ତାମିଲନାଡୁରେ ପେରିୟାର ( Periyar ) ହେଉଛନ୍ତି ଜଣେ ବିବାଦୀୟ ଚେହେରା । ନିଜର ବ୍ରିଟିସ ସପକ୍ଷବାଦୀ କାର୍ଯ୍ୟଧାରା ପାଇଁ ସେ ଯେତିକି ବିବାଦୀୟ ତାଠାରୁ ଅଧିକ ବିବାଦୀୟ ଥିଲେ ନିଜର ହିନ୍ଦୁ ବିରୋଧୀ ମାନସିକତା ପାଇଁ । ହିନ୍ଦୁ ମାନଙ୍କର ଧର୍ମ ଗ୍ରନ୍ଥକୁ ପୋଡିବା, ନଦୀରେ ଭସାଇବା, ମନ୍ଦିରରେ ମୂର୍ତୀକୁ ଭାଙ୍ଗିବା ଥିଲା ତାଙ୍କର ନେତୃତ୍ୱରେ ଚାଲିଥିବା ଦ୍ରାବିଡ ଆନ୍ଦୋଳନର ( Dravida Movement ) ପ୍ରମୁଖ କାମ ।
ସାରା ଦେଶ ସ୍ୱାଧୀନତାର ଅମୃତ ମହୋସ୍ତ୍ରବ ପାଳନ ହେବାକୁ ଯାଉଛି । ଏବେ ତାମିଲନାଡୁ ସରକାର, ତାମିଲନାଡୁ ପ୍ରଦେଶର ଅଲ ଇଣ୍ଡିଆ ରେଡିଓ ଓ ଦୁରଦର୍ଶନ ତରଫରୁ ତାମିଲନାଡୁରେ ସ୍ୱାଧୀନତା ସଂଗ୍ରାମୀମାନଙ୍କର ଏକ ତାଲିକା ପ୍ରକାଶିତ ହୋଇଛି ଯେଉଁଥିରେ ପେରିୟାରଙ୍କ ନାଁ ସ୍ୱାଧୀନତା ସଂଗ୍ରାମୀ ତାଲିକାରେ ରଖାଯାଇଛି । ଯେତେବେଳେ ସାରା ଦେଶରେ ସ୍ୱାଧୀନତା ସଂଗ୍ରାମ ବହୁତ ଯୋରରେ ଚାଲିଥିଲା ସେତେବେଳେ ପେରିୟାର କହିଥିଲେ ଯେ ମାଡ୍ରାସ ପ୍ରଦେଶ ( Madras Province ) ଲଣ୍ଡନରୁ ଶାସନ ହେଉପଛେ ଆମକୁ ସ୍ୱାଧୀନତା ଦରକାର ନାହିଁ । ଯେତେବେଳେ ଦେଶ ସ୍ୱାଧୀନ ହେଲା ସେତେବେଳେ ସେ ଏହାକୁ କଳା ଦିନ ବୋଲି କହିଥିଲେ । ସ୍ୱାଧୀନତାର ପୂର୍ବରୁ ଯେତେବଳେ ଦେଶ ବିଭାଜନକୁ ଚର୍ଚ୍ଚା ହୋଇଥିଲା ସେତେବେଳେ ସେ ଅଲଗା ଦ୍ରାବିଡସ୍ତାନର ( Dravida Nadu ) ଦାବି କରୁଥିଲେ । ମହମ୍ମଦ ଅଲ୍ଲି ଜିନ୍ନା ଯିଏ ପାକିସ୍ତାନର ଦାବି କରୁଥିଲେ ତାଙ୍କ ସହିତ ପେରିୟାର ସମାନ ମତ ରଖି ଅଲଗା ମୁସଲମାନ ଗଠନ ହେବାର ଦାବିକୁ ସମର୍ଥନ କରିବା ସହିତ ଅଲଗା ଦ୍ରାବିଡ ପ୍ରଦେଶ ହେଉ ବୋଲି ଦାବି କରିଥିଲେ ।
ଏହାକୁ ନେଇ ତାମିଲ ନାଡୁରେ ପ୍ରବଳ ମାତ୍ରାରେ ପ୍ରତିକ୍ରିୟା ଦେଖାଦେଇଛି । ବିଭିନ୍ନ ସଙ୍ଗଠନ ଓ ରାଜନୈତିକ ଦଳମାନେ ଦାବି କଲେଣି କି ପେରିୟାରଙ୍କ ନାଁ ଏହି ତାଲିକାରୁ ହଟାଯାଉ ।