ତାମିଲନାଡୁର ତିରୁପୁର ପୋଲିସ ଜଣେ ଖ୍ରୀଷ୍ଟିଆନ ପାଷ୍ଟର ନାବାଳିକାଙ୍କୁ ଯୌନ ଶୋଷଣ ଅଭିଯୋଗରେ ପୋକ୍ସୋ ଆକ୍ଟରେ ଗିରଫ କରିଛି । ଏକ ଘରୋଇ ହଷ୍ଟେଲରେ ଜଣେ ନାବାଳିକାଙ୍କ ସମେତ ଆଉ କିଛି ଯୁବତୀଙ୍କ ଉପରେ ମଧ୍ୟ ସେହି ଖ୍ରୀଷ୍ଟିଆନ ପାଷ୍ଟର ଜଣଙ୍କ ଯୌନ ଶୋଷଣ କରିଛନ୍ତି । ତାଙ୍କର ନାଁ ହେଉଛି ଫାଦର ଆର୍ଣ୍ଡିଉଜ । ସେ ତିରୁପୁର ଜିଲ୍ଲାର କୋନାପୁତିରେ ଏକ ଛାତ୍ରୀ ନିବାସ ଚଲାଉଥିଲେ ।
ଛାତ୍ରୀ ଜଣଙ୍କ ଛୁଟିରେ ଘରକୁ ଯାଇ ଆଉ ଫେରିବା ପାଇଁ ରାଜି ହୋଇନଥିଲେ । ବାପା ମା ଏନେଇ ବାରମ୍ବାର ପଚାରିବାରୁ ଝିଅଟି ସବୁ କଥା କହିଥିଲା । ଡିସେମ୍ବର ୧୫ରେ ଫାଦର ଆର୍ଣ୍ଡିଉଜ ତାସହିତ ଅସଦାଚରଣ କରିବା ସହିତ ଜବରଦସ୍ତି ବଳାତ୍କାର କରିଥିଲା ।
ଝିଅର ପିତାମାତା ଏନେଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ସେହି ଖ୍ରୀଷ୍ଟିଆନ ପାଦ୍ରୀ ବିରୋଧରେ ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରିଛି ।
ତାମିଲନାଡୁର ତିରୁପୁର ଅଂଚଳରେ ଅନେକ ଗରିବ ଝିଅମାନଙ୍କୁ ଆଣି ପାଠ ପଢାଇବା ବାହାନାରେ ଖ୍ରୀଷ୍ଟିଆନ ଧର୍ମରେ ପରିବର୍ତନ କରାଯିବା ସହିତ ଅନେକ ସମୟରେ ସେମାନଙ୍କ ଉପରେ ଯୌନ ଅତ୍ୟାଚାରର ଖବର ଆସୁଛି ।