ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ବୁଧବାରଦିନ ଲୋକସଭାରେ କହିଛନ୍ତି ଯେ, ଭାରତ-ଚୀନ ସୀମାକୁ ନେଇ ଦୁଇ ଦେଶ ମଧ୍ୟରେ ବାସ୍ତବିକ ସୀମାକୁ ନେଇ ବେଳେ ବେଳେ ଉତେଜନା ସୃଷ୍ଟି ହେଉଛି । ଏହାକୁ ଠିକ୍ କରିବା ପାଇଁ ଦୁଇ ଦେଶ ମିଶି ବିଭିନ୍ନ ବ୍ୟବସ୍ଥା ଗ୍ରହଣ କରିଛନ୍ତି । ଭାରତ ସୀମା ସୁରକ୍ଷାକୁ ନେଇ ସତର୍କ ରହିଛି, ସମୟ ସମୟରେ ସ୍ଥିତିର ସମୀକ୍ଷା କରାଯାଉଛି ।
ବୁଧବାର ଦିନ ରାଜନାଥ ସିଂ କଂଗ୍ରେସ ନେତା ଅଧିର ରଂଜନ ଚୌଧରୁଙ୍କ ଜବାବରେ ଗୃହରେ କରିଛନ୍ତି କି ଭାରତ ଏବଂ ଚୀନର ସୀମା ପାଇଁ ଶାନ୍ତି ବନାଯାଇଛି । ଦୁଇ ଦେଶ ମଧ୍ୟରେ ବାସ୍ତବିକ ସୀମା ବିବାଦକୁ ନେଇ କେବେ କେବେ ଗଣ୍ଡଗୋଳ ସ୍ଥିତି ଉପୁଜୁଛି, ମାତ୍ର ଏହା କଥାବାର୍ତା ମାଧ୍ୟମରେ ସମାଧାନ କରିଦିଆଯାଉଛି ।
ସେ କହିଛନ୍ତି ଯେ, ସୈନ୍ୟ ଓ ରାଜନୈତକ ସ୍ତରର ବିବାଦକୁ ନେଇ ବିଭିନ୍ନ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସୈନ୍ୟ କ୍ଷେତ୍ରରେ ଦୁଇ ଦେଶର ଅଧିକାରୀମାନଙ୍କ ମଧ୍ୟରେ ବର୍ଡ଼ର ଏବଂ ହଟଲାଇନ ମାଧ୍ୟମରେ ସମ୍ବାଦ ହେଉଛି । ରାଜନୈତିକ ମାଧ୍ୟମରେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଏବଂ ସଂୟୁକ୍ତ ସଚିବ ସ୍ତରର ଅଧିକାରୀଙ୍କ ଛଅ ମାସକୁ ଥରେ ବୈଠକ ବସୁଛି ।
ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି କି ପୂର୍ବ ବର୍ଷ ଭାରତର ପ୍ରଧାନମନ୍ତ୍ରୀ ଏବଂ ଚୀନର ରାଷ୍ଟ୍ରପତିଙ୍କ ମଧ୍ୟରେ ଏକ ଅନୌପଚାରିକ ବୈଠକ ବସିଥିଲା । ସେଥିରେ ଦୁଇ ଦେଶକୁ ଗାଇଡ଼ଲାଇନ ଦିଆଯାଇଥିଲା । ରାଜନାଥ ଗୃହରେ କହିଛନ୍ତି ଯେ, ଭାରତ ସୀମା କ୍ଷେତ୍ରରେ ସଡ଼କ, ରେଳ ଏବଂ ଏୟାରଫଲ୍ଡ ବିକଶିତ କରିଛି । ଡୋକଲାମ ସୀମା ବିବାଦ ପରେ ଅଗଷ୍ଟ ୨୦୧୭ ରେ ଚର୍ଚ୍ଚା ହୋଇଥିଲା । ଦୁଇ ଦେଶ ଠିକ୍ଭାବେ କାମ କରି ନିଜ ନିଜ ମଧ୍ୟରେ ବୁଝାମଣା ଠିକ୍ ରଖିଛନ୍ତି ।