍ଦିର ପ୍ରଶାସନର ଗୁରୁତ୍ଵପୂର୍ଣ୍ଣ ଫାଇଲ

The Independence:Debacle-in-American-Banking-System

ଆମେରିକାର ବ୍ୟାଙ୍କିଂ ବ୍ୟବସ୍ଥାରେ ବିପର୍ଯ୍ୟୟ

The Independence:palghar-sadhu-lynching-case-to-be-investigated-by-cbi

ପାଲଘର ସାଧୁହତ୍ୟା ମାମଲାର ହେବ ସିବିଆଇ ତଦନ୍ତ

The Independence:Mix-Mandate-in-USA-Joe-Biden

ଆମେରିକାରେ ମିଶ୍ରିତ ଜନମତ

The Independence:Jayshankar-in-Fiji

ଫିଜିରେ ବିଜି ଜୟଶଙ୍କର

The Independence:Women-Freedom-Fighters-of-India-Name-List-and-Their-Roles

ଭାରତର ମହାନ ମହିଳା ସ୍ୱାଧୀନତା ସଂଗ୍ରାମୀମାନେ ଯାହାଙ୍କୁ ଇତିହାସକାରମାନେ ଭୁଲି ଯାଇଥିଲେ

The Independence:Dharmendra-Seeks-Centres-Intervention-For-Protection-Of-Archaeological-Assets-In-Odisha

ଓଡ଼ିଶାରେ ଅସୁରକ୍ଷିତ ଶିଶୁପାଳ ଗଡ଼ ଓ ଲଳିତଗିରି ପରି ଐତିହ୍ୟ କୀର୍ତ୍ତିରାଜି

The Independence:ଶ୍ରୀମନ୍ଦିରର-ପ୍ରସିଦ୍ଧ-ଦୋଳଯାତ୍ରା

ଶ୍ରୀମନ୍ଦିରର ପ୍ରସିଦ୍ଧ ଦୋଳଯାତ୍ରା

The Independence:Young-writer-Om-Priyadarshis-book-on-Paika-movement-released

ଉନ୍ମୋଚିତ ହେଲା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଚୟନିତ ଓମ୍ ପ୍ରିୟଦର୍ଶୀଙ୍କ ପୁସ୍ତକ "ପାଇକ: ଜନ, ଆଖ୍ୟାନ ଓ ଆନ୍ଦୋଳନ"

The Independence:Baijayanta-Panda-listens-Man-Ki-Baat-Programme-at-Bhawanipatna

ଭବାନୀପାଟଣା “ମନ୍‌ କି ବାତ୍‌” କାର୍ଯ୍ୟକ୍ରମରେ ବୈଜୟନ୍ତ ପଣ୍ଡା

The Independence:ଜର୍ଜ-ସୋରୋସଙ୍କ--ନେଟୱର୍କ-ଓ-କଣ୍ଢେଇ-ମାନଙ୍କୁ-ଚିହ୍ନଟ--ଜରୁରୀ

ଜର୍ଜ ସୋରୋସଙ୍କ ନେଟୱର୍କ ଓ କଣ୍ଢେଇ ମାନଙ୍କୁ ଚିହ୍ନଟ ଜରୁରୀ