ଉତ୍ତରାଖଣ୍ଡର ଜୋଶୀ ମଠରେ ଗତକାଲି ଘଟିଥିବା ବିପର୍ଯ୍ୟୟରେ ଅନାଥ ହୋଇଥିବା ପିଲା ମାନଙ୍କୁ ପତଂଜଳି ଯୋଗପୀଠ ପୋଷ୍ୟ ଭାବେ ଗ୍ରହଣ କରିବ ବୋଲି ସୂଚନା ଦେଇଛନ୍ତି ଆଚାର୍ଯ୍ୟ ବାଳକୃଷ୍ଣ ।
ସେ କହିଛନ୍ତି ଯେ ପତଂଜଳି ପାଇଁ ଦେଶ ଏକ ବଜାର ନୁହେଁ ବରଂ ଏକ ପରିବାର । ସଙ୍ଗେ ସଙ୍ଗେ କୌଣସି ପ୍ରକାର ସହାୟତା ପ୍ରଦାନ କରିବା ପାଇଁ ପତଂଜଳି ପ୍ରସ୍ତୁତ ରହିଛି ।