ରାଜସ୍ଥାନର ଜୋଧପୁର ଜିଲ୍ଲାରେ ଜଣେ ଆଦିବାସୀ ଏକ ଟ୍ୟୁବେଓଲରୁ ପିଇବା ପାଣି ପିଇଦେବାରୁ ତାଙ୍କୁ ନିଚ୍ଚ ଜାତି ବୋଲି କହି ପିଟିପିଟି ହତ୍ୟା କରାଯାଇଛି । ରାଜସ୍ଥାନ ପୋଲିସ ଏହି ଘଟଣାରେ ସକିଲ, ନାସିର ଓ ବବୁଲକୁ ଗିରଫ କରିଛି । ସେମାନଙ୍କ ବିରୋଧରେ ପୋଲିସ ଜାତିଆଣ ମୋକଦ୍ଦମା ଓ ହତ୍ୟା ମୋକଦ୍ଦମା ମଧ୍ୟ ରୁଜୁ କରିଛି । ମୃତକ ହେଉଛନ୍ତି କିଶନଲାଲ ଭିଲ ।
କିଶନଲାଲଙ୍କୁ ସେମାନେ ପିଟିପିଟି ହତ୍ୟା କରିଥିଲେ । ହତ୍ୟା କରିବା ପରେ କିଶନଲାଲଙ୍କ ପରିବାରକୁ ମଧ୍ୟ ସେମାନେ ଧମକ ଚମକ ଦେଇଥିଲେ । ଏହାପରେ ଭିଲ ସମୁଦାୟର ଲୋକମାନେ ଏକାଠି ହୋଇ ପୋଲିସ ଥାନା ଆଗରେ ବିକ୍ଷୋଭ କରିଥିଲେ । ଏହାପରେ ପୋଲିସ ହତ୍ୟାକାରୀମାନଙ୍କୁ ଗିରଫ କରିଥିଲା ।
ଘଟଣାରୁ ଜଣାପଡିଛି ଯେ ସେଠାରେ ଥିବା ଏକ ଟ୍ୟୁବେଓଲରୁ ମୁସଲମାନ ମାନେ ପିଇବା ପାଣି ନେବା ପାଇଁ ଆଦିବାସୀମାନଙ୍କୁ ମନା କରୁଥିଲେ । ଫଳରେ ଆଦିବାସୀମାନେ ପିଇବା ପାଣି ପାଇଁ ଦୁରକୁ ଯିବାକୁ ପଡୁଥିଲା । କିଶନଲାଲ ଥରେ ନିଜେ ସାହାସ ଜୁଟାଇ ପାଣି ଆଣିବା ପାଇଁ ଯାଇଥିଲେ । ଯାହାକୁ ସେଠାରେ ରହୁଥିବା ମୁସଲିମମାନେ ଭଲରେ ଗ୍ରହଣ କରିନଥିଲେ ।