ଟି-20 କ୍ରିକେଟ ମ୍ୟାଚରେ ପାକିସ୍ତାନ ଭାରତ ଠାରୁ ବିଜୟୀ ହେବା ପରେ ଦେଶର ବିଭିନ୍ନ ଅଂଚଳରେ ବାଣ ଫୁଟାଇବା ଓ ଉଲ୍ଲସିତ ହେବା ଭଳି ଘଟଣା ସାମନାକୁ ଆସିଥିବା ବେଳେ ରାଜସ୍ଥାନର ଉଦୟପୁରର ଏକ ଶିକ୍ଷୟତ୍ରୀଙ୍କୁ ତାଙ୍କର ପାକିସ୍ତାନ ସମର୍ଥକ ମତ ପାଇଁ ଚାକିରୀ ହରାଇବାକୁ ପଡିଛି ।
ମିଳିଥିବା ସୂଚନା ଅନୁସାରେ ଉଦୟପୁରର ନୀରଜା ମୋଦି ସ୍କୁଲର ଜଣେ ଶିକ୍ଷୟତ୍ରୀ ନଫିସା ନାମକ ଜଣେ ଶିକ୍ଷୟତ୍ରୀ ଭାରତ- ପାକିସ୍ତାନ ମ୍ୟାଚରେ ପାକିସ୍ତାନର ବିଜୟ ପରେ ତାଙ୍କର ହ୍ଟାଟସଆପ ଷ୍ଟାଟସରେ ଲେଖିଥିଲେ ଯେ ଆମେ ଜିତିଗଲୁ । ଏହା ପରେ ଜଣେ ଅଭିଭାବକ ଏହି ପ୍ରସଙ୍ଗ ସ୍କୁଲ କର୍ତୃପକ୍ଷଙ୍କୁ ଅବଗତ କରାଇ କାର୍ଯାନୁଷ୍ଠାନ ଦାବି କରିଥିଲେ ।
ଏହା ପରେ ସ୍କୁଲ ମ୍ୟାନେଜମେଂଟ ତାଙ୍କୁ ଚାକିରୀରୁ ବହିଷ୍କାର କରିଥିବା ଜଣା ପଡିଛି । ଏ ନେଇ ସ୍କୁଲ କର୍ତୃପକ୍ଷ ପକ୍ଷରୁ ସୂଚନା ଦିଆଯାଇଛି ।