ପ୍ରସିଦ୍ଧ ଲେଖକ ସଲମାନ ରୁଶଦିଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। ଶୁକ୍ରବାର ସେ ପଶ୍ଚିମ ନ୍ୟୁୟର୍କରେ ଉଦବୋଧନ ଦେବା ସମୟରେ ତାଙ୍କୁ ଉପରେ ଏହି ଆକ୍ରମଣ ହୋଇଥିଲା। ଆସୋସିଏଟେଡ ପ୍ରେସ ରିପୋର୍ଟ ଅନୁସାରେ ଚୋଟୋକ୍ୱା ସଂସ୍ଥାନରେ ରୁଶଦି ନିଜର ଅଭିଭାଷଣ ରଖିବା ପାଇଁ ମଞ୍ଚକୁ ଯିବା ସମୟରେ ଜଣେ ବ୍ୟକ୍ତିଙ୍କୁ ତାଙ୍କ ଉପରେ ଆକ୍ରମଣ କରିଥିଲା।
ଗୁରୁତର ଅବସ୍ଥାରେ ପ୍ରସିଦ୍ଧ ଲେଖକ ସଲମାନ ରୁଶଦିଙ୍କର ( Salman Rushdie ) ଚାଲିଛି ଚିକିତ୍ସା। ବର୍ତ୍ତମାନ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି । ଆକ୍ରମଣ ଦ୍ବାରା ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଥିବାବେଳେ ଲିଭର କ୍ଷତିଗ୍ରସ୍ତ ହୋଇଥିବା କୁହାଯାଉଛି । ସେହିପରି ରୁଶଦିଙ୍କ ଗୋଟିଏ ଆଖି ନଷ୍ଟ ହୋଇଥିବା ନେଇ ସନ୍ଦେହ କରାଯାଉଛି ।
ଭାରତୀୟ ବଂଶୋଦ୍ଭବ ସଲମାନ ରୁଶଦି ନିଜ ଲେଖା ପାଇଁ ସାରା ବିଶ୍ୱରେ ପରିଚିତ। ପ୍ରସିଦ୍ଧ ପୁସ୍ତକ ଦି ସାଟାନିକ ଭର୍ସେସ ପୁସ୍ତକ ରଚନା ପରେ ସେ ବାରମ୍ବାର ହତ୍ୟା ଧମକ ପାଇଥିଲେ। ରୁଶଦିଙ୍କ ପୁସ୍ତକ The Satanic Verses କୁ ଇରାନ ୧୯୮୮ ମସିହାରେ ବ୍ୟାନ କରିଥିଲା। ଭାରତୀୟ ବଂଶୋଦ୍ଭବ ବ୍ରିଟିଶ ନାଗରିକ ଗତ ୨୦ ବର୍ଷ ଧରି ଆମେରିକାରେ ରହିଆସୁଛନ୍ତି। ପୁସ୍ତକ ପାଇଁ ୧୯୮୯ରୁ ତାଙ୍କୁ ହତ୍ୟା ଧମକ ମିଳୁଥିଲା।
ଉଲ୍ଲେଖଯୋଗ୍ୟ ଯେ ରୁଶଦି ତାଙ୍କର ଉପନ୍ୟାସ ‘ଦ ସାଟାନିକ୍ ଭର୍ସେସ୍’ ପାଇଁ ବିବାଦୀୟ ହୋଇ ପଡ଼ିଥିଲେ। ଇରାନର ସର୍ବୋଚ୍ଚ ଆଧ୍ୟାତ୍ମିକ ନେତା ଆୟାତୁଲ୍ଲା ରୁହୁଲ୍ଲା ଖୋମିନି ରୁଶ୍ଦିଙ୍କ ବିରୋଧରେ ଫତୱା ଜାରି କରିଥିଲେ। ରୁଶ୍ଦିଙ୍କୁ ଯିଏ ହତ୍ୟା କରିବ ତାକୁ ପ୍ରାୟ ୩ ନିୟୁତ ଡଲାର ପୁରସ୍କାର ଦିଆଯିବ ବୋଲି ଘୋଷଣା କରାଯାଇଥିଲା।