ଆନ୍ଧ୍ର ପ୍ରଦେଶରେ ମନ୍ଦିର ଗୁଡିକ ଉପରେ ଆକ୍ରମଣ ଘଟଣା କମିବାର ନାମ ନେଉ ନାହିଁ । ବିଜୟୱାଡାର ସୀତାରାମ ମନ୍ଦିରରେ ଦେବୀ ସୀତାଙ୍କ ମୂର୍ତି ଭଙ୍ଗା ଯାଇଥିବା ଜଣା ପଡିଛି । ଏହି ମନ୍ଦିର ବିଜୟୱାଡାର ପଣ୍ଡିତ ନେହରୁ ବସ କମ୍ପ୍ଲେକ୍ସରେ ସ୍ଥିତ ।
ଗତ କିଛି ଦିନ ତଳେ ଏହି ପରି ଏହା ହେଉଛି ତୃତୀୟ ଘଟଣା । ଏହା ପୂର୍ବରୁ ବିଜୟନଗରମ ଜିଲ୍ଲାରେ ଏକ ମନ୍ଦିରରେ ବିରାଜମାନ ଥିବା 4 ଶହ ବର୍ଷ ପୁରୁଣା ମୂର୍ତିକୁ ଭଙ୍ଗା ଯାଇଥିଲା । ଏହା ପରେ ରାଜମୁନ୍ଦରୀ ଜିଲ୍ଲାରେ ବିଘ୍ନେଶ୍ବର ମନ୍ଦିରରେ ଭଗବାନ ସୁବ୍ରମଣ୍ୟନ ସ୍ୱାମୀଙ୍କ ମନ୍ଦିର କ୍ଷତିଗ୍ରସ୍ତ କରାଯାଇଥିଲା ।
ଏହି ଘଟଣାକୁ ନେଇ ବିଜେପିର ରାଷ୍ଟ୍ରୀୟ ସଚିବ ସୁନୀଲ ଦେଓଧର ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି । ସେ ତାଙ୍କ ଦଳରେ ଥିବା ହିନ୍ଦୁ ନେତା ମାନଙ୍କୁ ମଧ୍ୟ କାଠଗଡାରେ ଠିଆ କରାଇଛନ୍ତି ।