ଡ. ସମନ୍ୱୟ ନନ୍ଦ
କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ ବର୍ତମାନ ଲଦାଖରେ ବାସ୍ତବିକ ନିୟନ୍ତ୍ରଣ ରେଖା ଅଂଚଳରେ ଭାରତ ଓ ଚୀନ ମଧ୍ୟରେ ଉତେଜନାପୂର୍ଣ ପରିସ୍ଥିତି ସମୟରେ ସେ ସରକାରଙ୍କ ଉପରେ ଆକ୍ରମଣ କରି ଟ୍ୱିଟ କରିଛନ୍ତି । ସେ କହିଛନ୍ତି ଯେ ଚୀନ ଲଦାଖର କିଛି ଅଂଚଳ ଅଧିକାର କରି ନେଲାଣି ହେଲେ ପ୍ରଧାନମନ୍ତ୍ରୀ ମୋଦି କିଛି କହୁ ନାହାନ୍ତି ।
ରାହୁଲ ଗାନ୍ଧୀ ଏପରି ବକ୍ତବ୍ୟ ପ୍ରଦାନ କରିବା ପୂର୍ବରୁ ଥରେ କଂଗ୍ରେସ ଶାସନର ଇତିହାସର ପୃଷ୍ଠାକୁ ଓଲଟାଇ ଇତିହାସରେ କଣ କଣ ଘଟିଥିଲା ତାକୁ ପଢିନେବା ଉଚିତ ଥିଲା ।
ମାଓଙ୍କ ନେତୃତ୍ୱରେ ଲାଲ ସେନା ଯେତେବେଳେ ଚୀନରେ ବିଦ୍ରୋହ କରି କ୍ଷମତା ହାସଲ କଲା ଓ ମାଓ ୧୯୪୯ ମସିହା ଅକ୍ଟୋବର ୧ ତାରିଖ ଦିନ ମାଓ ଜନବାଦୀ ଚୀନ ଗଣତନ୍ତ୍ର ସ୍ଥାପିତ ହେଲା ବୋଲି ଘୋଷଣା କଲେ ସେତେବେଳେ କୌଣସି ଦେଶ ଚୀନର ଏହି ସରକାରକୁ ମାନ୍ୟତା ପ୍ରଦାନ କରିବାକୁ ରାଜି ନ ଥିଲେ । ତେବେ ଜବାହରଲାଲ ନେହେରୁଙ୍କ ପ୍ରଧାନମନ୍ତ୍ରୀତ୍ୱରେ ଭାରତ ହିଁ ଅଳ୍ପ କିଛି ହାତ ଗଣତି ଦେଶ ମଧ୍ୟରେ ସାମିଲ ଥିଲା ଯିଏ କି ଡିସେମ୍ବର ୩୦, ୧୯୪୯ରେ ମାଓଙ୍କ ଏହି ସରକାରକୁ ମାନ୍ୟତା ପ୍ରଦାନ କରିଥିଲେ । ଏହା ଦ୍ୱାରା ଚୀନକୁ ଧୀରେ ଧୀରେ ଅନ୍ୟ ଦେଶ ମାନେ ମଧ୍ୟ ମାନ୍ୟତା ପ୍ରଦାନ କରିବାରେ ଲାଗିଲେ ।
ଚୀନ ଏହା ପରେ ୧୯୪୯ ମସିହାରୁ ହିଁ ତିବତରେ ପ୍ରବେଶ କରି କୁ ଚୀନର ଲାଲ ସେନା ତିବତରେ ପ୍ରବେଶ କରି ତିବତକୁ ଅଧିକାର କରିବା ପ୍ରକ୍ରିୟା ଆରମ୍ଭ କରି ଦେଇଥିଲା । ଚୀନର ତିବତରେ ପ୍ରବେଶ ଏହି କୁକୃତ୍ୟକୁ ତତ୍କାଳୀନ ସ୍ୱରାଷ୍ଟ୍ର ମନ୍ତ୍ରୀ ସର୍ଦାର ବଲ୍ଲଭ ଭାଇ ପଟେଲ ଦେଖି ପାରୁଥିଲେ, ହେଲେ ପ୍ରଧାନମନ୍ତ୍ରୀ ନେହେରୁ ଦେଖି ପାରୁ ନ ଥିଲେ । ୧୯୫୦ ମସିହା ନଭେମ୍ବର ମାସ ୭ ତାରିଖ ଦିନ ପ୍ରଧାନମନ୍ତ୍ରୀ ନେହେରୁଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟର ବୈଠକ ଥିଲା । ଅସୁସ୍ଥତା କାରଣରୁ ପଟେଲ ଏହି ବୈଠକରେ ଯୋଗ ଦେଇ ପାରି ନ ଥିଲେ । ହେଲେ ତିବତ ଉପରେ ଚୀନର ଆକ୍ରମଣକୁ ନେଇ ସେ ଏକ ଲମ୍ବା ଚିଠି ଲେଖିଥିଲେ ଓ ଚିଠିକୁ କ୍ୟାବିନେଟ ବୈଠକରେ ପଢିବା ପାଇଁ ଅନୁରୋଧ କରିଥିଲେ । ଏହି ଚିଠିରେ ସେ ସ୍ପଷ୍ଟ କରିଥିଲେ ଯେ ଦୁଇଟି ବଡ ଦେଶ ମଧ୍ୟରେ ଥିବା ଏକ ଦେଶ ଉପରେ ଯଦି ଗୋଟିଏ ଦେଶ ଆକ୍ରମଣ କରେ ତେବେ ଅନ୍ୟ ବଡ ଦେଶକୁ ବୁଝି ନେବାକୁ ପଡିବ ଯେ ଏହା ତା ଉପରେ ଆକ୍ରମଣ । ତେଣୁ ତିବତ ଉପରେ ଚୀନ ଆକ୍ରମଣକୁ ଭାରତ ଉପରେ ଆକ୍ରମଣ ବୋଲି ଧରିବାକୁ ହେବ ଓ ସେହି ଅନୁସାରେ କାମ କରିବାକୁ ହେବ । ସେ ଏହି ପତ୍ରରେ ସ୍ପଷ୍ଟ କରିଥିଲେ ଯେ ଯଦି ତିବତ ଉପରେ ଚୀନ ଦ୍ୱାରା କରା ଯାଉଥିବା ଆକ୍ରମଣକୁ ପ୍ରତିରୋଧ କରା ନ ଯାଏ ତେବେ ଚୀନ ଏତିକିରେ ଚୁପ ବସିବ ନାହିଁ ଏହା ପରେ ଚୀନ ଭାରତ ଉପରେ ମଧ୍ୟ ଆକ୍ରମଣ କରିବ ।
ତେବେ ପଣ୍ଡିତ ନେହେରୁ ସର୍ଦାରଙ୍କ ଚେତାବନୀ ଉପରେ ଧ୍ୟାନ ଦେଇ ନ ଥିଲେ । ବୋଧ ହୁଏ ନେହେରୁ ଭାବୁ ଥିଲେ ଯେ ସର୍ଦାର ପଟେଲ ଜଣେ ଚାଷୀ ନେତା । ବୈଦେଶିକ ନୀତି ପରି ପ୍ରସଙ୍ଗରେ ପଟେଲଙ୍କର ଜ୍ଞାନ କିପରି ଆସିବ । କେମ୍ବ୍ରିଜରୁ ପଢିଥିବା କାରଣରୁ ବିଦେଶ ନୀତି କଣ ତା ସେ ହିଁ ଜାଣନ୍ତି । ତେଣୁ ସର୍ଦାର ପଟେଲଙ୍କର ଚେତାବନୀକୁ ପଣ୍ଡିତ ନେହେରୁ ଖାରଜ କରି ଦେଇଥିଲେ । କିନ୍ତୁ ପରବର୍ତୀ ସମୟରେ ପ୍ରମାଣିତ ହେଲା ଯେ ଜଣେ ଚାଷୀ ନେତା ଚୀନର ଉଦ୍ଦେଶ୍ୟ ଓ ଭବିଷ୍ୟତକୁ ଠିକ ଭାବେ ଦେଖି ପାରୁଥିଲେ ହେଲେ ନିଜକୁ ବୈଦେଶିକ ନୀତିର ଶ୍ରେଷ୍ଠ ଜ୍ଞାତା ବୋଲି ମନେ କରୁଥିବା ବ୍ୟକ୍ତି ଜଣଙ୍କ କିପରି ଭୂୁଲ ପ୍ରମାଣିତ ହେଲେ ।
୧୯୪୯ ମସିହା ପର ଠାରୁ ତିବତରେ ଧୀରେ ଧୀରେ ଚୀନ ଅଗ୍ରସର ହେବାକୁ ଲାଗିଲା ଓ ବିଭିନ୍ନ ଅଂଚଳକୁ କବଜା କରିବାରେ ଲାଗିଥିଲା । ମହାତ୍ମା ବୁଦ୍ଧଙ୍କ ୨୫ ଶହ ଜୟନ୍ତୀ ପାଳନ ପାଇଁ ପରମ ପାବନ ଦଲାଇଲାମା ୧୯୫୬ ମସିହାରେ ଭାରତ ସରକାରଙ୍କ ନିୟନ୍ତ୍ରଣ କ୍ରମେ ଭାରତ ଆସିଥିଲେ । ସେତେବେଳେ ଦଲାଇଲାମା ପଣ୍ଡିତ ନେହେରୁଙ୍କୁ ଚୀନ ତିବତରେ କଣ କରୁଛି,କିପରି ଭାବେ ତିବତୀୟ ଭୂମିକୁ ଅଧିକାର କରିବାରେ ଲାଗିଛି ସେ ବିଷୟରେ ବିଶଦ ଭାବରେ ସୂଚନା ଦେଇଥିଲେ । ଦଲାଇଲାମା ପଣ୍ଡିତ ନେହେରୁଙ୍କୁ କହିଥିଲେ ଯେ ଚୀନ ତିବତକୁ ଗ୍ରାସ କରି ସାରିବା ପରେ ଚୁପ ରହିବ ନାହିଁ ଓ ଏହା ପରେ ସେ ଭାରତ ଉପରେ ମଧ୍ୟ ଆକ୍ରମଣ କରିବ । ହେଲେ ପଣ୍ଡିତ ନେହେରୁ ଦଲାଇଲାମାଙ୍କୁ ରୋକ ଠୋକ ଶବ୍ଦରେ କହିଥିଲେ “ ଆପଣ ଜାଣି ନେବା ଉଚିତ ଯେ ଏହି ମାମଲାରେ ଭାରତ ତିବତକୁ କୌଣସି ପ୍ରକାର ସହଯୋଗ କରି ପାରିବ ନାହିଁ । ”କେବଳ ସେତିକି ନୁହେଁ ପରବର୍ତୀ ସମୟରେ ଚୀନର ପ୍ରଧାନମନ୍ତ୍ରୀ ଚାଉ ଏନ ଲାଇ ଯେତେବେଳେ ଭାରତ ଆସିଥିଲେ ପଣ୍ଡିତ ନେହେରୁ ତାଙ୍କୁ ଦଲାଇଲାମା ଯାହା କହିଥିଲେ ସେ ବିଷୟରେ ଜଣାଇ ଦେଇଥିଲେ । ପରମ ପାବନ ଦଲାଇଲାମା ତାଙ୍କର ଆତ୍ମ ଜୀବନୀ ‘ଫ୍ରିଡମ ଇନ ଏକଜାଇଲ’ ପୁସ୍ତକରେ ଏ ବିଷୟରେ ବିଶଦ ଭାବେ ଉଲ୍ଲେଖ କରିଛନ୍ତି ।
ତିବତ ଉପରେ ଅଧିକାର କରିବା ଆରମ୍ଭ କରିବା ପରେ ପରେ ହିଁ ଚୀନ ତାର ଅସଲ ରୂପ ଦେଖାଇବା ଆରମ୍ଭ କରି ଦେଇଥିଲା । ସିକ୍ୟାଙ୍ଗ ଓ ତିବତକୁ ଯୋଡିବା ପାଇଁ ଚୀନ ଲଦାଖ ସ୍ଥିତ ଭାରତୀୟ ଅଂଚଳରେ ସଡକ ନିର୍ମାଣ କାମ ଆରମ୍ଭ କରି ଦେଇଥିଲା । ହେଲେ ପଣ୍ଡିତ ନେହେରୁ ଏହି କଥାକୁ ଲୁଚାଇ ରଖିଥିଲେ ଓ ସାର୍ବଜନୀନ କରି ନ ଥିଲେ । କିନ୍ତୁ ଏହି ସଡକ ନିର୍ମାଣ କାମ ସରିବା ପରେ ୧୯୫୩-୫୪ ମସିହାରେ ଚୀନ ନିଜେ ହିଁ ଏହି ସଡକ ନିର୍ମାଣ କାମ ସମାପ୍ତ ହେବା ସମ୍ପର୍କରେ ଘୋଷଣା କରି ଦେଇଥିଲା । ସେତେବେଳେ ପଣ୍ଡିତ ନେହେରୁଙ୍କ ପାଖରେ ଲୁଚାଇବା ପାଇଁ ଆଉ କିଛି ନ ଥିଲା ।
ଚୀନର ଘୋଷଣା ସାମନାକୁ ଆସିଲା ପରେ ସଂସଦରେ ଏହାକୁ ନେଇ ପ୍ରବଳ ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା । ପଣ୍ଡିତ ନେହେରୁଙ୍କ ନିକଟରେ କୌଣସି ଉତର ନ ଥିଲା । ସେ କ୍ରୋଧରେ ଜର୍ଜରିତ ହୋଇ କହିଥିଲେ ଯେ “ଚୀନ ଭାରତର ଯେଉଁ ଅଂଚଳକୁ ଅଧିକାର କରି ରାସ୍ତା ନିର୍ମାଣ କରିଛି ସେଥିରେ ଦୂବ ଘାସ ମଧ୍ୟ କଅଁଳେ ନାହିଁ । ” ଏହାର ଉତରରେ ସେତେବେଳେ ସାଂସଦ ମହାବୀର ତ୍ୟାଗୀ କହିଥିଲେ ଯେ “ପଣ୍ଡିତ ନେହେରୁ ମହୋଦୟ, ମୋ ମୁଣ୍ଡରେ କେଶ ନାହିଁ, ତା ହେଲେ ମୁଁ ମୁଣ୍ଡକୁ ମଧ୍ୟ ଆପଣ କାଟି ଚୀନକୁ ପ୍ରଦାନ କରି ଦେଉ ନାହାନ୍ତି । ” ସେତେବେଳକୁ ଚୀନ ତିବତ ସହ ଭାରତର ଲଦାଖରେ ମଧ୍ୟ ଅତିକ୍ରମଣ କରିବାରେ ବ୍ୟସ୍ତ ଥିଲା । ହେଲେ ପଣ୍ଡିତ ନେହେରୁ ଦେଶବାସୀଙ୍କୁ ଏହା ଲୁଚାଉଥିଲେ , ଘାସ କଅଁଳେ ନାହିଁ ବୋଲି କଳଙ୍କିତ ବକ୍ତବ୍ୟ ଦେଉଥିଲେ ।
ଏହା ପରେ ୧୯୬୨ ମସିହାରେ ଚୀନ ପ୍ରତ୍ୟକ୍ଷ ଭାବେ ଭାରତ ଉପରେ ଆକ୍ରମଣ କରି ଦେଇଥିଲା । ଏହି ଯୁଦ୍ଧରେ କଣ ହେଲା, ଭାରତ ତାର କେତେ ଭୂମି ହରାଇଲା ସେ ସମ୍ପର୍କରେ ଉଲ୍ଲେଖ କରିବାର ବିଶେଷ ଆବଶ୍ୟକତା ନାହିଁ ।
ତେଣୁ ରାହୁଲ ଗାନ୍ଧୀଙ୍କୁ ଇତିହାସକୁ ପଢିବାକୁ ପଡିବ । ଭାରତ କିପରି ଅଦୂରଦର୍ଶିତା କାରଣରୁ ତାର ଭୂମି ହରାଇଛି ତାର ଅଧ୍ୟୟନ ରାହୁଲଙ୍କୁ କରିବା ଉଚିତ । ବର୍ତମାନ ସରକାର ଚୀନର ମୁକାବିଲା କରୁଛି । ଡୋକଲାମ ଠାରୁ ଆରମ୍ଭ କରି ବର୍ତମାନ ଯାଏ ବର୍ତମାନ ସରକାର ଚୀନର ଜବାବ ଦେଉଛି, ସୀମାନ୍ତ ଅଂଚଳରେ ଭିତିଭୂମି ବିକାଶରେ ଲାଗିଛି, ପୂର୍ବବର୍ତୀ ସରକାରଙ୍କ ଭଳି କାମ କରୁ ନାହିଁ । ତେଣୁ ଚୀନକୁ କଷ୍ଟ ହେଉଛି ।
ବିରୋଧୀ ଦଳ ଭାବେ ରାହୁଲ ଗାନ୍ଧୀ ସରକାରଙ୍କୁ ବିରୋଧ କରିବା ଆବଶ୍ୟକ ଏଥିରେ ଦ୍ୱିମତ ହେବାର ନାହିଁ । ବିରୋଧ ପାଇଁ ଅନେକ ପ୍ରସଙ୍ଗ ରହିଛି । ହେଲେ ଚୀନ ସହ ଉତେଜନାପୂର୍ଣ ପରିସ୍ଥିତି ବେଳେ ରାହୁଲ ଗାନ୍ଧୀଙ୍କୁ ପରିପକ୍ୱତା ଦେଖାଇବାର ଥିଲା ଓ ‘ଭାରତ ଏକଜୁଟ ଅଛି’ ଭଳି ବାର୍ତା ଦେବା ଉଚିତ ଥିଲା ।
(ସୌଜନ୍ୟ - ଡ. ସମନ୍ୱୟ ନନ୍ଦଙ୍କ ଫେସବୁକରୁ )