The Independence:Sri-Mandir-Shri-Jagannath-Temple-Puri-Seva

 ଗଙ୍ଗବଂଶୀ ରାଜା ଚୋଡ଼ଗଙ୍ଗ ଦେବ ବର୍ତ୍ତମାନର ଜଗନ୍ନାଥ ମନ୍ଦିର ନିର୍ମାଣ କାର‌୍ୟ୍ୟ ଆରମ୍ଭ କରିଥିଲେ ଯାହା ତୃତୀୟ ଅନଙ୍ଗଭୀମ ଦେବ (ଖ୍ରୀ ୧୨୧୧ରୁ ୧୨୩୮)ଙ୍କ ସମୟରେ ସମାପ୍ତ ହୋଇଥିଲା। ଅନଙ୍ଗଭୀମ ସେବା କାର‌୍ୟ୍ୟରେ ସଂସ୍କାର ଆଣି ଛତିଶା ନିଯୋଗ (୩୬ ସେବା) ପ୍ରବର୍ତ୍ତନ କରିଥିଲେ। ଉତ୍କଳ ଇତିହାସର ଅଜ୍ଞାତ ଅଧ୍ୟାୟ ପୁସ୍ତକରେ ଲେଖକ ଚକ୍ରଧର ମହାପାତ୍ର ୩୬ ସେବାର ବିସ୍ତାର ବର୍ଣ୍ଣନା କରିଛନ୍ତି। କାଳକ୍ରମେ ଛତିଶା ନିଯୋଗର ବର୍ଗୀକରଣ ବୃଦ୍ଧି ପାଇଲା। 

ସୂର‌୍ୟ୍ୟବଂଶ ଓ ଭୋଇବଂଶ ଶାସନ କାଳରେ ଶ୍ରୀମନ୍ଦିରରେ ସେବା ଓ ସେବକଙ୍କ ସଂଖ୍ୟା ସଂପ୍ରସାରିତ ହେଲା। ଭୋଇ ଶାସନ ବେଳେ ଶ୍ରୀମନ୍ଦିରରେ ୯୮ ପ୍ରକାର ସେବା ଥିବା ଜଣାଯାଏ। ୧୮୦୫ ମସିହାରେ ପୁରୀ ଜିଲ୍ଲାପାଳ ପ୍ରଦେଶ ଆୟୁକ୍ତ ଥୋମାସ୍ ଫେରଟେସ୍କ୍ୟୁଙ୍କୁ ଯେଉଁ ରିପୋର୍ଟ ଦେଇଥିଲେ ସେଥିରେ ପୁରୀ ମନ୍ଦିରର ୨୪୮ ସେବକଙ୍କ ନାମ ଉଲ୍ଲେଖ ଥିଲା।ଗଜପତିଙ୍କ ହାତରୁ ଶ୍ରୀମନ୍ଦିର ପରିଚାଳନା ଦାୟିତ୍ଵ ସରକାରଙ୍କ ହାତକୁ ଆସିବା ପରେ ଶ୍ରୀମନ୍ଦିର ପ୍ରଶାସନ ଆଇନ ୧୯୫୨ ପ୍ରଣୟନ କରାଗଲା। ୧୯୫୪ରେ ଉକ୍ତ ଆଇନର ସ୍ୱତ୍ତ୍ୱଲିପିରେ ୧୧୯ ପ୍ରକାର ସେବାର ବିବରଣୀ ରହିଲା। ୧୯୮୮ରେ ‘ବେହେରା କରଣ ସେବା’କୁ ସାମିଲ କରିବା ପରେ ଏହି ସଂଖ୍ୟା ଏବେ ୧୨୦ରେ ପହଞ୍ଚିଛି।

ତେବେ ଏହି ୧୨୦ ସେବାରୁ ୨୦ଟି ସେବା ଶ୍ରୀମନ୍ଦିର ଦୈନନ୍ଦିର କାର‌୍ୟ୍ୟକ୍ରମରୁ ବାଦ ପଡ଼ିଛି। ୧୫ଟି ସମ୍ପୂର୍ଣ୍ଣ ବିଲୁପ୍ତ ହୋଇଯାଇଥିବା ବେଳେ ୫ଟି ଆଂଶିକ ବନ୍ଦ ରହିଛି। ସାମାନ୍ୟ ଖେଇ ପାଇଁ ପାରିବାରିକ ସଂକଟ, ଅଦାଲତ ରାୟ, ପ୍ରଶାସନିକ ନିଷ୍ପତ୍ତି, ଅନାବଶ୍ୟକ, ସଂସ୍କାର, ଅନାଗ୍ରହ ବା ନିଯୋଗ ବଂଶରେ ଉତ୍ତରାଧିକାରୀ ନ ରହିବା କାରଣରୁ ଏହି ସବୁ ସେବା କ୍ରମଶଃ ସତ୍ତା ହରାଇଛନ୍ତି।

ବିଲୁପ୍ତ ସେବାଗୁଡ଼ିକ ହେଲା-

୧. ଖଟୁଳି ସେବା: ଏହି ସେବକ ବଲ୍ଲଭ ପୂଜା ବେଳେ ଅଣସର ପିଣ୍ଡିରେ ପହିଲି ଭୋଗରେ ଖଟୁଳି ପକାଉଥିଲେ। ସ୍ୱତ୍ତ୍ୱଲିପିରେ ଏହି ସେବା ନିରଂଶ ଥିବା ଜଣାଯାଏ।

୨. ପାଇକ ସେବା: ୧୯୫୪ ଶ୍ରୀମନ୍ଦିର ସ୍ୱତ୍ତ୍ୱଲିପିରେ ୩୬ ଜଣ ପାଇକଙ୍କ ନାମ ଉଲ୍ଲେଖ ଅଛି। ଗତ ଶତାବ୍ଦୀର ୬୦ ଦଶକରୁ ଏହି ସେବା ବନ୍ଦ ଅଛି। ପାଇକଙ୍କ କାର‌୍ୟ୍ୟ ମନ୍ଦିର ପୁଲିସ ଓ ପରିମଳ କର୍ମଚାରୀ କରୁଛନ୍ତି।

୩. ଗୀତଗୋବିନ୍ଦ ସେବା: ସେବକ ନିରଂଶ ହେତୁ ୧୯୫୪ ପୂର୍ବରୁ ଏହି ସେବା ବନ୍ଦ ହୋଇଛି। ମଝିରେ କିଛି କାଳ ରାଘବଦାସ ଓ ଜଗନ୍ନାଥ ବଲ୍ଲଭ ମଠ ପକ୍ଷରୁ ଏହି ସେବା ପ୍ରଦାନ କରାଯାଉଥିଲେ ହେଁ ସଂପ୍ରତି ବନ୍ଦ ରହିଛି।

୪. ପରିଚ୍ଛା ସେବା: ରାଜା ଶାସନ ସମୟରେ ରାଜଗୁରୁମାନେ ମନ୍ଦିର ପରିଚ୍ଛା ଥିଲେ ଓ ଦେବଦାସୀ ସେବିକାଙ୍କ ଆଗରେ ସୁନାବେତ ଧରି ପଟୁଆର କରୁଥିଲେ। ବହୁକାଳରୁ ଏ ସେବା ବନ୍ଦ ହୋଇଯାଇଛି।

୫. ବୀଣାକାର ସେବା: ୧୯୫୦ ମସିହାରୁ ଏହି ସେବା ବନ୍ଦ ଅଛି।

୬. ସୁଆର ନିଯୋଗ ନାୟକ ସେବା: ୧୮୭୦ ମସିହାରେ ଅଦାଲତ ରାୟ ଦ୍ୱାରା ଏହି ସେବା ଉଚ୍ଛେଦ ହୋଇ ସୁଆର ମହାସୁଆର ସେବାରେ ଲୀନ ହୋଇଯାଇଛି।

୭. ପନିକିପଟା ସେବା: ୧୯୫୪ ସ୍ୱତ୍ତ୍ୱଲିପି ଉଲ୍ଲେଖ ବେଳେ ଏ ନିଯୋଗ ବନ୍ଦ ଥିବା ଜଣାଯାଇଥିଲା।

୮. ଭିତର ଗାଆଣ ଦେବଦାସୀ ସେବା: ୧୯୯୩ରେ କୋକିଳ ପ୍ରଭା ଦେବଦାସୀଙ୍କ ମୃତ୍ୟୁ ପରେ ଏହି ସେବା ବନ୍ଦ ହୋଇଛି।

୯. ସଂପ୍ରଦା ନିଯୋଗ: ଏହି ସେବା ବହୁ ବର୍ଷରୁ ବନ୍ଦ ଅଛି। ବାହାର ଗାଆଣୀ ଦେବଦାସୀ ସେବିକା ଶଶିମଣି ଏଥିରୁ ଅଳ୍ପ କିଛି ସେବା କରୁଥିଲେ। ୨୦୧୫ରେ ତାଙ୍କ ମୃତ୍ୟୁ ପରେ ଏହି ସେବା ସହ ବାହାର ଗାଆଣୀ ମଧ୍ୟ ବନ୍ଦ ହୋଇଯାଇଛି।

୧୦. ମାଦେଳି ସେବା: ୧୯୫୨ ପୂର୍ବରୁ ଏହି ସେବା ନିଶ୍ଚିହ୍ନ ହୋଇଛି।

୧୧. ପତରବନ୍ଧା ସେବା: ସ୍ୱତ୍ତ୍ୱଲିପି ଅନୁସାରେ ଏହି ସେବା ପାଇଁ କୌଣସି ସେବକଙ୍କ ନାମ ଉଲ୍ଲେଖ ନାହିଁ।

୧୨. ଜୈୟନ୍ତ୍ରୀ ବାଦ୍ୟକାର ସେବା: ଏହି ସେବା ଆଂଶିକ ବଳବତ୍ତର ରହିଛି। ମହୁରୀ, ଢୋଲକି ଓ ୪ ଝାଞ୍ଜ ବାଦ୍ୟଯନ୍ତ୍ର ସେବକଙ୍କ ଅନୁପସ୍ଥିତି ସତ୍ତ୍ୱେ କେବଳ ଘଷାବାଦ୍ୟରେ ଏହି ସେବା ଚାଲିଛି।

୧୩. କଳାବେଠିଆ ସେବା: ରଥ ଦକ୍ଷିଣି ମୋଡ଼ ଓ ଛାମୁଣ୍ଡିଆ ନିର୍ମାଣ ସମୟରେ ଏହି ସେବକଙ୍କ ଲୋଡ଼ା ପଡ଼େ। ବହୁବର୍ଷ ଧରି ସେମାନେ କାର‌୍ୟ୍ୟରୁ ବିରତ ଅଛନ୍ତି। ସେମାନଙ୍କ କାର‌୍ୟ୍ୟ ପୁଲିସ ଓ ଭୋଇ ସେବକ ଆଦି କରୁଛନ୍ତି।

୧୪. ଶଙ୍ଖୁଆ ସେବା: ଦେଶ ସ୍ୱାଧୀନ ହେବାର କିଛି ବର୍ଷ ଆଗରୁ ଏ ସେବା ବନ୍ଦ ରହିଛି।

୧୫. କୁମ୍ଭାର ବିଶୋଇ: ଏମାନଙ୍କ କାର‌୍ୟ୍ୟ ହାଣ୍ଡି କୁଡ଼ୁଆ ନିର୍ମାଣ। ୧୯୮୮ ମସିହାରେ ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ଅନୁସାରେ ଏହି ସେବା ବନ୍ଦ କରାଯାଇଛି।

୧୬. ବାଣୁଆ ସେବା: ଶ୍ରୀମନ୍ଦିର ଉତ୍ସବ ସମୟରେ ବାଣ ଯୋଗାଇବା ଏହି ସେବକଙ୍କ ଦାୟିତ୍ୱ। ଶେଷ ସେବକ ଅନନ୍ତ ଜେନାଙ୍କ ମୃତ୍ୟୁ ପରଠାରୁ ଏହା ବନ୍ଦ ରହିଛି।

୧୭. ମହାପ୍ରଶସ୍ତ ସେବା: ଏହି ସେବକଙ୍କୁ ମାପ ସାଇତାକରଣ କୁହାଯାଏ। ଖେଇବଣ୍ଟାକୁ ନେଇ ବିବାଦ ଉପୁଜିବାରୁ ୧୯୨୫ରୁ ଏହି ସେବା ବନ୍ଦ ରହିଛି।

୧୮. କୋଠ କରଣ ସେବା: ଦୀର୍ଘ ବର୍ଷ ଧରି ଏହି ସେବା ବନ୍ଦ ରହିଛି।

୧୯. ଚର୍ଚ୍ଚାଇତ କରଣ ସେବା: ବିଗତ ଶତାବ୍ଦୀ ପ୍ରଥମାର୍ଦ୍ଧରେ ଏହି ସେବବକ ଜଗନ୍ନାଥ ମହାନ୍ତି ନିସନ୍ତାନ ଥିବାରୁ ସେବେଠାରୁ ସେବା ବନ୍ଦ ହୋଇଯାଇଛି।

୨୦. ଦଉଡ଼ିବଳା ସେବା: ରଥଯାତ୍ରା ପାଇଁ ଦଉଡ଼ି ବଜାରରୁ କିଣିବା ଲାଗି ପ୍ରଶାସନର ନିଷ୍ପତ୍ତି ପରେ ଏହି ଦଉଡ଼ିବଳା ସେବା ବନ୍ଦ ରହିଛି।

Author Image

Independence News

Recent Posts

The Independence:Zameen-Jihad-Tamil-Nadu-Waqf-Board-claims-ownership-of-a-Hindu-majority-village-registrar-asks-villagers-to-obtain-NOC-from-the-board-to-sell-their-own-land

Zameen Jihad: ତାମିଲନାଡୁରେ ଏକ ହିନ୍ଦୁ ବହୁଳ ଗାଁ ଓ ମନ୍ଦିରର ସମ୍ପତିକୁ ନିଜର ବୋଲି ଦାବି କଲା ଓାକଫ ବୋର୍ଡ

The Independence:Dawood-Ibrahim-Return-Mumbai-Gangster

ଫେରୁଛି ଦାଉଦର ଦାଦାଗିରି

The Independence:S-Jaishankar-embarks-South-America-Latin-America

ଲାଟିନ ଆମେରିକାରେ ଜୟଶଙ୍କର

The Independence:INS-Vikrant-Indias-First-Indigenous-Aircraft-Carrier

ବିମାନବାହୀ ଯୁଦ୍ଧପୋତ: ବିରାଟରୁ ବିକ୍ରାନ୍ତ

The Independence:ED-CBI-In-Corruption

ବଢୁଛି ଇଡିର ଶିଢି

The Independence:Britain-Slogan-Get-Out-Pakistani

ବ୍ରିଟେନରେ ‘ଗେଟ୍ ଆଉଟ ପାକିସ୍ଥାନୀ’

The Independence:Modi-Tops-Global-Leader-World-Ranking

ଲୋକପ୍ରିୟ ନେତୃତ୍ୱ ଶୀର୍ଷରେ ମୋଦି

The Independence:Pakistan-Agenda-on-Akshardeep-Singh-Pakistan-India-Cricket-Match

ଆଇଏସଆଇର ଇନଫର୍ମେସନ ଜିହାଦ

The Independence:Odisha-Flood-2022-Mismanagement-Man-made

ବନ୍ୟାକୁ ରୋକାଯାଇ ପାରିନଥାନ୍ତା କି?

The Independence:Conversion-of-Mizoram-North-East-to-Christianity

ମିଜୋରାମରେ ସଂସ୍କୃତି ସମ୍ପନ୍ନ ଅଧିବାସିମାନଙ୍କୁ କେମିତି କରାଗଲା ଖ୍ରୀଷ୍ଟିଆନ ? ପଢନ୍ତୁ ଜାଣିବେ

The Independence:Boycott-Bollywood-Independence-News-Lal-Singh-Chhaddha

ସଙ୍କଟରେ ବଲିଉଡ

The Independence:Al-Shabbab-militants-in-Africa

ଆଫ୍ରିକାର ଚିନ୍ତା ଅଲ୍‌-ଶବାବ

The Independence:INS-VIKRANT-TO-BE-INDUCTED-IN-INDIAN-NAVY

ଆଇଏନଏସ ବିକ୍ରାନ୍ତ ସାମିଲ ହେବା ଯୋଗୁ ବହୁଗୁଣିତ ହେବ ଭାରତୀୟ ନୌସେନାର କ୍ଷମତା

The Independence:jammu-kashmir-high-court-reopens-2003-nadimarg-hindu-massacre-24-kashmiri-pandits-killed-by-terrorists-in-200

ଜାଣନ୍ତୁ କଣ ଥିଲା 2003ର ନଦୀମର୍ଗ କାଶ୍ମୀରୀ ହିନ୍ଦୁ ନରସଂହାର, ଯେତେବେଳେ 24 ହିନ୍ଦୁଙ୍କୁ ହତ୍ୟା କରାଯାଇଥିଲା

The Independence:Nitish-Kumars-appeasement-reaches-its-peak

ଅଣହିନ୍ଦୁଙ୍କ ପ୍ରବେଶ ମନା ଥିବା ମନ୍ଦିରରେ ନୀତିଶ ତାଙ୍କ ମୁସଲମାନ ମନ୍ତ୍ରୀଙ୍କୁ ପ୍ରବେଶ କରାଇଲେ

The Independence:Village-culture

ଗାଁରେ ଅପସଂସ୍କୃତିର ଅନୁପ୍ରବେଶ

The Independence:Lesson-from-Direct-Action-Day

ଡାଇରେକ୍ଟ ଆକ୍ସନ ଡେ’ ରୁ ଶିକ୍ଷା

The Independence:terror-funding-delhi-mohammad-yaseen-arrested-delhi-jammu-kashmir-terrorists

ଆତଙ୍କବାଦୀଙ୍କ ପାଇଁ ଫଣ୍ଡ ମ୍ୟାନେଜ କରୁଥିଲା କପଡା ବ୍ୟବସାୟୀ ମୋହମ୍ମଦ ୟାସିନ, ଦିଲ୍ଲୀରୁ ଧରା ପଡିଲା

The Independence:Conspirators-against-India

ଭାରତ ବିରୋଧୀ ଷଡଯନ୍ତ୍ରକାରୀ

The Independence:Rights-of-Transgenders

ସେମାନଙ୍କର ମଧ୍ୟ ସମାନ ଅଧିକାର

The Independence:Drug-addiction-society-and-development

ନିଶା, ସମାଜ ଏବଂ ବିକାଶ

The Independence:krk-slams-arjun-kapoor-bollywood-film-boycott

‘ଯେଉଁ ଆକ୍ଟରର ଫିଲ୍ମକୁ କୁକୁର ଦେଖିବାକୁ ଯାଏ ନାହିଁ ତାକୁ କିଏ ବା କାହିଁକି କରିବ ବୟକଟ’ ଅର୍ଜୁନ କପୁରଙ୍କୁ କହିଲେ କେଆରକେ

The Independence:the-satanic-verses-salman-rushdie-sales-incresead-similar-happened-in-india-after-ban

ପୁସ୍ତକ ସାଟାନିକ ଭର୍ସେସର ବିକ୍ରୀରେ ଭାରୀ ବୃଦ୍ଧି, ସଲମାନ ରୁସଦୀଙ୍କ ଉପରେ ହୋଇଛି ଆକ୍ରମଣ

The Independence:hristian-principal-refuses-to-salute-the-tricolor-says-we-will-only-salute-our-god

‘ମୁଁ ଖ୍ରୀଷ୍ଟିଆନ, ତେଣୁ ଜାତୀୟ ପତାକାକୁ କରିବି ନାହିଁ ସାଲ୍ୟୁଟ.. ’ :ସ୍ବାଧୀନତା ଦିବସରେ ସରକାରୀ ସ୍କୁଲର ଖ୍ରିଷ୍ଟିଆନ ପ୍ରଧାନ ଶିକ୍ଷିକା କହିଲେ

The Independence:ihar-politics-72-percent-ministers-in-cm-nitish-mahagathbandhan-government-tainted-serious-criminal-cases-registered-against-17-

ସୁଶାସନ ବାବୁ ନୀତିଶଙ୍କ ନୂଆ ମନ୍ତ୍ରିମଣ୍ଡଳରେ ଭରପୁର ଦାଗୀ ମନ୍ତ୍ରୀ ,ମନ୍ତ୍ରିମଣ୍ଡଳର 72 ପ୍ରତିଶତ ସଦସ୍ୟ ଦାଗୀ