ଅକ୍ଟୋବର ୯ ତାରିଖରେ ଯେଉଁ ଦିନ ପ୍ରଫେଟ ମହମ୍ମଦଙ୍କର ଜନ୍ମଦିନ ଥିଲା ସେଦିନ ମୁସଲମାନମାନେ ରାଜଧାନୀ ଭୁବନେଶ୍ୱରର ଉକକଣ୍ଠ ବାଲିଅନ୍ତାଠାରେ ଏକ ଶୋଭାଯାତ୍ରା ବାହାର କରିଥିଲେ । ସେହି ଶୋଭାଯାତ୍ରାରେ ପାକିସ୍ତାନ ଜିନ୍ଦାବାଦ, ହିଜାବୁଲ ମୁଜାହିଦ୍ଦିନ ଜିନ୍ଦାବାଦ ଭଳି ନାରା ସର୍ବସମ୍ମୁଖରେ ପଡିଥିଲା । ସେହି ଜୁଲୁସରେ ଭାଗ ନେଇଥିବା ମୁସଲିମମାନେ ଏହି ନାରାରେ ଜିନ୍ଦାବାଦ ପକାଇଥିଲେ ।
ସେହି ଦେଶ ବିରୋଧୀ ନାରା ଦିଆଯାଉଥିବାର ଏକ ଭିଡିଓ ସାମାଜିକ ସଙ୍ଗଠନ କଳିଙ୍ଗ ରାଇଟସ ଫୋରମ ପକ୍ଷ୍ୟରୁ ଏହାର ଟ୍ୱିଟରରେ ପୋଷ୍ଟ ହୋଇଛି ଯେଉଁଥିରେ ପାକିସ୍ତାନ ଜିନ୍ଦାବାଦର ନାରା ସ୍ପଷ୍ଟ ଶୁଣାଯାଉଛି ।
ଏହାକୁ ନେଇ ସେବେଠାରୁ ସେହି ଅଂଚଳରେ ଚାପା ଉତେଜନା ଲାଗି ରହିଛି । ଏହାକୁ ନେଇ ସ୍ଥାନୀୟ ଲୋକମାନେ ବାଲିଅନ୍ତା ଥାନାରେ ଲିଖିତ ଅଭିଯୋଗ ଦେଇଥିଲେ । ହେଲେ ସ୍ଥାନୀୟ ପୋଲିସ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହିଁ । ବଂର ପୋଲିସ ଓଲଟି ଅଭିଯୋଗ କରିଥିବା ହିନ୍ଦୁମାନଙ୍କୁ ଧମକ ଦେଉଛି ଅଭିଯୋଗ ଉଠାଇ ନେବା ପାଇଁ । ଅଭିଯୋଗ କରିଥିବା ହିନ୍ଦୁମାନଙ୍କ ଘର ଚାରିପାଖରେ କିଛି ମୁସଲିମ ସଂନ୍ଦିଗ୍ଧଙ୍କୁ ମଧ୍ୟ ଦେଖିବାକୁ ମିଳୁଛି । ଏହି ଅଭିଯୋଗ ସର୍ମ୍ପକରେ ପୋଲିସର କୌଣସି ପ୍ରତିକ୍ରିୟା ମିଳିନାହିଁ ।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ସେହି ଅଂଚଳରେ ଆଗରୁ ଅଳ୍ପ ମୁସଲିମମାନେ ରହୁଥିଲେ । ଆଗରୁ ସେମାନେ ଯେଉଁ ଜୁଲୁସ ବାହାର କରୁଥିଲେ ତାହା ଶାନ୍ତିରେ ଯାଉଥିଲା ଓ ସେଥିରେ କମ୍ ଲୋକ ଯାଉଥିଲେ । ହେଲେ ବିଗତ ୧୦ ବର୍ଷ ଭିତରେ ସେମାନଙ୍କର ସଂଖ୍ୟା ପାଖାପାଖି ୩୦ ଗୁଣ ବଢିଛି । ସେମାନଙ୍କର ଜୁଲୁସରେ ଏତେ ଲୋକ କୁଆଡେ ଆସୁଛନ୍ତି ତାହା ସ୍ଥାନୀୟ ଲୋକମାନେ ଆଶ୍ଚର୍ଯ୍ୟ ହେଉଛନ୍ତି । ଜୁଲୁସରେ ଭିଡ କରି ସ୍ଥାନୀୟ ହିନ୍ଦୁମାନଙ୍କ ମନରେ ଭୟ ତିଆରି କରିବାର ମାନସିକତାରେ ଏପରି କରାଯାଉଛି ।