The Independence:Taliban-Dangerous-For-World

 ୨୦ ବର୍ଷ ପରେ ଆଫଗାନିସ୍ତାନ ପୁଣି ଥରେ ମାନବିକତା ବିରୋଧୀ ଶକ୍ତିଙ୍କ ହାତକୁ ଚାଲିଯାଇଛି । ଏବେ ଆଫଗାନର ଲୋକମାନଙ୍କର ଭାଗ୍ୟ ଏବେ ଏକ ମଧ୍ୟଯୁଗୀୟ, ଅସଭ୍ୟ, ବର୍ବର ଓ କ୍ରୁର ଆତଙ୍କ ସଙ୍ଗଠନ ହାତରେ ।

ଏବେ ଯେଉଁ ପରିସ୍ଥିତି ଆଫଗାନିସ୍ତାନ ( Afghanistan ) ରେ ତାଲିବାନ ପାଇଁ ସୃଷ୍ଟି ହେବ ତାହା କେବଳ ଆଫଗାନର ଲୋକମାନଙ୍କୁ ପ୍ରଭାବିତ କରିବ ତାହା ନୁହେଁ ବଂର ବିଶ୍ୱର ଅନେକ ଦେଶରେ ଏବେ ଏହିଭଳି ସମଭାବାପନ୍ନ ଧାର୍ମୀକ ଆତଙ୍କି ( Terrorism ) ସଙ୍ଗଠନମାନଙ୍କର ପ୍ରଭାବ ବଢିବ । କାରଣ ଅନେକ ଦେଶରେ ଏବେବି ଅନେକ ଜେହାଦ ( Jihad ) ଆତଙ୍କବାଦର ମାନସିକତା ବହନ କରୁଥିବା ସଙ୍ଗଠନମାନ ଅଛନ୍ତି । ଯେପରିକି ଅଲକାଏଦା ( Al Qaeda ), ବୋକହାରାମ ( Boko Haram ), ଇସଲାମିକ ଷ୍ଟେଟ ( Islamic State ), ହରକତ ଉଲ ମୁଜାହିଦ୍ଦିନ ( Harkat-ul-Mujahideen ), ଜାମିଆତ ଉଲ ମୁଜହିଦ୍ଦିନ ( Jamaat-ul-Mujahideen Bangladesh ), ହରକତ ଉଲ ହେହାଦ ଅଲ ଇସଲାମି ( Harkat-ul-Jihad al-Islami Pakistan ), ଆଇଏସଆଇଏସ ( ISIS ) ଭଳି କୁଖ୍ୟାତ ସଙ୍ଗଠନମାନେ ଭିନ୍ନ ଭିନ୍ନ ଦେଶରେ ସକ୍ରିୟ ଅଛନ୍ତି । ବର୍ତମାନ ବିଜୟର ଉଲ୍ଲାସରେ ମତୁଆଲା ତାଲିବାନ ଯଦି ଏହି ସଙ୍ଗଠନମାନଙ୍କର ନେତୃତ୍ୱ ନେବ ବନ୍ଧୁତା ବଢାଇବ ତାହେଲେ ବିଶ୍ୱ ପାଇଁ ନିଶ୍ଚୟ ଏକ ବଡ ବିପଦ ଘନେଇବ । ଭାରତ ପାଇଁ ମଧ୍ୟ ଏବେ ବିପଦ ଆସନ୍ନ ବୋଲି କୁହାଯାଇପାରେ । କାରଣ ଭାରତ ହିଁ ଥିଲା ଆଫଗାନିସ୍ତାନ ନିର୍ମାଣରେ ଏକ ବଡ ସାହାଯ୍ୟକାରି ଦେଶ । ଆଫଗାନର ସଂସଦ ଭବନ ( Afghanistan National Assembly ) ନିର୍ମାଣ ଭଳି ଅନେକ ବିକାଶ ମୂଳକ କାମ ଭାରତ ସେଠାରେ କରିଛି । ବର୍ତମାନ ତାଲିବାନ ଆଖିରେ ଭାରତ ହେଉଛି ଆଫଗାନିସ୍ତାନର ପୁର୍ବ ସରକାରଙ୍କର ବନ୍ଧୁ । ଏପଟେ ବିଶ୍ୱରେ ଆତଙ୍କବାଦ ପାଇଁ ସବୁଠାରୁ ବେଶି ବଦନାମ ହୋଇଥିବା ପାକିସ୍ତାନ ହେଉଛି ତାଲିବାନର ପୃଷ୍ଠପୋଷକ । ସମ୍ମୁଖ ଯୁଦ୍ଧରେ ବାରମ୍ବାର ପରାଜିତ ଓ ନିଜର ଆତଙ୍କବାଦୀ ସଙ୍ଗଠନମାନେ ଅକ୍ଷମ ହେବା କାରଣରୁ ପାକିସ୍ତାନ ପାଇଁ ଏବେ ଭାରତ ବିରୋଧୀ କାର୍ଯ୍ୟକଳାପ ପାଇଁ ତାଲିବାନ ହେଉଛି ବଡ ଆଶା । ଉଗ୍ର ଆଫଗାନ ଇସଲାମୀୟ ଆତଙ୍କବାଦୀଙ୍କୁ ପାକିସ୍ତାନ ଏବେ ଭାରତ ବିରୋଧରେ ବ୍ୟବହାର କରିପାରେ । ବିଗତ ବର୍ଷମାନଙ୍କରେ ଭାରତରେ ପାକ ସମର୍ଥିତ ଆତଙ୍କି କାର୍ଯ୍ୟକଳାପ ପୁରାପୁରି କମିଛି । ସେହିପରି ଜାମ୍ମୁ କାଶ୍ମୀରରୁ ( Jammu & Kashmir ) ଧାରା ୩୭୦ ( Article 370 ) ହଟାଇବା ପରେ କାଶ୍ମୀରରେ ମାହୋଲ ଏବେ ଶାନ୍ତିର ଯାହା ପାକିସ୍ତାନକୁ ସୁହାଉନି । ତେଣୁ ନୈରାଶ୍ୟରେ ଥିବା ପାକିସ୍ତାନ ଏବେ ତାଲିବାନ ପାଖରେ ଶରଣ ପଶିବ ଭାରତରେ ଆତଙ୍କବାଦି କାର୍ଯ୍ୟକଳାପ କରିବା ପାଇଁ ।

ଆଗରୁ ଯେବେ ତାଲିବାନମାନେ ଆଫଗାନସ୍ତାନରେ ସରକାରରେ ଥିଲେ (୧୯୯୬ ରୁ ୨୦୦୧) ସେତେବେଳେ ଜାମ୍ମୁ କାଶ୍ମୀରରେ ବିଶ୍ୱର ବିଭିନ୍ନ ଦେଶର ଆତଙ୍କି ସଙ୍ଗଠନମାନଙ୍କର ଗତିବିଧି ଦେଖାଯାଇଥିଲା । ଆଫଗାନିସ୍ତାନ, ପାକିସ୍ତାନ ସମେତ ଚେଚେନିଆ, ସୁଦାନ, ସାଉଦି, ଇରାକ ଭଳି ଦେଶର ସଙ୍ଗଠନମାନଙ୍କ ଲିଙ୍କର ପ୍ରମାଣ ମିଳିଥିଲା । ୧୯୯୯ ମସିହାରେ ଯେବେ ଆତଙ୍କବାଦିମାନେ କାଠାମାଣ୍ଡୁରୁ ଭାରତର ଏକ ବିମାନକୁ ( Indian Airlines Flight 814 ) ଅପହରଣ ( Kandahar Hijack ) କରି ଆତଙ୍କବାଦି ମାସୁଦ ଆଝାରର ( Masood Azhar ) ମୁକ୍ତି ପାଇଁ ସର୍ତ ରଖିଥିଲେ ସେତେବେଳେ ସେମାନେ ବିମାନକୁ କାନ୍ଦାହାର ନେଇଯାଇଥିଲେ । ସେତେବେଳେ ତାଲିବାନ ସରକାର ସେହି ପାକ ଆତଙ୍କିମାନଙ୍କୁ ସାହାଯ୍ୟ କରିଥିଲା । ଜାମ୍ମୁ କାଶ୍ମୀରଠାରୁ ଆଫଗାନ ସୀମା ହେଉଛି ମାତ୍ର ୪୦୦ କିମି ଦୂର । ତେଣୁ ଭାରତକୁ ଏବେ ଆତଙ୍କବାଦ ବିରୋଧୀ ଗତିବିଧିକୁ ଆହୁରି ଜୋରଦାର କରିବାକୁ ପଡିବ ।

ପାକିସ୍ତାନଯେ ତାଲିବାନମାନଙ୍କ ପାଇଁ କେବଳ ଲାଭରେ ରହିବ ତାହା ନୁହେଁ । ବନ୍ଧୁକ ବଳରେ ସବୁବେଳେ କ୍ଷମତା ଦଖଲ କରିବାରେ ପୁରୁଣା ରେକର୍ଡ କରିଥିବା ପାକିସ୍ତାନ ସେନାଯେ ତାଲିବାନ ଓ ଅନ୍ୟ କଟ୍ଟର ମୁସଲିମ ସଙ୍ଗଠନମାନଙ୍କର ସାହାଯ୍ୟରେ ଇମ୍ରାନ ଖାଁଙ୍କ ସରକାରକୁ ବିଦା ନକରିବ ତାହା ଅସମ୍ଭବ ନୁହେଁ । ଋୁଷ, ଇରାନ, ତୁର୍କୀ, ଚିନ ଆଦି ଦେଶଙ୍କ ପାଇଁ ପ୍ରାଥମିକତା ଥିଲା କି ଆଫଗାନିସ୍ତାନରୁ ପ୍ରଥମେ ଆମେରିକା ବିଦା ହେଉ । ସେଥିପାଇଁ ଏହି ଦେଶଗୁଡିକ ଚୁପ୍ ରହିଲେ ଯାହା ପରୋକ୍ଷରେ ତାଲିବାନକୁ ଲାଭ ଦେଲା । କିନ୍ତୁ ଏବେ ତାଲିବାନ ଆସିବା ପରେ ସେହି ଦେଶମାନଙ୍କର ଅବସ୍ଥା କଣ ହେବ ତାହା କହି ହେବନି । ତାଲିବାନର ଆଫଗାନିସ୍ଥାନ ଉପରେ କବଜାର ସିଧାସଳଖ ପ୍ରଭାବ ପଡିବ ଇରାନ ଉପରେ । କାରଣ ଇରାନ ( Iran ) ହେଉଛି ସିଆ ( Shia ) ମୁସଲିମ ଦେଶ ଓ ତାଲିବାନମାନେ ହେଉଛନ୍ତି ସୁନ୍ନି ( Sunnia ) । ତାଲିବାନମାନଙ୍କ ପାଇଁ ସିଆମାନେ ହେଉଛନ୍ତି ସେମାନଙ୍କର ବେଶି ଧାର୍ମୀକ ଶତ୍ରୁ ।

ଚାଇନାରେ ଥିବା ଉଇଘର ମୁସଲମାନମାନେ ( Uyghurs Muslims ) ଏବେ ତାଲିବାନର ସାହାଯ୍ୟ ଲୋଡିପାରନ୍ତି । ଯଦି ତାଲିବାନ ସେମାନଙ୍କୁ ଗୁପ୍ତରେ ବି ସାହାଯ୍ୟ କରେ ତାହେଲେ ଏମିତିରେ ଅଶାନ୍ତ ଥିବା ଜିଜାଙ୍ଗ ପ୍ରଦେଶର ( Xinjiang Uyghur Autonomous Region in Northwest China ) ଅଶାନ୍ତି ବଢିପାରେ । କାଜକିସ୍ଥାନ, ତୁର୍କୀରେ ତାଲିବାନର ପ୍ରଭାବ ରହିବ । କାରଣ ସେଠାରେ ଥିବା କଟ୍ଟର ମୌଳବାଦି ସଙ୍ଗଠନମାନଙ୍କର ( Radical Islamists ) ଗୋଟିଏ ଲକ୍ଷ୍ୟ, ତାହା ହେଲା କାଲିଫେଟର ( Caliphate ) ପ୍ରତିଷ୍ଠା ଯାହା ମଧ୍ୟ ତାଲିବାନର ଲକ୍ଷ୍ୟ । କାଜକାସ୍ତାନ, ତୁର୍କିମେନିସ୍ତାନ, ଉଜବେକିସ୍ତାନ, ତାଜକିସ୍ତାନ ଆଦି ଦେଶ ପାଇଁ ଏବେ ଆତଙ୍କି ବିପଦ ବଢିବ । କାରଣ ଯେତେବେଳେ ଆମେରିକା ତାଲିବାନ ଉପରେ ଆକ୍ରମଣ କରୁଥିଲା ସେତେବେଳେ ଏହି ଦେଶମାନଙ୍କରେ ତାଲିବାନ ସୈନିକମାନେ ଲୁଚିବା ପାଇଁ ଚାହୁଁଥିଲେ । କିନ୍ତୁ ସେଠିକାର ସରକାର ମାନେ ଆମେରିକା ସହିତ ଅପଡ ହେବା ପାଇଁ ଚାହୁଁନଥିଲେ କି ବିଶ୍ୱରେ ନିଜର ଛବି ମଳିନ କରିବା ପାଇଁ ଚାହୁଁନଥିଲେ । ସେଥିପାଇଁ ସେମାନେ ତାଲିବାନମାନଙ୍କ ପ୍ରତି କଠୋର ଥିଲେ । ଏପରି ସ୍ଥିତିରେ ସେମାନଙ୍କ ତାଲିବାନ ସରକାରର ଭଲ ସର୍ମ୍ପକ ରହିବ ନାହିଁ । ଏହି ଦେଶଗୁଡିକରେ ଅନେକ ମୌଳବାଦି ସଙ୍ଗଠନମାନେ ଅଛନ୍ତି ଯେଉଁମାନେ ଏବେ ତାଲିବାନ ସାହାଯ୍ୟରେ ତାଲିବାନ ଯେପରି ଆଫଗାନ ଦଖଲ କରିପାରିଲା ସେଭଳି ସେମାନଙ୍କର ଦେଶକୁ ଦଖଲ କରିବାର ସ୍ୱପ୍ନରେ ରହିବେ, ଯାହା ପ୍ରକାରାନ୍ତରେ ପୁରା ମଧ୍ୟ ଏସିଆକୁ ଅଶାନ୍ତ କରିବ । ଶ୍ରୀଲଙ୍କାରେ କିଛି ଦିନ ତଳେ ଜେହାଦୀମାନେ ଚର୍ଚ୍ଚରେ ( 2019 Sri Lanka Easter Bombings ) ବୋମା ବିସ୍ଫୋରଣ କରାଇଥିଲେ । ମାଳଦ୍ୱୀପ ସେନାର କିଛି ସୈନିକ ମାନେ ଜେହାଦୀ ଗତିବିଧି ସହିତ ଜଡିତ ହୋଇଛନ୍ତି । ବଙ୍ଗଳାଦେଶ, ନେପାଳ, ବର୍ମା ଆଦି ଦେଶରେ ଜେହାଦୀ ତତ୍ୱମାନେ ରହିଛନ୍ତି । ତାଲିବାନ ସହିତ ଏହି ଆତଙ୍କି ସଙ୍ଗଠନମାନଙ୍କର କେତେ ସହଯୋଗ ଓ ସୁସର୍ମ୍ପକ ରହିବ ତାହା ଏବେଠାରୁ କହିବା ଭୁଲ ହେବ କିନ୍ତୁ ତାଲିବାନର ଆଫଗାନ ଉପରେ କବଜା ନିଶ୍ଚିନ୍ତ ସେମାନଙ୍କ ପାଇଁ ପ୍ରେରଣା ହେବ ଏହା ସତ୍ୟ । ଏମାନେ ଯେତେ ଏକାଠି ହେବେ ପୁରା ଏସିଆରେ ସେତେ ଅଶାନ୍ତି ତିଆରି ହେବ ।

Author Image

Independence News

Recent Posts

The Independence:If-the-BJP-government-is-formed-in-Odisha-drinking-water-problem-will-be-solved-as-a-priority-Bhatrahari-Mahatab

ଓଡ଼ିଶାରେ ବିଜେପି ସରକାର ଗଠନ କଲେ ଅଗ୍ରାଧିକାର ଭିତିରେ ପାନୀୟ ଜଳ ସମସ୍ୟାର ସମାଧାନ କରାଯିବ: ଭତୃହରି ମହତାବ

The Independence:Odisha-Cow-Slaughtering

Odisha : ଗୋ ମାଂସ ବୋଝେଇ ଟ୍ରକ ଜବତ

The Independence:Jagannath-Temple-Odisha-Mumbai

ଓଡିଶା ବାହାରେ ମହାପ୍ରଭୁ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର

The Independence:Modi-Government-9-Years-Seva-Susasan-Garib-Kalyana

ନ’ ବର୍ଷର ସୁଶାସନ

The Independence:Rath-Yatra-2023-Lakhs-of-devotees-witness-Suna-Besha-of-Holy-Trinity-in-Puri

ଶ୍ରୀକ୍ଷେତ୍ରରେ ରଥାରୁଢ଼ ଶ୍ରୀଜୀଉଙ୍କ ସୁନାବେଶ, ମହଣ ମହଣ ସୁନା ଅଳଙ୍କାରରେ ସଜ୍ଜିତ ତିନି ଠାକୁର

The Independence:Puri-Ratha-Jatra-2023-Jay-Jagannath

ଶରଧାବାଲିରେ ଲାଗିଲା ତିନି ଠାକୁରଙ୍କ ତିନି ରଥ

The Independence:Ratha-Jatra-2023-ନୀଳାଦ୍ରିବିଜେରେ-ନୀଳକନ୍ଦରକୁ-ଫେରନ୍ତି-ନୀଳାଦ୍ରିନାଥ-ସରେ-ଜନ୍ମବେଦି-ଲୀଳା

Ratha Jatra 2023: ନୀଳାଦ୍ରିବିଜେରେ ନୀଳକନ୍ଦରକୁ ଫେରନ୍ତି ନୀଳାଦ୍ରିନାଥ; ସରେ ଜନ୍ମବେଦି ଲୀଳା

The Independence:Jagannath-Temple-Rath-Jatra

ଏକାବନ ଦିନରେ ଚଳଚଞ୍ଚଳ ରଥଖଳା

The Independence:ପ୍ରେମିକାକୁ-ଛୁରୀ-ଭୁଷିଲା-ପଥରରେ-ଛେଚି-ମୁହଁ-ନଷ୍ଟ-କଲା-ଜହ୍ଲାଦ-ପ୍ରେମିକ-ସାହିଲ-ଖାଁ

ପ୍ରେମିକାକୁ ଛୁରୀ ଭୁଷିଲା, ପଥରରେ ଛେଚି ମୁହଁ ନଷ୍ଟ କଲା ଜହ୍ଲାଦ ପ୍ରେମିକ ସାହିଲ ଖାଁ

The Independence:Land-Jihad-Dwarka

ଜମି ଜିହାଦର ଅନ୍ୟନାମ ଦ୍ୱାରକା

The Independence:Odisha-cant-make-progress-with-Shashikala-syndrome-Dharmendra

‘ଶଶୀକଳା ସିଣ୍ଡ୍ରୋମ’ କହିବାରୁ ସରକାରଙ୍କୁ ବାଧିଲା: ଧର୍ମେନ୍ଦ୍ର

The Independence:Land-Jihad-Love-Jihad-Jameen-Jihad-in-Odisha

ରାଜ୍ୟରେ ବଢ଼ୁଛି ଜିହାଦୀଙ୍କ ସଂଖ୍ୟା !

The Independence:The-Kerala-Story-Official-Trailer--Vipul-Amrutlal-Shah--Sudipto-Sen--Adah-Sharma--Aashin-A-Shah

The Kerala Story Official Trailer | Vipul Amrutlal Shah | Sudipto Sen | Adah Sharma | Aashin A Shah

The Independence:Guddu-Muslim-Odisha-Link-BJD

ଗୁଡ୍ଡୁ ମୁସଲମାନର ଖାସ୍, ବିଜେଡି ବିଧାୟକଙ୍କ ରାଇଟହାଣ୍ଡ

The Independence:important-files-of-the-jagannath-temple-administration-have-gone-missing

ଗାଏବ ହେଲା ଜଗନ୍ନାଥ ମନ୍ଦିର ପ୍ରଶାସନର ଗୁରୁତ୍ଵପୂର୍ଣ୍ଣ ଫାଇଲ

The Independence:Debacle-in-American-Banking-System

ଆମେରିକାର ବ୍ୟାଙ୍କିଂ ବ୍ୟବସ୍ଥାରେ ବିପର୍ଯ୍ୟୟ

The Independence:palghar-sadhu-lynching-case-to-be-investigated-by-cbi

ପାଲଘର ସାଧୁହତ୍ୟା ମାମଲାର ହେବ ସିବିଆଇ ତଦନ୍ତ

The Independence:Mix-Mandate-in-USA-Joe-Biden

ଆମେରିକାରେ ମିଶ୍ରିତ ଜନମତ

The Independence:Jayshankar-in-Fiji

ଫିଜିରେ ବିଜି ଜୟଶଙ୍କର

The Independence:Women-Freedom-Fighters-of-India-Name-List-and-Their-Roles

ଭାରତର ମହାନ ମହିଳା ସ୍ୱାଧୀନତା ସଂଗ୍ରାମୀମାନେ ଯାହାଙ୍କୁ ଇତିହାସକାରମାନେ ଭୁଲି ଯାଇଥିଲେ

The Independence:Dharmendra-Seeks-Centres-Intervention-For-Protection-Of-Archaeological-Assets-In-Odisha

ଓଡ଼ିଶାରେ ଅସୁରକ୍ଷିତ ଶିଶୁପାଳ ଗଡ଼ ଓ ଲଳିତଗିରି ପରି ଐତିହ୍ୟ କୀର୍ତ୍ତିରାଜି

The Independence:ଶ୍ରୀମନ୍ଦିରର-ପ୍ରସିଦ୍ଧ-ଦୋଳଯାତ୍ରା

ଶ୍ରୀମନ୍ଦିରର ପ୍ରସିଦ୍ଧ ଦୋଳଯାତ୍ରା

The Independence:Young-writer-Om-Priyadarshis-book-on-Paika-movement-released

ଉନ୍ମୋଚିତ ହେଲା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଚୟନିତ ଓମ୍ ପ୍ରିୟଦର୍ଶୀଙ୍କ ପୁସ୍ତକ "ପାଇକ: ଜନ, ଆଖ୍ୟାନ ଓ ଆନ୍ଦୋଳନ"

The Independence:Baijayanta-Panda-listens-Man-Ki-Baat-Programme-at-Bhawanipatna

ଭବାନୀପାଟଣା “ମନ୍‌ କି ବାତ୍‌” କାର୍ଯ୍ୟକ୍ରମରେ ବୈଜୟନ୍ତ ପଣ୍ଡା

The Independence:ଜର୍ଜ-ସୋରୋସଙ୍କ--ନେଟୱର୍କ-ଓ-କଣ୍ଢେଇ-ମାନଙ୍କୁ-ଚିହ୍ନଟ--ଜରୁରୀ

ଜର୍ଜ ସୋରୋସଙ୍କ ନେଟୱର୍କ ଓ କଣ୍ଢେଇ ମାନଙ୍କୁ ଚିହ୍ନଟ ଜରୁରୀ