ବେଆଇନ ଡ୍ରଗସ ସେବନ ଓ ପାଖରେ ବେଆଇନ ଡ୍ରଗସ ରଖିବା ଅପରାଧରେ ଏବେ ଗୋଟିଏ ଦିନ ଜେଲରେ ଅଛନ୍ତି ବଲିଉଡର କିଙ୍ଗ ଖାନ ଶାହାରୁଖ ଖାନଙ୍କ ନିଶାଡି ପୁଅ ଆର୍ଯ୍ୟାନ ଖାନ ନାକ୍ରୋଟିକସ କଂଟ୍ରୋଲ ବ୍ୟୁରୋର ଏକ ଗୁଇନ୍ଦା ଅପରେସନରେ ଆର୍ଯ୍ୟାନ ସମେତ ଆହୁରି ୮ ଜଣ ଗିରଫ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଜେଲ ପଠାଯାଇଥିବା ବେଳେ ଆଉ ୫ଜଣଙ୍କୁ ପୋଲିସ ପଚରା ଉଚରା କରୁଛି ।
ବଲିଉଡର ଜଣାଶୁଣା ଫିଲ୍ଲ ଅଭିନେତା ସୁନୀଲ ସେଟ୍ଟି୨୩ ବର୍ଷର ଆର୍ଯ୍ୟାନ ଖାନକୁ ଛୁଆ ବୋଲି କହି ଏବେ ଟ୍ୱିଟରରେ ଟ୍ରୋଲ ହେଉଛନ୍ତି । ସୁନିଲ ସେଟ୍ଟି ଯିଏ କହିଛନ୍ତି ଯେ ତଦନ୍ତ ସରିବା ପର୍ଯ୍ୟନ୍ତ ଅପେକ୍ଷା କରାଯାଉ । ଆର୍ଯ୍ୟାନ ଏବେ ଛୋଟ ପିଲା । ତାର ଦାୟୀତ୍ୱ ଆମର ।
ଲୋକେ ପ୍ରତିକ୍ରିୟାରେ କହିଛନ୍ତି ଅଲିମ୍ପିକସରେ ସ୍ୱର୍ଣ୍ଣ ପଦକ ପାଇଥିବା ନିରଜ ଚୋପ୍ରାଙ୍କର ବୟସ ମଧ୍ୟ ୨୩ ବର୍ଷ । ହେଲେ ସେ ଏବେ ଦେଶ ପାଇଁ ବିଶ୍ୱରେ ନାଁ କମାଇଛନ୍ତି ।
ଆଉ ଜଣେ କହିଛନ୍ତି ଯେ ୨୩ ବର୍ଷରେ ପିଲାମାନେ ସ୍ନାତକ ସାରି ଚାକିରି କରନ୍ତି, କଲେକ୍ଟର ହୋଇ ଜିଲ୍ଲା ସମ୍ଭାଳନ୍ତି । ହେଲେ ଶାହାରୁଖଙ୍କ ପୁଅ କିନ୍ତୁ ଛୋଟ ଛୁଆ ।
ଆଉ ଜଣେ କହିଛନ୍ତି ଯେ ତାଙ୍କ ପୁଅର ବୟସ ୨୩ ବର୍ଷ । ସେ ଏବେ ଚାକିରି କରୁଛି । ସୁନିଲ ସେଟ୍ଟିଙ୍କ କହିବା ଅନୁସାରେ ତାହେଲେ ସେ କଣ ବାଳ ଶ୍ରମିକ କି ? ସେ କାମ କରୁଥିବା କମ୍ପାନୀ ଏବେ ଚିନ୍ତାରେ ।