ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଜନ୍ମଭୂମିରେ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ସମାପ୍ତ ହୋଇ ଯାଅଛି । ଆଗାମୀ 39 ମାସ ମଧ୍ୟରେ ଜନ୍ମଭୂମିରେ ଭବ୍ୟ ମନ୍ଦିର ନିର୍ମାଣ କାର୍ଯ୍ୟ ସମାପ୍ତ ହେବ । ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସାଧାରଣ ସମ୍ପାଦକ ତଥା ଭିଏଚପି ଉପାଧ୍ୟକ୍ଷ ଚମ୍ପତ ରାୟ ରାୟବରେଲୀ ଠାରେ ଏହା କହିଛନ୍ତି ।
ଶୁକ୍ରବାର ଦିନ ଲାଲଗଞ୍ଜର ତେଜଗାଓଁ ଠାରେ ଶ୍ରୀ ରାମମନ୍ଦିର ନିଧି ସମର୍ପଣ ଅଭିଯାନର ଶୁଭାରମ୍ଭ ଅବସରରେ ସେ କହିଛନ୍ତି ଯେ ଏହାର ଡ୍ରଇଂ କାମ ମଧ୍ୟ ଆରମ୍ଭ ହୋଇଛି। ଆଇଆଇଟି ଦିଲ୍ଲୀ, ଚେନ୍ନାଇ, ଗୁଆହାଟି ଏବଂ ନ୍ୟାସନାଲ ଜିଓଲୋଜିକାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ବୈଜ୍ଞାନିକ ଦେଇଥିବା ସମସ୍ତ ପରାମର୍ଶ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି।
ସେ କହିଛନ୍ତି ଯେ ମନ୍ଦିରର ମୂଳଦୁଆ ଶତାବ୍ଦୀ ଶତାବ୍ଦୀ ଧରି ମଜବୁତ ରହିବ ସେଥି ନେଇ ପ୍ରସ୍ତୁତି ଚାଲିଛି ।
ସେ କହିଛନ୍ତି ଯେ ମହାନ ମନ୍ଦିରର ନିର୍ମାଣ 39 ମାସ ମଧ୍ୟରେ ଶେଷ ହେବ । ନିଧି ସଂଗ୍ରହ ଅଭିଯାନ ବିଷୟରେ ବିସ୍ତୃତ ସୂଚନା ଦେଇ ସେ କହିଛନ୍ତି ଯେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଓ ଅନ୍ୟ ସମ ବିଚାରୀ ସଂଗଠନ ମାନେ ଏହି କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଆଜିଠାରୁ ଫେବୃଆରୀ 27 ପର୍ଯ୍ୟନ୍ତ 42 ଦିନ ପର୍ଯ୍ୟନ୍ତ କାର୍ଯ୍ୟକର୍ତା ମାନେ ଘର ଘରକୁ ଯିବେ ।