ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି)କୁ ନେଇ ବିରୋଧୀ ଦଳ ଓ ଅନ୍ୟ ସଂଗଠନ ମାନଙ୍କ ପକ୍ଷରୁ ବାରମ୍ବାର ଲୋକଙ୍କୁ ଭ୍ରମିତ କରା ଯାଉଥିବାରୁ ପ୍ରଧାନମନ୍ତ୍ରୀ ରାଜ୍ୟସଭାରେ ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ।
ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଲୋଚନାର ଉତ୍ତର ଦେଇ ସେ ରାଜ୍ୟସଭାରେ କହିଛନ୍ତି ଯେ ଏମଏସପି ଥିଲା, ଏମଏସପି ଅଛି ଓ ଏମଏସପି ରହିବ । ଗୃହର ପବିତ୍ରତାକୁ ବୁଝନ୍ତୁ । 80 କୋଟି ଲୋକଙ୍କୁ ଶସ୍ତାରେ ରାସନ ଦିଆ ଯାଇଥାଏ ଓ ଏହା ରହିବ । ଦୟାକରି ଏହାକୁ ନେଇ କୌଣସି ପ୍ରକାର ଭ୍ରମ ସୃଷ୍ଟି କରନ୍ତୁ ନାହିଁ ।