ଭିଡିଓ ପ୍ଲାଟଫର୍ମ ୟୁଟୁବ ( Youtube ) ଏବେ ବିବାଦରେ ଆସିଛି । ସବୁ ବେଳେ ହିନ୍ଦୁ ସମାଜ ହିତ ପାଇଁ ସ୍ୱର ଉଠାଉଥିବା ଓ ଖବରକୁ ଏକ ସମାଲୋଚନା ଶୈଳିରେ ଖବର ପ୍ରସାର କରୁଥିବା ସବ ଲୋକତନ୍ତ୍ର ( Sab Loktantra ) ଚ୍ୟାନେଲକୁ ୟୁଟୁବ ଏବେ ବନ୍ଦ କରିଦେଇଛି । ସେହି ଚ୍ୟାନେଲ କେବେବି କୌଣସି ଅସମ୍ବିଧାନକି ଶବ୍ଦ ବ୍ୟବହାର କରିନଥିଲା । କିନ୍ତୁ ୟୁଟୁବ କହିଛି ଯେ ସେହି ଚ୍ୟାନେଲ ୟୁଟୁବର କମ୍ୟୁନିଟ ଷ୍ଟାଣ୍ଡାର୍ଡକୁ ଅବଜ୍ଞା କରିଛି । ସେହି ଚ୍ୟାନେଲକୁ ବନ୍ଦ କରିବା କରିବା ପାଇଁ ୟୁଟୁବ ପାଖରେ କୌଣସି ବିଶେଷ କାରଣ ନାହିଁ । କାରଣ ନା ସେହି ଚ୍ୟାନେଲ କେବେବି କୌଣସି ମିଥ୍ୟା ଖବର ପ୍ରକାଶ ନାହିଁ କି କୌଣସି ଉତେଜନାମୁଳକ ଖବର ପ୍ରକାଶ କରିନାହିଁ । ତଥାପି ବାକ ସ୍ୱାଧୀନତାର ସମସ୍ତ ନିୟମ କାନୁନ ଭିତରେ ଏକ ବିଶେଷ ସମୁଦାୟଙ୍କୁ ସମାଲୋଚନା କରିବା କାରଣରୁ ୟୁଟୁବ ଏହି ଚ୍ୟାନେଲକୁ ବ୍ୟାନ କରିଦେଇଛି ।
ଏହା ବିରୋଧରେ ଏହାର ସମ୍ପାଦକ ରଚିତ କୌଶିକ ( Rachit Kaushik ) ଦିଲ୍ଲି ହାଇକୋର୍ଟକୁ ( Delhi High Court ) ଯିବେ ବୋଲି କହିଛନ୍ତି । କାରଣ ସେହି ପ୍ଲାଟଫର୍ମ ଭାରତର ନିୟମ କାନୁନ ଭିତରେ ଏହି କାର୍ଯ୍ୟାନୁଷ୍ଠାନ ନେଇନାହିଁ । ଏହା ତାର ନିଜ ନିୟମ ଅନୁସାରେ ଏପରି କରିଛି । ଏଠାରେ କହିବାର ଆବଶ୍ୟକତା ଅଛି ଯେ ସବ ଲୋକତନ୍ତ୍ର ଅନେକ ପ୍ରସଙ୍ଗରେ ହିନ୍ଦୁଙ୍କ ପ୍ରତି ହେଉଥିବା ଅନ୍ୟାୟ, ହିନ୍ଦୁମାନଙ୍କ ପ୍ରତି ବିଭିନ୍ନ ସରକାର ଓ ରାଜନୈତିକ ଦଳମାନେ କରୁଥିବା ଅବିଚାର ବିଷୟରେ ସ୍ୱର ଉଠାଇ ଆସୁଥିଲା ।