କର୍ଣ୍ଣାଟକର ଶିମୋଗା ଜିଲ୍ଲାରେ ରାତିରେ ଏକ ବିସ୍ଫୋରକ ନେଇ ଯାଉଥିବା ଟ୍ରକ ବିସ୍ଫୋରଣ ମାମଲାରେ ଅନେକ ଲୋକ ହତାହତ ହେବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିଛନ୍ତି। ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏକ ଟୁଇଟ୍ରେ କୁହାଯାଇଛି ଯେ ଶିମୋଗା ଦୁର୍ଘଟଣାରେ ସେ ଦୁଃଖିତ । ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା | ମୁଁ ପ୍ରାର୍ଥନା କରୁଛି ଯେ ସମସ୍ତ ଆହତ ଶୀଘ୍ର ସୁସ୍ଥ ହୁଅନ୍ତୁ। ପ୍ରଭାବିତ ଲୋକଙ୍କୁ ରାଜ୍ୟ ସରକାର ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରୁଛନ୍ତି ବୋଲି ସେ ଟ୍ୱିଟ କରି କହିଛନ୍ତି ।
ଏଥିରେ 15 ଜଣ ଲୋକ ପ୍ରାଣ ହରାଇ ସାରିଥିବା ଜଣା ପଡିଛି । ମୃତ୍ୟୁ ସଂଖ୍ୟା ବଢିବା ସମ୍ପର୍କରେ ମଧ୍ୟ ଆଶଙ୍କା ବ୍ୟକ୍ତ କରାଯାଉଛି ।