The Independence:Prasad-Harichandan-May-Leave-Congress-will-join-bjd-or-bjp-may-fight-puri-loksabha-satyabadi-bidhansabha

 ଓଡିଶା ରାଜନୀତିର ଅନ୍ୟତମ ଭଦ୍ର, ପ୍ରତିଭାବାନ, ମାର୍ଜିତ ରାଜନୈତିକ ବ୍ୟକ୍ତିତ୍ୱ ହେଉଛନ୍ତି ପ୍ରସାଦ ହରିଚନ୍ଦନ । ତାଙ୍କର ଗାମ୍ବୀର୍ଯ୍ୟପୁର୍ଣ୍ଣ ଓ ତତ୍ୱପୁର୍ଣ୍ଣ ଭାଷଣ ଯେ ଥରେ ଶୁଣିଥିବା ସେ ହିଁ ବୁଝିଥିବା ପ୍ରସାଦ ହରିଚନ୍ଦନ କିଏ ? ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ବିରୋଧରେ ନିର୍ବାଚନ ଲଢି ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିବା ପ୍ରସାଦ ଖୁବ କମ ବୟସରେ ହୋଇଥିଲେ ରାଜ୍ୟର ଗୃହ ମନ୍ତ୍ରୀ । କଂଗ୍ରେସ ଦଳର ରାଜ୍ୟ ସଭାପତି, ବିରୋଧୀ ଦଳର ସଚେତକ ଦାୟୀତ୍ୱ ବି ନିଭାଇଛନ୍ତି ପ୍ରସାଦ ।

ହେଲେ ସେ ଏବେ ଏକ ଭିନ୍ନ ବିଷୟକୁ ନେଇ ଚର୍ଚ୍ଚାରେ । ତାଙ୍କର ନିଜ ନିର୍ବାଚନ ମଣ୍ଡଳୀ ସତ୍ୟବାଦୀରୁ ଏଥର ତାଙ୍କର ଦଳ କଂଗ୍ରେସ ଜଣେ ହେଲେ ବି ପାର୍ଥୀ ଦେଇ ପାରିନାହିଁ । କାହିଁକି ଏଥର ପ୍ରସାଦ ନିରବ ରହିଲେ ତାକୁ ନେଇ ଏବେ ସବୁଆଡେ ଚର୍ଚ୍ଚା ଆଲୋଚନା । ଆଜି ପ୍ରାୟ ସମସ୍ତ ଖବର କାଗଜର ମୁଖ୍ୟ ରାଜନୈତିକ ପ୍ରସଙ୍ଗ ହେଉଛି ସତ୍ୟବାଦୀରେ କଂଗ୍ରେସ ପାର୍ଥୀ ନଦେଇପାରିବା । ଏମିତିରେ ସତ୍ୟବାଦୀ ସହିତ କଂଗ୍ରେସ ଦଳର ସର୍ମ୍ପକ ବହୁ ପୁରୁଣା । ପୁଣି ସତ୍ୟବାଦୀ ସହିତ ଗୋପବନ୍ଧୁଙ୍କ ନାଁ ଯୋଡି ହୋଇ ରହିଥିବାରୁ ସତ୍ୟବାଦୀର ରାଜନୈତିକ ପାଣିପାଗ ଉପରେ ଆଲୋଚନା ହେବା ସ୍ୱାଭାବିକ ।

ହେଲେ କାହିଁକି ରାଜନୀତିର ଜଣେ ଧୂଆଁଧାର ବ୍ୟାଟସମାନ ପ୍ରସାଦ ହରିଚନ୍ଦନ ଏଥର ପଂଚାୟତ ନିର୍ବାଚନକୁ େଓଲ ଲେଫ୍ଟ କରିଦେଲେ ? କାହିଁକି ପ୍ରସାଦ ହରିଚନ୍ଦନ ଚାହିଁଲେନି ଯେ ଏଠାରୁ କଂଗ୍ରେସର କିଏ ପାର୍ଥୀ ହୁଅନ୍ତୁ ନାହିଁ ବୋଲି ? ସତ୍ୟବାଦୀରୁ ସେ କଣ ଆଗାମୀ ବିଧାନସଭା ନିର୍ବାଚନ ଲଢିବେନି କି ନା କଂଗ୍ରେସ ଦଳରେ ତାଙ୍କର ଆଉ ରହିବାର ନାହିଁ?

ବିଜୁ ଜନତା ଦଳର ପୁରୀ ସାଂସଦ ଭାବରେ ଜିତିଥିବା ତଥା ଲୋକସଭାରେ ଦଳର ନେତା ଥିବା ପିନାକି ମିଶ୍ରଙ୍କୁ ଏଥର ପୁରୀ ବିଧାନସଭା ଲଢିବାକୁ ବିଜୁ ଜନତା ଦଳ ଯୋଜନା କରୁଛି ବୋଲି ଶୁଣାଯାଉଛି । କାରଣ ପୁରୀ ବିଧାୟକ ପାର୍ଥୀ ଭାବରେ ଲଢିଥିବା ପୁର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ବିରୋଧରେ ଦଳ ଭିତରେ ସ୍ଥାନୀୟ ଅସନ୍ତୋଷ ରହିଛି । ଏପଟେ ବିଜୁ ଜନତା ଦଳରେ ରାଜ୍ୟ ସରକାରରେ ତୃତୀୟ ମହଲାର ବିଶ୍ୱସ୍ତ ଓ ଅଭିଜ୍ଞ ବିଧାୟକଙ୍କର ସଂଖ୍ୟା ଅଭାବ କାରଣରୁ ପରବର୍ତୀ ସମୟରେ ପିନାକୀ ମିଶ୍ର ମନ୍ତ୍ରୀ ହେଲେ ସରକାରରେ ବଡ ଭୂମିକାରେ ରହିବେ । ସେ ଦୃଷ୍ଟିରୁ ପ୍ରସାଦ ହରିଚନ୍ଦନଙ୍କୁ ବିଜୁ ଜନତା ଦଳରେ ମିଶାଇ ପୁରୀ ଲୋକସଭା ପାଇଁ ସାଂସଦ ପାର୍ଥୀ କରାଇବା ଚାହୁଁଛି ବିଜୁ ଜନତା ଦଳ । 

ପୁରୀର ସାଂସଦ ପାର୍ଥୀ ସମ୍ବିତ ପାତ୍ରଙ୍କ ସହିତ ପିନାକୀ ମିଶ୍ରଙ୍କୁ ପୁଣି ଥରେ ଲଢାଇ  ବିଜୁ ଜନତା ଦଳ ରିସ୍କ ନେବା ପାଇଁ ଚାହୁଁନି ବୋଲି ଚର୍ଚ୍ଚା । ଏମିତିରେ ପ୍ରସାଦଙ୍କ ରାଜନୈତିକ ଭାବମୂର୍ତୀ ଭଲ । ସେ ସବୁ ସ୍ତରରେ ଗ୍ରହଣୀୟ ମଧ୍ୟ । କେବଳ ସେତିକି ନୁହେଁ ବ୍ରହ୍ମଗିରିରୁ ବି ପ୍ରସାଦ ହରିଚନ୍ଦନ ଲଢିବା ନେଇ ମଧ୍ୟ ରାସ୍ତା ଖୋଲା ଅଛି ।

ସେହିପରି ଆଉ ଏକ ଆକଳନ ଅନୁସାରେ ପ୍ରସାଦ ବିଜେପିରୁ ସତ୍ୟବାଦୀ ବିଧାୟକ ଆସନରୁ ଲଢିପାରନ୍ତି । ସତ୍ୟବାଦୀରେ ବିଜେପି ଭିତରେ ପ୍ରବଳ ଅନ୍ତଃକନ୍ଦଳ । ପୂର୍ବତନ ବିଧାୟକ ରମା, ଏବେକାର ବିଧାୟକ ପାର୍ଥୀ ଓମଙ୍କ ଭିତରେ ବିବାଦ ଆଗରୁ ଥିଲା । ଏବେ ସେଠାରେ ନୁଆ ପ୍ରବେଶ ହୋଇଛି ଦଳର କୃଷକ ମୋର୍ଚ୍ଚାର ସମ୍ପାଦକ ଥିବା କାମାକ୍ଷ୍ୟା । ଦଳ ଭିତରେ ଥିବା ତ୍ରିକୋଣିୟ ଅନ୍ତଃ କନ୍ଦଳ ଅତି ତିବ୍ର । ବିଗତ କିଛି ଦିନ ତଳେ ଏଠାରେ ବିଜେପି କର୍ମୀମାନେ ପିଟା ମରା ବି ହୋଇଥିଲେ । ହେଲେ ଯଦି ପ୍ରସାଦଙ୍କୁ ବିଜେପି ପାର୍ଥୀ କରେ ତାହେଲେ ହୁଏତ ଅନ୍ତଃ କନ୍ଦଳକୁ ଦଳ ମ୍ୟାନେଜ କରିପାରନ୍ତା କାରଣ ପ୍ରସାଦଙ୍କ ସହିତ ଏମାନଙ୍କର ସର୍ମ୍ପକ ଭଲ ।

ଏକଥା ମଧ୍ୟ ସତ ଯେ ରାଜନୀତିରେ ଅନେକ କିଛି ଆକଳନ ହୁଏ, କଳ୍ପନା ଜଳ୍ପନା ହୁଏ । ସେମିତି ଏବେ ପ୍ରସାଦଙ୍କୁ ନେଇ ହେଉଛି । ଜଣାପଡିବ ଆଗକୁ ପ୍ରସାଦ କେଉଁ ଦଳକୁ ଯାଉଛନ୍ତି । ପ୍ରସାଦ କେଉଁ ଦଳକୁ ଯାଉଛନ୍ତି ତାହା ଯଦିଓ ଏବେଠାରୁ କହିବା କଷ୍ଟକର କିନ୍ତୁ ପ୍ରସାଦ ଯେ କଂଗ୍ରେସ ଛାଡୁଛନ୍ତି ତାହା ନିଶ୍ଚିନ୍ତ ।

Author Image

Independence News

Recent Posts

The Independence:If-the-BJP-government-is-formed-in-Odisha-drinking-water-problem-will-be-solved-as-a-priority-Bhatrahari-Mahatab

ଓଡ଼ିଶାରେ ବିଜେପି ସରକାର ଗଠନ କଲେ ଅଗ୍ରାଧିକାର ଭିତିରେ ପାନୀୟ ଜଳ ସମସ୍ୟାର ସମାଧାନ କରାଯିବ: ଭତୃହରି ମହତାବ

The Independence:Odisha-Cow-Slaughtering

Odisha : ଗୋ ମାଂସ ବୋଝେଇ ଟ୍ରକ ଜବତ

The Independence:Jagannath-Temple-Odisha-Mumbai

ଓଡିଶା ବାହାରେ ମହାପ୍ରଭୁ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର

The Independence:Modi-Government-9-Years-Seva-Susasan-Garib-Kalyana

ନ’ ବର୍ଷର ସୁଶାସନ

The Independence:Rath-Yatra-2023-Lakhs-of-devotees-witness-Suna-Besha-of-Holy-Trinity-in-Puri

ଶ୍ରୀକ୍ଷେତ୍ରରେ ରଥାରୁଢ଼ ଶ୍ରୀଜୀଉଙ୍କ ସୁନାବେଶ, ମହଣ ମହଣ ସୁନା ଅଳଙ୍କାରରେ ସଜ୍ଜିତ ତିନି ଠାକୁର

The Independence:Puri-Ratha-Jatra-2023-Jay-Jagannath

ଶରଧାବାଲିରେ ଲାଗିଲା ତିନି ଠାକୁରଙ୍କ ତିନି ରଥ

The Independence:Ratha-Jatra-2023-ନୀଳାଦ୍ରିବିଜେରେ-ନୀଳକନ୍ଦରକୁ-ଫେରନ୍ତି-ନୀଳାଦ୍ରିନାଥ-ସରେ-ଜନ୍ମବେଦି-ଲୀଳା

Ratha Jatra 2023: ନୀଳାଦ୍ରିବିଜେରେ ନୀଳକନ୍ଦରକୁ ଫେରନ୍ତି ନୀଳାଦ୍ରିନାଥ; ସରେ ଜନ୍ମବେଦି ଲୀଳା

The Independence:Jagannath-Temple-Rath-Jatra

ଏକାବନ ଦିନରେ ଚଳଚଞ୍ଚଳ ରଥଖଳା

The Independence:ପ୍ରେମିକାକୁ-ଛୁରୀ-ଭୁଷିଲା-ପଥରରେ-ଛେଚି-ମୁହଁ-ନଷ୍ଟ-କଲା-ଜହ୍ଲାଦ-ପ୍ରେମିକ-ସାହିଲ-ଖାଁ

ପ୍ରେମିକାକୁ ଛୁରୀ ଭୁଷିଲା, ପଥରରେ ଛେଚି ମୁହଁ ନଷ୍ଟ କଲା ଜହ୍ଲାଦ ପ୍ରେମିକ ସାହିଲ ଖାଁ

The Independence:Land-Jihad-Dwarka

ଜମି ଜିହାଦର ଅନ୍ୟନାମ ଦ୍ୱାରକା

The Independence:Odisha-cant-make-progress-with-Shashikala-syndrome-Dharmendra

‘ଶଶୀକଳା ସିଣ୍ଡ୍ରୋମ’ କହିବାରୁ ସରକାରଙ୍କୁ ବାଧିଲା: ଧର୍ମେନ୍ଦ୍ର

The Independence:Land-Jihad-Love-Jihad-Jameen-Jihad-in-Odisha

ରାଜ୍ୟରେ ବଢ଼ୁଛି ଜିହାଦୀଙ୍କ ସଂଖ୍ୟା !

The Independence:The-Kerala-Story-Official-Trailer--Vipul-Amrutlal-Shah--Sudipto-Sen--Adah-Sharma--Aashin-A-Shah

The Kerala Story Official Trailer | Vipul Amrutlal Shah | Sudipto Sen | Adah Sharma | Aashin A Shah

The Independence:Guddu-Muslim-Odisha-Link-BJD

ଗୁଡ୍ଡୁ ମୁସଲମାନର ଖାସ୍, ବିଜେଡି ବିଧାୟକଙ୍କ ରାଇଟହାଣ୍ଡ

The Independence:important-files-of-the-jagannath-temple-administration-have-gone-missing

ଗାଏବ ହେଲା ଜଗନ୍ନାଥ ମନ୍ଦିର ପ୍ରଶାସନର ଗୁରୁତ୍ଵପୂର୍ଣ୍ଣ ଫାଇଲ

The Independence:Debacle-in-American-Banking-System

ଆମେରିକାର ବ୍ୟାଙ୍କିଂ ବ୍ୟବସ୍ଥାରେ ବିପର୍ଯ୍ୟୟ

The Independence:palghar-sadhu-lynching-case-to-be-investigated-by-cbi

ପାଲଘର ସାଧୁହତ୍ୟା ମାମଲାର ହେବ ସିବିଆଇ ତଦନ୍ତ

The Independence:Mix-Mandate-in-USA-Joe-Biden

ଆମେରିକାରେ ମିଶ୍ରିତ ଜନମତ

The Independence:Jayshankar-in-Fiji

ଫିଜିରେ ବିଜି ଜୟଶଙ୍କର

The Independence:Women-Freedom-Fighters-of-India-Name-List-and-Their-Roles

ଭାରତର ମହାନ ମହିଳା ସ୍ୱାଧୀନତା ସଂଗ୍ରାମୀମାନେ ଯାହାଙ୍କୁ ଇତିହାସକାରମାନେ ଭୁଲି ଯାଇଥିଲେ

The Independence:Dharmendra-Seeks-Centres-Intervention-For-Protection-Of-Archaeological-Assets-In-Odisha

ଓଡ଼ିଶାରେ ଅସୁରକ୍ଷିତ ଶିଶୁପାଳ ଗଡ଼ ଓ ଲଳିତଗିରି ପରି ଐତିହ୍ୟ କୀର୍ତ୍ତିରାଜି

The Independence:ଶ୍ରୀମନ୍ଦିରର-ପ୍ରସିଦ୍ଧ-ଦୋଳଯାତ୍ରା

ଶ୍ରୀମନ୍ଦିରର ପ୍ରସିଦ୍ଧ ଦୋଳଯାତ୍ରା

The Independence:Young-writer-Om-Priyadarshis-book-on-Paika-movement-released

ଉନ୍ମୋଚିତ ହେଲା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଚୟନିତ ଓମ୍ ପ୍ରିୟଦର୍ଶୀଙ୍କ ପୁସ୍ତକ "ପାଇକ: ଜନ, ଆଖ୍ୟାନ ଓ ଆନ୍ଦୋଳନ"

The Independence:Baijayanta-Panda-listens-Man-Ki-Baat-Programme-at-Bhawanipatna

ଭବାନୀପାଟଣା “ମନ୍‌ କି ବାତ୍‌” କାର୍ଯ୍ୟକ୍ରମରେ ବୈଜୟନ୍ତ ପଣ୍ଡା

The Independence:ଜର୍ଜ-ସୋରୋସଙ୍କ--ନେଟୱର୍କ-ଓ-କଣ୍ଢେଇ-ମାନଙ୍କୁ-ଚିହ୍ନଟ--ଜରୁରୀ

ଜର୍ଜ ସୋରୋସଙ୍କ ନେଟୱର୍କ ଓ କଣ୍ଢେଇ ମାନଙ୍କୁ ଚିହ୍ନଟ ଜରୁରୀ