ଏକଦା ଆମେରିକା ୟୁରୋପର ଯେଉଁ ଅବସ୍ଥା ଦେଖିବାକୁ ଚାହୁଁଥିଲା ଏବେ ଖୁବ୍ କମ୍ ସମୟରେ ସେହିପରି ୟୁରୋପକୁ ଦେଖିବାକୁ ସକ୍ଷମ ହୋଇଛି । ରୁଷିଆ ସହ ଉ ମ ସଂପର୍କ ରଖି ଆସିଥିବା ୟୁରୋପର ରାଷ୍ଟ୍ରମାନଙ୍କୁ ଶିକ୍ଷା ଦେବା ପାଇଁ ଆମେରିକା ଯେଉଁ ଜାଲ ବିଛାଇଥିଲା ଏବେ ଅନେକ ରାଷ୍ଟ୍ର ସେହି ଜାଲରେ ପଡି ସାରିଲେଣି । ଜର୍ମାନୀ- ରୁଷିଆ ମଧ୍ୟରେ ଗ୍ୟାସ ପାଇପ ଲାଇନ ପ୍ରକଳ୍ପ (ନର୍ଡ ଷ୍ଟ୍ରୀମ ୧-୨) ଏକପ୍ରକାର ଲାଇଫ୍ଲାଇନ୍ ହେବ ବୋଲି ଆଶା କରାଯାଇଥିଲା । କିନ୍ତୁ ଏବେ ତାହା ଡିଜାଷ୍ଟର ଲାଇନ ହୋଇଛି । ଦଶ ବିଲିଅନ ଡଲାର ଖର୍ଚ୍ଚରେ ନିର୍ମିତ ସେହି ଗ୍ୟାସ୍ ପାଇପଲାଇନକୁ ସମୁଦ୍ର ମଧ୍ୟରେ ନଷ୍ଟ କଲାପରି ଘଟଣା ଘଟିଛି । ଯାହା ପଛରେ ଆମେରିକା କିମ୍ବା ୟୁକ୍ରେନର ହାତ ରହିଥିବା ସନ୍ଦେହ କରାଯାଉଛି । କାରଣ ପୂର୍ବରୁ ଏହି ପ୍ରକଳ୍ପକୁ ସଫଳ ହେବାକୁ ଆମେରିକା ଦେବ ନାହିଁ ବରଂ ନଷ୍ଟ କରିଦେବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ରାଷ୍ଟ୍ରପତି ବାଇଡେନ ଘୋଷଣା କରିଥିଲେ । ଯେଉଁଠାରେ ଉକ୍ତ ଗ୍ୟାସ ଲାଇନ ନଷ୍ଟ ହୋଇଛି ସେହି ଅ ଳ ଆମେରିକାର ଅକ୍ତିଆରରେ ଥିବା କୁହାଯାଉଛି ।
ଏପରିକି ଆମେରିକାକୁ ଆଗରେ ରଖି ୟୁକ୍ରେନ ମଧ୍ୟ ଏହା କରିଥାଇପାରେ ବୋଲି ସନ୍ଦେହ କରାଯାଉଛି । କାରଣ ଯୁଦ୍ଧ ପରବ ର୍ୀ ଦିନରେ ରୁଷିଆକୁ ନିନ୍ଦା କଲା ପରି ଅନେକ କାର୍ଯ୍ୟ ୟୁକ୍ରେନ ନିଜେ କରି ରୁଷିଆ ନାମରେ ଗଡାଇଦେବାକୁ ଉଦ୍ୟମ କରିଆସିଛି । ନାଟୋ ଗୋଷ୍ଠୀର ସାମରିକ ସହାୟତା ପାଉଥିବା ୟୁକ୍ରେନ ନିଜକୁ ରୁଷିଆ ଠାରୁ ବଡ ଏବଂ ଶକ୍ତିଶାଳୀ ଦେଖାଇବାକୁ ଯାଇ ଅନେକ ଭୁଲ କାର୍ଯ୍ୟ କରିବାକୁ ପଛାଉନାହିଁ । ତେଣୁ ରୁଷ-ୟୁକ୍ରେନ ଯୁଦ୍ଧ ଆରମ୍ଭ କାଳରେ ୟୁକ୍ରେନ ପଛରେ ଯେଉଁ ସମର୍ଥନ ୟୁରୋପରେ ରହିଥିଲା ତାହା ଏବେ ଆଉ ନାହିଁ । ୟୁରୋପର ସାଧାରଣ ଜନତା ନିଜ ଦେଶର ସରକାରମାନଙ୍କୁ ଏହି ସମସ୍ୟା ପାଇଁ ଏବେ ସମାଲୋଚନା କରିବାକୁ ଲାଗିଛନ୍ତି । ଫଳରେ ଦୀର୍ଘଦିନ ଧରି ୟୁରୋପ ସାମ୍ୟବାଦୀ ଓ ସମାଜବାଦୀଙ୍କ ପ୍ରଭାବ ମଧ୍ୟରେ ରହି ଆସିଥିଲା ବେଳେ ଏବେ ଗୋଟିକ ପରେ ଗୋଟିଏ ରାଷ୍ଟ୍ରରେ ପ୍ରଚଣ୍ଡ ରାଷ୍ଟ୍ରବାଦୀ ସରକାର ଆସିବାରେ ଲାଗିଛନ୍ତି,ଯେଉଁମାନେ ପୂର୍ବର ତଥାକଥିତ ବାମବାଦୀ ନରମବାଦ କିମ୍ବା କେନ୍ଦ୍ରୀୟ ସମାଜବାଦକୁ ଛାଡିବାକୁ ଆହ୍ୱାନ ଦେଉଛନ୍ତି । ସେହି ଆହ୍ୱାନକୁ ୟୁରୋପର ଲୋକେ ମଧ୍ୟ ଗ୍ରହଣ କରିବାକୁ ଲାଗିଛନ୍ତି । ଫ୍ରାନ୍ସର ଲି ପେନ୍ ହୁଅନ୍ତୁ କିମ୍ବା ଇଟାଲିର ମେଲୋନୀଙ୍କ ପରି ନେତ୍ରୀମାନେ ଏହାର ପ୍ରମାଣ ।
ତିନିଦଶନ୍ଧି ପୂର୍ବେ ଲାଲକୃଷ୍ଣ ଆଡଭାନୀଙ୍କ ପରି ନେତାମାନେ ସୀମାପାର ଆତଙ୍କବାଦକୁ ଏକ ସମସ୍ୟା ବୋଲି କହିଲା ବେଳେ ଜାତିସଂଘରେ ଇଉରୋପ, ଦକ୍ଷିଣ ଆମେରିକା, କିମ୍ବା ଆଫ୍ରିକାର ନେତାମାନେ ଭାରତର ଅଭିଯୋଗକୁ ଗ୍ରହଣ କରିପାରୁ ନଥିଲେ । ସେତେବେଳେ ଅଟଳ ବିହାରୀ ବାଜପେୟୀ ଏହି ସମସ୍ୟାକୁ ବାରମ୍ବାର ବିଶ୍ୱ ରାଜନୀତିରେ ସ୍ଥାନ ଦେବାକୁ ଚାହିଁଥିଲେ । ହେଲେ ଅନ୍ୟର ସମସ୍ୟା ମୋ ସମସ୍ୟା ନୁହେଁ ବୋଲି ମନେକରୁଥିବା ୟୁରୋପର ନେତୃବୃନ୍ଦ ସନ୍ତ୍ରାସର ବ୍ୟାପକତାକୁ ବୁଝିପାରିନଥିଲେ । ଆଜି ଏହି ସଙ୍କଟ ସେମାନଙ୍କ ନିଜ ଦେଶରେ ଦେଖାଦେବା ପରେ ସେମାନଙ୍କ ମୁଣ୍ଡରେ ଚେତା ପଶିଛି । ଇସଲାମିକ ସନ୍ତ୍ରାସର ଭୟଙ୍କର ଭବିଷ୍ୟତ ସଂପର୍କରେ ସେମାନେ ଚିନ୍ତା କରି ପ୍ରଚଣ୍ଡ ରାଷ୍ଟ୍ରବାଦକୁ ଗ୍ରହଣ କରିବାକୁ ଜୋର ଦେଇଛନ୍ତି । ଏହି କ୍ରମରେ ୟୁରୋପରେ ରାଜନୀତିକ ସମୀକରଣ କ୍ରମଶଃ ବଦଳିବାରେ ଲାଗିଛି ।
ୟୁରୋପର ଅନେକ ରାଷ୍ଟ୍ର ନାଟୋ ରେ ରହିଥିଲେ ମଧ୍ୟ ଆମେରିକାର ୍ଅସ୍ଥିରତା ସୃଷ୍ଟି ଆଭିମୁଖ୍ୟକୁ ପସନ୍ଦ କରିପାରୁ ନାହାନ୍ତି । ଆମେରିକା ନାଟୋର ସଦସ୍ୟ ରାଷ୍ଟ୍ରଗୁଡିକୁ ନିଜର ହାତବାରିସୀ ପରି ବ୍ୟବହାର କରିବାକୁ ଉଦ୍ୟମ କଲାବେଳେ ଅନେକ ରାଷ୍ଟ୍ର ତାର ବିରୋଧ କରୁଛନ୍ତି । ଯେମିତି ଆମେରିକା ମଧ୍ୟପ୍ରାଚ୍ୟରେ ପ୍ରାଧାନ୍ୟ ବିସ୍ତାର ପାଇଁ ଦୀର୍ଘ ତିନିଦଶନ୍ଧି ଧରି ଯୁଦ୍ଧର ଘନଘଟା ସୃଷ୍ଟି କରିଆସିଛି, ଇରାକ-କୁଏତ ଯୁଦ୍ଧ,ଆମେରିକା -ଇରାକ ଯୁଦ୍ଧ, ସିରିଆ ଏବଂ ଲିବ୍ୟା ପରି ଦେଶର ସରକାରକୁ ହଟାଇବାକୁ ଯାଇ ଆମେରିକାର ଆକ୍ରମଣ ପରେ ଯେଉଁ ଶରଣାର୍ଥୀ ସଙ୍କଟ ଦେଖାଦେଲା ତାର ସମ୍ମୁଖୀନ ହେଲେ ୟୁରୋପର ରାଷ୍ଟ୍ରଗୁଡିକ ।
ଏସବୁ ମଧ୍ୟପ୍ରାଚ୍ୟର ଦେଶରୁ ଅନେକ ଶରଣାର୍ଥୀ ମୁସଲମାନଙ୍କ ମଧ୍ୟରେ ସନ୍ତ୍ରାସୀ ସମର୍ଥକମାନେ ୟୁରୋପକୁ ପ୍ରବେଶ କରି ଏବେ ସେଠାରେ ଉଗ୍ରବାଦୀ କାର୍ଯ୍ୟକଳାପ ମାଧ୍ୟମରେ ସାମାଜିକ ସ୍ତରରେ ଅସ୍ଥିରତା ସୃଷ୍ଟି କରିବାରେ ଲାଗିଛନ୍ତି । ସେମାନେ ବ୍ରିଟେନ, ଫ୍ରାନ୍ସ, ବେଲଜିୟମ, ନରୱେ ପରି ଅନେକ ରାଷ୍ଟ୍ରରେ ଅପରାଧ, ହିଂସା,ଧର୍ମାନ୍ତରଣ, ଆଲ୍ଲା-କୋରାନ ଆଧାରିତ ୱାହବୀ ବିଚାରକୁ ପ୍ରସାରିତ କରିବାରେ ଲାଗିପଡିଛନ୍ତି । ମସଜିଦ୍ ଏବଂ ମଦ୍ରାସାର ସଂଖ୍ୟା ବୃଦ୍ଧିକରି ମୌଳବାଦୀ ଆରବୀ ଶିକ୍ଷା ଦେବାରେ ଲାଗିପଡିଛନ୍ତି । ଏସବୁକୁ ପୋଲାଣ୍ଡ ସରକାର ଖୋଲାଖୋଲି ବିରୋଧ କରିଥିଲେ । ପରେ ଅନ୍ୟାନ୍ୟ ରାଷ୍ଟ୍ରରେ ମଧ୍ୟ ଏହାକୁ ବିରୋଧ କରାଯାଉଛି । ଦିନକୁ ଦିନ ଖ୍ରୀଷ୍ଟିଆନ ବନାମ୍ ଇସଲାମର ଯୁଦ୍ଧ ଭୂମି ୟୁରୋପର ଅନେକ ଦେଶରେ ବଢିବାରେ ଲାଗିଛି । କୋରୋନାରେ ଭୟଙ୍କର ଭାବେ କ୍ଷତିଗ୍ରସ୍ତ ୟୁରୋପର ରାଷ୍ଟ୍ରଗୁଡିକରେ ଏବେ ରୁଷିଆ-ୟୁକ୍ରେନ ଯୁଦ୍ଧପର ଆର୍ôଥକ ସଙ୍କଟ ଦେଖାଦେଇଛି ।
ରୁଷିଆ-ୟୁକ୍ରେନ ଯୁଦ୍ଧର ମୂଳ ଜର୍ମାନୀ -ରୁଷିଆ ଗ୍ୟାସ ପାଇପଲାଇନ ପ୍ରକଳ୍ପ ବୋଲି ସମସ୍ତଙ୍କୁ ଜଣାଅଛି । ଏହି ଯୁଦ୍ଧ ଯୋଗୁ ଜର୍ମାନୀ ଏବେ ଅଧିକ କ୍ଷତିଗ୍ରସ୍ତ ହେବାକୁ ଯାଉଛି । ଦ୍ୱିତୀୟ ବିଶ୍ୱଯୁଦ୍ଧପରେ ଗତ ୭୦ବର୍ଷରେ ସବୁଠୁ ବଡ ମାନ୍ଦାବସ୍ଥାର ସମ୍ମୁଖୀନ ହେବାପାଇଁ ୨୦୦ ବିଲିଅନ ୟୁରୋ ଶକ୍ତି ସହାୟତା ଦେବାଲାଗି ଜର୍ମାନୀ ସରକାର ନିଷ୍ପ ି ନେଇଛନ୍ତି । ଗତ ସେପ୍ଟେମ୍ବର ୨୦୨୦ରେ ୧୦ ପ୍ରତିଶତ ମୁଦ୍ରାସ୍ପିତି ଦେଶରେ ରହିଥିଲା । ରୁଷିଆର ଗ୍ୟାସ, ତୈଳ ଏବଂ କୋଇଲା ଯୋଗାଣ ୟୁରୋପକୁ ବନ୍ଦ ହେବା ଯୋଗୁ ଆସନ୍ତା ଶୀତଋତୁରେ ଶକ୍ତିସଙ୍କଟ ଦେଖାଦେବ । ବିଦ୍ୟୁତ କାଟ ସମସ୍ୟା ଯୋଗୁ ଇ ରନେଟ୍ ଏବଂ ମୋବାଇଲ ସେବା ବ୍ୟାହତ ହେବାର ଆଶଙ୍କା ଦେଖାଦେଇଛି । ଏବେ ସମସ୍ତ ସେବାରେ ଇ ରନେଟର ଆବଶ୍ୟକ ହେଉଥିବା ହେତୁ ୟୁରୋପର ବ୍ୟବସ୍ଥା ଅଚଳ ହେବାର ସମ୍ଭାବନା ଅଧିକ ରହିଛି । ଫ୍ରାନ୍ସ, ଜର୍ମାନୀ ଏବଂ ଇଟାଲୀର ସରକାର ସେଠାକାର ଟେଲିକମ୍ କମ୍ପାନୀମାନଙ୍କ ସହ ଏଥିପାଇଁ ଆଲୋଚନା ଆରମ୍ଭ କରିଛନ୍ତି ।
ବ୍ରିଟେନର ସରକାର ୧୫୦ ବିଲିଅନ ପାଉଣ୍ଡ ଋଣ କରିବାକୁ ସ୍ଥିର କରିଛନ୍ତି । ପାଉଣ୍ଡ ଏବଂ ୟୁରୋର ଡଲାର ତୁଳନାରେ ମୂଲ୍ୟାହ୍ରାସ ପାଇବା ଯୋଗୁ ୟୁରୋପରେ ଆର୍ôଥକ ଅସ୍ଥିରତା ଦେଖାଦେଇଛି । ଏହାକୁ କେନ୍ଦ୍ର କରି ୟୁରୋପର ସଂସଦରେ ଆଗାମୀ ଦିନରେ ପ୍ରବଳ ବାକ୍ -ବିତଣ୍ଡା ହେବ ବୋଲି ଜଣାପଡିଲାଣି । ହଙ୍ଗେରୀ ସରକାରଙ୍କ ରୁଷିଆ ସହ ସଂପର୍କ ଏବଂ ଏକ ଆଣବିକ ରିଆକ୍ଟର ରୁଷିଆଠାରୁ କ୍ରୟକୁ କେନ୍ଦ୍ର କରି ୟୁରୋପ ସଂସଦ ହଙ୍ଗେରୀର ୭.୫ ବିଲିଅନ ୟୁରୋକୁ ଅଟକାଇଛନ୍ତି, ଯାହାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ୟୁରୋପୀୟ ୟୁନିଅନର ମୁଖ୍ୟ ଉର୍ସୁଲା ନିକଟରେ ଇଟାଲୀରେ ସରକାର ଗଢିବାକୁ ଯାଉଥିବା ଜର୍ଜିଆ ମେଲୋନୀଙ୍କୁ ସମାଲୋଚନା କରିବା ଯୋଗୁ ଆଗାମୀ ଦିନରେ ଇଟାଲୀ ମଧ୍ୟ ବ୍ରିଟେନ ପରି ୟୁରୋପୀୟ ୟୁନିଅନ ଛାଡିପାରେ ବୋଲି ଚର୍ଚ୍ଚା ହେଉଛି ।
ନିର୍ବାଚନ ପ୍ରଚାର କାଳରେ ମେଲୋନୀ ଏ ସଂକ୍ରାନ୍ତରେ ସଙ୍କେତ ମଧ୍ୟ ଦେଇଥିଲେ । ବେନିଟୋ ମୁସୋଲିନୀଙ୍କ ପ୍ରଶଂସିକା ମେଲୋନୀଙ୍କ ଦଳ ବ୍ରଦର୍ସ ଅଫ ଇଟାଲୀ ସହଯୋଗୀ ମାଟ୍ଟେ ଓ ସାଲଭାନୀଙ୍କ ରାଷ୍ଟ୍ରବାଦୀ ଦଳ ଲିଗ୍ ଏବଂ ଫୋର୍ଜା ଇଟାଲିଆର ମେ ବିଜୟୀ ହେବାପରେ ଫ୍ରାନ୍ସ ଏବଂ ଜର୍ମାନୀ ସରକାର ଚିନ୍ତିତ ହୋଇପଡିଛନ୍ତି । ଜର୍ମାନୀର ଶାସକ ଦଳ ସୋସିଆଲ ଡେମୋକ୍ରାଟିକ ପାର୍ଟିର ଅଧ୍ୟକ୍ଷ ଲାର୍ସ କିଙ୍ଗବେଲ ଇଟାଲୀରେ ମେଲୋନୀଙ୍କ ବିଜୟ ୟୁରୋପ ପାଇଁ କ୍ଷତିକାରକ ବୋଲି କହିଛନ୍ତି । ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ପୂର୍ବରୁ ମେଲୋନୀଙ୍କ ସଂପର୍କରେ ନକାରାତ୍ମକ ମନ୍ତବ୍ୟ ଦେବାପରେ ମେଲୋନୀ କହିଥିଲେ ଯେ ଆମକୁ ଆଉ ଉପଦେଶ ଶିକ୍ଷା ଦିଅନାହିଁ । ଆଫ୍ରିକାର ଲୋକେ ତୁମପାଇଁ ସେମାନଙ୍କ ଦେଶକୁ ଛାଡିବାକୁ ବାଧ୍ୟ ହେଉଛନ୍ତି । ଆଫ୍ରିକାର ଲୋକଙ୍କୁ ୟୁରୋପକୁ ଆଣିବା ସମସ୍ୟାର ସମାଧାନ ନୁହେଁ । କେତେକ ୟୁରୋପୀୟଙ୍କ ହାତରୁ ଆଫ୍ରିକାକୁ ମୁକ୍ତ କରାଯିବା ଆବଶ୍ୟକ । ଏହାଛଡା ପ୍ରଚାର କାଳରେ ସେ କହିଥିଲେ ଯେ ପରିସ୍ଥିତିରୁ ସୁବିଧା ଉଠାଇବା ହେଉଛି ସେମାନଙ୍କ (ଫ୍ରାନ୍ସ)ର ଲକ୍ଷ୍ୟ ।
ନିକଟରେ ସ୍ଲୋଭାକିଆରେ ୫୦୦୦ଲୋକେ ବିକ୍ଷୋଭ ପ୍ରଦର୍ଶନ କରି ପ୍ରତାରକଙ୍କ ଶାସନର ଅନ୍ତ କରିବାକୁ ଘୋଷଣା କରାଯାଇଛି । ସର୍ବିଆ-ରୁଷିଆର ଭଲ ସଂପର୍କ ଯୋଗୁ ଇଉରୋପୀୟ ସଂଘ କ୍ଷୁବ୍ଧ ହୋଇଛି । ତେବେ ୧୯୯୯ରେ ସର୍ବିଆ ଉପରେ ବୋମା ମାଡ ବେଳେ ରୁଷିଆ ହିଁ ଏକମାତ୍ର ରାଷ୍ଟ୍ର ଯିଏକି ସର୍ବିଆକୁ ସମର୍ଥନ କରିଥିଲା । ସର୍ବିଆ ନାଟୋ କିମ୍ବା ୟୁରୋପୀୟ ସଂଘରେ ନଥିବା ୟୁରୋପର ରାଷ୍ଟ୍ର । ୟୁରୋପ ଏବେ ନରେନ୍ଦ୍ର ମୋଦିଙ୍କ ରାସ୍ତାରେ ଆଗକୁ ଯିବାକୁ ଧରିଛି । ହଙ୍ଗେରୀ, ଇଟାଲୀ, ସ୍ୱିଡେନର ରାଷ୍ଟ୍ରବାଦୀ ସରକାରଙ୍କ ଶାସନକୁ ସ୍ୱାଗତ କରାଯାଇଛି । ପୋଲାଣ୍ଡ ପୂର୍ବରୁ ଏହି ମାର୍ଗରେ ରହିଛି । ସ୍ୱିଡେନରେ ସ୍ୱିଡେନ ଡେମୋକ୍ରାଟଦଳ ନିର୍ବାଚନରେ ଦ୍ୱିତୀୟ ସ୍ଥାନରେ ଥିବାରୁ ସରକାର ଗଠନରେ ବଡ ଭୂମିକା ନେବ । ଏହି ଦଳ ମୁସଲିମ ଶରଣାର୍ଥୀଙ୍କୁ ଦେଶରେ ପ୍ରବେଶ ଦେବାର ବିରୋଧୀ, ଫ୍ରାନ୍ସ୍ରେ ୪୭ ପ୍ରତିଶତ ମତ ସହ ଲି ପେନଙ୍କ ଦଳ ଦ୍ୱିତୀୟ ସ୍ଥାନରେ ରହିବା ଚେକ ରିପବ୍ଲିକରେ ଫ୍ରିଡମ ଏଣ୍ଡ ଡାଇରେକ୍ଟ ଡେମୋକ୍ରାଟିକ ପାର୍ଟି ମଧ୍ୟ ନିର୍ବାଚନରେ ଦ୍ୱିତୀୟ ସ୍ଥାନରେ ରହିଛି । ଦଳର ନେତା ଟୋମିଓ ଓକାମୁରା ରୁଷିଆ ଉପରେ କଟକଣାକୁ ବିରୋଧକରି ୭୦ହଜାର ଲୋକଙ୍କ ସରକାର ବିରୋଧୀ ବିକ୍ଷୋଭର ନେତୃତ୍ୱ ନିକଟରେ ନେଇଥିଲେ । ଇଟାଲୀର ମେଲୋନୀଙ୍କ ଦଳ ପୋଲାଣ୍ଡର ରାଷ୍ଟ୍ରବାଦୀ ଲ ଏଣ୍ଡ୍ ଜଷ୍ଟିସ ପାର୍ଟି ସ୍ୱିଡେନର ଇମିଗ୍ରେସନ ବିରୋଧୀ ସ୍ୱିଡେନ ଡେମୋକ୍ରାଟ୍ସ ଏବଂ ସ୍ପେନର ରାଷ୍ଟ୍ରବାଦୀ ଭକ୍ସ ପାର୍ଟି ସହ ଭଲ ସଂପର୍କ ରହିଛି ।
ଏକଥା ସତ ଯେ ୟୁରୋପରେ ଏବେ ରାଷ୍ଟ୍ରବାଦୀ ବିଚାର ଶକ୍ତିଶାଳୀ ହେଉଛି । ଡେନମାର୍କବାସୀ ଜନ୍ ଖ୍ରୀଷ୍ଟିଆନସେନ୍ ଲେଖିଛନ୍ତି, “ଆମେ ଦକ୍ଷିଣପନ୍ଥୀ ନୋହୁଁ । ଆମେ ଉର୍ସୁଲା ଏବଂ ୟୁରୋପୀୟ ୟୁନିଅନ୍ ବିରୋଧୀ । ଆମର ଦେଶକୁ ଫେରିପାଇବାକୁ ଚାହୁଁ ।” ସ୍ୱିଡେନର ରିକ୍ ଅଣ୍ଡରସନ ସ୍ୱିଡେନର ଡେମୋକ୍ରାଟେରିକା ଦଳକୁ ଭୋଟ ଦେବା ସଂପର୍କରେ ଲେଖିଛନ୍ତି “ମୁଁ ଏହି ଦଳ (ଏସ୍ଡି)କୁ ଭୋଟ ଦେଇଛି, ଯାହାକୁ ସମାଜବାଦୀମାନେ ଘୃଣା କରନ୍ତି । ସେମାନେ କୁହନ୍ତି ଯେ ଆମେ କାଳେ ବର୍ଣ୍ଣ ବୈଷମ୍ୟବାଦୀ, ଫାସୀବାଦୀ ଏବଂ ନାଜୀ ସମର୍ଥକ, ଏମିତି କେତେ କଣ, କିନ୍ତୁ ଆମେ ଆମ ଦେଶକୁ ଭଲପାଉ ।” ୟୁରୋପରେ ରାଷ୍ଟ୍ରବାଦ ଏବଂ ସମାଜବାଦର ସଂଘର୍ଷ, ରୁଷିଆକୁ ସମର୍ଥନ କରିବା ଏବଂ ନକରିବା ନେଇ ମହାଦେଶ ଦୁଇଫାଳ ହୋଇଛି । ୟୁରୋପର ଲୋକେ ଆମେରିକା ରୁଷିଆର ଯୁଦ୍ଧର ଭୟ କିମ୍ବା ଇସଲାମିକ ଆତଙ୍କରେ ନୁହେଁ ସ୍ୱାଭିମାନର ସହ ବ ôବାକୁ ଚାହୁଁଛନ୍ତି । ଲୋକଙ୍କ ମନର କଥା କହିବା, ଦମ୍ଭର ସହ ଉପସ୍ଥାପନକୁ କେତେକ ଦକ୍ଷିଣପନ୍ଥୀ, ନାଜୀବାଦୀ କହିବାକୁ ଲୋକେ ନାପସନ୍ଦ କରୁଛନ୍ତି । ବହୁଦେଶରେ ରାଷ୍ଟ୍ରବାଦୀ ଦଳଗୁଡିକୁ ଜନ ସମର୍ଥନ ମିଳିବା ଏହାର ସ୍ପଷ୍ଟ ଉଦାହରଣ । ଏହାକୁ କେନ୍ଦ୍ର କରି ମତବାଦର ଫରକରେ ୟୁରୋପ କୁଆଡେ ଯିବ ତାହା ଏବେ ପ୍ରଶ୍ନବାଚୀ ।
ଭାରତୀୟ ସମ୍ବାଦ ସେବା (ଭାସ)
ଭୁବନେଶ୍ୱର-୭୫୧୦୦୩