ତବରେଜ ଅନସାରୀ ହତ୍ୟାର ବିରୋଧ କରି ବିଭିନ୍ନ ସ୍ଥାନରେ ହୋଇଥିବା ପ୍ରଦର୍ଶନ ସମୟରେ ହିଂସା ହେବାର ଖବର ଆସୁଥିବା ବେଳେ ରାଂଚି ସହରରେ ପ୍ରଦର୍ଶନକାରୀ ମୁସଲମାନ ଭିଡ ଦ୍ୱାରା ଏକ ବସକୁ ଜଳାଇ ଦିଆଯିବାର ଚେଷ୍ଟା କରାଯିବା ସମ୍ପର୍କରେ ଦାବିର ଜାଂଚ କରିବାକୁ ନିର୍ଦେଶ ଦେଇଛନ୍ତି ରାଂଚି ଜିଲ୍ଲା ପ୍ରଶାସନ । ଏହି ହିଂସା ମାମଲାରେ ଦୁଇ ଜଣ ଲୋକ ଆହତ ହୋଇଥିବା ଓ ଡାକ୍ତରଖାନାରେ ଭର୍ତି ହୋଇଥିବା କୁହା ଯାଉଛି ।
ଏକ ପୀଡାଦାୟକ ଭିଡିଓ ଅନଲାଇନରେ ଆସିଛି ଯେଉଁଥିରେ ମୁସଲମାନ ଭିଡ ବସକୁ ଭାଙ୍ଗିବା ଓ ବସରେ ନିଆଁ ଲଗାଇବାକୁ ଚେଷ୍ଟା କରୁଥିବା ଦେଖା ଯାଉଛି । ଏହି ବସରେ ଇଂଜିନିୟର କଲେଜର ଛାତ୍ର ମାନେ ଥିଲେ ।