The Independence:Poland-rescues-Indian-students-fleeing-Ukraine-Indian-maharaja-king-digvijay-singh

 ଦୁଇ ପଡୋଶୀ ଦେଶ ରୁଷ୍ ଓ ୟୁକ୍ରେନ୍ ( Russia Ukraine War ) ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଛି। ସାରା ବିଶ୍ୱ ଏଥିପାଇଁ ଚିନ୍ତିତ। ଅହରହ ପରମାଣୁ ଯୁଦ୍ଧର ବିପଦ ସହିତ ତୃତୀୟ ବିଶ୍ଵ ଯୁଦ୍ଧର ଆଶଙ୍କା ରେ ଲୋକେ ଆଶଙ୍କିତ। ହେଲେ ଏଇ ଯୁଦ୍ଧର ବିଭୀଷିକା ଭିତରେ ବି ଏକ ଭଲ ଖବର ଆଣି ଦେଇଛି ସେଠାରେ ପଢିବାକୁ ଯାଇ ଫସି ଯାଇଥିବା ଭାରତୀୟ ଛାତ୍ରଛାତ୍ରୀ ମାନଙ୍କ ପାଇଁ । ଖୁସି ର କଥା ଯେ ୟୁକ୍ରେନ୍ ରେ ଫସି ଯାଇଥିବା ଆମର ହଜାର ହଜାର ଭାରତୀୟ ଛାତ୍ରଛାତ୍ରୀ ମାନଙ୍କର ରେସକ୍ୟୁ ପାଇଁ ଭାରତ ସରକାର "ମିଶନ୍ ଗଙ୍ଗା" ନାମରେ ( Operation Ganga ) ଏକ ରେସକ୍ୟୁ ମିଶନ୍ ଚଳାଇଛନ୍ତି। ଏହାଦ୍ବାରା ଯୁଦ୍ଧ ପୀଡ଼ିତ ୟୁକ୍ରେନ୍ ରୁ ପାଖାପାଖି ଅଠର ହଜାର ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଙ୍କୁ ଉଦ୍ଧାର କରିବାର ପ୍ରୟାସ ଜାରି ରହିଛି। ଏହା ନିଶ୍ଚିତ ରୂପେ ଏକ ବଡ଼ ପଦକ୍ଷେପ। 

ଆମର ଅଧିକାଂଶ ଛାତ୍ରଛାତ୍ରୀ ୟୁକ୍ରେନ୍ ର ପଡୋଶୀ ଦେଶ ରୋମାନିଆ, ହଙ୍ଗେରୀ ଆଦି ଛଡା ସିଧା ବର୍ଡର ପାର କରି ପୋଲାଣ୍ଡ ଦେଶକୁ ଆସି ଯାଉଛନ୍ତି ଏବଂ ସେଠାରୁ ଭାରତ ସରକାର ନିଜ ତତ୍ତ୍ୱାବଧାନରେ ବିଭିନ୍ନ ବିମାନ ଦ୍ଵାରା ସେମାନଙ୍କୁ ଭାରତକୁ ନେଇ ଆସୁଛନ୍ତି। ଏନେଇ ଏଇ କିଛି ଦିନ ହେବ ପୋଲାଣ୍ଡ ବି ଭାରତକୁ ଖୁବ୍ ସାହାଯ୍ୟ କରୁଛି ( Poland Rescues Indian Students )। ନିଜ ବର୍ଡର ଡେଇଁ ଭିତରକୁ ଆସୁଥିବା ଭାରତୀୟ ଛାତ୍ରଛାତ୍ରୀ ମାନଙ୍କୁ ପୋଲାଣ୍ଡ ବିନା ଭିସାରେ ନିଜ ଦେଶକୁ ଏଣ୍ଟ୍ରି କରିବାକୁ ଦେଉଛି।

 ଏହା ଭାରତ ପାଇଁ ବହୁତ ବଡ଼ ଆସ୍ୱସ୍ତିକର ଘଟଣା। ହେଲେ କାହିଁକି ପୋଲାଣ୍ଡ ଏତେ ଦରିୟାଦିଲି ଦେଖାଉଛି ଭାରତୀୟ ଛାତ୍ରଛାତ୍ରୀ ମାନଙ୍କ ପାଇଁ? 

ଆସନ୍ତୁ ଜାଣିବା ଏହା ପଛର ଇତିହାସ । 

ଦ୍ୱିତୀୟ ବିଶ୍ୱଯୁଦ୍ଧ ( World War II ) ସମୟରେ ପୋଲାଣ୍ଡକୁ ଜର୍ମାନୀର ହିଟଲର ( Germany Invades Poland ) ଓ ସୋଭିଏତ୍ ସଙ୍ଘ ରୁଷ୍ ର ଷ୍ଟାଲିନ୍ ଆକ୍ରମଣ କରି ଏକପ୍ରକାର ଧ୍ୱଂସ କରିଦେଇଥିଲେ। ପୋଲାଣ୍ଡ ଏକପ୍ରକାର ଛାରଖାର ହେଇ ଯାଇଥିଲା। ଏହାପରେ ସେଇ ଦେଶର ଅନେକ ମହିଳା ଏବଂ ଅନାଥ ଶିଶୁମାନେ ପ୍ରାଣ ବଞ୍ଚେଇବାକୁ ବିଭିନ୍ନ ଦେଶ ମାନଙ୍କ ପାଖରେ ଶରଣ ନେବାକୁ ଅନୁନୟ କରୁଥିଲେ। ହେଲେ କେହି ବି ସେମାନଙ୍କୁ ଶରଣ ଦେଉ ନଥିଲେ। 

ଶେଷରେ ଆମ ଗୁଜରାଟ୍ ର ଜାମନଗର ର ରାଜା ଶ୍ରୀଶ୍ରୀ ଜାମ୍ ସାହେବ୍ ଦିଗବିଜୟ ସିଂହ ଜାଡେଜା ( Jamsaheb Digvijaysinhji Ranjitsinhji Jadeja ) ଏନେଇ ଆଗକୁ ଆସିଥିଲେ। ସେତେବେଳେ ଆମ ଦେଶରେ ବ୍ରିଟିଶ୍ ଶାସନ ଚାଲିଥାଏ। ବ୍ରିଟେନ୍ ବି ସେତେବେଳେ ଦିତୀୟ ବିଶ୍ଵଯୁଦ୍ଧରେ ଭାଗ ନେଇଥିଲା। ଆଉ ଜାମ୍ ସାହେବ୍ ଦିଗବିଜୟ ସିଂହ ସେତେବେଳେ ଭାରତୀୟ ବ୍ରିଟିଶ୍ ୱାର କାଉନ୍ସିଲର ( British War Council ) ସଦସ୍ୟ ଥିଲେ। ସେ ନିଜ ଖର୍ଚ୍ଚରେ ଏକ ବଡ଼ ଜାହାଜରେ ସେଇ ଅନାଥ ପିଲାଙ୍କୁ ଓ ମହିଳାଙ୍କୁ ଆଣି ନିଜ ଜାମନଗର ସ୍ଥିତ ଵାଲାଛଡି ( Balachadi ) ନାମକ ସ୍ଥାନରେ ଏକ ବଡ଼ କ୍ୟାମ୍ପସ ନିର୍ମାଣ କରି ( Little Poland in India ) ସେଇଠି ଏଇ ଅନାଥ ପିଲାମାନଙ୍କ ସମସ୍ତ ଭରଣ ପୋଷଣର ସୁବ୍ୟବସ୍ଥା କରିଥିଲେ। ଏପରିକି ଏଇ ପିଲାମାନେ ଯେମିତି ନିଜର ଦେଶର ଶିକ୍ଷା ସଂସ୍କୃତି ଓ ଭାଷା କୁ ଭୁଲି ନଯାନ୍ତି, ସେଥିପାଇଁ ପୋଲାଣ୍ଡ ର ନିଜ ଭାଷା ସଂସ୍କୃତି ପରମ୍ପରା ଅନୁଯାୟୀ ହିଁ ସମସ୍ତ ବ୍ୟବସ୍ଥା କରିଥିଲେ। ଏପରିକି ସାମରିକ ଟ୍ରେନିଂ ର ବ୍ୟବସ୍ଥା ବି କରାଇଥିଲେ।

କିଛି ବର୍ଷ ପରେ ଦିତୀୟ ବିଶ୍ୱ ଯୁଦ୍ଧ ସରିଲା। 1942 ରୁ 1946 ପର୍ଯ୍ୟନ୍ତ ସେଇ ପିଲାମାନେ ସେଇ କ୍ୟାମ୍ପସ ରେ ରହିଲା ପରେ ରାଜା ଜାମ୍ ସାହେବ୍ ସେମାନଙ୍କୁ ସେମାନଙ୍କ ଦେଶ ପୋଲାଣ୍ଡ ରେ ନେଇ ଛାଡି ଆସିଥିଲେ। ଖାସ୍ ଏଇଥିପାଇଁ ଆଜି ବି ସେ ଦେଶର ଲୋକେ ଭାରତୀୟ ମାନଙ୍କ ପାଖରେ ଖୁବ୍ କୃତଜ୍ଞ ଓ ବଡ଼ ସମ୍ମାନ ଦୃଷ୍ଟିରେ ଦେଖନ୍ତି ଆମ ଭାରତୀୟଙ୍କୁ।

ଆଜି ପୋଲାଣ୍ଡର ଅନେକ ଲୋକ ଜାମନଗର ରାଜାଙ୍କୁ ନିଜର ଈଶ୍ୱରଙ୍କ ରୂପରେ ଦେଖନ୍ତି। ରାଜା ଜାମ୍ ସାହେବ୍ ଶ୍ରୀ ଦିଗବିଜୟ ସିଂହ ସେମାନଙ୍କ ପାଇଁ ବିଲକୁଲ ଜଣେ ଈଶ୍ୱରଙ୍କ ଭଳି। ଖାସ୍ ସେଥିପାଇଁ ଆଜି ମଧ୍ୟ ପୋଲାଣ୍ଡ ର ଅନେକ ନେତା ରାଜା ଦିଗବିଜୟ ସିଂହଙ୍କୁ ସାକ୍ଷୀ ଭାବରେ ବିବେଚନା କରି ସେମାନଙ୍କ ସଂସଦରେ ଶପଥ ବି ନେଇଥାନ୍ତି।

ଆଜି ଜାମନଗର ର ସେଇ ଅଜ୍ଞାନ୍ତ ରାଜାଙ୍କୁ ଯଦି କେହି ଆମ ଭିତରୁ କେହି ଭାରତୀୟ ଅପଶବ୍ଦ କହନ୍ତି ବା ଅପମାନ କରନ୍ତି, ତ ଆମ ଦେଶରେ ହୁଏତଃ ଏଥିପାଇଁ କିଛି ଦଣ୍ଡ ବ୍ୟବସ୍ଥା ନାହିଁ। ହେଲେ ଯଦି ପୋଲାଣ୍ଡରେ ଏଇ ସମାନ ଭୁଲ କେହି କରେ, ତେବେ ସେଠାକାର ନ୍ୟାୟାଳୟ ଏଥିପାଇଁ ଦୋଷୀ କୁ ଗୁଳି ମାରିଦେବାର ବି ଦଣ୍ଡ ଶୁଣାଇ ପାରନ୍ତି। କାରଣ ସେମାନଙ୍କ ପାଇଁ ରାଜା ଜାମ୍ ସାହେବ୍ ଆଜିବି ଈଶ୍ୱର ରୂପୀ ଅନ୍ନଦାତା ଓ ପାଳନକର୍ତ୍ତା। 

ବାସ୍ ପୂର୍ବର ଏଇସବୁ ସାହାଯ୍ୟ ପାଇଁ ପୋଲାଣ୍ଡ ର ଲୋକଙ୍କର ଏବଂ ସରକାରଙ୍କର ଆମ ଦେଶ ଭାରତ ପ୍ରତି ଖୁବ୍ ଆଦର ସମ୍ମାନ ରହିଛି। ସେଇଥିପାଇଁ ଆଜି ସଙ୍କଟ ସମୟରେ ଭାରତୀୟ ଛାତ୍ରଛାତ୍ରୀଙ୍କ ପାଇଁ ପୋଲାଣ୍ଡ ସରକାର ବିନା ଭିସାରେ ବର୍ଡର ପାର କରି ତାଙ୍କ ଦେଶକୁ ଆସିବାର ନିୟମ ଓ ବ୍ୟବସ୍ଥା ବି କରିଛନ୍ତି।

ହେଲେ ଦୁଃଖର କଥା ଯେ ସ୍ବାଧୀନତା ର ଏତେ ଦଶନ୍ଧି ପରେ ବି ଜାମନଗର ର ସେଇ ରାଜା ଦିଗବିଜୟ ସିଂ ଙ୍କ ଜୀବନୀ ଓ ମହାନତାକୁ ନେଇ କେବେ ବି ଭାରତର ଇତିହାସରେ ସେମିତି କିଛି ସ୍ଥାନ ମିଳିପାରି ନାହିଁ।  ଆଜି ତ ଅନେକ ଉଚ୍ଚଶିକ୍ଷିତ ଭାରତୀୟ ଛାତ୍ରଛାତ୍ରୀ ୟୁକ୍ରେନ୍ ରୁ ପୋଲାଣ୍ଡ କୁ ଆସୁଛନ୍ତି। ହେଲେ ସେଠି ଯଦି ହଠାତ୍ ଜଣେ ପୋଲାଣ୍ଡ ର କେହି ନାଗରିକ ଜଣେ ଭାରତୀୟଙ୍କୁ ପଚାରିଦେବେ, "ଆପଣ ଜାମନଗରର ମହାରାଜା ଦିଗବିଜୟ ସିଂ ଙ୍କୁ ଜାଣିଛନ୍ତି ?" ହୁଏତଃ ଆମ ଭାରତୀୟ ଛାତ୍ରଛାତ୍ରୀ ମାନେ ହଡବଡେଇ ଯିବେ ଏମିତି ପ୍ରଶ୍ନ ଶୁଣି ! 

କାରଣ ଆମ ପିଲାଙ୍କୁ ଆମର ଅସଲ ଗୌରବ ର ଇତିହାସ ତ କେବେ ପଢ଼ା ହିଁ ଯାଇନାହିଁ। ସେମାନେ ଜାଣିବେ କେମିତି ! ବରଂ ଦୁର୍ଭାଗ୍ୟ କୁ ଆମ ଦେଶର ପିଲାମାନେ ଆଜି ପର୍ଯ୍ୟନ୍ତ କେବଳ ଶହ ଶହ ବର୍ଷ ଧରି ବାହ୍ୟ ଆକ୍ରାନ୍ତା ମାନଙ୍କର ମିଛ ବିରତ୍ୱର ସେଇ ମିଛ ଇତିହାସକୁ ପଢି ଆସୁଛନ୍ତି। ତେଣୁ ସେମାନେ ଜାଣିବେ କେମିତି ଆମ ଦେଶର ପୂର୍ବପୁରୁଷମାନଙ୍କ ଏବଂ ରାଜା ମହାରାଜା ମାନଙ୍କ ଅସଲ ପୁରୁଷାର୍ଥ ବିଷୟରେ !?

Independence News

Author Image

Independence News

Recent Posts

The Independence:If-the-BJP-government-is-formed-in-Odisha-drinking-water-problem-will-be-solved-as-a-priority-Bhatrahari-Mahatab

ଓଡ଼ିଶାରେ ବିଜେପି ସରକାର ଗଠନ କଲେ ଅଗ୍ରାଧିକାର ଭିତିରେ ପାନୀୟ ଜଳ ସମସ୍ୟାର ସମାଧାନ କରାଯିବ: ଭତୃହରି ମହତାବ

The Independence:Odisha-Cow-Slaughtering

Odisha : ଗୋ ମାଂସ ବୋଝେଇ ଟ୍ରକ ଜବତ

The Independence:Jagannath-Temple-Odisha-Mumbai

ଓଡିଶା ବାହାରେ ମହାପ୍ରଭୁ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର

The Independence:Modi-Government-9-Years-Seva-Susasan-Garib-Kalyana

ନ’ ବର୍ଷର ସୁଶାସନ

The Independence:Rath-Yatra-2023-Lakhs-of-devotees-witness-Suna-Besha-of-Holy-Trinity-in-Puri

ଶ୍ରୀକ୍ଷେତ୍ରରେ ରଥାରୁଢ଼ ଶ୍ରୀଜୀଉଙ୍କ ସୁନାବେଶ, ମହଣ ମହଣ ସୁନା ଅଳଙ୍କାରରେ ସଜ୍ଜିତ ତିନି ଠାକୁର

The Independence:Puri-Ratha-Jatra-2023-Jay-Jagannath

ଶରଧାବାଲିରେ ଲାଗିଲା ତିନି ଠାକୁରଙ୍କ ତିନି ରଥ

The Independence:Ratha-Jatra-2023-ନୀଳାଦ୍ରିବିଜେରେ-ନୀଳକନ୍ଦରକୁ-ଫେରନ୍ତି-ନୀଳାଦ୍ରିନାଥ-ସରେ-ଜନ୍ମବେଦି-ଲୀଳା

Ratha Jatra 2023: ନୀଳାଦ୍ରିବିଜେରେ ନୀଳକନ୍ଦରକୁ ଫେରନ୍ତି ନୀଳାଦ୍ରିନାଥ; ସରେ ଜନ୍ମବେଦି ଲୀଳା

The Independence:Jagannath-Temple-Rath-Jatra

ଏକାବନ ଦିନରେ ଚଳଚଞ୍ଚଳ ରଥଖଳା

The Independence:ପ୍ରେମିକାକୁ-ଛୁରୀ-ଭୁଷିଲା-ପଥରରେ-ଛେଚି-ମୁହଁ-ନଷ୍ଟ-କଲା-ଜହ୍ଲାଦ-ପ୍ରେମିକ-ସାହିଲ-ଖାଁ

ପ୍ରେମିକାକୁ ଛୁରୀ ଭୁଷିଲା, ପଥରରେ ଛେଚି ମୁହଁ ନଷ୍ଟ କଲା ଜହ୍ଲାଦ ପ୍ରେମିକ ସାହିଲ ଖାଁ

The Independence:Land-Jihad-Dwarka

ଜମି ଜିହାଦର ଅନ୍ୟନାମ ଦ୍ୱାରକା

The Independence:Odisha-cant-make-progress-with-Shashikala-syndrome-Dharmendra

‘ଶଶୀକଳା ସିଣ୍ଡ୍ରୋମ’ କହିବାରୁ ସରକାରଙ୍କୁ ବାଧିଲା: ଧର୍ମେନ୍ଦ୍ର

The Independence:Land-Jihad-Love-Jihad-Jameen-Jihad-in-Odisha

ରାଜ୍ୟରେ ବଢ଼ୁଛି ଜିହାଦୀଙ୍କ ସଂଖ୍ୟା !

The Independence:The-Kerala-Story-Official-Trailer--Vipul-Amrutlal-Shah--Sudipto-Sen--Adah-Sharma--Aashin-A-Shah

The Kerala Story Official Trailer | Vipul Amrutlal Shah | Sudipto Sen | Adah Sharma | Aashin A Shah

The Independence:Guddu-Muslim-Odisha-Link-BJD

ଗୁଡ୍ଡୁ ମୁସଲମାନର ଖାସ୍, ବିଜେଡି ବିଧାୟକଙ୍କ ରାଇଟହାଣ୍ଡ

The Independence:important-files-of-the-jagannath-temple-administration-have-gone-missing

ଗାଏବ ହେଲା ଜଗନ୍ନାଥ ମନ୍ଦିର ପ୍ରଶାସନର ଗୁରୁତ୍ଵପୂର୍ଣ୍ଣ ଫାଇଲ

The Independence:Debacle-in-American-Banking-System

ଆମେରିକାର ବ୍ୟାଙ୍କିଂ ବ୍ୟବସ୍ଥାରେ ବିପର୍ଯ୍ୟୟ

The Independence:palghar-sadhu-lynching-case-to-be-investigated-by-cbi

ପାଲଘର ସାଧୁହତ୍ୟା ମାମଲାର ହେବ ସିବିଆଇ ତଦନ୍ତ

The Independence:Mix-Mandate-in-USA-Joe-Biden

ଆମେରିକାରେ ମିଶ୍ରିତ ଜନମତ

The Independence:Jayshankar-in-Fiji

ଫିଜିରେ ବିଜି ଜୟଶଙ୍କର

The Independence:Women-Freedom-Fighters-of-India-Name-List-and-Their-Roles

ଭାରତର ମହାନ ମହିଳା ସ୍ୱାଧୀନତା ସଂଗ୍ରାମୀମାନେ ଯାହାଙ୍କୁ ଇତିହାସକାରମାନେ ଭୁଲି ଯାଇଥିଲେ

The Independence:Dharmendra-Seeks-Centres-Intervention-For-Protection-Of-Archaeological-Assets-In-Odisha

ଓଡ଼ିଶାରେ ଅସୁରକ୍ଷିତ ଶିଶୁପାଳ ଗଡ଼ ଓ ଲଳିତଗିରି ପରି ଐତିହ୍ୟ କୀର୍ତ୍ତିରାଜି

The Independence:ଶ୍ରୀମନ୍ଦିରର-ପ୍ରସିଦ୍ଧ-ଦୋଳଯାତ୍ରା

ଶ୍ରୀମନ୍ଦିରର ପ୍ରସିଦ୍ଧ ଦୋଳଯାତ୍ରା

The Independence:Young-writer-Om-Priyadarshis-book-on-Paika-movement-released

ଉନ୍ମୋଚିତ ହେଲା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଚୟନିତ ଓମ୍ ପ୍ରିୟଦର୍ଶୀଙ୍କ ପୁସ୍ତକ "ପାଇକ: ଜନ, ଆଖ୍ୟାନ ଓ ଆନ୍ଦୋଳନ"

The Independence:Baijayanta-Panda-listens-Man-Ki-Baat-Programme-at-Bhawanipatna

ଭବାନୀପାଟଣା “ମନ୍‌ କି ବାତ୍‌” କାର୍ଯ୍ୟକ୍ରମରେ ବୈଜୟନ୍ତ ପଣ୍ଡା

The Independence:ଜର୍ଜ-ସୋରୋସଙ୍କ--ନେଟୱର୍କ-ଓ-କଣ୍ଢେଇ-ମାନଙ୍କୁ-ଚିହ୍ନଟ--ଜରୁରୀ

ଜର୍ଜ ସୋରୋସଙ୍କ ନେଟୱର୍କ ଓ କଣ୍ଢେଇ ମାନଙ୍କୁ ଚିହ୍ନଟ ଜରୁରୀ