ନୂଆଦିଲ୍ଲୀ, 27 ଜାନୁଆରୀ – ଚାଷୀ ଆନ୍ଦୋଳନ ବେଳେ ଜଣଙ୍କର ଦୃତ ଗତିରେ ଟ୍ରାକ୍ଟର ଚଳାଇବା କାରଣରୁ ମୃତ୍ୟୁ ହୋଇଥିବା ବେଳେ ସାମ୍ବାଦିକ ରାଜଦୀପ ସରଦେଶାଇ ଫେକ ନ୍ୟୁଜ ପ୍ରଚାର କରିଥିଲେ । ସେ ଚାଷୀଙ୍କର ମୃତ୍ୟୁ ପୋଲିସ ଗୁଳିରେ ହୋଇଥିବା ଟ୍ୱିଟ କରିବା ସହ ଆଜତକର ଲାଇଭ କାର୍ଯ୍ୟକ୍ରମରେ କହିଥିଲେ ।
ବାସ୍ତବିକତାରେ ଏହାର ପୋଲିସ ଗୁଳି ସହ କୌଣସି ପ୍ରକାର ସମ୍ପର୍କ ନ ଥିଲା । ତେଣୁ ଏଭଳି ଭାବେ ମିଥ୍ୟା ନ୍ୟୁଜ ପ୍ରଚାରିତ କରୁଥିବା କାରଣରୁ ତାଙ୍କୁ ଗିରଫ କରା ଯିବା ଆବଶ୍ୟକ ବୋଲି ସୋସିଆଲ ମିଡିଆରେ ଦାବି କରା ଯାଇଛି । ଅତି କମରେ ତାଙ୍କ ଠାରୁ ଅଧିମାନ୍ୟତା ସମାପ୍ତ କରାଯିବା ଉଚିତ ବୋଲି ଲୋକ ମାନେ ଦାବି କରିଛନ୍ତି ।