The Independence:Pakistans-new-National-Security-Policy


ପାକିସ୍ତାନ ଗତ ସପ୍ତାହରେ ତାର ବହୁଚର୍ଚିତ  ନୂଆ ରାଷ୍ଟ୍ରୀୟ ସୁରକ୍ଷା ନୀତି  ଦସ୍ତାବେଜକୁ ସାର୍ବଜନୀନ କରିଛି ।  ୧୧୦ ପୃଷ୍ଠା ବିଶିଷ୍ଟ ଏହି ଡକ୍ୟୁମେଂଟକୁ  ପାକିସ୍ତାନୀ  ପ୍ରଧାନମନ୍ତ୍ରୀ  ଇମରାନ ଖାନ  ଲୋକାର୍ପଣ କରିଛନ୍ତି । ଏହି ଡକ୍ୟୁମେଂଟର ଲୋକାର୍ପଣ କରିବା ପୂର୍ବରୁ ଏହାକୁ ନେଇ ଖୁବ ଅଧିକ ପ୍ରଚାର ପ୍ରସାର କରା ଯାଇଥିଲା ଯେପରିକି ଏହି ନୀତି ପାକିସ୍ତାନକୁ ଏକ ନୂତନ ଯୁଗକୁ ନେଇ ଯିବ । ଏହି ଲେଖାରେ ପାକିସ୍ତାନର ନୂଆ ସିକ୍ୟୁରିଟି ପଲିସୀରେ ଥିବା ବିଭିନ୍ନ ବିନ୍ଦୁ ଗୁଡିକ ବିଶେଷ ଭାବେଏଥିରେ ରହିଥିବା  ଭାରତ ସମ୍ପର୍କିତ ପାକିସ୍ତାନର ଦୃଷ୍ଟିକୋଣ ସମ୍ପର୍କରେ ବିଶ୍ଲେଷଣ କରିବା ।

ଯେପରିକି ପାକିସ୍ତାନରେ ସବୁ ବିଷୟକୁ ନେଇ ବିବାଦ ହୋଇଥାଏ, ଏହି ଏହି ବହୁ ଚର୍ଚିତ ପଲିସୀକୁ  ମଧ୍ୟ ଏଥିରୁ ବାଦ ପଜି ନାହିଁ । ପାକିସ୍ତାନର ନ୍ୟାସନାଲ ଡିଭିଜନ ଏହାକୁ ସାମରିକ ଓ ବେସାମରିକ ଅଂଶଧାରକ, ଥିଙ୍କ ଟ୍ୟାଙ୍କ ଓ ଅନ୍ୟ ସଂସ୍ଥା  ମାନଙ୍କ ସହ ଆଲୋଚନା କରି ପ୍ରସ୍ତୁତ କରିଥିବା କୁହା ଯାଇଛି । ତେବେ ପାକିସ୍ତାନର ବିରୋଧୀ ଦଳ ମାନେ ଅଭିଯୋଗ କରିଛନ୍ତି ଯେ ଏହୀ ନୀତିକୁ ଜାରୀ କରିବା ପୂର୍ବରୁ ତାଙ୍କ ସହ ଆଲୋଚନା କରା ଯାଇ ନାହିଁ ।

ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଇମରାନ ଖାନ ଏହାର ମୁଖବନ୍ଧ ଲେଖିଛନ୍ତି । ସେ ଲେଖିଛନ୍ତି - ପାକିସ୍ତାନର ସୁରକ୍ଷା ଦୃଷ୍ଟିକୋଣ ନାଗରିକ କୈନ୍ଦ୍ରିକ ହେବା ଆବଶ୍ୟକ । ଏହାକୁ ଆଧାର କରି ଏହି ଦସ୍ତାବେଜ ତିଆରି କରା ଯାଇଛି ।

ପାକିସ୍ତାନର ଆର୍ଥିକ ସ୍ଥିତି ଶୋଚନୀୟ  ହୋଇ ସାରିଛି । ପାକିସ୍ତାନକୁ ଆବଶ୍ୟକ ମାତ୍ରାରେ ଋଣ ମିଳୁ ନାହିଁ । ତେଣୁ ଏହି ପଲିସୀ ଜାରୀ କରିବା ପଛର ଅସଲ ଉଦ୍ଦେଶ୍ୟ  ତାର ଭାବମୂର୍ତିକୁ ସୁଧାରିବା ଓ  ପାକିସ୍ତାନରେ କିପରି ଅଧିକ ମାତ୍ରାରେ ଆର୍ଥିକ କାର୍ଯ୍ୟକଳାପ ବଢିବ, ବିଦେଶୀ ପୁଂଜି ନିବେଶ  ହେବ ସେ ନେଇ ପରିବେଶ ତିଆରି କରିବା, ଏହା ଏହି ପଲିସୀରୁ ସ୍ପଷ୍ଟ ହୋଇ ଯାଉଛି ।

ଏହି ପଲିସୀରେ ଉଲ୍ଲେଖ ରହିଛି ଯେ  ବର୍ତମାନ ପରିସ୍ଥିତିରେ ସୃଷ୍ଟି ହେଉଥିବା ନୂଆ ବାର୍ଲଡ ଅର୍ଡରରେ ତିଆରି ହେଉଥିବା ସୁଯୋଗର ପାକିସ୍ତାନ ଲାଭ ଉଠାଇ ପାରିବ ।  ପାକିସ୍ତାନ ଯେପରି ଜିଓ ଷ୍ଟ୍ରାଟେଜିକ ସ୍ଥାନରେ ରହିଛି, ତାକୁ ଠିକ ଭାବେ ବ୍ୟବହାର କରି ଭୂ- ଆର୍ଥିକ ଦୃଷ୍ଟିକୋଣ ଆପଣାଇଲେ ପାକିସ୍ତାନରେ ବିଦେଶୀ ପ୍ରତ୍ୟକ୍ଷ ପୁଂଜି ବିନିଯୋଗ ଅଧିକ ମାତ୍ରାରେ ହୋଇ ପାରିବ ।  ଏହା ଦ୍ୱାରା ପାକିସ୍ତାନର ରପ୍ତାନୀ ମଧ୍ୟ ବୃଦ୍ଧି ପାଇବ ବୋଲି ଏଥିରେ ଉଲ୍ଲେଖ କରା ଯାଇଛି ।

ଏହି ପଲିସିରେ ସ୍ପଷ୍ଟ ଭାବେ ସ୍ୱୀକାର କରା ଯାଇଛି ଯେ ପାକିସ୍ତାନର ଦୟନୀୟ ଆର୍ଥିକ ସ୍ଥିତି କାରଣରୁ ପାକିସ୍ତାନର ସୁରକ୍ଷା ଖୁବ ଅଧିକ ପ୍ରଭାବିତ ହୋଇଛି । ଏଥିରେ ଆହୁରି  ଉଲ୍ଲେଖ ରହିଛି ଯେ ପାକିସ୍ତାନର ଉତ୍ପାଦକତା ଖୁବ କୁମ ରହିଥିବା ବେଳେ ଋଣ ଭାର ବଢି ଚାଲିଛି । ପାକିସ୍ତାନର ଶିକ୍ଷା ବ୍ୟବସ୍ଥା ଅତ୍ୟନ୍ତ ଦୁର୍ବଳ ଥିବା ବେଳେ ଲୋକ ମାନଙ୍କର ଦକ୍ଷତା ନ ଥିବା କଥା ଉଲ୍ଲେଖ କରା ଯାଇଛି । ସେହିପରି ସମ୍ବଳର ଅଭାବ, ଆର୍ଥିକ ଅସାମନତା, ଖାଦ୍ୟ, ଜଳ, ଶକ୍ତି କ୍ଷେତ୍ର ସମେତ ଅନ୍ୟାନ୍ୟ କ୍ଷେତ୍ରରେ ପ୍ରବଳ ଚାପ ରହିଥିବା ଖୋଲାଖୋଲି ଭାବେ  ଏହି ଡକ୍ୟୁମେଂଟରେ ସ୍ୱୀକାର କରା ଯାଇଛି ।

ସବୁଠାରୁ ଗୁରୁତ୍ୱପୂର୍ଣ କଥା ହେଲା ଯେ ଏଥିରେ ପାକିସ୍ତାନର ଭାବମୂର୍ତିକୁ ଠିକ କରିବାକୁ ପ୍ରୟାସ କରା ଯାଇଛି ।  ଏଥିରେ ଉଲ୍ଲେଖ ରହିଛି ଯେ ପାକିସ୍ତାନର  ଏକ ଆତଙ୍କବାଦକୁ ସମର୍ଥନ କରୁଥିବା ଦେଶ ଓ ଅସହିଷ୍ଣୁ ଭାବେ ଦେଶ ଭାବେ ଭାବମୂର୍ତିକୁ ଦୂର କରିବା ତାଙ୍କର ଲକ୍ଷ୍ୟ ହେବ । ଏଥିରେ ଉଲ୍ଲେଖ ରହିଛି ଯେ ପାକିସ୍ତାନରେ ବିବିଧତାକୁ ସମ୍ମାନ ଦେବା, ସହିଷ୍‌ଣୁତାର ଭାବନାକୁ ବଢାଇବା ଆଦି ଉପରେ ଲଗାତାର ପାକିସ୍ତାନ ସରକାର କାମ କରିବେ ।  ନିଜର ଖରାପ ଭାବମୂର୍ତିକୁ ଠିକ କରିବାକୁ  ଯାଇ ଏହି ପଲିସିରେ ଆନ୍ତଃ ରିଲିଜୟସ ସୌହାର୍ଦ୍ୟ, ସଂଖ୍ୟାଲଘୁ ଅଧିକାର ଆଦି ଉପରେ ପାକିସ୍ତାନ ଧ୍ୟାନ ଦେବ  ବୋଲି ଉଲ୍ଲେଖ ରହିଛି ।

ଏହି ପଲିସିର  ଆଭ୍ୟନ୍ତରୀଣ ସୁରକ୍ଷା ଅଧ୍ୟାୟରେ ଆତଙ୍କବାଦ, ହିଂସ୍ର ଉପ ରାଷ୍ଟ୍ରବାଦ, ଉଗ୍ରବାଦ ମାଦକ ଦ୍ରବ୍ୟ ଓ ଡ୍ରଗ୍ସ ବିଷୟରେ ଉଲ୍ଲେଖ ରହିଛି । ଆତଙ୍କବାଦୀଙ୍କୁ ପାଳି ପୋଷି ଶରଣ ଦେଉଥିବା ଓ ସେମାନଙ୍କୁ ଆର୍ଥିକ ସହାୟତା ଦେଉଥିବା କାରଣରୁ ଗ୍ରେ ସୂଚୀରେ ଥିବା ପାକିସ୍ତାନ ଏହି ଡକ୍ୟୁମେଂଟରେ ସେମାନଙ୍କ ବିରୁଦ୍ଧରେ କାମ କରିବ ବୋଲି ଲେଖିଛି ।

 

ଏହି ନୀତିରେ ଯାହା ଉଲ୍ଲେଖ ରହିଛି ବା ପାକିସ୍ତାନ ନିଜର ଭାବମୂର୍ତିକୁ ଯେଭଳି ଭାବେ ବଦଳାଇବାକୁ ଚେଷ୍ଟା କରୁଛି ତାହା କେବେ ହେଲେ ସମ୍ଭବ ନୁହେଁ ।  ପାକିସ୍ତାନ ଗତ ୭୦ ବର୍ଷ ଧରି ଯେଭଳି ଭାବେ ସଂଖ୍ୟାଲଘୁ ମାନଙ୍କୁ, ସେମାନଙ୍କ ସଂସ୍କୃତିକୁ ଶେଷ କରି ଆସିଛି ଓ ପାଖାପାଖି ଲୁପ୍ତ କରି ଦେବାକୁ ବସିଲାଣି ତାହା ସମସ୍ତେ ଜାଣିଛନ୍ତି ।  ପାକିସ୍ତାନ ଆତଙ୍କବାଦକୁ କିପରି  ନିଜର ଷ୍ଟେଟ  ପଲିସୀ ଭାବେ ବ୍ୟବହାର କରି ଆସିଛି ତାହା ମଧ୍ୟ କାହାରିକୁ ଅଛପା ନୁହେଁ ।   ତେଣୁ ଏହି ପଲିସିର ଶବ୍ଦ ଜାଲରେ ଯେ ପାକିସ୍ତାନ  କେବଳ ସମଗ୍ର ବିଶ୍ୱର ଆଖିରେ ଧୁଳି ଦେବାକୁ ଚେଷ୍ଟା କରୁଛି ତାହା ସୁସ୍ପଷ୍ଟ ।

 

ଏବେ ଭାରତ ସମ୍ପର୍କରେ ପଲିସିରେ କଣ ଉଲ୍ଲେଖ ରହିଛି ସେ ସମ୍ପର୍କରେ ଆଲୋଚନା କରିବା । ଏହି ପଲିସିରେ ଉଲ୍ଲେଖ ରହିଛି ଯେ  ପାକିସ୍ତାନ ଭାରତ ସହ ଶାନ୍ତିପୂର୍ଣ ସମ୍ପର୍କ ଚାହେଁ । ତେବେ  ଏଥିରେ ମଧ୍ୟ ସେ ତାର କିନ୍ତୁ, ପରନ୍ତୁ ଲଗାଇଛି । ଏଥିରେ ଉଲ୍ଲେଖ ରହିଛି ଯେ  ଜାମ୍ମୁ କାଶ୍ମୀର ବିବାଦର ଶାନ୍ତିପୂର୍ଣ ସମାଧାନଉପରେ ଭାରତ ସହ ପାକିସ୍ତାନର  ଭଲ ସମ୍ପର୍କ ହେବା ନିର୍ଭର କରେ । ଜାମ୍ମୁ କାଶ୍ମୀର ଉଭୟ ଦେଶର ସମ୍ପର୍କ ପାଇଁ ମୁଖ୍ୟ ବିଷୟ ରହି ଆସିଛି ବୋଲି ଡକ୍ୟୁମେଂଟରେ ଉଲ୍ଲେଖ କରିଛି ।  ଜାମ୍ମୁ କାଶ୍ମୀର  କଥା ଉଲ୍ଲେଖ କରି ପାକିସ୍ତାନ ପୁଣି ଥରେ ସ୍ପଷ୍ଟ କରି ଦେଇଛି ଯେ ସେ କେବେ ହେଲେ ସୁଧୁରିବ ନାହିଁ । ଏହି ଡକ୍ୟୁମେଂଟରେ ଭାରତ ସହ ଦ୍ୱିପାକ୍ଷିକ ସମ୍ପର୍କ ଖରାପ ହେବା ପଛରେ ଭାରତକୁ ସ୍ପଷ୍ଟ ଭାବେ ଦାୟୀ କରିଛି ।

 

କେବଳ ସେତିକି ନୁହେଁ ଏହି ଡକ୍ୟୁମେଂଟରେ ପାକିସ୍ତାନ ତାର ସମସ୍ତ ସୀମା ଉଲ୍ଲଂଘନ କରି ଭାରତର ଆଭ୍ୟନ୍ତରୀଣ ମାମଲାରେ ଟିପ୍ପଣୀ କରିଛି । ଏଥିରେ ଉଲ୍ଲେଖ ରହିଛି ଯେ ଭାରତରେ  ବଢୁଥିବା ତଥାକଥିତ ହିନ୍ଦୁତ୍ୱ ଆଧାରିତ ନୀତି ପାକିସ୍ତାନର ସୁରକ୍ଷା ପାଇଁ ବିପଦ ସୃଷ୍ଟି କରିଛି ।

ଏହି ଡକ୍ୟୁମେଂଟରେ ଭାରତ ବିରୋଧରେ ଅନେକ କଥା ଉଲ୍ଲେଖ କରା ଯାଇଛି ।  ଭାରତ ଦ୍ୱାରା ପାକିସ୍ତାନରେ ପ୍ରବେଶ କରି  ଏୟାର ଷ୍ଟ୍ରାଇକ,  ସର୍ଜିକାଲ ଷ୍ଟ୍ରାଇକ କରା ଯାଇଥିବାର ପ୍ରତ୍ୟକ୍ଷ ନ ହେଲେ ମଧ୍ୟ ଅପ୍ରତ୍ୟକ୍ଷ ଭାବେ ଉଲ୍ଲେଖ କରା ଯାଇଛି ।  ଜାମ୍ମୁ କାଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟାଇବା ନେଇ ପାକିସ୍ତାନର ଦୁଃଖ ସ୍ପଷ୍ଟ ଭାବେ ଏହି ପଲିସିରୁ ଦେଖିବାକୁ ମିଳୁଛି ।  ଆତଙ୍କବାଦ ପ୍ରସଙ୍ଗକୁ ନେଇ ଭାରତ ପାକିସ୍ତାନ ବିରୁଦ୍‌ଧରେ  ମିଛ ପ୍ରଚାର କରୁଛି ବୋଲି ମଧ୍ୟ  ଏଥିରେ ଉଲ୍ଲେଖ ରହିଛି ।

ଏହି ପଲିସିରେ ଭାରତକୁ ପାକିସ୍ତାନ ପାଇଁ ଏକ ବିପଦ ବୋଲି ମଧ୍ୟ ଉଲ୍ଲେଖ ରହିଛି ।  ସିଧା ଶବ୍ଦ ବ୍ୟବହାର ନ  କରି ଭିନ୍ନ ଶବ୍ଦରେ ଭାରତୀୟ ରାଷ୍ଟ୍ରବାଦୀ ମାନେ ଭାରତରେ କ୍ଷମତା ରେ ଆସିବା କାରଣରୁ ପାକିସ୍ତାନ ପାଇଁ ଏହା ଚିନ୍ତାର ବିଷୟ ପାଲଟିଥିବା ଏହି ପଲିସୀରେ ଉଲ୍ଲେଖ ରହିଛି ।

ଏହି ପଲିସୀ ଜାରୀ ହେବା ପରେ ପାକିସ୍ତାନର ବରିଷ୍ଠ ଅଧିକାରୀ  ମାନେ କହିଛନ୍ତି ଯେ ଭାରତ  ସହ ପାକିସ୍ତାନ ଭଲ ସମ୍ପର୍କ ଚାହେଁ, ହେଲେ ବର୍ତମାନରେ ନରେନ୍ଦ୍ର ମୋଦିଙ୍କ ଶାସନ କାଳରେ ଭାରତ ସହ ପାକିସ୍ତାନର ଭଲ ସମ୍ପର୍କ ତିଆରି ହେବା ସମ୍ଭବ ନୁହୋଁ  ସେମାନେ ଗୋଟିଏ ପ୍ରକାର ସ୍ପଷ୍ଟ କରି ଦେଇଛନ୍ତି ଯେ ଭାରତରେ ଭାରତୀୟ ରାଷ୍ଟ୍ରବାଦୀ ମାନେ  କ୍ଷମତାରେ ରହିଲେ ପାକିସ୍ତାନ ଯାହା ଚାହୁଁଛି ତାହା ହୋଇ ପାରିବ ନାହିଁ ।

ମୋଟ ଉପରେ କୁହା ଯାଇ ପାରେ ଯେ ପାକିସ୍ତାନ ଏହି ଦସ୍ତାବେଜ ଜାରୀ  କରି ଏକ ପିଆର ଏକ୍ସରସାଇଜ କରିବାକୁ ଚେଷ୍ଟା କରିଛି ।  ସେ ଏହା ଜରିଆରେ ତାର କଳା ଚେହେରାକୁ  ଢାଙ୍କି  ଏକ ଭଲ ଚେହେରା ବିଶ୍ୱ ସମ୍ମୁଖରେ ପ୍ରସ୍ତୁତ କରିବାର ପ୍ରୟାସ କରିଛି । ଭାରତ ପାଇଁ ପାକିସ୍ତାନ ଆଦୌ ବଦଳିବ ନାହିଁ ଏହା ମଧ୍ୟ ସେ ଏହି ଦସ୍ତାବେଜ ଜରିଆରେ ବାର୍ତା ଦେଇଛି । 

 

(, ସମନ୍ୱୟ ନନ୍ଦ)

Author Image

Dr Samanwaya

Recent Posts

The Independence:If-the-BJP-government-is-formed-in-Odisha-drinking-water-problem-will-be-solved-as-a-priority-Bhatrahari-Mahatab

ଓଡ଼ିଶାରେ ବିଜେପି ସରକାର ଗଠନ କଲେ ଅଗ୍ରାଧିକାର ଭିତିରେ ପାନୀୟ ଜଳ ସମସ୍ୟାର ସମାଧାନ କରାଯିବ: ଭତୃହରି ମହତାବ

The Independence:Odisha-Cow-Slaughtering

Odisha : ଗୋ ମାଂସ ବୋଝେଇ ଟ୍ରକ ଜବତ

The Independence:Jagannath-Temple-Odisha-Mumbai

ଓଡିଶା ବାହାରେ ମହାପ୍ରଭୁ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର

The Independence:Modi-Government-9-Years-Seva-Susasan-Garib-Kalyana

ନ’ ବର୍ଷର ସୁଶାସନ

The Independence:Rath-Yatra-2023-Lakhs-of-devotees-witness-Suna-Besha-of-Holy-Trinity-in-Puri

ଶ୍ରୀକ୍ଷେତ୍ରରେ ରଥାରୁଢ଼ ଶ୍ରୀଜୀଉଙ୍କ ସୁନାବେଶ, ମହଣ ମହଣ ସୁନା ଅଳଙ୍କାରରେ ସଜ୍ଜିତ ତିନି ଠାକୁର

The Independence:Puri-Ratha-Jatra-2023-Jay-Jagannath

ଶରଧାବାଲିରେ ଲାଗିଲା ତିନି ଠାକୁରଙ୍କ ତିନି ରଥ

The Independence:Ratha-Jatra-2023-ନୀଳାଦ୍ରିବିଜେରେ-ନୀଳକନ୍ଦରକୁ-ଫେରନ୍ତି-ନୀଳାଦ୍ରିନାଥ-ସରେ-ଜନ୍ମବେଦି-ଲୀଳା

Ratha Jatra 2023: ନୀଳାଦ୍ରିବିଜେରେ ନୀଳକନ୍ଦରକୁ ଫେରନ୍ତି ନୀଳାଦ୍ରିନାଥ; ସରେ ଜନ୍ମବେଦି ଲୀଳା

The Independence:Jagannath-Temple-Rath-Jatra

ଏକାବନ ଦିନରେ ଚଳଚଞ୍ଚଳ ରଥଖଳା

The Independence:ପ୍ରେମିକାକୁ-ଛୁରୀ-ଭୁଷିଲା-ପଥରରେ-ଛେଚି-ମୁହଁ-ନଷ୍ଟ-କଲା-ଜହ୍ଲାଦ-ପ୍ରେମିକ-ସାହିଲ-ଖାଁ

ପ୍ରେମିକାକୁ ଛୁରୀ ଭୁଷିଲା, ପଥରରେ ଛେଚି ମୁହଁ ନଷ୍ଟ କଲା ଜହ୍ଲାଦ ପ୍ରେମିକ ସାହିଲ ଖାଁ

The Independence:Land-Jihad-Dwarka

ଜମି ଜିହାଦର ଅନ୍ୟନାମ ଦ୍ୱାରକା

The Independence:Odisha-cant-make-progress-with-Shashikala-syndrome-Dharmendra

‘ଶଶୀକଳା ସିଣ୍ଡ୍ରୋମ’ କହିବାରୁ ସରକାରଙ୍କୁ ବାଧିଲା: ଧର୍ମେନ୍ଦ୍ର

The Independence:Land-Jihad-Love-Jihad-Jameen-Jihad-in-Odisha

ରାଜ୍ୟରେ ବଢ଼ୁଛି ଜିହାଦୀଙ୍କ ସଂଖ୍ୟା !

The Independence:The-Kerala-Story-Official-Trailer--Vipul-Amrutlal-Shah--Sudipto-Sen--Adah-Sharma--Aashin-A-Shah

The Kerala Story Official Trailer | Vipul Amrutlal Shah | Sudipto Sen | Adah Sharma | Aashin A Shah

The Independence:Guddu-Muslim-Odisha-Link-BJD

ଗୁଡ୍ଡୁ ମୁସଲମାନର ଖାସ୍, ବିଜେଡି ବିଧାୟକଙ୍କ ରାଇଟହାଣ୍ଡ

The Independence:important-files-of-the-jagannath-temple-administration-have-gone-missing

ଗାଏବ ହେଲା ଜଗନ୍ନାଥ ମନ୍ଦିର ପ୍ରଶାସନର ଗୁରୁତ୍ଵପୂର୍ଣ୍ଣ ଫାଇଲ

The Independence:Debacle-in-American-Banking-System

ଆମେରିକାର ବ୍ୟାଙ୍କିଂ ବ୍ୟବସ୍ଥାରେ ବିପର୍ଯ୍ୟୟ

The Independence:palghar-sadhu-lynching-case-to-be-investigated-by-cbi

ପାଲଘର ସାଧୁହତ୍ୟା ମାମଲାର ହେବ ସିବିଆଇ ତଦନ୍ତ

The Independence:Mix-Mandate-in-USA-Joe-Biden

ଆମେରିକାରେ ମିଶ୍ରିତ ଜନମତ

The Independence:Jayshankar-in-Fiji

ଫିଜିରେ ବିଜି ଜୟଶଙ୍କର

The Independence:Women-Freedom-Fighters-of-India-Name-List-and-Their-Roles

ଭାରତର ମହାନ ମହିଳା ସ୍ୱାଧୀନତା ସଂଗ୍ରାମୀମାନେ ଯାହାଙ୍କୁ ଇତିହାସକାରମାନେ ଭୁଲି ଯାଇଥିଲେ

The Independence:Dharmendra-Seeks-Centres-Intervention-For-Protection-Of-Archaeological-Assets-In-Odisha

ଓଡ଼ିଶାରେ ଅସୁରକ୍ଷିତ ଶିଶୁପାଳ ଗଡ଼ ଓ ଲଳିତଗିରି ପରି ଐତିହ୍ୟ କୀର୍ତ୍ତିରାଜି

The Independence:ଶ୍ରୀମନ୍ଦିରର-ପ୍ରସିଦ୍ଧ-ଦୋଳଯାତ୍ରା

ଶ୍ରୀମନ୍ଦିରର ପ୍ରସିଦ୍ଧ ଦୋଳଯାତ୍ରା

The Independence:Young-writer-Om-Priyadarshis-book-on-Paika-movement-released

ଉନ୍ମୋଚିତ ହେଲା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଚୟନିତ ଓମ୍ ପ୍ରିୟଦର୍ଶୀଙ୍କ ପୁସ୍ତକ "ପାଇକ: ଜନ, ଆଖ୍ୟାନ ଓ ଆନ୍ଦୋଳନ"

The Independence:Baijayanta-Panda-listens-Man-Ki-Baat-Programme-at-Bhawanipatna

ଭବାନୀପାଟଣା “ମନ୍‌ କି ବାତ୍‌” କାର୍ଯ୍ୟକ୍ରମରେ ବୈଜୟନ୍ତ ପଣ୍ଡା

The Independence:ଜର୍ଜ-ସୋରୋସଙ୍କ--ନେଟୱର୍କ-ଓ-କଣ୍ଢେଇ-ମାନଙ୍କୁ-ଚିହ୍ନଟ--ଜରୁରୀ

ଜର୍ଜ ସୋରୋସଙ୍କ ନେଟୱର୍କ ଓ କଣ୍ଢେଇ ମାନଙ୍କୁ ଚିହ୍ନଟ ଜରୁରୀ