ସୌମେନ୍ଦ୍ର ଜେନା
ଦକ୍ଷିଣ ଆମେରିକା ଲାଟିନ ଆମେରିକା ଭାବେ ପରିଚିତ । ଆମେରିକାର ଦକ୍ଷିଣ ଭାଗରେ ଅବସ୍ଥିତ ଏହି ମହାଦେଶ ଅନ୍ତର୍ଗତ ଦେଶଗୁଡିକ ଯୁକ୍ତରାଷ୍ଟ୍ର ଆମେରିକାର ନିକଟରେ ଥାଇ ମଧ୍ୟ ବିକାଶଠାରୁ ଦୂରରେ ରହିଛନ୍ତି । ନିଜସ୍ୱ ଖଣିଜ ସଂପଦ ଥାଇ ମଧ୍ୟ ଏହି ମହାଦେଶର ଲୋକେ ଆମେରିକାକୁ ସବୁଦିନ ରୋଜଗାର ପାଇଁ ଧାଇଁଛନ୍ତି । ଅନେକ ସମୟରେ ଶାସନଗତ ଅସ୍ଥିରତା, ଆରô୍ଥକ ସମସ୍ୟା ମଧ୍ୟରେ ଏଠାରେ ପେଷି ହେଉଛନ୍ତି ଜନସାଧାରଣ । ଲାଟିନ ଆମେରିକାର ଦୁଇଟି ବଡ ରାଷ୍ଟ୍ର ହେଉଛି ବ୍ରାଜିଲ ଏବଂ ଆର୍ଜେଣ୍ଟିନା, ଫୁଲବଲ ଖେଳ ପାଇଁ ଏହି ଦୁଇରାଷ୍ଟ୍ର ବିଶ୍ୱପ୍ରସିଦ୍ଧ ।
ଅଗଷ୍ଟ ମାସ ୨୨ରୁ ୨୭ ତାରିଖ (୨୦୨୨) ପର୍ୟ୍ୟନ୍ତ ଏହି ଦୁଇରାଷ୍ଟ୍ର ସମେତ ପାରାଗୁଏ ରାଷ୍ଟ୍ରର ଗସ୍ତରେ ଯାଇଥିଲେ ଭାରତର ବିଦେଶମନ୍ତ୍ରୀ ଏସ୍.ଜୟଶଙ୍କର । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଲାଟିନ୍ ଆମେରିକାକୁ ସୂର୍ୟ୍ୟୋଦୟର ବଜାର ବୋଲି କୁହାଯାଇଥାଏ । ଏହିସବୁ ଦେଶରେ ଷ୍ଟାର୍ଟଅପ୍ ପାଇଁ ବହୁତ ସୁଯୋଗ ରହିଛି । ସଚେତନତା ଅଭାବରୁ ଭାରତର ଯୁବବର୍ଗ, ଉଦ୍ୟମୀ ଏବଂ ପେସାଦାର ଲୋକେ ଏହିସବୁ ରାଷ୍ଟ୍ରକୁ ଯାଉନାହାନ୍ତି । ସୁରିନାମ, ପାନାମା, କଲମ୍ବିଆ, ଇକ୍ୱେଡର, ପେରୁ, ତ୍ରିନିଦାଦ୍ ଓ ଟୋବାଗୋ, ବ୍ରାଜିଲ, ଆର୍ଜେଣ୍ଟିନା, ମେକ୍ସିକୋ, ଚିଲି, କ୍ୟୁବା, ଜାମାଇକା, ଡୋମିନିକା ଆଦି ଦେଶରେ ଶିକ୍ଷା ଓ ଦକ୍ଷତା ବୃଦ୍ଧି କ୍ଷେତ୍ରରେ ଅନେକ ସୁଯୋଗ ରହିଛି । ଏହିସବୁ ରାଷ୍ଟ୍ରର ବିକାଶ ପାଇଁ ଭାରତର ସାଗର ମଡେଲ ଖୁବ୍ ଉପଯୋଗୀ ସାବ୍ୟସ୍ତ ହେବ । ଆନ୍ତର୍ଜାତିକ ସ୍ତରରେ ଏହିସବୁ ଦେଶଗୁଡିକ ସହ ଭାରତର ସଂପର୍କ ଓ ସମର୍ଥନ ରହିଆସିଛି ।
ଲାଟିନ ଆମେରିକା ସହ ଭାରତର ରପ୍ତାନୀ ୨୦୨୧-୨୨ରେ ୧୮.୯ ବିଲିଅନ ଡଲାର ଏବଂ ଆମଦାନୀ ୨୫.୬୨ ବିଲିଅନ ଡଲାର ରହିଥିଲା । ଆମଦାନୀ କ୍ଷେତ୍ରରେ ଗତବର୍ଷ ଭାରତ ବ୍ରାଜିଲରୁ ୫.୭୧ ବିଲିଅନ ଡଲାର, ଆର୍ଜେଣ୍ଟିନାରୁ ୪.୨ ବିଲିଅନ ଡଲାର, ପାରାଗୁଏଠାରୁ ୧୬ ବିଲିଅନ ଡଲାର ମୂଲ୍ୟର ବସ୍ତୁ ଆମଦାନୀ କରିଥିଲା ବେଳେ ରପ୍ତାନୀ କ୍ଷେତ୍ରରେ ବ୍ରାଜିଲକୁ ୬୪୮୯ ମିଲିଅନ ଡଲାର, ଆର୍ଜେଣ୍ଟିନାକୁ ୧୪୨୬ ମିଲିଅନ ଡଲାର ଏବଂ ପାରାଗୁଏକୁ ୨୧୧ ମିଲିଅନ ଡଲାରର ରପ୍ତାନୀ ହୋଇଥିଲା । ୨୦୧୪-୧୫ରେ ଦକ୍ଷିଣ ଆମେରିକା ସହ ଭାରତର ବାଣିଜ୍ୟ ୧୩.୭ ବିଲିଅନ ଡଲାର ଥିଲାବେଳେ ୨୧୨୧-୨୨ ବର୍ଷରେ ୪୪.୫୦ ବିଲିଅନ ଡଲାରରେ ପହଞô୍ଚଛି । ଭାରତକୁ ଲାଟିନ ଆମେରିକା ରାଷ୍ଟ୍ରଗୁଡିକରୁ ସାଧାରଣତଃ ଖାଦ୍ୟପଦାର୍ଥ, ତୈଳ, କଞ୍ଚାମାଲ ଆଦି ଆମଦାନୀ ହେଉଛି ଏବଂ ଚିନି, କଦଳୀ, କଫି, ଧୂଆଁପତ୍ର ମକା,ଗହମ ଆଦି ରପ୍ତାନୀ ହେଉଛି ।
ବିଦେଶଗସ୍ତର ପ୍ରଥମ ପର୍ୟ୍ୟାୟରେ ଜୟଶଙ୍କର ବ୍ରାଜିଲରେ ପହଞô୍ଚଥିଲେ । ସେଠାରେ ତାଙ୍କୁ ରେଡ କାର୍ପେଟର ସ୍ୱାଗତ ମିଳିଥିଲା । ବ୍ରାଜିଲ ସହ ଭାରତର ରଣନୀତିକ ସହଯୋଗ ରହିଆସିଛି । ଲାଟିନ ଆମେରିକାର ଏହା ସବୁଠାରୁ ବଡରାଷ୍ଟ୍ର । ଦୁଇଦେଶ ବ୍ରିକ୍ସ, ଡି୪, ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ପ୍ରତିନିଧି ରହିଛନ୍ତି । ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ (ନାମ୍)ର ଦୁହେଁ ସଦସ୍ୟ ରାଷ୍ଟ୍ର ରହିଥିଲେ । ବ୍ରାଜିଲକୁ ମୁମ୍ବାଇରୁ ଜୋହାନ୍ସବର୍ଗ ଦେଇ ସାଓପାଓଲୋ ଏବଂ ଫ୍ରାଙ୍କଫର୍ଟ ଦେଇ ବିମାନ ସେବା ରହିଛି । ୨୦୦୬ରୁ ଦୁଇଦେଶ ମଧ୍ୟରେ ରଣନୀତିକ ସଂପର୍କ ରହିଆସିଛି । ପର୍ତ୍ତୁଗୀଜ ନାବିକ ପେଡ୍ରୋ ଅଲଭାରେସ କାବ୍ରାଲ ୧୫୦୦ରେ ବ୍ରାଜିଲର ପଶ୍ଚିମ ଉପକୂଳରେ ପହଞô୍ଚଲାପରି ଦୁଇବର୍ଷ ପରେ ପର୍ତ୍ତୁଗୀଜ ନାବିିକ ଭାସ୍କୋଡାଗାମା ଭାରତର ଦକ୍ଷିଣ ଉପକୂଳରେ ପହଞô୍ଚଥିଲେ । ବ୍ରାଜିଲର ପଶୁସଂପଦଙ୍କ ମଧ୍ୟରେ ସଂଖ୍ୟାଧିକ ଭାରତୀୟ ପ୍ରଜାତିର । ୧୯୪୮ରୁ ଦୁଇଦେଶ ମଧ୍ୟରେ କୂଟନୀତିକ ସଂପର୍କ ସ୍ଥାପିତ ହୋଇଥିଲା । ଦୁଇଦେଶ ମଧ୍ୟରେ ବିଦେଶମନ୍ତ୍ରୀ ବୈଠକ, ରଣନୀତିକ ଆଲୋଚନା (ସୁରକ୍ଷା ପରାମର୍ଶଦାତା ସ୍ତରରେ), ବିଦେଶ ସଚିବ ସ୍ତରୀୟ ଆଲୋଚନା, ବାଣିଜ୍ୟିକ ପରିଚାଳନା ସଂକ୍ରାନ୍ତୀୟ ବୈଠକ ହୋଇଥାଏ । ଭାରତ ବ୍ରାଜିଲର ପଞ୍ଚମ ବାଣିଜ୍ୟ ସହଯୋଗୀ ।
ଜୟଶଙ୍କର ବ୍ରାଜିଲ ରାଷ୍ଟ୍ରପତି ଜାୟେର ବୋଲସାନେରୋ ଏବଂ ବିଦେଶମନ୍ତ୍ରୀ କାର୍ଲୋସ ଫ୍ରାଙ୍କାଙ୍କ ସହ ସାକ୍ଷାତ କରିଥିଲେ । ୮ମ ମିଳିତ ଆୟୋଗ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ପ୍ରତିରକ୍ଷା, ସନ୍ତ୍ରାସବାଦର ମୁକାବିଲା, ମହାକାଶ, ବାଣିଜ୍ୟ, ଔଷଧ, ପେଟ୍ରୋଲିଅମ୍, ମହାକାଶ, ବିଜ୍ଞାନ ଓ ଟେକ୍ନୋଲୋଜି କୃଷି ସହଯୋଗ ସଂକ୍ରାନ୍ତରେ ଆଲୋଚନା ହୋଇଥିଲା । ପ୍ରସାରଣ ଏବଂ କର ଆଦାୟ ସଂକ୍ରାନ୍ତରେ ବୁଝାମଣା ହୋଇଥିଲା । ବ୍ରିକ୍ସ, ଜି ୨୦, ଇବସା, ୟୁକ୍ରେନ ଯୁଦ୍ଧ ବିଷୟରେ ଦୁଇଦେଶ ଆଲୋଚନା କରିଥିଲେ । ଦୁଇଦେଶର ଦ୍ୱିପାକ୍ଷିକ ବାଣିଜ୍ୟ ୧୨ ବିଲିଅନ ଡଲାର ଥିଲାବେଳେ ବ୍ରାଜିଲରେ ଭାରତୀୟ କମ୍ପାନୀମାନଙ୍କ ପୁଞ୍ଜିନିବେଶ ଜାରିରହିଛି । ବ୍ରାଜିଲର ଆରô୍ଥକ ବିଭାଗ ମନ୍ତ୍ରୀଙ୍କସହ ଜୟଶଙ୍କରଙ୍କ ସ୍ୱତନ୍ତ୍ର ଆଲୋଚନା ହୋଇଥିଲା । କାରଣ ୨୧କୋଟି ଜନସଂଖ୍ୟା ବିଶିଷ୍ଟ ବ୍ରାଜିଲର ଅର୍ଥନୀତି ୧.୮ ଟ୍ରିଲିଅନ ଡଲାର । ସାଓପାଓଲୋସ୍ଥିତ ବ୍ରାଜିଲର ଫେଡେରେସନ ଅଫ୍ ଇଣ୍ଡଷ୍ଟ୍ରୀଜକୁ ଜୟଶଙ୍କର ଗସ୍ତକରି ଡବ୍ଲୁଇଜି, ଏମ୍ବ୍ରାଏର, ୟୁନିକାର କାରଖାନା ଦେଖିଥିଲେ । ବ୍ରାଜିଲର ଶକ୍ତି ବିତରଣ, ଆଇଟି, ଫାର୍ମାସ୍ୟୁଟିକାଲ, ଆଗ୍ରୋ କେମିକାଲ, ଅଟୋମୋବାଇଲ, ଟୁ ହ୍ୱିଲର କ୍ଷେତ୍ରରେ ଭାରତୀୟ କମ୍ପାନୀମାନେ ସକ୍ରୀୟ ରହିଛନ୍ତି ।
ବ୍ରାଜିଲର ସାଓପାଓଲୋ ଠାରେ ଭାରତୀୟମୂଳର ଲୋକମାନଙ୍କୁ ଜୟଶଙ୍କର ଉଦ୍ବୋଧନ ଦେଇଥିଲେ । ବ୍ରାଜିଲର କୂଟନୀତିକ ପ୍ରଶିକ୍ଷଣ ସଂସ୍ଥାନ ରିଓ ବ୍ରାଙ୍କୋ ଇନ୍ଷ୍ଟିଚ୍ୟୁଟରେ ଜୟଶଙ୍କର ଭାଷଣ ଦେଇଥିଲେ । ବ୍୍ରାଜିଲରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ସୁରେଶ ରେଡ୍ଡୀ ଦ୍ୱିପାକ୍ଷିକ ସଂପର୍କର ପ୍ରଶଂସା କରିଥିଲେ । ଚଳିତବର୍ଷ ଅଗଷ୍ଟ ମାସ ୧୫ରେ ଭାରତର ନୌସେନା ଯୁଦ୍ଧପୋତ ‘ତର୍କସ’ ରିଓ ଡେ ଜେନେରୋଠାରେ ଅମୃତ ମହୋତ୍ସବରେ ଅଂଶଗ୍ରହଣ କରିବା ସହ ବ୍ରାଜିଲ ଯୁଦ୍ଧପୋତ ‘ଉନିଆଓ’ ସହ ମିଳିତ ସମରାଭ୍ୟାସରେ ଅଂଶଗ୍ରହଣ କରିଥିଲା । ବ୍ରାଜିଲ ରାଷ୍ଟ୍ରପତି ଜୈର ବୋଲସାନେରୋ ମଧ୍ୟ ତର୍କସ ପରିଦର୍ଶନ କରିଥିଲେ ।
ଭାରତର ବିଦେଶମନ୍ତ୍ରୀ ଜୟଶଙ୍କର ତାଙ୍କ ଗସ୍ତ କାଳରେ ଦ୍ୱିତୀୟ ପର୍ୟ୍ୟାୟରେ ପାରାଗୁଏର ରାଜଧାନୀ ଅସୁନସିଅନ୍ଠାରେ ପାରାଗୁଏର ବିଦେଶମନ୍ତ୍ରୀ ଜୁଲିଓ ସିଜର ଏରିଓଲାଙ୍କ ସହ ମିଶି ଭାରତର ରାଷ୍ଟ୍ରଦୂତଙ୍କ କାର୍ୟ୍ୟାଳୟର ଉଦ୍ଘାଟନ କରିଥିଲେ । ଚଳିତବର୍ଷ ଜାନୁଆରୀ ମାସରୁ ଭାରତର ରାଷ୍ଟ୍ରଦୂତଙ୍କ ନିଯୁକ୍ତି ପାରାଗୁଏରେ ହୋଇଥିଲା । ଚଳିତବର୍ଷ ଦୁଇଦେଶ ମଧ୍ୟରେ ଦ୍ୱିପାକ୍ଷିକ ସଂପର୍କକୁ ୬୦ବର୍ଷ ପୂରଣ ହେବ । ପାରାଗୁଏ ଲାଟିନ ଆମେରିକାର ସ୍ଥଳଭାଗ ଘେରା ୭୦ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଏକ ଛୋଟ ଦେଶ । ଲାଟିନ ଆମେରିକାର ବାଣିଜ୍ୟିକ ଗୋଷ୍ଠୀ ମେରକୋସୁରର ପାରାଗୁଏ ସଦସ୍ୟ ରହିଛି । ୧୯୯୧ରେ ଏହି ଗୋଷ୍ଠୀ ଗଢାଯାଇଥିଲା ଯେଉଁଥିରେ ବ୍ରାଜିଲ ଏବଂ ଆର୍ଜେଣ୍ଟିନା ଆଦି ରାଷ୍ଟ୍ର ସଦସ୍ୟ ରହିଛନ୍ତି । ଏକଦା ସ୍ପେନର ଉପନିବେଶ ଥିବା ଏହି ରାଷ୍ଟ୍ର ୧୮୧୧ରେ ସ୍ୱାଧୀନ ହୋଇଥିଲା । ୧୯୯୦ ଆରମ୍ଭରେ ଏହି ରାଷ୍ଟ୍ର ବହୁଦଳୀୟ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାକୁ ଗ୍ରହଣ କରିଥିଲା । ଭାରତ ସହ ୧୯୬୧ରେ ପାରାଗୁଏର କୂଟନୀତିକ ସଂପର୍କ ସ୍ଥାପିତ ହୋଇଥିଲା । ଦ୍ୱିପାକ୍ଷିକ ବାଣିଜ୍ୟ ୨୦୨୧-୨୨ରେ ପୂର୍ବବର୍ଷ ତୁଳନାରେ ୧୭.୮୨ ପ୍ରତିଶତ ବୃଦ୍ଧି ପାଇଛି । ୨୦୦୪ରୁ ମେରକୋସୁର -ଭାରତ ମଧ୍ୟରେ ବାଣିଜ୍ୟିକ ବୁଝାମଣା ହୋଇଥିଲା, ଯାହା ୨୦୦୯ରୁ କାର୍ୟ୍ୟକାରୀ ହୋଇଥିଲା ।
ପାରାଗୁଏର କୃଷି ୨୦୨୦ରେ ଜିଡିପିର ୧୧.୩ ପ୍ରତିଶତ ରହିଥିଲା । ସେମିତି ଭାରତର କୃଷି ଜିଡିପିର ଏକ ଭଲ ଅଂଶ ନେଇଥାଏ । ୨୦୧୮-୧୯ରେ ଭାରତର କୃଷି ଜିଡିପିର ୧୭.୬ ପ୍ରତିଶତ ଥିଲାବେଳେ ୨୦୨୦-୨୧ରେ ତାହା ବୃଦ୍ଧିପାଇ ୨୦.୨ ପ୍ରତିଶତ ହୋଇଛି । ସୋୟାବିନ, ଗହମ, ମକା, ଆଖୁ, କପା ଉତ୍ପାଦନ କ୍ଷେତ୍ରରେ ପାରାଗୁଏ ଆଗୁଆ ରହିଛି । ବିଶେଷ କରି ସ୍ୱାସ୍ଥ୍ୟ, ବିଜ୍ଞାନ ଓ ଟେକ୍ନୋଲୋଜି, ମହାକାଶ ଆଦି କ୍ଷେତ୍ରରେ ସେଠାରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧିର ସୁଯୋଗ ରହିଛି । ଭାରତର ବିଦେଶମନ୍ତ୍ରୀ ଅସୁନସିଅନଠାରେ ମହାତ୍ମାଗାନ୍ଧିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ । ସ୍ଥାନୀୟ ମ୍ୟୁନିସିପାଲିଟୀର ସହଯୋଗରେ ଏହି ପ୍ରତିମୂର୍ତ୍ତି ସ୍ଥାପନ ସମ୍ଭବ ହୋଇଥିବାକୁ ଜୟଶଙ୍କର କର୍ତ୍ତୃପକ୍ଷଙ୍କ ପ୍ରଶଂସା କରିଥିଲେ । ସେଠାକାର ସ୍ୱାଧୀନତାର ସଂଗ୍ରହାଳୟ କାସା ଡେ ଲା ଇଣ୍ଡିପେଣ୍ଡେନ୍ସିଆକୁ ଜୟଶଙ୍କର ବୁଲି ଦେଖିବା ସହ ଦୁଇଦେଶର ସ୍ୱାଧୀନତା ପାଇଁ ସଂଘର୍ଷରେ ଅନେକ ସମାନତା ରହିଥିବା କହିଥିଲେ । ପାରାଗୁଏକୁ ଗସ୍ତ କରିବାରେ ଜୟଶଙ୍କର ହେଉଛନ୍ତି ପ୍ରଥମ ଭାରତୀୟ ବିଦେଶମନ୍ତ୍ରୀ । ମାର୍ଚ୍ଚ ୨୦୧୯ରେ ପୂର୍ବତନ ଉପରାଷ୍ଟ୍ରପତି ଭେଙ୍କାୟା ନାଇଡୁ ପାରାଗୁଏ ଗସ୍ତରେ ଯାଇ ଉପରାଷ୍ଟ୍ରପତି ହୁଗୋ ଭେଲାଜକ୍ୱେଜଙ୍କୁ ସାକ୍ଷାତ କରିଥିଲେ । ୨୦୦୬ରୁ ଭାରତରେ ପାରାଗୁଏ କୂଟନୀତିକ କାର୍ୟ୍ୟାଳୟ ଖୋଲିଛି । ଏହାଛଡା ଚେନ୍ନାଇ, କୋଲକାତା ଏବଂ ମୁମ୍ବାଇରେ ପାରାଗୁଏର ତିନୋଟି କନ୍ସୁଲେଟ କାର୍ୟ୍ୟାଳୟ ରହିଛି । ଜୟଶଙ୍କରଙ୍କୁ ପାରାଗୁଏରେ ରେଡ କାର୍ପେଟର ସ୍ୱାଗତ କରାଯାଇଥିଲା । ଭାରତର ପ୍ରଥମ ରାଷ୍ଟ୍ରଦୂତ ଭାବେ ଯୋଗେଶ୍ୱର ସାଙ୍ଗୱାନ ଚଳିତ ବର୍ଷ ଆସୁନସିଅନରେ ଯୋଗ ଦେଇଥିଲେ ।
ଗସ୍ତର ତୃତୀୟ ଚରଣରେ ଆର୍ଜେଣ୍ଟିନାର ବୁଏନ୍ ଏଆର୍ସରେ ପହଞô୍ଚଥିଲେ ଜୟଶଙ୍କର । ସେଠାରେ ମଧ୍ୟ ତାଙ୍କୁ ଲାଲ କାର୍ପେଟର ସ୍ୱାଗତ ମିଳିଥିଲା । ଅଗଷ୍ଟ ୨୫-୨୬ ଦୁଇଦିନଧରି ସେ ଆର୍ଜେଣ୍ଟିନା ଗସ୍ତ କରିଥିଲେ । ସେଠାକାର ବିଦେଶମନ୍ତ୍ରୀ ସାଣ୍ଟିଆଗୋ କାଫିଇରୋଙ୍କ ନିମନ୍ତ୍ରଣ କ୍ରମେ ଜୟଶଙ୍କରଙ୍କ ଆର୍ଜେଣ୍ଟିନା ଗସ୍ତ ହୋଇଥିଲା । ଆର୍ଜେଣ୍ଟିନାର ରାଷ୍ଟ୍ରପତି ଆଲବର୍ଟୋ ଫର୍ଣ୍ଣାଣ୍ଡେଜଙ୍କୁ ମଧ୍ୟ ଜୟଶଙ୍କର ସାକ୍ଷାତ କରି ଦ୍ୱିପାକ୍ଷିକ ପ୍ରତିରକ୍ଷା ସହଯୋଗ ଏବଂ ଆଣବିକ ଶକ୍ତି ଉତ୍ପାଦନ ସଂକ୍ରାନ୍ତରେ ଆଲୋଚନା କରିଥିଲେ । ଆର୍ଜେଣ୍ଟିନାର ଆରô୍ଥକ ବିଭାଗ ମନ୍ତ୍ରୀ ସର୍ଗି ମାସାଙ୍କ ସହ ଜୟଶଙ୍କରଙ୍କ ସାକ୍ଷାତ ହୋଇଥିଲା । ମହାକାଶ କ୍ଷେତ୍ରରେ ଭାରତର ସହଯୋଗ ଆର୍ଜେଣ୍ଟିନା ଆବଶ୍ୟକ କରୁଛି । ଅପରପକ୍ଷେ ୟୁକ୍ରେନରୁ ଭାରତକୁ ଆସୁଥିବା ୮୧ ପ୍ରତିଶତ ସୂର୍ୟ୍ୟମୁଖୀ ତୈଳ ଆମଦାନୀଗତ ଅସୁବିଧା ହେବାରୁ ଏବେ ଆର୍ଜେଣ୍ଟିନା ସେହି ତୈଳ ଯୋଗାଉଛି ।
ଆର୍ଜେଣ୍ଟିନାରୁ ୯.୪୦ ମିଲିଅନ ମେଟ୍ରିକଟନ୍ ସୂର୍ୟ୍ୟମୁଖୀ ଖାଇବା ତେଲ ଭାରତ ଗତ ୪ବର୍ଷରେ ଆମଦାନୀ କରିଛି । ବ୍ରିକ୍ସରେ ସାମିଲ ହେବାକୁ ଆର୍ଜେଣ୍ଟିନାର ଇଛାଥିବାରୁ ଏଥିପାଇଁ ଭାରତର ସମର୍ଥନ ଆଶା କରୁଛି । ସେହିପରି ଭାରତ ମଧ୍ୟ ଆଗାମୀ ଦିନରେ ଆର୍ଜେଣ୍ଟିନାକୁ ଅଧିକ ସଂଖ୍ୟକ ବାଣିଜ୍ୟିକ ପ୍ରତିନିଧିଙ୍କୁ ପଠାଇ ଦ୍ୱିପାକ୍ଷିକ ବାଣିଜ୍ୟ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି । ଏହାସହ ଭାରତ- ମେର୍କୋସୁର ପିଟିଏକୁ ମୁକ୍ତ ବାଣିଜ୍ୟ ବୁଝାମଣା ସ୍ତରକୁ ନେବାଲାଗି ଭାରତର ଆଗ୍ରହ ରହିଛି । ବୁଏନ୍ସ ଏଆର୍ସର ରିପବ୍ଲିକ ଡେ ଲା ଇଣ୍ଡିଆ ଷ୍ଟ୍ରୀଟରେ ଥିବା ମହାତ୍ମାଗାନ୍ଧିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଜେନେରାଲ ଜୋସ୍ ଡେ ସାନମାର୍ଟିନଙ୍କ ସ୍ମୃତିସ୍ଥଳୀ ପରିଦର୍ଶନ କରି ଜୟଶଙ୍କର ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଆର୍ଜେଣ୍ଟିନାର ସ୍ୱାଧୀନତା ସଂଗ୍ରାମରେ ସାନ୍ମାର୍ଟିନଙ୍କ ଭୂମିକା ଅନନ୍ୟ ବୋଲି କୁହାଯାଏ ।
ଭାରତ ୧୯୪୩ରେ ଆର୍ଜେଣ୍ଟିନାରେ ବାଣିଜ୍ୟ କାର୍ୟ୍ୟାଳୟ ଖୋଲିଥିଲା ଯାହା ୧୯୪୯ରେ ରାଷ୍ଟ୍ରଦୂତଙ୍କ କାର୍ୟ୍ୟାଳୟରେ ପରିଣତ ହୋଇଥିଲା । ତେବେ ବର୍ତ୍ତମାନ ଟିସିଏସ୍, କ୍ରିସିଲ, ବଜାଜ, ହେରୋ, ସେଲେଣ୍ଟ, ୟୁନାଇଟେଡ୍ ଫସ୍ଫର୍ସ ଲିମିଟେଡ୍, ସିଣ୍ଟେସିସ୍ କ୍ୱିମିକା, ଗ୍ଲେନମାର୍କ, ଗୋଦ୍ରେଜ୍ ପରି ଭାରତୀୟ କମ୍ପାନୀମାନେ ପ୍ରାୟ ୧ ବିଲିଅନ ଡଲାର ଆର୍ଜେଣ୍ଟିନାରେ ନିବେଶ କରିବା ସହ ବାଣିଜ୍ୟ କରୁଛନ୍ତି । ୧୪ ଅକ୍ଟୋବର ୨୦୨୦ରେ ଆର୍ଜେଣ୍ଟିନାରେ ନିଯୁକ୍ତ ଭାରତର ରାଷ୍ଟ୍ରଦୂତ ଦୀନେଶ ଭାଟିଆ ଏବଂ ଆର୍ଜେଣ୍ଟିନାର ଉତ୍ପାଦନ ବିିକାଶ ମନ୍ତ୍ରୀ ଡକ୍ଟର ମାଟିଆସ କୁଲଫାସ୍ ମିଳିତ ଭାବେ ଭାରତ- ଆର୍ଜେଣ୍ଟିନା ବିଜିନେସ୍ କାଉନ୍ସିଲ ଉଦ୍ଘାଟନ କରିଥିଲେ । ଦ୍ୱିପାକ୍ଷିକ ବାଣିଜ୍ୟ ବୃଦ୍ଧିରେ ଏହି ସଂସ୍ଥା ସାହାଯ୍ୟ କରିଆସୁଛି । ଏଥିରେ ଗ୍ଲୋବାଣ୍ଟ, ଟିସିଏସ୍, ୟୁପିଏଲ, ଇନ୍ଫୋସିସ୍ , ଟେକ୍ ମହିନ୍ଦ୍ରା, ଟିଭିଏସ୍, ସିଏଟ ଟାୟାର୍ସ, ସୋନାଲିକା, ଓଏଲ୍ଏକ୍ସ, ରୟାଲ ଏନ୍ଫିଲ୍ଡ, ଶ୍ରୀ ଶ୍ରୀ ତତ୍ତ୍ୱ, ଏଗ୍କୋ, ଇନ୍ଭାପ୍, ଗ୍ଲେନମାର୍କ ଫାର୍ମା, ଗ୍ରୁପୋ ଲୋମ ଗ୍ରୋବୋ ଆଦି କମ୍ପାନୀମାନେ ସଦସ୍ୟ ରହିଛନ୍ତି ।
ସେମିତି ମୁମ୍ବାଇରେ ଆର୍ଜେଣ୍ଟିନାର ଏକ କନ୍ସୁଲେଟ ଜେନେରାଲ କାର୍ୟ୍ୟାଳୟ ଥିଲାବେଳେ କୂଟନୀତିକ କାର୍ୟ୍ୟାଳୟ ନୂଆଦିଲ୍ଲୀରେ ରହିଛି । ଦୁଇଦେଶ ଜି-୨୦, ଜି-୨୪, ଜି-୭୭ର ସଦସ୍ୟ ରହିଛନ୍ତି । ଦୁଇଦେଶ ମଧ୍ୟରେ ୩.୫ ବିଲିଅନ ଡଲାରର ଦ୍ୱିପାକ୍ଷିକ ବାଣିଜ୍ୟ ହେଉଛି (୨୦୨୦) । ଭାରତ ସରକାର ଅଧିକ ବ୍ୟାଟେରୀଚାଳିତ ଯାନ ଉତ୍ପାଦନ ପାଇଁ ଗ୍ରୋ ଗ୍ରୀନ୍ ସ୍ଲୋଗାନ ଦେଇଛନ୍ତି । ୨୦୩୦ସୁଦ୍ଧା ପ୍ରଦୂଷଣ ହ୍ରାସ ପାଇଁ ପେଟ୍ରୋଲ-ଡିଜେଲର ବିକଳ୍ପ ଇନ୍ଧନ ଉପରେ ଜୋର ଦେଉଛନ୍ତି । ଏଥିପାଇଁ ବ୍ୟାଟେରୀ ଉତ୍ପାଦନରେ ଆବଶ୍ୟକ ହେଉଥିବା ଲିଥିୟମ୍ର ଭଣ୍ଡାର ଆର୍ଜେଣ୍ଟିନାରେ ରହିଛି । ଚୀନ ଏଠାରୁ ବହୁପରିମାଣର ଲିଥିୟମ୍ ନେଉଛି । ୨୦୨୩ ସୁଦ୍ଧା ଆର୍ଜେଣ୍ଟିନାର ଲିଥିୟମ୍ କାର୍ବୋନେଟ୍ ଉତ୍ପାଦନ ୨,୯୦,୦୦୦ଟନ୍ରେ ପହଞô୍ଚବ । ଆମେରିକା, ଜାପାନ, କାନାଡା ଆଦି ଦେଶ ଏଥିପାଇଁ ସକ୍ରୀୟ ହୋଇଛନ୍ତି । ଭାରତ ଏଥିରେ ସାମିଲ ହେବାକୁ ପ୍ରୟାସ ଚଳାଇଛି । ଏହାଛଡା ସାଢେ ଚାରିକୋଟି ଜନସଂଖ୍ୟା ବିଶିଷ୍ଟ ଆର୍ଜେଣ୍ଟିନା ୫୦କୋଟି ଲୋକଙ୍କ ପାଇଁ ଖାଦ୍ୟ ଉତ୍ପାଦନ କରିଥାଏ । ଏହି ଦୁଇଟି କ୍ଷେତ୍ରରେ ଭାରତ ଆର୍ଜେଣ୍ଟିନାର ସହାୟତା କରିପାରିବ । ଜୟଶଙ୍କରଙ୍କ ଗସ୍ତପରେ ଏହା ବଢିବାର ସମ୍ଭାବନା ରହିଛି ।
ଭାରତୀୟ ସମ୍ବାଦ ସେବା (ଭାସ୍)
ଭୁବନେଶ୍ୱର-୭୫୧୦୦୩