ଅଯୋଧ୍ୟା ଠାରେ ଭବ୍ୟ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ଦିଦି ମାଁ ନାମରେ ବିଖ୍ୟାତ ସାଧ୍ବୀ ଋତମ୍ଭରା ଏକ କୋଟି ଟଙ୍କାର ସମର୍ପଣ ରାଶି ରାମ ଲାଲାଙ୍କ ଚରଣରେ ସମର୍ପଣ କରିଛନ୍ତି ।
ଉଲ୍ଲେଖନୀୟ ଯେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ 80 ଓ 90 ଦଶକରେ ଯେଉଁ ଆନ୍ଦୋଳନ ସମ୍ପୂର୍ଣ ଦେଶରେ ଆରମ୍ଭ ହୋଇଥିଲା ସେଥିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ସାଧ୍ବୀ ଋତମ୍ଭରା । ଏବେ ରାମ ମନ୍ଦିର ନିର୍ମାଣର ସ୍ୱପ୍ନ ପୂରଣ ହେବାକୁ ଯାଉଛି।