ଆଫଗାନିସ୍ତାନ ଉପରେ ତାଲିବାନର ଅଧିକାର ହେବାର ଏକ ମାସ ପୂରଣ ହୋଇ ସାରିଲାଣି । ଏହି ଏକ ମାସ ମଧ୍ୟରେ ଆଫଗାନିସ୍ତାନର ସ୍ଥିତି କିପରି ବଦଳିଛି, ଲୋକ ମାନଙ୍କର ଜୀବନ ସ୍ତର ଉପରେ କଣ ପ୍ରଭାବ ପଡିଛିା ଏହି ରିପୋର୍ଟରେ ଆମେ ଏ ସମ୍ପର୍କରେ ଆଲୋଚନା କରିବା ।
ଆନ୍ତର୍ଜାତିକ ମିଡିଆ ରିପୋର୍ଟ ଅନୁସାରେ ଆଫଗାନିସ୍ତାନରେ ତାଲିବାନର ଶାସନ ଆସିବା ପରେ ସେଠାକାର ଲୋକ ମାନଙ୍କର ଜୀବନ ଦୁର୍ବିସହ ହୋଇ ପଡିଛି । ଅର୍ଥାଭାବରୁ ଲୋକ ମାନେ ସେଠାରେ ଦୁଇ ଓଳି ଖାଇବା ପାଇଁ ସଂଘର୍ଷ କରିବାକୁ ଆରମ୍ଭ କଲେଣି । ସେମାନେ ଏବେ ନିଜ ଘରର ଜିନିଷ ଗୁଡିକୁ ଶାଗ ମାଛ ଦରରେ ବିକ୍ରୀ କରୁଛନ୍ତି ।
ଆଫଗାନିସ୍ତାନରେ ଏପରି ଲୋକ ମାନେ ମଧ୍ୟ ଅଛନ୍ତି ଯେଉଁ ମାନେ ଦେଶ ଛାଡି ବାହାରକୁ ଯିବା ପାଇଁ ଅର୍ଥ ସଂଗ୍ରହ କରିବାରେ ଲାଗଛନ୍ତି । ସ୍ଥିତି ଏପରି ହୋଇଛି ଯେ କାବୁଲରେ ଏକ ଲକ୍ଷ ର ଘରୋଇ ଜିନିଷ ଏବେ ୨୦ ହଜାର ଆଫଗାନୀରେ ବିକ୍ରି ହେଉଛି ।
ଗତ ଏକ ମାସରେ ଆଫଗାନିସ୍ତାନରେ ଦରଦାମ ବୃଦ୍ଧି ଚରମରେ ପହଂଚିଛି । ଖାଇବା ପିଇବା ଜିନିଷର ମୂଲ୍ୟ ଆକାଶ ଛୁଆଁ ହୋଇଛି । ଗୋଟିଏ ପାଣି ବୋତଲ ପାଇଁ ୪୦ ଡଲାର ଅର୍ଥାତ ପାଖାପାଖି ୩ ହଜାର ଟଙ୍କା ଓ ଗୋଟିଏ ପ୍ଲେଟ ଭାତ ପାଇଁ ପାଇଁ ପାଖାପାଖି ସାଢେ ସାତ ହଜାର ଟଙ୍କା ଦେବାକୁ ପଡୁଛି ।
ଲୋକ ମାନେ ନିଜର ଓ ପିଲା ମାନଙ୍କର କ୍ଷୁଧା ମେଂଟାଇବା ପାଇଁ ଘରର ଜିନିଷକୁ ଅତି କମ ମୂଲ୍ୟରେ ବିକ୍ରୀ କରୁଛନ୍ତିା ୨୫ ହଜାର ଟଙ୍କାର ଫ୍ରିଜ ୫ ହଜାରରେ ବିକ୍ରୀ ହେଉଛି । ରୋଜଗାର ଶେଷ ହୋଇ ସାରିଛି । ଉଚ୍ଚ ଶିକ୍ଷା ପ୍ରାପ୍ତ ଲୋକ ଓ ପୋଲିସକର୍ମୀ ମାନେ ବଜାରରେ କାମ କରୁଛନ୍ତିା
ମହିଳା ମାନଙ୍କୁ କାମ କରିବାକୁ ଯିବାରୁ ରୋକା ଯାଉଛି । ବିରୋଧ କଲେ ତାଙ୍କ ସହ ମାରପିଟ କରା ଯାଉଛି ।
ଆଫଗାନିସ୍ତାନରେ ସଂଗୀତ ଉପରେ କଟକଣା ଲଗାଇ ଦିଆ ଯାଇଛି । କନ୍ଧାର ରେଡିଓ ଷ୍ଟେସନକୁ ଏ ସମ୍ପର୍କରେ ଏକ ଗାଇଡଲାଇନ ତାଲିବାନ ଦ୍ୱାରା ଦିଆ ଯାଇଛି ।
ଆଫଗାନିସ୍ତାନରେ ଇସଲାମୀ ସାଂସ୍କୃତିକ କାର୍ଯ୍ୟକ୍ରମ ବ୍ୟତୀକ ଅନ୍ୟ କୌଣସି ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ସମ୍ପୂର୍ଣ ରୂପେ କଟକଣା ଲଗାଇ ଦିଆ ଯାଇଛି । ମହିଳା ମାନଙ୍କ ପାଇଁ ବୁର୍କାକୁ ବାଧ୍ୟତାମୂଳକ କରା ଯାଇଥିବା ବେଳେ ପୁରୁଷ ମାନଙ୍କ ପାଇଁ ଜିନ୍ସ ପରିବର୍ତେ ପାରମ୍ପାରିକ କୁର୍ତା ସଲବାର ପିନ୍ଧିବାକୁ କୁହା ଯାଇଛି
ତାଲିବାନ ଶାସନରେ ମହିଳା ମାନଙ୍କୁ ରାଜନୀତିରେ କୌଣସି ସ୍ଥାନ ମିଳି ନାହିଁ । ସେମାନଙ୍କର ରୋଜଗାର ଛଡାଇ ନିଆ ଯାଇଛି । ମହିଳା ମାନେ ପୁରୁଷଙ୍କ ସହ କାମ କରି ପାରିବେ ନାହିଁ ବୋଲି ତାଲିବାନ ସ୍ପଷ୍ଟ କରି ଦେଇଛି । ତେଣୁ ମହିଳା ମାନେ ବ୍ୟାଙ୍କ, ସରକାରୀ କାର୍ଯ୍ୟାଳୟ. ମିଡିଆ ଭଳି ଅନ୍ୟ ସ୍ଥାନରେ କାମ କରି ପାରିବେ ନାହିଁ ।
ଆଫଗାନିସ୍ତାନରେ ତାଲିବାନ ସରକାର ବିରୁଦ୍ଧରେ ବିକ୍ଷୋଭର ଅନୁମତି ଦିଆ ଯାଇ ନାହିାଁ ତାଲିବାନ କହିଛି ଯେ ଯଦି କେହି ଅନ୍ୟ ପ୍ରସଙ୍ଗରେ ବିକ୍ଷୋଭ କରିବାକୁ ଚାହିଁବ ତେବେ ତାକୁ ପ୍ରଥମେ ନ୍ୟାୟ ମନ୍ତ୍ରଣାଳୟର ଅନୁମତି ନେବାକୁ ପଡିବ । ସେମାନେ ବିକ୍ଷୋଭ ସମୟରେ କଣ ସ୍ଲୋଗାନ ଦେବେ ଓ କଣ କହିବେ ସେ ସମ୍ପର୍କରେ ତାଲିବାନକୁ ପୂର୍ବରୁ ଲିଖିତ ଭାବେ ଦେବାକୁ ପଡିବ ।
କାବୁଲ ସମେତ ଆଫଗାନିସ୍ତାନର ଅନ୍ୟ ସ୍ଥାନ ଗୁଡିକ ଉପରେ ତାଲିବାନର କବଜା ହୋଇ ସାରିବା ପରେ ତେଲ କମ୍ପାନୀ ମାନେ ମନମାନୀ ଆରମ୍ଭ କରି ଦେଇଛନ୍ତି । ଗତ ଏକ ସପ୍ତାହ ମଧ୍ୟରେ ତୈଳ ଇନ୍ଧନର ମୂଲ୍ୟ ଖୁବ ବଢିଛି ।