ୟୁକ୍ରେନ୍ରେ ରୁଷୀୟ ଓ ୟୁକ୍ରେନ୍ ମଧ୍ୟରେ ଚାଲୁଥିବା ଯୁଦ୍ଧ ମଧ୍ୟରେ ରୁଷ୍ ପକ୍ଷରୁ ବଡ଼ ଖବର ସାମନାକୁ ଆସୁଛି। ଖବର ମିଳିଛି କି ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ନ୍ୟୁକ୍ଲିୟର ଡେଟରେଣ୍ଟ ଫୋର୍ସକୁ ଆଲର୍ଟରେ ରହିବାକୁ କହିଛନ୍ତି। ଏହି ଆଲର୍ଟ ପରେ ପୁରା ଦୁନିଆରେ ଆତଙ୍କ ଖେଳିଯାଇଛି। ତୃତୀୟ ବିଶ୍ୱ ଯୁଦ୍ଧ ପୂର୍ବରୁ ପଶ୍ଚିମୀ ଦେଶ ଗୁଡ଼ିକ ଏହାକୁ ବଡ଼ ବିପଦ ବୋଲି କହିଛନ୍ତି । ଏପଟେ ରୁଷୀୟ ମିଡ଼ିଆ ଦାବି କରିଛି କି ୟୁକ୍ରେନ୍ ଯୁଦ୍ଧରେ ରାସାୟନିକ ଅସ୍ତ୍ରର ବ୍ୟବହାର କରିବାକୁ ଯାଉଛି ।
ରୁଷୀୟ ସୈନିକ ଓ ୟୁକ୍ରେନ୍ ସୈନିକଙ୍କ ମଧ୍ୟରେ ଯୁଦ୍ଧର ମୈଦାନ କୌଣସି ବିଶ୍ୱ ଯୁଦ୍ଧ ଠାରୁ କମ୍ ନୁହେଁ । ପ୍ରଥମେ ଯେଉଁଠି ୟୁକ୍ରେନ୍ର ସେନା ରୁଷୀୟ ସୈନିକଙ୍କ ଆଗରେ ଦୁର୍ବଳ ନଜର ଆସୁଥିଲେ , ହେଲେ ଏବେ ୟୁକ୍ରେନ୍ର ସୈନିକ ରୁଷୀୟ ସୈନିକଙ୍କୁ କଡ଼ା ଟକ୍କର ଦେଉଛନ୍ତି । ଖାରବିଭର ଗଭର୍ଣ୍ଣର ଦାବି କରିଛନ୍ତି କି ଖାରକିଭରେ ୟୁକ୍ରେନିୟମାନେ ରୁଷୀୟ ସୈନିକଙ୍କୁ ଜବାବ ଦେଇଛନ୍ତି ।
ଆଉ ଏହି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି ,ରୁଷୀୟ ମିଡ଼ିଆ ଅନୁସାରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ନିଜର ନ୍ୟୁକ୍ଲିୟର ଡେଟରେଣ୍ଟ ଫୋର୍ସକୁ ଆଲର୍ଟରେ ରହିବାକୁ କହିଛନ୍ତି । ରୁଷ୍ର ସବୁଠୁ ବଡ଼ ଶକ୍ତି ପରମାଣୁ ଅସ୍ତ୍ର ବୋଲି ଜଣାଯାଏ । ଯଦି ପୁଟିନ୍ ନ୍ୟୁକ୍ଲିୟର ଆଟାକ କରନ୍ତି ତ ୩ୟ ବିଶ୍ୱଯୁଦ୍ଧର ଆଶଙ୍କା ହୋଇପାରେ । ଏହି ସ୍ଥିତିରେ ନାଟୋ ଦେଶ ଓ ରୁଷ୍ ସାମନା-ସାମନି ହୋଇଯିବେ ।