ପାକିସ୍ତାନ ଅଧିକୃତ କଶ୍ମୀରର ଜଣେ ଗଣଦୁଷ୍କର୍ମ ପୀଡ଼ିତା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାହାଯ୍ୟ ଲୋଡୁଛନ୍ତି। ପିଡ଼ୀତା ଓ ତାଙ୍କ ପିଲାମାନଙ୍କ ଜୀବନ ପ୍ରତି ବିପଦ ଥିବାରୁ ସେ ଭାରତରେ ଆଶ୍ରୟ ଏବଂ ସୁରକ୍ଷା ନିମନ୍ତେ ନିବେଦନ କରିଛନ୍ତି । ଆବେଗଭରା ଭିଡିଓ ବାର୍ତ୍ତାରେ ସେ ପୀଡ଼ିତାଜଣକ କହିଛନ୍ତି, ମୁଁ ଜଣେ ଗଣଦୁଷ୍କର୍ମ ପୀଡ଼ିତା। ପାକ୍-ଅଧିକୃତ ଜମ୍ମୁ ଓ କଶ୍ମୀର ପୁଲିସ, ସରକାର ଏବଂ ବିଚାର ବିଭାଗ ମୋତେ ନ୍ୟାୟ ଦେବାରେ ଅସମର୍ଥ ହୋଇଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି, ମତେ ଭାରତ ଯିବା ଲାଗି ଅନୁମତି ଦେବାକୁ ଏହି ଭିଡିଓ ଜରିଆରେ ମୁଁ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଗୁହାରି କରୁଛି। ମୋ ପିଲାମନଙ୍କୁ ହତ୍ୟା ଧମକ ଦିଆଯାଉଛି। ଯେକୌଣସି ସମୟରେ ସ୍ଥାନୀୟ ପୁଲିସ ଏବଂ ବରିଷ୍ଠ ରାଜନେତା ଚୌଧୁରୀ ତାରିକ୍ ଫାରୂକ୍ ମୋତେ ଓ ମୋ ପିଲାମାନଙ୍କୁ ହତ୍ୟା କରିପାରନ୍ତି। ଆମକୁ ଆଶ୍ରୟ ଏବଂ ସୁରକ୍ଷା ଦେବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅନୁରୋଧ କରିବାକୁ ଚାହୁଁଛି।
ପୁଲିସ ଏବଂ ସ୍ଥାନୀୟ ରାଜନେତାଙ୍କୁ ନିବେଦନ କରି ମଧ୍ୟ ମାରିଆ ପାଇବାରେ ବିଫଳ ହୋଇଛନ୍ତି। ପାକିସ୍ତାନ ଅଧିକୃତ କଶ୍ମୀରର ପ୍ରଧାନ ବିଚାରପତିଙ୍କ ସମେତ ସ୍ଥାନୀୟ ସରକାରୀ କର୍ତ୍ତୃପକ୍ଷମାନଙ୍କୁ ଅନେକ ଥର ପତ୍ର ଲେଖିଥିଲେ। କିନ୍ତୁ, ସେ ଜଣେ ବିବାହିତ ମହିଳା ବୋଲି କୁହାଯାଇ ଅପମାନଜନକ ଉତ୍ତର ଆସିଥିଲା।